Posts

ଉତ୍ତର-ପୂର୍ବାଞ୍ଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି ରାଜ୍ୟପାଳଙ୍କୁ ସାକ୍ଷାତ କଲେ।

Image
ଭୁବନେଶ୍ୱର, ତା ୨୭/୦୧(ବ୍ୟୁରୋ ରିପୋର୍ଟ) :- ଉତ୍ତର-ପୂର୍ବାଞ୍ଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି  ରାଜଭବନରେ ରାଜ୍ୟପାଳ ଡ.ହରି ବାବୁ କମ୍ପୋଟିଙ୍କୁ ସାକ୍ଷାତ କରିଛନ୍ତି। ଅନ୍ତଃରାଜ୍ୟ ଛାତ୍ର  ଜୀବନ ଦର୍ଶନ କାର୍ଯ୍ୟକ୍ରମରେ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଓ ତ୍ରିପୁରାର ଛାତ୍ରଛାତ୍ରୀମାନେ ଓଡ଼ିଶା ପରିଭ୍ରମଣରେ ଆସିବା  ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଅଭିଷେକ ହଲ୍‌ଠାରେ ରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ ବେଳେ ଓଡିଶା କେମିତି ଲାଗୁଛି ବୋଲି ଛାତ୍ର ପ୍ରତିନିଧିମାନଙ୍କୁ ରାଜ୍ୟପାଳ ପଚାରିଥିଲେ। ଉପରୋକ୍ତ ୭ଟି ରାଜ୍ୟର ଛାତ୍ର ପ୍ରତିନିଧିମାନେ ନିଜ ନିଜ ରାଜ୍ୟର କଳା,ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ବୈଶିଷ୍ଟ୍ୟ ସଂପର୍କରେ ଅବତାରଣା କରିବା ସହ ଓଡିଶାର ସାଂସ୍କୃତିକ ପରମ୍ପରା , ଭାସ୍କର୍ଯ୍ୟ, ଆତିଥେୟତା, ମହିମା ମଣ୍ଡିତ ଦେବଦେବୀ ପୀଠ, ସୌନ୍ଦର୍ଯ୍ୟ  ଓ ମହାନତାର ପ୍ରଶଂସା କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ ପରେ ରାଜ୍ୟପାଳଙ୍କ ସୌଜନ୍ୟରେ ଆୟୋଜିତ  ନୈଶ୍ୟ ଭୋଜିରେ ଅତିଥୁ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଜାତୀୟ ଏକତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉତ୍ତର-ପୂର୍ବାଞ୍ଚଳ ଛା...

ମହାଗୀରି ପ୍ରେସ୍ କ୍ଲବ୍ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ l

Image
ଯାଜପୁର (ଦାନଗଦୀ) :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଲକ ରେ ଗଢିଉଠିଥିବା ଅଗ୍ରଣୀ ସାମ୍ବାଦିକ ସଂଘ " ମହାଗୀରି ପ୍ରେସ୍ କ୍ଲବ୍" ଆନୁକୂଲ୍ୟରେ ଜିଲ୍ଲା ସାମ୍ବାଦିକ ସଂଘର ପରାମର୍ଶ କ୍ରମେ ବନ୍ଧୁମିଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅର୍ଗସ ନ୍ୟୁଜ୍ ଓଡ଼ିଶାର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବରେ ଏସ୍ ୟୁ ଜେ, ଓଡିଶା ର ରାଜ୍ଯ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଆଇ ଆଇ ଟି ପ୍ରୋଫେସର. ଭୁବନେଶ୍ଵର .ଦୁଃଖବନ୍ଧୁ ସାହୁ, ଶ୍ରୀଯୁକ୍ତ ଜୟନ୍ତ କୁମାର ତ୍ରିପାଠୀ. ୟୁନିଟ୍ ହେଡ୍ ଟାଟା ଷ୍ଟିଲ ଫାଉଣ୍ଡେସନ, ବ୍ରାହ୍ମଣୀପାଳ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାନଗଦୀ, ଶ୍ରୀଯୁକ୍ତ ଚିନ୍ତାମଣି ପାଢୀ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ସଦସ୍ୟ, ଜାତୀୟ ସାମ୍ବାଦିକ ୟୁନିଅନ, ନୂଆ ଦିଲ୍ଲୀ, ଶ୍ରୀଯୁକ୍ତ ଅବିନେଶ୍ଵର ଶତପଥୀ, ସାଧାରଣ ସମ୍ପାଦକ ଜିଲ୍ଲା ସାମ୍ବାଦିକ ସଂଘ, ଯାଜପୁର, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଧଳ, ସଭାପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି, ଯାଜପୁର ଏବଂ ଟମକା ଥାନା ଅଧିକାରୀଣି ଶ୍ରୀମତୀ ପ୍ରମୋଦିନୀ ସାହୁ ଯୋଗଦେଇଥିଲେ l ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅତିଥିମାନେ ଉଦଘାଟନ କରିଥିଲେ l ...