Posts

ଆଜିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆଜିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ଗସ୍ତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସକାଳ ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ପରେ ସେଠାରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ। ଅପରାହ୍ନ ୩ଟା ୫୫ମିନିଟରେ ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରେ ଆୟୋଜିତ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ଡିସେମ୍ବର ୫ତାରିଖରେ ଓୟୁଏଟିର ୪୦ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିଦିନ ଭୁବନେଶ୍ୱରର ନ୍ୟାୟିକ କୋର୍ଟର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ । ଡିସେମ୍ବର ୬ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଉପରବେଡ଼ାଠାରେ ଛାତ...

ଝାଡେଶ୍ୱର ଜୁନିୟର କଲେଜରେ ବିଶ୍ଵ ଏଡ଼ସ୍ ଦିବସ ପାଳନ l

Image
ଯାଜପୁର (ଦାନଗଦୀ) ତା.୦୧/୧୨ : - ଦନଗଦୀ ବ୍ଲକ ଟୋଲକାନୀସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ବିଶ୍ଵ ଏଡ଼ସ୍ ଦିବସ ରବିବାର ଦିନ ପାଳିତ ହେଇଯାଇଛି। ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ସଚିବାଳୟର ସହରୀ ବିକାଶ ବିଭାଗର ନିର୍ଦ୍ଦେଶକ ତଥା ସ୍ବାସ୍ଥ୍ୟ ବିଭାଗର ପ୍ରାକ୍ତନ ଯୁଗ୍ମସଚିବ ପ୍ରେମାନନ୍ଦ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଡିଗ୍ରୀ କଲେଜର ଅଧ୍ୟକ୍ଷ ବିଜୟ କୁମାର ସାହୁ, ଟମକା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌତମ ଚରଣ ଜେନା, ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା, ଅଧ୍ୟାପିଆ ସିଲନ ପ୍ରଭା ନାୟକ, ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଏଚ. ଆଇ. ଭି. ସଂକ୍ରମଣ ଜନିତ ଏଡ଼ସର ଭୟାବହତା ଉପରେ ଚିନ୍ତା ପ୍ରକଟ କରି ଏହାର ଦୂରୀକରଣ ନିମନ୍ତେ ସଚେତନତା କୁ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀ ଆତ୍ମ ସଂଯମତା ରକ୍ଷା ସୃଷ୍ଟି କରିବାର ପ୍ରମୁଖ ଭୂମିକା ଗ୍ରହଣ କରେ, ଏହି ରୋଗକୁ ଅନେକାଂଶରେ ପ୍ରଶମିତ କରାଯାଇ ପାରିବ ବୋଲି ଆସ୍ତା ପ୍ରକଟ କରିଥିଲେ। ଏହି ମହାମାରୀକୁ ମୂଳୋତ୍ପାଟନ କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ଜିନାରାଣୀ ରଣା ଓ ଶୁଭଶ୍ରୀ ବେହେରା ବନ୍ଦେ ଉତ୍କଳଜନନୀ ଗାନ କରିଥି...

ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଉଦ୍‌ଘାଟିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) ୨୮/୧୧ :- ବଡ ହେବା ପାଇଁ ବଡ ସ୍ବପ୍ନ ଦେଖ, ସ୍ବପ୍ନର କାନ୍‌ଭାସ ଯେତେ ବଡ ହେବ,  ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ - ମୁଖ୍ୟମନ୍ତ୍ରୀ l ପିଲାମାନେ ତୁମ ମାନଙ୍କର ଭରପୁର ପ୍ରତିଭା ଅଛି। ବଡ ହେବା ପାଇଁ ହେଲେ ସ୍ବପ୍ନ ମଧ୍ୟ ବଡ ହେବା ଆବଶ୍ୟକ। ଯଦି ସୂର୍ଯ୍ୟରେ ପହଞ୍ଚିବାପାଇଁ ସ୍ବପ୍ନ ଦେଖି କାର୍ଯ୍ୟ କରିବା ଅତି କମ୍‌ରେ ଚନ୍ଦ୍ରରେ ପହଞ୍ଚିପାରିବା। ସ୍ବପ୍ନର କାନ୍‌ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଉତ୍ସାହ କାର୍ଯ୍ୟକ୍ରମ ଉଦ୍‌ଘାଟନ ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୬୫ଟି ଶିଶୁ ଯତ୍ନ କେନ୍ଦ୍ରର ପ୍ରାୟ ୫୮୦ ପିଲା ଯୋଗଦେଇଛନ୍ତି। ଏହି ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଗତ ୨୬ ଓ ୨୭ ତାରିଖରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପିଲା ମାନଙ୍କର କ୍ରୀଡା ମହୋତ୍ସବ ‘ଉତ୍ସାହ’ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇ କହିଥିଲେ ବଡ ସ୍ବପ୍ନ ଦେଖିବା ସହିତ ତା...