Posts

ଜିଏ ଅଧିକାରୀଙ୍କ ବଡ଼ ସୂଚନା, ଅନୁମତି ନ ଥିଲେ ହେବ କାର୍ଯ୍ୟାନୁଷ୍ଠାନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି । ଜିଏ ଅଧିକାରୀ କହିଛନ୍ତି ଯେ, ନିର୍ମାଣ ପାଇଁ ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜିଏ ଅଧିକାରୀ ବୁଲିକି ସବୁ ଦେଖିଛନ୍ତି ।ତେବେ ସେ ଆହୁରି କହିଛନ୍ତି ଯେ, ପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି । ଏ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ ହେବ । ଯଦି ନିର୍ମାଣ ବେଆଇନ ହୋଇଥିବ, ତା' ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏ ଅଧିକାରୀ କହିଛନ୍ତି। ସେପଟେ ପ୍ରଣବ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ କ୍ୱାର୍ଟରରେ ଉଚ୍ଛେଦ କାର୍ଯ୍ୟକୁ ନେଇ ମୁହଁ ଖୋଲିଛନ୍ତି । କହିଥିଲେ ବିନା ଯାଞ୍ଚରେ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ସମାଲୋଚନା କରି ସେ ସ୍ପଷ୍ଟ କରିଛନ୍ତି ଯେ ଉପଯୁକ୍ତ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ସେ କହିଛନ୍ତି, "ମୁଁ ଗଣମାଧ୍ୟମରେ ଏକ ଖବର ପ୍ରସାରିତ ହେଉଛି ଯେ କିଛି ଲୋକ ମୋ କ୍ୱାର୍ଟରରେ ଜୋରଜବରଦସ୍ତ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି । ସେମାନେ ଜାଣିବା ଉଚିତ ଯେ ୨୦୨୪ ଜୁଲାଇ

ସମ୍ବିଧାନର ସୁରକ୍ଷା ପାଇଁ ଦାବି କରୁଛି କଂଗ୍ରେସ ଆଗକୁ କଣ ହେବ?

Image
ବ୍ୟୁରୋ ରିପୋର୍ଟ :- ଦେଶରେ ବିରୋଧୀଦଳଙ୍କ ପକ୍ଷରୁ ଏପରି ପ୍ରଚାର କରାଯାଇଥିଲା ଯେ  ୨୪ ନିର୍ବାଚନ ରେ ବିଜେପି ନେତୃତ୍ୱାଧୀନ ଏନଡିଏ ୪୦୦ ରୁ ଅଧିକ ସିଟ୍ ଜିତିବାକୁ ଚାହୁଁଛି ଯାହା ଦ୍ୱାରା ସମ୍ବିଧାନ ପରିବର୍ତ୍ତନ କରି ସଂରକ୍ଷଣ ବ୍ୟବସ୍ଥାକୁ ଶେଷ କରିପାରିବ ।କିନ୍ତୁ  ଅଷ୍ଟାଦଶ ଲୋକସଭାର ପ୍ରଥମ ଦିନରେ ମଧ୍ୟ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଏହାର 'ସମ୍ବିଧାନର ସୁରକ୍ଷା' ଦାବିରେ ଟ୍ରାକରେ ଥିବା ଜଣାପଡିଛି ଏବଂ ସମ୍ବିଧାନର କପି ପ୍ରଦର୍ଶନ କରି ନିଜକୁ ସମ୍ବିଧାନର ତଥାକଥିତ 'ରକ୍ଷକ' ଭାବରେ ଉପସ୍ଥାପନ କରିଛନ୍ତି ।ଦେଖା ଯାଉ ଆଗକୁ ଏହି ନିଷ୍ପତ୍ତି କେତେଦୂର ଯାଉଛି l

ସାବଧାନ, ଗୋଟିଏ ଆଧାର ନମ୍ବରରେ ୯ରୁ ଅଧିକ ସିମ୍ କାର୍ଡ କିଣିଲେ ୫୦ ହଜାର ଜୋରିମାନା l

Image
ବ୍ୟୁରୋ ରିପୋର୍ଟ :- ନୂଆ ଟେଲିକମ ଆଇନ-୨୦୨୩ ଲାଗୁ ହେବାକୁ ଯାଉଛି । ଏହି ନୂଆ ଟେଲିକମ୍ ଆଇନରେ ସିମ୍ କାର୍ଡ କିଣିବା ଏବଂ ନକଲି ସଂଯୋଗ, କଲ୍ ଟ୍ୟାପିଂ ପାଇଁ କଠୋର ବ୍ୟବସ୍ଥା ରହିଛି। ଗତବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ନୂଆ ଟେଲିକମ୍ ବିଲ୍ ଲୋକସଭାରେ ଆଗତ କରିଥିଲେ। ଏହି ବିଲ୍ ଆଗତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା।  ଏହି ଆଇନର କିଛି ଧାରା ଜୁନ୍ ୨୬ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ଟେଲିକମ୍ ଆଇନ ୯ରୁ ଅଧିକ ସିମ୍ କାର୍ଡ କିଣୁଥିବା ଲୋକଙ୍କ ପାଇଁ ଅସୁବିଧା ଆଣିପାରେ।  ଯଦି କୌଣସି ଉପଭୋକ୍ତାଙ୍କ ଆଧାର କାର୍ଡରୁ ୯ରୁ ଅଧିକ ସିମ୍ କାର୍ଡ ଜାରି ହୋଇଛି ତେବେ ପ୍ରଥମ ଭୁଲ ପାଇଁ ୫୦ ହଜାର ଟଙ୍କା ଜରିମାନା ଏବଂ ବାରମ୍ବାର ଭୁଲ କଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ । ଏହାବ୍ୟତୀତ ଯଦି ୟୁଜର ଆଇଡିକୁ ସିମ୍ କାର୍ଡ କିଣିବା ପାଇଁ ଜାଲିଆତି କରି ବ୍ୟବହାର କରାଯାଏ ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ କିମ୍ବା ଉଭୟ ଜେଲ ଓ ଜରିମାନା ହୋଇପାରେ । ଏଥିରେ ସିମ୍ କାର୍ଡ ସ୍ପୁଫିଂ ଅର୍ଥାତ୍ ରିସିଭରଙ୍କଠାରୁ ଆପଣଙ୍କ ପରିଚୟ ଲୁଚାଇବା ଅନ୍ତର୍ଭୁକ୍ତ । ଏହାବ୍ୟତୀତ ଟେଲିକମ ଅପରେଟରମାନଙ୍କୁ କେବଳ ବାୟୋମେଟ୍ରିକ୍ ଆଧାରିତ ପରିଚୟ ଅର୍ଥାତ୍ ଆଧାର କାର୍ଡ ଜରିଆରେ ବ୍ୟବହାରକାରୀଙ୍କୁ ଯାଞ୍ଚ କରିବାକୁ ପ

ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ସ୍ଥିତ ଡିଇଟି ଅଡିଟୋରିୟମରେ ୧୩ ତାରିଖ ଗୁରୁବାର ଏକ ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇଯାଇଛି । ୱେଲନେସ୍ କମିଟି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୨୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।  ଟିଏସକେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, ଟିଏସକେର ମୁଖ୍ୟ ପ୍ରଶାସକ ଆଶିଷ କୁମାର, ଯାଜପୁର ରକ୍ତଭଣ୍ଡାର ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ ଓ ଡାକ୍ତର ସୁଜିତ ମନୋହର ସ୍ୱାଇଁଙ୍କ ଉପସ୍ଥିତିରେ ଟିଏସକେର ଷ୍ଟିଲ ମେଲଟିଂ ଶପର ମୁଖ୍ୟ ଆଶୁତୋଷ କୁମାର ଓ ଟିଏସକେ ସୁରକ୍ଷା ବିଭାଗ ମୁଖ୍ୟ ଆରଏସ ମିଶ୍ର ମିଳିତ ଭାବେ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ ଯାଜପୁର ଡିଏଚଏଚର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରକ୍ତଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଜୀବନ ରକ୍ଷାକାରୀ ପଦକ୍ଷେପରେ ସାମିଲ ହେବପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା । ଏହି ଶିବିରରେ ଟାଟା ଷ୍ଟିଲର କର୍ମଚାରୀ, ଏସଏନଟିଆଇ ପ୍ରଶିକ୍ଷାର୍ଥୀ ଏବଂ ଠିକା କ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଓ ଦାନଗଦୀରେ ରଜ ମହୋତ୍ସବ ପାଳିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା ର ଦାନଗଦୀ ଓ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି, ତ୍ରିଜଙ୍ଗା ଓ ସନସାଇଲୋ ପଞ୍ଚାୟତରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ‘ରଜ ମହୋତ୍ସବ’ ପାଳିତ ହୋଇଯାଇଛି । ଏକତା, ଆନନ୍ଦ ଓ ସାଂସ୍କୃତିକ ଗୌରବର ଭାବନା କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ବାଳିକାଙ୍କ ସମେତ ୯୦୦ରୁ ଅଧିକ ଜଣ ସାମିଲ ହୋଇଥିଲେ । ୩ଟି ପଞ୍ଚାୟତର ୪ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ‘ରଜ ମହୋତ୍ସବ’ର ମର୍ଯ୍ୟାଦା କୁ ଦର୍ଶାଯାଇଥିଲା ଏବଂ ଋତୁସ୍ରାବ ସମ୍ପର୍କିତ କୁଇଜ୍‌, ରୋଷେଇ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଓ ନୃତ୍ୟ ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ନାରୀତ୍ୱକୁ ପାଳନ କରିବା ଏବଂ ସମ୍ପ୍ରଦାୟ ମଧ୍ୟରେ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରିବା ସହ ଏହି ଉତ୍ସବକୁ ଅଂଶଗ୍ରହଣକାରୀମାନଙ୍କ ପାଇଁ ଉଭୟ ଆନନ୍ଦଦାୟକ ଏବଂ ଶିକ୍ଷଣୀୟ କରିବା । ଏହି ଉତ୍ସବ କେବଳ ସାମୂହିକ ସଂପୃକ୍ତି ଏବଂ ସାଂସ୍କୃତିକ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିନଥିଲା ବରଂ ଏକତା ଏବଂ ପାରସ୍ପରିକ ସମ୍ମାନକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା । ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ମହିଳା ଓ ବାଳିକାଙ୍କ ଉତ୍ସାହ ରଜ

ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହେଲେ ଶ୍ରୀଯୁକ୍ତ ମୋହନ ଚରଣ ମାଝି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଶ୍ରୀଯୁକ୍ତ ମାଝୀ ୬ ଜାନୁଆରୀ ୧୯୭୨ ରେ ଜନ୍ମ ଗ୍ରହଣ କରିଥିଲେ କେନ୍ଦୁଝର ଜିଲ୍ଲାରେ l  ୧୯୯୭-୨୦୦୦ ସରପଞ୍ଚ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିନଥିବା ଶ୍ରୀଯୁକ୍ତ ମାଝୀ ପ୍ରଥମେ ୨୦୦୦ ମସିହା ରେ କେନ୍ଦୁଝର ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ l ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଶେଷରେ ଓଡ଼ିଶାର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିବାର ସୁଯୋଗ ପାଇଲେ l ତାଙ୍କର ପତ୍ନୀଙ୍କ ନାମ  ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି l ତାଙ୍କର ଦୁଇଟି ପୁଅ l  ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ୨୦୧୯ ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ​​କେନ୍ଦୁଝର ରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ରୁ ୨୦୦୯ ମଧ୍ୟରେ ସେ ଦୁଇଥର କେନ୍ଦୁଝର ରୁ ପ୍ରତିନିଧିତ୍ୱ କରିଥିଲେ। ମୋହନ ଚରଣ ମାଝୀ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେଉଥିବା ଓଡିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ଜଣେ ଭାରତୀୟ ରାଜନେତା।   କେ.ଭି ସିଂଦେଓ ଏବଂ ପ୍ରଭାତୀ ପରିଡା ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାରେ ସୁଯୋଗ ପାଇଲେ l ବିଜେପି ପ୍ରଥମ ଥର ପାଇଁ ୧୪୭ ଟି ସିଟ୍ ମଧ୍ୟରୁ ୭୮ ଟି ଜିତି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏକ ସପ୍ତାହ ପରେ ଏହି ଘୋଷଣା କରାଯାଇଛି। ରାଜ୍ୟ ବିଧାନସଭା କମିଟି ମଙ୍ଗଳବାର ଦିନ ଏକ ବୈଠକ କରି ଆଦିବାସ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ), ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ଓ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଡୁବୁରିସ୍ଥିତ କପିଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ତାରିଖ ବୁଧବାର ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)ର ସମ୍ପାଦିକା ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଗ୍ରାମାଞ୍ଚଳରୁ ଆସିଥିବା ଅଭିଭାବକ ଏବଂ ‘ସାଥିଆ’, ସମ୍ପ୍ରଦାୟର ସହକର୍ମୀ ଶିକ୍ଷୟିତ୍ରୀଙ୍କ ସମେତ ୧୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଜ୍ୟୋତିର୍ମୟୀ ଦାସ 'ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬' ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇବା ସହ ଶିଶୁ ଶୋଷଣକୁ ନିନ୍ଦା କରିବା ସହ ପ୍ରତ୍ୟେକ ଶିଶୁଙ୍କ ପାଇଁ ପୋଷଣର ଆବଶ୍ୟକତା ବିଷୟରେ ପରାମର୍ଶ ଦେଇଥିଲେ । ନିଜ ଅଭିଭାଷଣରେ ସେ ଜିଲ୍ଲାର ଦୁର୍ଗମ, ଗ୍ରାମୀଣ ଏବଂ ଆଦିବାସୀ ବସତିରୁ ଶିଶୁ ଶ୍ରମିକ ହ୍ରାସ ଏବଂ ନିରୋଧ କରି