Posts

ପୁଜାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଦୂର୍ଗା ପୂଜା ଓ ଦଶହରା ପର୍ବ ପାଳନ ପାଇଁ ସାରା ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ପୂଜା ଅନୁଷ୍ଠିତ ହେଉଛି l ବିଭିନ୍ନ ପ୍ରକାରର ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଲୋକମାନଙ୍କୁ ବିଶେଷ ଆକ୍ରୁଷ୍ଟ କରିଥିବା ଦେଖିବାକୁ ମିଳିଛି l ସେହିପରି ଆଜି ଜଗତ ଜନନୀ ମା' ଦୁର୍ଗାଦେବୀଙ୍କ ମହାଷଷ୍ଠୀ ପୂଜା। ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ଧରାପୃଷ୍ଠ। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ଏଥିପାଇଁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଛି। ଦୁର୍ଗାପୂଜା ବେଳେ ରାଜଧାନୀର ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କ ଲାଗି ମଣ୍ଡପଗୁଡ଼ିରେ ଉତ୍ତମ ପରିଚାଳନା ଓ ପରିବେଶ ସୁରକ୍ଷା ପାଇଁ କିଛି ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛି ବିଏମସି। ଚଳିତ ବର୍ଷ ଦୁର୍ଗାପୂଜା ପାଳନ ବେଳେ ସହରରେ ବିଭିନ୍ନ ମଣ୍ଡପକୁ ନିରାପଦ, ସୁରକ୍ଷିତ ଏବଂ ସ୍ଵଚ୍ଛ ପରିବେଶ କରିବା ଲାଗି ପ

ସାମ୍ବାଦିକମାନେ ଭୁଲ ସୂଚନା ପରିବେଷଣ କରି ସମାଜକୁ ଭ୍ରମିତ କରିବା ଉଚିତ୍ ନୁହେଁ- ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ l

Image
ବ୍ୟାସନଗର :- ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ୬ଷ୍ଠ ବାର୍ଷିକ ଉତ୍ସବ ରବିବାର ପୂର୍ବାହ୍ନରେ ସଂଘର ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସଂଗଠନ ସମ୍ପାଦକଉମାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଡ. ପ୍ରଦୀପ ବଳସାମନ୍ତ ଉତ୍ସବକୁ ଉଦ୍‌ଘାଟନ କରି କହିଲେ ଯେ, ସାମ୍ବାଦିକମାନେ ଭୁଲ ସୂଚନା ପରିବେଷଣ କରି ସମାଜକୁ ଭ୍ରମିତ କରିବା ଉଚିତ୍ ନୁହେଁ । ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ, ଯାଜପୁରକୁ ଏକ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ମୁଁ ସମ୍ପୂର୍ଣ୍ଣ ଚେଷ୍ଟିତ । ସାମ୍ବାଦିକମାନେ ସତ୍ୟନିଷ୍ଠ ଖବର ପରିବେଷଣ କଲେ ସମାଜ ଓ ଲୋକଙ୍କ ମଙ୍ଗଳ ହେବ ବୋଲି କହିବା ସହିତ ଆମ ସରକାର ସାମ୍ବାଦିକମାନଙ୍କ ସମସ୍ୟାକୁ ନେଇ ଯଥେଷ୍ଟ ଯତ୍ନବାନ ଓ ସଚେତନ ଅଛି ବୋଲି ସୂଚାଇଥିଲେ । ଆଜିର ସଭାରେ ଉପସ୍ଥାପିତ ସାମ୍ବାଦିକମାନଙ୍କ ସମସ୍ୟାଗୁଡିକ ଏକ ପ୍ରତିନିଧି ଦଳ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ସେ ଭରସା ଦେଇଥିଲେ । ଏଥିରେ ମୁଖ୍ୟ ଅତି

ରାଜ୍ୟରେ ୧୬ ହଜାର ୯ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ l

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) :- ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି । ନବନିଯୁକ୍ତ ଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଆୟୋଜିତ 'ମାର୍ଗ ଦର୍ଶନ' ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁ ଦାୟିତ୍ଵ ପାଇଥିବା ସମସ୍ତ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ l ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ  "ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏକ ସରଳ ଶିଶୁର ଭବିଷ୍ୟତ ଗଢିବାରେ ଦାୟିତ୍ଵ ଗୁରୁଙ୍କ ହାତରେ। ଆପଣ କେବଳ ଜଣେ ସରକାରୀ କର୍ମଚାରୀ ନୁହନ୍ତି ଆପଣ ହେଲେ ଜଣେ ଜଣେ ମଣିଷ ଗଢା ଶିଳ୍ପୀ। ଓଡ଼ିଶାର ଭବିଷ୍ୟତର ଦାୟିତ୍ଵ ଏବେ ଆପଣ ସମସ୍ତଙ୍କ କାନ୍ଧରେ। ଆପଣଙ୍କ ଶିକ୍ଷା ଦାନକୁ ଆହୁରି ସରଳ କରିବା ନିମନ୍ତେ ସରକାର ମଧ୍ୟ ପ୍ରତିବଦ୍ଧ"।  ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି, ଡବଲ ଇଞ୍ଜିନ ସରକାରରେ ଗୁଣାତ୍ମକ ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ଵ ଦିଆଯାଉଛି, ଏହାକୁ ଆହୁରି ଉନ୍ନତ ଏବଂ ଆଧୁନିକ କରିବା ନିମନ୍ତେ ଶିକ୍ଷାକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ୩୫,୫୩୬ କୋଟି ବ୍ୟୟବରାଦ କରିଛନ୍ତି । ଆମ ସରକାର ଆସିବା ପରେ ଶିକ୍

ଦୁର୍ଗାପୁଜା ର ମାହାତ୍ମ୍ୟ ଓ ସତ୍ୟତା କଣ ରହିଛି...

Image
ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାରମ୍ପରିକ ଭାବେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ତ୍ରିଶୂଳଦ୍ୱାରା ମହିଷା ଅସୁର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍

ବଦଳିବ ନବମ ଓ ଦଶମ ଶ୍ରେଣୀର ଡ୍ରେସ୍ କୋଡ୍ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ସରକାର ବଦଳିବା ସହିତ ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିପର୍ମ । ସବୁଜ ବଦଳରେ ବାଦାମୀ ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଏହି ପୋଷାକ । ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ ପୋଷାକ । ଗତ ୨୦୨୩ରେ ପୂର୍ବରୁ ଗାଢ ନୀଳ ରଙ୍ଗ ୟୁନିଫର୍ମକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ । ଛାତିରେ ଲେଖାଯାଇଥିଲା 'ଆମେ ଗଢିବୁ ନୂଆ ଓଡିଶା' । ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ । ପୂର୍ବରୁ ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ଘୋଷଣା କରାଯାଇଥିଲା । ଏହା ବାଦ କେବଳ ଶନିବାର ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲାକ୍ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ କୁହାଯାଇଥିଲା । ୧୦୦ ରୁ କମ ଉପସ୍ଥାନ ଥିବା ସ୍କୁଲ ଗୁଡିକରେ ଦୁଇଟି ନିର୍ଦ୍ଧାରିତ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ ବି ଛାତ୍ରଛାତ୍ରୀଙ୍କୁ ନିର୍ଦେଶ ଥିଲା ।

ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବଦତ୍ତ ସିଂହ ।

Image
 ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) :- ପୋଲିସ କମିଶନର ସଂଜୀବ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କଲେ ଦେବଦତ୍ତ ସିଂହ । ୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ଦେବଦତ୍ତ ସିଂହ । ରାଜ୍ୟରେ ମୋହନ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପୂର୍ବରୁ ପୁଲିସ୍‌ ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବିରେ ବସିଥିବା ପ୍ରଭାବଶାଳୀ ଆଇପିଏସ୍‌ ଅଧିକାରୀମାନଙ୍କୁ ହଟାଇ ଦିଆଯାଇଛି। ଦ୍ବୈତନଗରୀ ପୁଲିସ କମିସନର ପଦବିରୁ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀ(ବିପିଏସ୍‌ପିଏ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ପୁଲିସ କମିସନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଏଡିଜି-ଅପରେସନ୍‌ ରେ ଥିଲେ। ସେହିଭଳି ରାଜ୍ୟର ଚର୍ଚ୍ଚିତ ଆଇପିଏସ୍‌ ତଥା କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ସିଆଇଡି ସିବିରୁ ବିଦା କରାଯାଇ ରେଳବାଇ ଓ ସାମୁଦ୍ରିକ ତଟ ସୁରକ୍ଷା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ‌ବୋଥ୍ରାଙ୍କ ସ୍ଥାନରେ ସିଆଇଡି ସିବି ଭାବେ ବିନୟତୋଷ ମିଶ୍ର ଅବସ୍ଥାପିତ ହୋଇଛନ୍ତି। ଅନ୍ୟପକ୍ଷରେ ଜେଲ୍‌ ନିର୍ଦ୍ଦେଶକ ଭାବେ ଅରୁଣ କୁମାର ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଆଇପିଏସ୍‌ ଏସ୍‌ଏମ୍‌ ନର୍‌ଭଣେଙ୍କୁ ଓଏସ୍‌ଡି ଗୃହ ବିଭାଗରୁ ବଦଳି କରାଯାଇ ନିର୍ଦ୍ଦେଶକ ପ୍ରିଣ୍ଟ