Posts

ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା l

Image
ଭୁବନେଶ୍ୱର ତା ୧୧/୦୪(ବ୍ୟୁରୋ ରିପୋର୍ଟ) :- ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଏକ ଇନସୁରାନ୍‌ସ ନୁହେଁ ଏହା ହେଉଛି ଏକ ଆସ୍ୟୁରାନ୍‌ସ । ଏହା ପୃଥିବୀର ସବୁଠାରୁ ବୃହତ୍ତମ ଯୋଜନା । ବର୍ତ୍ତମାନ ସୁଦ୍ଧା ଏଥିରେ ୮କୋଟି ୯୦ ଲକ୍ଷ ଲୋକ ଉପକୃତ ହୋଇସାରିଛନ୍ତି । ନିର୍ବାଚନ ସମୟରେ ଆମେ ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଆଜି ଲାଗୁ ମଧ୍ୟ କଲୁ । ଓଡିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଓଡିଶାରେ ଏହି ଯୋଜନା ଲାଗୁ ହୋଇପାରିଲା । ଏହାଦ୍ୱାରା ଲୋକମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି ।  ଓଡିଶାରେ ଶାସନ ଭାର ଗ୍ରହଣ କରିବାର ମାତ୍ର ୧୦ ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ମାଝ...

କଳିଙ୍ଗ ଷ୍ଟାଡିୟମରେ ଚାଲିଛି ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ l

Image
ଭୁବନେଶ୍ବର ତା ୦୯/୦୪(ବ୍ୟୁରୋ ରିପୋର୍ଟ) :- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ବୁଧବାର ପ୍ରଥମ ମ୍ଯାଚ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଉତ୍ତରାଖଣ୍ଡ ଚଣ୍ଡିଗଡ଼ ପୋଲିସ ଦଳକୁ ୯-୦ ଗୋଲ ବ୍ଯବଧାନରେ ପରାସ୍ତ କରିଛି।ଦ୍ୱିତୀୟ ମ୍ଯାଚ ଆଇଟିବିପି ଓ ରାଜସ୍ଥାନ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଆଇଟିବିପି, ରାଜସ୍ଥାନ ପୋଲିସ ଦଳକୁ ୮-୩ ଗୋଲ ବ୍ଯବଧାନରେ ହରାଇଛି ।   ସେହିପରି ମଣିପୁର ଓ ଝାଡ଼ଖଣ୍ଡ ପୋଲିସ ମଧ୍ୟରେ ତୃତୀୟ ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚରେ ମଣିପୁର, ଝାଡ଼ଖଣ୍ଡ ପୋଲିସ ଦଳକୁ ୩ -୧ ଗୋଲ ବ୍ୟବଧାନରେ ହରାଇଛି। ଚତୁର୍ଥ ମ୍ଯାଚ ପଶ୍ଚିମବଙ୍ଗ ଓ ଛତିଶଗଡ଼ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ପଶ୍ଚିମବଙ୍ଗ ଛତିଶଗଡ଼ ପୋଲିସ ଦଳକୁ ୬- ୩ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।   ପଞ୍ଚମ ମ୍ୟାଚ ଏସଏସବି ଓ ଗୁଜୁରାଟ ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଏସଏସବି ମହିଳା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁଜୁରାଟ ମହିଳା ପୋଲିସ କୁ ୧୭ – ୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା। ସେହିପରି ଘରୋଇ ଓଡିଶା ଓ ଉତ୍ତର ପ୍ରଦେଶ ପୋଲିସ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଉତ୍ତର ପ୍ରଦେଶ, ...