Posts

କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାର l

Image
ଭୁବନେଶ୍ୱର/କେନ୍ଦୁଝର ତା. ୦୫/୦୫(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନଙ୍କର ଉତ୍ତମ ଚିକିତ୍ସା ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ଦେଶରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର ଖୁବ ଅଧିକ। କେନ୍ଦୁଝର ଭଳି ଜିଲ୍ଲାରେ ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଛି। ଏହା ସହିତ ଆଗାମୀ ଦିନରେ ଅଧିକ ଶିଳ୍ପ ପ୍ରତିଷ୍ଠା ଓ ଭିତ୍ତିଭୂମିର ବିକାଶ ମଧ୍ୟ କରାଯିବ। ତେଣୁ, ଯାନବାହନ ଚଳାଚଳା ଆହୁରି ବୃଦ୍ଧି ପାଇବ। ଏ କ୍ଷେତ୍ରରେ ଉତ୍ତମ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କୁ ଆଶୁ ମୃତ୍ୟୁମୁଖରୁ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସରକାର ଗଠନ କରିବାର ଅଳ୍ପଦିନ ମଧ୍ୟରେ ସବୁ ଖଣିଜ ଜିଲ୍ଲା ଗୁଡିକର ମେଡିକାଲ କଲେଜ ଗୁଡିକରେ ଟ୍ରମା କେୟାର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କେନ୍ଦୁଝରରେ ଏହା ସ୍ଥାପନ ହୋଇଛି, ଖୁବଶୀଘ୍ର ଅନ୍ୟସ୍ଥାନରେ ମଧ୍ୟ ଟ୍ରମା କେୟାର ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ର...

ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l

Image
ଭୁବନେଶ୍ୱର ତା ୦୫/୦୫(ବ୍ୟୁରୋ ରିପୋର୍ଟ) :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ରାଜ୍ୟ ସରକାରଙ୍କୁ ଅନ୍ତରୀଣ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଛନ୍ତି । ଶ୍ରୀଜଗନ୍ନାଥଙ୍କର ମନ୍ଦିର ଦିଘାଠାରେ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଅନ୍ତରୀଣ ତଦନ୍ତ କମିଟି କରିଥିବା ରିପୋର୍ଟକୁ ଡ. ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଗ୍ରହଣ ପରେ ଗଣମାଧମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅନ୍ତରୀଣ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଥିଲା । ଆଜି ଏହାର ରିପୋର୍ଟ ଆମର ହସ୍ତଗତ ହୋଇଛି । ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦାଇତାପତି ନିଯୋଗ ଓ ଯେଉଁମାନେ ଦିଘା ମନ୍ଦିର ଯାଇଥିଲେ ସେମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ସମସ୍ତ ଦିଗକୁ ଅନୁଧ୍ୟା...

ମହିଳା ଉଦ୍ୟୋଗୀମାନେ ନିର୍ଭିକ ଭାବେ ସ୍ଵପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ କରନ୍ତୁ ଏବଂ ଗର୍ବର ସହ ନେତୃତ୍ଵ ନିଅନ୍ତୁ – ରାଜ୍ୟପାଳ...

Image
ଭୁବନେଶ୍ଵର, ତା୦୪/୦୫(ବ୍ୟୁରୋ ରିପୋର୍ଟ) : - ମହିଳା ଉଦ୍ୟୋଗୀମାନେ ନିର୍ଭିକ ଭାବେ ସ୍ଵପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ  କରନ୍ତୁ ଏବଂ ଗର୍ବର ସହ ନେତୃତ୍ୱ ନିଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍‌ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୪ତାରିଖ ଦିନ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଜାତୀୟ ମହିଳା ଏଂଟରପ୍ଲିନେଅରସିପ୍ କାଉନ୍ସିଲ ଆନୁକୂଲ୍ୟରେ ଭୁବନେଶ୍ଵର ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମହିଳା ବାଣିଜ୍ୟ ମେଳା – ୨୦୨୫ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ  ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ବାନ ଦେଇଛନ୍ତି । ଏହି ଅବସରରେ ବାଣିଜ୍ୟ ମେଳାରେ ଅଂଶ ଗ୍ରହଣକାରୀମାନଙ୍କର ଉତ୍ସାହ ଓ ସଫଳତାକୁ ପ୍ରଶଂସା କରି ରାଜ୍ୟପାଳ ନିଜ ଉଦ୍‌ବୋଧନରେ କହିଥିଲେ ଯେ, ଆମ୍ବ ମର୍ଯ୍ୟାଦା, ସୃଜନଶୀଳତା ଓ ସାହସର ସହ ମହିଳା ଉଦ୍ୟୋଗୀମାନେ ଭାରତର ବିକାଶ କାହାଣୀର ନୂତନ ଅଧ୍ୟାୟ ଲେଖୁଛନ୍ତି | ସେମାନଙ୍କୁ ଏ ଜାତିର ଗର୍ବ ଏବଂ ଭବିଷ୍ୟତ ପୀଢ଼ି ପାଇଁ ଆଲୋକବର୍ତିକା ଭାବେ  ଅଭିହିତ କରି ଏକ ସମୃଦ୍ଧ ଏବଂ ସଶକ୍ତ ଭାରତର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ । ରାଜ୍ୟପାଳ କହିଥିଲେଯେ, ମହିଳାମାନେ ସର୍ବଦା ସ୍ରଷ୍ଟା, ଯନୁଶୀଳା ଏବଂ ସମାଜ ନିର୍ମାତା ହୋଇ ଆସିଛନ୍ତି । ଅଧୁନା,  ସେମାନେ ବ୍ୟବସାୟ, ପ୍ରଯୁକ୍ତି ବିଦ୍ୟା, ବିକାଶ ଓ...

କଣ୍ଟାବାଞ୍ଜି ରେ" ଏସ.ୟୁ.ଜେ" ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ।

Image
କଣ୍ଟାବାଞ୍ଜି ତା ୦୩/୦୫(ବ୍ୟୁରୋ ରିପୋର୍ଟ) : - ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଶନିବାର ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ବଲାଙ୍ଗୀର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ ଙ୍କ ନେତୃତ୍ବରେ  ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଗଣମାଧ୍ଯମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ,ଗାଣତାନ୍ତ୍ରିକ ସୁରକ୍ଷା ପାଇଁ ଗଣମାଧ୍ଯମ ଅହରହ ପ୍ରୟାସ କରିଥାଏ। ଏହା ଯେତିକି ପ୍ରଗତିଶୀଳ, ସକାରାତ୍ମକ ହେବ ସମାଜ ସେତିକି ସୁଦୃଢ଼ ଏବ ଉନ୍ନ‌ତ ହେବ। ଯେଉଁ ଦେଶର ଗଣମାଧ୍ଯମ ଯେତେ ମୁକ୍ତ ଓ ସ୍ବାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ। ଗଣମାଧ୍ୟମ ଯେତେ ସ୍ବାଧୀନ ଓ ସଶକ୍ତ ହେବ ଆମ ସମାଜ ସେତେ ସମୃଦ୍ଧ ହେବ। କଥାକୁ ଉପଲବ୍ଧି କରି ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ ମେ' ୩ କୁ ବିଶ୍ବ ପ୍ରେସ୍ ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଥ୍‌ଲା। ଏହି ଦିନ ଟି ଭାରତ ତଥା ସମଗ୍ର ବିଶ୍ଵରେ ଗଣମାଧ୍ୟମର ଅବଦାନକୁ ମନେ ରଖୁବା ପାଇଁ ଉତ୍ସର୍ଗୀକୃତ। ସୁସ୍ଥ ସମାଜ ଗଠନରେ ଗଣମାଧ୍ଯମର ଭୂମିକା ସମ୍ପର୍କରେ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସାମ୍ବାଦିକଙ୍କ ଗୁରୁତ୍ବ କେତେ ସଚେତନତ ତାହା ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହୋଇ ଆସୁଛି। ଗଣମାଧ୍ଯମ ଓ ସାମ୍ବାଦିକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ଦିବସ ବାର୍ଭା ପ...

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।

Image
ରାୟଗଡା ତା ୦୨/୦୫ (ବ୍ୟୁରୋ ରିପୋର୍ଟ ) :- ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ ଲକ୍ଷ୍ମୀପୁର ଗାଁ ନୂଆସାହି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଦୁଇ ଦମ୍ପତି ଙ୍କ ଆତ୍ମହତ୍ୟା ଖବର ପାଇ ଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଭଳି ହୃଦୟ ବିଦାରକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଦୁଇ ଦମ୍ପତି ହେଲେ ଶ୍ରୀୟା ବଡ଼ନାୟକ ( ୧୪ ) ଓ କେଦାର କୁସୁଲିଆ (୨୨) ଉଭୟ ୨ ବର୍ଷ ହେବ ପ୍ରେମ ବିବାହ କରିଥିଲେ। କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର ଅସ୍ପଷ୍ଟ ହୋଇଥିବା ବେଳେ ଉଭୟଙ୍କ ଘର ଲକ୍ଷ୍ମୀପୁର ଗାଁ ନୂଆସାହିର ବୋଲି ଜଣାପଡ଼ିଛି। ଏହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ସାଇଣ୍ଟିଫିକ୍ ଟିମ୍ ସହିତ ମୁନିଗୁଡା ଏସଡିପିଓ ସନ୍ତୋଷି ଓରାମ୍ ଓ ଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣା ର ଅଧିକା ତଦନ୍ତ ଆରମ୍ଭ କରିଛି ପୋଲିସ ଏହା ର ପୋଷ୍ଟମର୍ଟମ ରିପୋର୍ଟ ରେ କୁ ନେଇ କେଉଁ କାରଣରୁ ଘଟଣା ଘଟିଛି ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି।

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ।

Image
ପାଟଣାଗଡ (ବ୍ୟୁରୋ ରିପୋର୍ଟ):- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚଙ୍ଗରିଆ ଥପାପଡା ଠାରେ ଦ୍ଵିତୀୟ ବର୍ଷ ଭବ୍ୟ ଆୟୋଜନ ମଧ୍ୟରେ ଅଷ୍ଟ ପ୍ରହର ନାମଯଜ୍ଞ ମହାସମାରୋହରେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି ।ବୈଶାଖ ମାସର ୩୦ ତାରିଖ ଗୁରୁବାର ପୂର୍ଣ୍ଣ କଳଶ ସ୍ଥାପନ ସହ ଅପରାହ୍ନରେ ୩ .୩୦ ନାମରମ୍ଭ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ବର୍ଷ ନାମଯଜ୍ଞରେ ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଏଥିରେ ୭ଟି ସଙ୍କୀର୍ତ୍ତନ ଦଳ ଭବାନୀ ଶଙ୍କର ସଂକିର୍ତ୍ତନ ଦଳ ଚଙ୍ଗରିଆ, ରାଧାକୃଷ୍ଣ ମହିଳା ସଂକିର୍ତ୍ତନ ଦଳ ତରାଗାଁ , ଦନ୍ଦରାବାହାଲ ସଂକିର୍ତ୍ତନ ଦଳ, ଜୟ ମାଁ ତାରିଣୀ ମହିଳା ସଂକିର୍ତ୍ତନ ଦଳ ଚକାମାଳ, ରାଧାକୃଷ୍ଣ ସଂକିର୍ତ୍ତନ ଦଳ ଖେମେଡ ଖାର ,ଲୁହାଖାନ ସଂକିର୍ତ୍ତନ ଦଳ ଯୋଗଦେଇ ସଂକିର୍ତ୍ତନ ପରିବେଷଣ କରିଥିବା ବେଳେ ବିପିନ ମେହେର ଓ ତାଙ୍କ ଧର୍ମପତ୍ନୀ ସୈଲେନ୍ଦ୍ରୀ ମେହେର ଯଜ୍ଞ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ପଣ୍ଡିତ ଡୋଲାମଣି ରଥ ଓ ନୀଳମଣି ରଥ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଅଖଣ୍ଡ ଅଷ୍ଟପ୍ରହରୀ ନାମ ଯଜ୍ଞ ଥପାପଡା ଙ୍କ ତତ୍ତ୍ୱାବଧାନ ସହ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ନାମଯଜ୍ଞ ପରିଚାଳନା କମିଟି ସଭାପତି ଲଲିତ ବାଗ , ଗୋପିନାଥ ଦଣ୍ଡସେନା, ହେମ ସାଗର ରଥ , ନବିନ ଧରୁଆ, ସଂପାଦକ ଦୟାମୟ ଥପା, ଗୌରଚନ୍ଦ୍ର ବଗାର, ମିଥୁନ ବାଗ, ନେପାଳ ବାଗ, କ...

ସବା ତଳ ପାହାଚରେ ଥିବା ଲୋକଙ୍କ ପାଇଁ ଆମ ସରକାର ସମର୍ପିତ - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ୱର ତା ୦୧/୦୫(ବ୍ୟୁରୋ ରିପୋର୍ଟ) :- ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତିର ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ଆସୁଛନ୍ତି ଓ ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇଆସୁଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ଆମ ସରକାର ରାଜ୍ୟର ସବା ତଳ ପାହଚରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି।   ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ।  ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଦୁଇଟି ପ୍ରମୁଖ ଶ୍ରମିକ ପ୍ରତୀକ୍ଷା ସ୍ଥାନ- ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଥିଲେ। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ ଶ୍ରମଜୀବୀମାନଙ୍କ ପାଇଁ ସାମୟିକ ଆଶ୍ରୟ ସ୍ଥଳର ସୁବିଧା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କ ଆଦିର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ କଟକ, ରାଉରକେଲା, ସମ୍ବଲପୁର, କେନ୍ଦୁଝର, ବ୍ରହ୍ମପୁର ଭଳି ଅନ୍ୟ ସହରାଞ୍ଚଳ ଗୁଡିକରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ । ଏହି କେନ୍ଦ୍ର ଗୁଡିକ ଶ୍ରମଜୀବୀମାନଙ୍କ ଗରିମା ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ଏଥି ସହିତ ମ...