Posts

କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ୱର  ୮/୧୨(ବ୍ୟୁରୋ ରିପୋର୍ଟ) :-  ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ, ସରକାର ହୋଇଛନ୍ତି 'ଚାଷୀଙ୍କ ସରକାର'। ବରଗଡର ସୋହେଲାରେ ଉତ୍ସବର ସମାବେଶ ଓ ଚାଷୀ ଭାଇମାନଙ୍କ ମଧ୍ୟରେ ଆଜି ଖୁସିର ଲହର । ଲୋକଙ୍କ ସରକାର ଆଜି ଚାଷୀ ଭାଇ ମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ।  ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ସେ ସବୁ ନିଷ୍ପତ୍ତି ୬ ମାସ ମଧ୍ୟରେ ପୂରଣ କରାଗଲା । ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଆପଣମାନେ, କୁଇଣ୍ଟାଲ ପିଛା ୩୧୦୦ ଟଙ୍କା DBT ...

ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଯୋଗୀ l

Image
ଭୁବନେଶ୍ୱର ୭/୧୨(ବ୍ୟୁରୋ ରିପୋର୍ଟ) : - ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଶର୍ମା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ତାଙ୍କ ବାସ ଭବନରେ ଭେଟି ମହାକୁମ୍ଭ ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଥିଲେ।  ଏହି ମନ୍ତ୍ରୀ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗଙ୍ଗା ଜଳରେ ପରିପୂର୍ଣ ଏକ ଶୁଭ କଳସ ଏବଂ ମହାକୁମ୍ଭର ଏକ ଲୋଗୋ ମଧ୍ୟ ପ୍ରଦାନ କରିଥିଲେ। ମହା କୁମ୍ଭ ୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ନିମନ୍ତ୍ରଣ ସମୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ସୂରଜ୍ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ।

ମୟୁରଭଞ୍ଜ ବାଙ୍ଗିରିପୋଷିରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ୬୪୦୦ କୋଟି ଟଙ୍କାର ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ l

Image
ମୟୁରଭଞ୍ଜ (ବ୍ୟୁରୋ ରିପୋର୍ଟ) : - ଓଡ଼ିଶାବାସୀ ସମସ୍ତଙ୍କ ପାଇଁ ଏକ ପରମ ସୌଭାଗ୍ୟର ଦିନ, ଗୌରବର ଦିନ। ଓଡ଼ିଶା ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି। ଦେଶର ପ୍ରଥମ ନାଗରିକ। ଏଥିପାଇଁ ପ୍ରତ୍ୟେକ ଆଦିବାସୀ, ପ୍ରତ୍ୟେକ ମହିଳା ଓ ପ୍ରତ୍ୟେକ ଓଡ଼ିଆ ଗର୍ବିତ। ଆଜି ତାଙ୍କରି କରକମଳରେ ମୟୂରଭଞ୍ଜ ବାଙ୍ଗିରିପୋଷି ରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ଏହି ପ୍ରକଳ୍ପ ଗୁଡ଼ିକ ହେଉଛି- ବାଦାମପାହାଡ- କେନ୍ଦୁଝରଗଡ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବୁରାମରା-ନୂଆ ଜାମସୋଳା ରେଳ ଲାଇନ। ଏହି ୩ଟି ରେଳ ଲାଇନ ସମୁଦାୟ ୧୮୪ କିଲୋମିଟରରୁ ଅଧିକ ଦୀର୍ଘ ହେବ ଏବଂ ଏଥିପାଇଁ ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ। ଏହି ୩ଟି ପ୍ରକଳ୍ପ ମାଧ୍ୟମରେ ମୟୁରଭଞ୍ଜ ଓ କେନ୍ଦୁଝର ପରି ଆଦିବାସୀ ଅଞ୍ଚଳ ଓ ଖଣି ଅଧ୍ୟୁଷିତ ଅଞ୍ଜଳରେ ବିକାଶର ନୂଆ ସ୍ରୋତ ଆସିବ। ରେଳ ଯୋଗାଯୋଗ ଏହି ଦୁଇଟି ଜିଲ୍ଲାର ଅର୍ଥନୀତିର ଉନ୍ନତି ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରେଳ ପରିବହନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ, ବାଣିଜ୍ୟରେ ମଧ୍ୟ ଅଭିବୃଦ୍ଧି ଘଟିବ। ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ କଚ୍ଛପ ଗତିରେ ଚାଲୁଥିବା ପ୍ରକଳ୍ପ ସବୁକୁ ଗତି ମିଳିଲା ଏବଂ ନୂଆ ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଗଲ...

ଟମକା ବନାଞ୍ଚଳ ରେ ସାମୂହିକ ଗଜସାଥି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l

Image
ଯାଜପୁର (ଦାନଗଦୀ )ତା୦୫/୧୨ :- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଟମକା ବନାଞ୍ଚଳ ତରଫରୁ ଗୁରୁବାର ଏକ ସାମୂହିକ ଗଜ ସାଥି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟମକା ବନ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବନପାଳ ମାଣିକ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ଗଜ ଓ ମଣିଷ ଭିତରର ସମ୍ପର୍କ ସମ୍ବନ୍ଧିତ ଅଭିଭାଷଣ ରଖିଥିଲେ ଏବଂ ଏହାର ସୁରକ୍ଷା ପାଇଁ ସମସ୍ତଙ୍କ ଉଦ୍ୟମ ଏକାନ୍ତ କାମ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କିଆଝର ସରପଞ୍ଚ ଙ୍କ ପ୍ରତିନିଧି ସୌମ୍ୟରଞ୍ଜନ ମହାପାତ୍ର, ଚିତ୍ରୀ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଅଜୟ କୁମାର ବେହେରା ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡୁବୁରି ବନପାଳ ଲକ୍ଷ୍ମୀଧର ନାୟକ, କଂସ ବନପାଳ ପରେଶ କୁମାର ସାହୁଙ୍କ ସମେତ ସ୍ଥାନୀୟ ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ,ସଭ୍ୟ ଓ ଶତାଧିକ ଜନ ସାଧାରଣ ଯୋଗ ଦେଇଥିଲେ । ବନରକ୍ଷୀ ଶୁସାନ୍ତ ନାୟକ, ମନୋରମା ମହାନ୍ତ, ଗଙ୍ଗାଧର ମୁର୍ମୁ , ଅମାତୁଲ ସାକୁର୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବନ ସ୍କ୍ଵାଡ୍ ଆଶୁତୋଷ ରଥ, ରଞ୍ଜନ କୁମାର ସାହୁ, କମଳ ପାତ୍ର, ଅକ୍ଷୟ କୁମାର ମହାନ୍ତ, ଅର୍ଜୁନ ଖଟୁଆ, ବିଶ୍ଵନାଥ ବେହେରା , ପିଙ୍କୁଲୁ ସାହୁ , ମାନସ ...

୮୪ ବର୍ଷ ରେ ପଦାର୍ପଣ କଲେ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ )୦୫/୧୨ :- ଓଡ଼ିଶାର ପୁରୁଖା ଜନନେତା, ରାଜନୀତିଜ୍ଞ, ପୂର୍ବତନ ଗଣଶିକ୍ଷା, ଅର୍ଥ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଶ୍ରମିକ ନେତା ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ୮୪ତମ ଜନ୍ମ ଦିବସ କୁ ଗୁରୁବାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଡ଼ଃ. ଘଡ଼ାଇଙ୍କ ସ୍ଥାନୀୟ ଧବଳଗିରି ସ୍ଥିତ ବାସଭବନରେ ହଜାର ହଜାର ସମର୍ଥକ, ନେତା, ଶୁଭେଚ୍ଛୁ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଡ଼ଃ.ଘଡ଼ାଇଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଆଦି ପ୍ରଦାନ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସୁକିନ୍ଦା, ଦାନଗଦି, କୋରାଇ, ବ୍ୟାସନଗର ଆଦି ଅଂଚଳରୁ ପ୍ରାୟ ହଜାର ହଜାର ସମର୍ଥକ ଓ ବ୍ୟକ୍ତିବିଶେଷ ଘଡାଇ ଙ୍କ ଜନ୍ମଦିନ ଅବସରରେ ତାଙ୍କୁ ସାକ୍ଷାତ କରିଥିଲେ । ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ପୈାର ପରିଷଦର ବହୁ କାଉନସିଲର, ପୂର୍ବତନ ପୈାରାଧ୍ୟକ୍ଷା ସବିତା ରାଉତ, ପୂର୍ବତନ କାଉନସିଲର ତଥା ‘ସିଟୁ’ର ଯାଜପୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ‘ଉଦୟବଟ’ର ସଂପାଦକ ତଥା ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ, ସୁକିନ୍ଦା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବିବେକ କୁମାର ବୋଷ, ବରିଷ୍ଠ ବିଜେଡ଼ି ନେତା ଜ୍ଞାନେନ୍ଦୁ ଭୂଷଣ ଚୌଧୂରୀ, ପଙ୍କପାଳ ...

ଅବସର ନେଲେ ଯାଜପୁର ରୋଡ ବନାଞ୍ଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର l

Image
ଯାଜପୁର ୦୪ା୧୨(ବ୍ୟୁରୋ ରିପୋର୍ଟ ) :- କଟକ ବନଖଣ୍ଡ ଅଧିନ ଯାଜପୁର ଜିଲ୍ଲାର ପ୍ରମୁଖ ରେଞ୍ଜ ଯାଜପୁରରୋଡର ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ତାଙ୍କର ଦୀର୍ଘ ୩୯ ବର୍ଷର କାର୍ଯ୍ୟକାଳ ଅତ୍ୟନ୍ତ ସଫଳତା ଓ ଦକ୍ଷତାର ସହ ସମାପ୍ତ କରି ଗତ ତା.୩୦.୧୧.୨୦୨୪ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ପାଇଁ କଟକ ବନଖଣ୍ଡ କାର୍ଯ୍ୟାଳୟରେ ସେହିଦିନ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ବୁଧବାର ମଧ୍ୟାହ୍ନରେ ପୁଣି ତାଙ୍କର କାର୍ଯ୍ୟକ୍ଷେତ୍ର ଯାଜପୁରରୋଡ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଟକ ଏସିଏଫ୍ ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଭୂଲେଖ ଓ ବନ୍ଦୋବସ୍ତର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାପାତ୍ରଙ୍କ ଦୀର୍ଘ ୩୯ ବର୍ଷର କର୍ମମୟ ଜୀବନ ବନ ବିଭାଗ ପାଇଁ ଏକ ଉଦାହରଣ ବୋଲି ଅଭିହିତ କରିଥିଲେ । ରାଜସ୍ୱ ଓ ବନ ବିଭାଗର ଦାୟିତ୍ୱ ଆଜିକାଲି ଯଥେଷ୍ଟ ବଢ଼ିଯାଇଥିବା ବେଳେ ଶ୍ରୀ ମହାପାତ୍ର ସଦାସର୍ବଦା କର୍ମ ଚଂଚଳ ରହି ଆସୁଥିବା ବିଭିନ୍ନ ଚ୍ୟାଲେଞ୍ଜର ସଫଳ ମୁକାବିଲା କରି ବେଶ୍ ପ୍ରଂଶସିତ ହୋଇଛନ୍ତି ବୋଲି ସେ କହିଥିଲେ । ଏଥିରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶୁଭେନ୍ଦୁ କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା ସମ...

ଧାନର ଇନପୁଟ୍ ସହାୟତା ରାଶି ବଣ୍ଟନ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି l

Image
ନୟାଗଡ଼ (ବ୍ୟୁରୋ ରିପୋର୍ଟ)ତା. ୪/୧୨ :- ଆଜି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗରୱାଲ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ୮ ତାରିଖରୁ ଶୁଭାରମ୍ଭ ହେବାକୁ ଯାଉଥିବା ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ର ଇନପୁଟ ସହାୟତା ରାଶି ବଣ୍ଟନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଯୋଗ ଦେଇଥିଲେ l