Posts

Showing posts from October, 2021

ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା । ରେଡ୍ ବେଳେ ଠାବ ହେଲାଣି କୋଟିକୋଟି ଟଙ୍କାର ସମ୍ପତ୍ତି । ଡୁମଡୁମାରେ ୨୫୦ଏକର ଜମିରେ ତିଆରି ହୋଇଛି ଫର୍ଣ୍ଣିଚର । ୨୦୧୯ରେ ଜମିର ମୂଲ୍ୟ ୧କୋଟି ୪୭ ଲକ୍ଷ ୬୦ ହଜାର । ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ  ୫ଟି ଘରେ ଏକକାଳୀନ ରେଡ୍ କରୁଛି ୫ଟି ଭିଜିଲାନ୍ସ ଟିମ୍ । ମିଳିଥିବା ସୂଚନାନୁସାରେ, କଳ୍ପନା ଛକରେ ଥିବା ସରକାରୀ କ୍ବାର୍ଟର, ଡୁମଡୁମାସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାରସ୍ଥିତ ଫର୍ଣ୍ଣିଚର ୱାର୍କସର୍, ପାତ୍ରପଡା ସ୍ଥିତ ସାଉଥସିଟି ବାର୍, ଖୋର୍ଦ୍ଧା ନୂଆପଡାସ୍ଥିତ ପୈତୃକ ଦୁଇ ମହଲା ବାସଭବନରେ ରେଡ୍ ଚାଲିଛି। ଚଢାଉରେ ୫ଟି ଟିମ୍‌ରେ ୨ ଜଣ ଡିଏସ୍‌ପି, ୬ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।

ସୁକିନ୍ଦାରେ ନୂତନ ତହସିଲଦାରଙ୍କ ଯୋଗଦାନ।

Image
ଯାଜପୁର( ସୁକିନ୍ଦା) :- ସୁକିନ୍ଦା ତହସିଲର ନୂତନ ତହସିଲଦାର ଭାବେ କାବେରୀ ମୁଦୁଲି ଗତ ୨୫ ତାରିଖରେ କାର୍ଯ୍ୟରେ ଯୋଗ ଦେଇଛନ୍ତି l ପୂର୍ବରୁ ଥିବା ତହସିଲଦାର ବୁଲବୁଲ ବେହେରା କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହେବାପରେ ଗତ ଜୁନ ମାସ ୨୨ ତାରିଖ ଠାରୁ ଦାନଗଦୀ ତହସିଲର ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ତହସିଲଦାର ଦାୟିତ୍ୱରେ ଥିଲେ l ସୋମବାର ସେ ନୂତନ ତହସିଲଦାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ l କାର୍ଯ୍ୟଭାର ଗ୍ରହଣ କରିବା ପରେ ନୂତନ ତହସିଲଦାରଙ୍କୁ ତହସିଲ କର୍ମଚାରୀ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ l (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

ନାଟକର ଅନ୍ତ ଘଟାଇ କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ଆଗରୁ ଜଣା ଥିଲେବି '' ମୁଁ କଂଗ୍ରେସ ଦଳ ରେ ଅଛି ଏବଂ ଆଗକୁ ରହିବି '' ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ସାଂସଦ ପ୍ରଦୀପ ମାଝୀ, ଆଶଙ୍କା ଶେଷ ହେଲା। ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା। ସେ ଦାବି ନ କରିଥିବା ସତ୍ତ୍ୱେ ତାଙ୍କୁ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା। ସଂପୃକ୍ତ ପଦପଦବୀରେ ରହି ସେ ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି। ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଲେଖିଛନ୍ତି ଯେ ଆପଣଙ୍କ ବଳିଷ୍ଠ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟ ବହୁତ ଭଲ ଭାବେ ପରିଚାଳିତ ହେଉଥିଲା। କିନ୍ତୁ ଦଳରେ ବିଭିନ୍ନ ସ୍ତରରେ ବିଶୃଙ୍ଖଳିତ ବ୍ୟକ୍ତିମାନେ

ଦୁର୍ବୁତ୍ତ ର ଗୁଳିରେ ମହିଳା ଆହାତ l

Image
ପୁରୀ(ବ୍ୟୁରୋ ରିପୋର୍ଟ ):-ଗତକାଲି ବିଳମ୍ବିତ ରାତିରେ ଦାଦା ବଟି କୁ କେନ୍ଦ୍ର କରି ଜୈନକା ମହିଳା ଗୁଳିମାଡ଼ ର ଶିକାର ହୋଇଛନ୍ତି। ଖବର ରୁ ଜଣାପଡ଼ିଛି ଯେ,କୁମ୍ଭାରପଡା ଥାନା ଅନ୍ତର୍ଗତ ଆଇ ଟି ଆଇ ଛକରେ ରହୁଥିବା ଜିତେନ୍ଦ୍ର ସାହୁଙ୍କ ଘରେ ଗତକାଲି ବିଲମ୍ବିତ ରାତିରେ ବିଜୁ ବେହେରା ନାମକ ଜୈନକ ଅସାମାଜିକ ଯୁବକ ତାର ଜଣେ ସହଯୋଗୀ ସହ ଆସି ଘର ର ଗ୍ରୀଲ କବାଟ ବାଡେଇଥିଲେ, ଜିତେନ୍ଦ୍ର ଘରର କବାଟ ନଖୋଲି ବାରୁ ଦୃବୃତ୍ତ ଜଣକ ଗ୍ରୀଲ ମଧ୍ୟ ଦେଇ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ।ମାତ୍ର ଗୁଳିଟି ଜିତେନ୍ଦ୍ର ଙ୍କ ଦେହରେ ନ ବାଜି ପାଖରେ ଥିବା ତାଙ୍କ ପତ୍ନୀ ସୁଷମା ସାହୁ ଙ୍କ ଅଣ୍ଟା ରେ ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ। ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁଷମା ଙ୍କୁ କଟକ ଏସ ସି ବି କୁ ସ୍ଥାନାନ୍ତର କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।

ବିଦ୍ୟୁତ ବିଭାଗର ଠିକା ମିଟର ରିଡର ମାନଙ୍କ ଦରମା ଵୃଦ୍ଧି ଦାବିରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା l

Image
ଯାଜପୁର :- ଜିଲ୍ଲା ର ବ୍ୟାସନଗର ଧବଳଗିରି ସ୍ଥିତ ବିଦ୍ୟୁତ ବିଭାଗର ଠିକାମିଟର ରିଡର ମାନଙ୍କ ଦରମା ଵୃଦ୍ଧି ଦାବିରେ କର୍ମଚାରୀମାନେ ବିଦ୍ୟୁତ ବିଲ ଆଦାୟ ପାଇଁ ଟେଣ୍ଡର ନେଇଥିବା ଠିକାଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଠିକା ମିଟର ରିଡର କର୍ମଚାରୀ ସଙ୍ଘର ବରିଷ୍ଠ କର୍ମଚାରୀ ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଯାଜପୁର ରୋଡ ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ୮୦ ଜଣ କର୍ମଚାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ I  ଦାବି ମୁତାବକ କର୍ମଚାରୀଙ୍କୁ ସମାନ, ଡିୟୁଟି ପାଇଁ ସମାନ ଦରମା , ପ୍ରତ୍ୟୋକ କର୍ମଚାରୀଙ୍କୁ ୧୨ ହଜାର ୫ ଶହ ଟଙ୍କାକୁ ଦରମା ବୃଦ୍ଧି ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ସେପଟେ ବିଦ୍ୟୁତ ବିଲ ଆଦାୟ ପାଇଁ ଟେଣ୍ଡର ନେଇଥିବା ବିରଜା କଣ୍ଟ୍ରକ୍ସନର ଅଧିକାରୀଙ୍କ କହିବାଅନୁଯାୟୀ କର୍ମଚାରୀଙ୍କ ଦେଇଥିବା ଦାବିପାତ୍ର ପ୍ରତି ଆଲୋଚନା ଜାରିରହିଛି ଏବଂ ଖୁବଶୀଘ୍ର ଏହାର ନିଷ୍ପତ୍ତି ନିଆଯିବ। ଏନେଇ ଯଥାଶୀଘ୍ର ଏହାର ନିଷ୍ପତିନେଇ କାର୍ଯ୍ୟକାରୀ କରିବାକୁ ବିଦ୍ୟୁତ କର୍ମଚାରୀମାନେ କହିଛନ୍ତି I 

ତାଲୁକ ଆଇନ୍ ସେବା ପ୍ରାଧୀକରଣ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର - ରବିବାର  ସ୍ଥାନୀୟ ରସଲପୁର ବ୍ଲକ ଲକ୍ଷ୍ମୀ ନଗର ପଂଚାୟତର ଲକ୍ଷ୍ମୀ ନଗର ୟୁପି ସ୍କୁଲ ଠାରେ ୧୭ ତାରିଖ ସକାଳ 10 ଘଟିକା ସମୟରେ ତାଲୁକସେବା ଆଇନ ସଚେତନତା କାର୍ଯ୍ୟ କ୍ରମ ବରିଷ୍ଠ ଆଇନ ଜୀବି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ଅତିରିକ୍ତ ଦୌରାଜଜ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ଙ୍କ ସୂଚନା ଅନୁଯାଇ କାର୍ଯ୍ୟକ୍ରମ ହୋଇଯାଇଅଛି I  ଏଥିରେ ଶ୍ରୀଯୁକ୍ତ ନନ୍ଦ କହିଥିଲେ ବେସାହାରା, ନିଷ୍ପେସିତ,ଅଭାବ ଅନାଟନ ରେ ରହୁଥିବା ବ୍ୟକ୍ତି ବିଶେଷ, ପୁତ୍ର ମାନଙ୍କ ଯନ୍ତ୍ରଣା ର ଶିକାର ଅସହାୟ ପିତାମାତା, ଦଳିତ,ଆଦିବାସୀ, ବୟସ୍କ ବ୍ୟକ୍ତିବିଶେଷ ଆଦି ଶ୍ରେଣୀର ଲୋକମାନ ଙ୍କ ପାଇଁ ମାଗଣାରେ ଆଇନ ସେବା ଯୋଗାଇଦେବା ବ୍ୟବସ୍ଥା ରହିଛି l ଏହି ସବୁ ଶ୍ରେଣୀର ବ୍ୟକ୍ତିବିଶେଷ ଆଇନ ସେବା ପାଇଁ ଆଉ ଅସୁବିଧା ର ସମ୍ମୁଖୀନ ହେବେନାହିଁ l  କାରଣ ବ୍ୟକ୍ତି ନିଜର ହକ କିଭଳି ପାଇପାରିବ ତାର ଏକମାତ୍ର ରାସ୍ତା ତାଲୁକ ଆଇନ ସେବା ବୋଲି ସୂଚନା ଦେଇଥିଲେ l ଏହିକାର୍ଯ୍ୟ କ୍ରମରେ ପାରା ଲିଗାଲ ଉଲେ ଣ୍ଡି ଅସ (PLB)ର ତପନ କୁମାର ସାହୁ ଓ ଉମାକାନ୍ତ ଦାସ ଙ୍କ ସହିତ ଲକ୍ଷ୍ମୀ ନଗର ପଂଚାୟତର ଶିଶିର କୁମାର ରଥ,ସୁବଳ ସାହୁ, ଆନନ୍ଦ ସାହୁୁ,କାଶୀନାଥ ସାହୁ, ନଣ୍ଡା ସାହୁ, କୁନା ସାହୁ, ତପନ ସାହୁ,ସଦନନା ସାହୁୁ,ବାବା ଜଗନାଥ ଦାସ,ଅସିତ ଦାସ,

ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ସାଇକେଲ ବୋଝେଇ ୫୦ କେଜି ରୁ ଉର୍ଦ୍ଧ ଗୋମାଂସ ଜବଦ I

Image
  ଯାଜପୁର - ଜିଲ୍ଲା ର ଯାଜପୁର ରୋଡ ଥାନା ଅଧିନସ୍ଥ ରୟାଲ କଳିଙ୍ଗ ହୋଟେଲ ସାମ୍ନାରୁ ପ୍ରାୟ ୫୦ କେଜି ରୁ ଉର୍ଦ୍ଧ ଗୋମାଂସ ଜବତ କରିଛି ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ l ଏହି ଗୋମାଂସ କୋରାଇ ଅଞ୍ଚଳରୁ ଆଣି ଯାଜପୁର ରୋଡ ଅହମ୍ମଦ ନଗରରେ ଯୋଗାଇଦେବାକୁ ଆସିଥିବା ଚାଲାଣକାରୀ ଏସ.କେ ଗାନ୍ଧୀ କହିଛନ୍ତି I  ସୂଚନା ମୁତାବକ ଏହି ଗୋମାଂସ ଦୀର୍ଘଦିନରୁ କାର ଦ୍ୱାରା ଚାଲାଣ ହୋଇ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ଧାରାପଡୁଥିଲା I ତେଣୁ ଏଥିରୁ ବଞ୍ଚିବାକୁ ଯାଇ ଆଜି ସାଇକେଲ ଦ୍ୱାରା ଅଭିନୟ ଉପାୟରେ ଏହି ଗୋମାଂସ ଚାଲାଣ କରାଯାଉଥିଲା I ବିଶେଷ ସୁତ୍ରରୁ ଆଜି ସକାଳୁ ଏହି ଖବରପାଇ  ବଜରଙ୍ଗ ଦଳ କର୍ମୀମାନେ ଅଟକ ରଖିଥିଲେ l ଗୋମାଂସ ଚାଲାଣ କାରୀ ଏସ୍ କେ ଗାନ୍ଧୀ କୁ ଯାଜପୁର ରୋଡ ପୋଲିସ କୁ ହସ୍ତାନ୍ତର କରିଥିଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା I  ଏନେଇ ବଜରଙ୍ଗ ଦଳ ସଂଯୋଜକ ସୁଶୀଲ କୁମାର ମଲିକଙ୍କ ସହ ସଂଗଠନର କର୍ମକର୍ତ୍ତାମାନଙ୍କ ପକ୍ଷରୁ ଏକ ଏତଲା ଯାଜପୁର ରୋଡ଼ ଥାନା ରେ ଦିଆଯାଇଛି I ଏହି ଗୋମାଂସ ଚାଲାଣ କାରୀ ବ୍ୟକ୍ତି ଜଣଙ୍କ କୋରାଇ ଅଞ୍ଚଳର କଂସେଇ ସାହିର ଏସ.କେ ଗାନ୍ଧୀ ବୋଲି ଜଣାପଡିଛି l ସେପଟେ ଏତଲା ଆଧାରରେ ଯାଜପୁର ରୋଡ ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଏହି କାର୍ଯ୍ୟକ୍ରମରେ କୋରେଇ ଓ ବ୍ୟାସନଗର ଅଂଚଳର ଶତାଧିକ ବଜରଙ୍ଗ ଦଳର କାର୍ଯ୍ୟକର୍ତାମାନେ ଯ

୭୬ ବର୍ଷରେ ପାଦ ଥାପିଲେ ନବୀନ : ବିଭିନ୍ନ ମହଲରୁ ଶୁଭେଚ୍ଛା, ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ I

Image
ଭୁବନେଶ୍ଵର : - ୭୬ ବର୍ଷରେ ପାଦ ଥାପିଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଣଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ମନ୍ତ୍ରୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ନବୀନଙ୍କୁ ଶୁଭ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଏହାସହ ମୋଦୀ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଧର୍ମେନ୍ଦ୍ର ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଜନ୍ମ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୪୬ରେ ଜନ୍ମିତ ନବୀନ ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ପୂର୍ବରୁ ନବୀନଙ୍କ ଜନ୍ମଦିନକୁ ବିଜେଡି କର୍ମୀ ମାନେ ବେଶ ଧୂମଧାମରେ ପାଳନ କରୁଥିଲେ । ନବୀ

ଯାଜପୁର, କୋରାଇ ବ୍ଲକରେ ପାରମ୍ପରିକ ଦଶହରା ପର୍ବ ପାଳିତ ହୋଇଯାଇଛି l

Image
ଯାଜପୁର :- ସାରା ଦେଶରେ ଦଶହରା ପର୍ବ ଫିକା ହୋଇ ଯାଇଛି, ଏବଂ ପରମ୍ପରାର କୁ ବଜାଇ ରଖି ଯଥା ବିଧି ଅନୁସାରେ ସରକାରଙ୍କ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କୋରେଇ ବ୍ଲକ ଅନ୍ତର୍ଗତ କରଦା ସାହୁସାହିର ଦୀର୍ଘ ଶହଶହ ବର୍ଷର ପରମ୍ପରାକୁ ପାଥେୟ କରି ଆଜି ଗ୍ରାମବାସୀ ମାନଙ୍କ ଦ୍ୱାରା ଦଶହରା ବଳଦ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।  ଏହି ପର୍ବରେ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗଦେଇ ବାଦ୍ୟ, କୀର୍ତ୍ତନର ତାଳେ ତାଳେ ବଳଦ ମାନଙ୍କୁ ସୁସଜ୍ଜିତ କରି ସ୍ଥାନୀୟ ରାଧାକୃଷ୍ଣ ମଠ ନିକଟକୁ ଆଣିଥିଲେ। ଏଠାରେ ପୂଜ୍ୟପୂଜାର ପରମ୍ପରା ଅନୁସାରେ ଗୋମତାଙ୍କୁ ପୂଜା କରାଯାଇ ଖାଦ୍ୟ ଅର୍ପଣ କରାଯାଇ ବଳଦ ଦୌଡ଼ର ଆୟୋଜନ କରାଯାଇଥିଲା।  ଏହି ଉତ୍ସବରେ ଗ୍ରାମର ମୁରବୀ ଅଭିରାମ ସାହୁ, ଚନ୍ଦ୍ରମଣି ସାହୁ, କାର୍ତିକ ସାହୁ, ନିରଞ୍ଜନ ସାହୁ, କୀର୍ତିଚନ୍ଦ୍ର ସାହୁ, ସଦାନନ୍ଦ ସାହୁ, କୁନା ସାହୁ, ଅଭିମନ୍ୟୁ ସାହୁ, ଅନନ୍ତ ସାହୁ, ଦୁର୍ୟୋଧନ ସାହୁ, ବିଷ୍ଣୁ ସାହୁ, ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।

ପୁରୀ ବଳିଆପଣ୍ଡା ରୁ ୨୫୦ଗ୍ରାମ ବ୍ରାଉନ ସୁଗର ଜବଦ I

Image
ପୁରୀ(ବ୍ୟୁରୋ ରିପୋର୍ଟ ):- ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡାଙ୍କ ନେତୃତ୍ୱରେ ପୁରୀ ପୋଲିସ ର ଏସ ଟି ଏଫ୍ ସ୍ଥାନୀୟ ବଳିଆପଣ୍ଡା ଅଞ୍ଚଳରେ ଅତର୍କିତ ଚଢ଼ାଉ କରି  ୨୫୦ ଗ୍ରାମ ବ୍ରାଉନ ସୁଗର ଜବଦ କରିବା ସହ ପୁରୀରେ ବେଆଇନ ଭାବେ ବ୍ରାଉନ ସୁଗର ଚୋରା କାରବାର ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି। ଏହି ସମସ୍ତ ପାଞ୍ଚ ଅଭିଯୁକ୍ତ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ହେଲେ ,ଧୀରେନ୍ଦ୍ର ସାହୁ ଓରଫ ଟୁଟୁ(୪୦), ସୁବ୍ରତ ଖୁଣ୍ଟିଆ ଓରଫ ବବୁଲ(୨୩) , ମାଧବ ମଣ୍ଡଳ ଓରଫ ସନା(୨୮) ,ଆଦିତ୍ୟ ନାରାୟଣ ସ୍ୱାଇଁ ଓରଫ ଆଦି(୨୮) ,ଓ ସୁରଜ ପରିଡା ଓରଫ ଗୁଡୁ(୨୧)। ଚଢ଼ାଉ ସମୟରେ ଏମାନଙ୍କ ଠାରୁ ପୋଲିସ ୧୧ ଟି ସେଲ ଫୋନ, ୨ ଟି ଏଟିଏମ କାର୍ଡ ,ଗୋଟିଏ ମୋଟର ସାଇକେଲ ,ଗୋଟିଏ ଚାରି ଚକିଆ ଯାନ ଓ ନଗଦ ୫ହଜାର ଟଙ୍କା ମଧ୍ୟ ଜବତ କରିଥିବା ଜଣାପଡିଛି।

ରାଜଧାନୀରେ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ): - ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। କେତେକ ଯୁବକ ଯୁବ କଂଗ୍ରେସ ଅଫିସ୍‌ ତାଲା ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଛି। ଅଫିସ୍‌ ଭିତରେ ଥିବା ଚେୟାର, ଟେବୁଲ ଓ ଆସବାବପତ୍ର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ଅଛନ୍ତି? କାହିଁକି ଏଭଳି ଭଙ୍ଗାରୁଜା କରିଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, “କଂଗ୍ରେସ ଭବନରେ ଭଙ୍ଗାରୁଜା ହେବା ଏକ ଚିନ୍ତା ଜନକ କଥା। କିଏ କଂଗ୍ରେସ ଭବନ ଭିତରେ ପଶିଲା? ତାହାର ତଦନ୍ତ ହେବା ଦରକାର। ମିଳିଥିବା ସୂଚନା ମୁତାବକ, ମୁହଁ ମୁଖା ଓ ହାତରେ ଗ୍ଲୋବ ପିନ୍ଧି ଅଫିସ୍‌ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆକ୍ରମଣକାରୀମାନେ ତାଙ୍କ ପରିଚୟ ଦେବାକୁ ଭୟ କରୁଛନ୍ତି। କେବଳ ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗା ଯାଇନି। କଂଗ୍ରେସ ଅଫିସ୍‌କୁ ମଧ୍ୟ ଭଙ୍ଗା ଯାଇଛି।” କଂଗ୍ରେସ ନେତା ନିହାର ରଞ୍ଜନ ବେହେରା କହିଛନ୍ତି-“କଂଗ୍ରେସ ଭବନ ହେଉଛି ଆମ ପାଇଁ ମନ୍ଦିର। ଏହା ଭିତରେ ପଶି ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗିଲା କିଏ? ବିଜେପି ଓ ବିଜେଡିର ସା

ଖୁବଶୀଘ୍ର ପିଲାଙ୍କ ପାଇଁ ଆସିବ କରୋନା ଟିକା ।

Image
( ବ୍ୟୁରୋ ରିପୋର୍ଟ) : - ଖୁବଶୀଘ୍ର ୨ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ଆରମ୍ଭ କରାଯିବ । ଏନେଇ ଏକ ସଙ୍କେତ ମିଳିଛି, ଯେତେବେଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ବ୍ୟବହାର କରିବା ପାଇଁ ବୈଷୟିକ କମିଟି ସୁପାରିଶ କରିଛି । କ୍ଲିନିକାଲ ଟ୍ରାଏଲର ତଥ୍ୟକୁ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯିବା ପରେ ସେଂଟ୍ରାଲ ଡ୍ରଗ୍ସ ଷ୍ଟାର୍ଣ୍ଡାଡ କଂଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଏହାକୁ ଏକ ଏକ୍ସପର୍ଟ କମିଟି ଅନୁଧ୍ୟାନ କରିଥିଲେ । ଏଥିରୁ ଏକ ସକାରାତ୍ମକ ସୂଚନା ଆସିଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଅନୁସାରେ ବିଶ୍ୱରେ ପ୍ରଥମ ଥର ୨ରୁ ୧୮ବର୍ଷ ବର୍ଗ ପିଲାଙ୍କ ପାଇଁ ଟିକାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ପରବର୍ତୀ ସମୟରେ ଅନ୍ୟ ଅନୁମତି ହାସଲ କରିବା ଉପରେ ନଜର ରହିବ । ଖୁବଶୀଘ୍ର ଏହା ଛୁଆଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି । ବଡ କଥା ହେଉଛି ବୈଷୟିକ କମିଟିର ସୁପାରିଶ ସତ୍ୱେ ମଧ୍ୟ ଏହାକୁ ଛୁଆଙ୍କ ଶରୀରରେ ଏବେ ପ୍ରୟୋଗ କରାଯିବ ନାହିଁ । ଏଥିପାଇଁ ଡିସିଜିଆଇର ଚୂଡାନ୍ତ ଅନୁମତି ଆବଶ୍ୟକ । କେନ୍ଦ୍ର ସ୍ୱାସ୍ଥ୍ୟରାଷ୍ଟ୍ର ମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ଅନୁସାରେ କୋଭାକ୍ସିନ ଟିକାକୁ ଡିସିଜିଆଇର ଅନୁମତି ଦିଆଯାଇ ନାହିଁ । ସେ କହିଛନ୍ତି ଯେ, ଛୋଟ

ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଳା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ l

Image
ଯାଜପୁର - ଜିଲ୍ଲାର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ର ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଜ୍ଯ ସ୍ୱାଧୀନତା ସଂଗ୍ରାମ ସମିତି ର ସଭାପତି ତଥା ବର୍ଷିୟାନ୍ ସ୍ଵାଧୀନତା ସଂଗ୍ରାମୀ ନୀଳମଣି ସାମଲ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l  ସାମ୍ବାଦିକମାନେ ଦେଶର ଜାଗ୍ରତ ପ୍ରହରୀ ତେଣୁ ସେମାନଙ୍କୁ ସରକାର ସ୍ଵାଭାବିକ ଭାବେ ପରିଚିତ କରାଇ ସେମାନଙ୍କ ସୁରକ୍ଷା ପାଇଁ ଆଇନ୍ ତିଆରି କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସଭାରେ ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଛନ୍ତି l ଅନ୍ତରାଷ୍ଟ୍ରୀୟ ସ୍ତରରେ ସାମ୍ବାଦିକ ନୋବେଲ୍ ପୁରସ୍କାର ବିଜେତା ହେଉଥିବା ବେଳେ ଆମ ଦେଶରେ ବିଶେଷ କରି ରାଜ୍ୟରେ ସାମ୍ବାଦିକମାନଙ୍କୁ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି l  ତେଣୁ ଜନସାଧାରଣ ଙ୍କ ସୁବିଧା ଅସୁବିଧା ବିଷୟରେ ଅଧିକ ସୂଚନା ଦେବା ପାଇଁ ସାମ୍ବାଦିକଙ୍କ ମନରେ ସେତେଟା ଆଗ୍ରହ ପ୍ରକାଶ ପାଉନାହଁ l ଯାହାଦ୍ଵାରା ସରକାରୀ ସ୍ତରରେ ବିଭିନ୍ନ ପ୍ରକାରର ଅସାଧୁ କର୍ଯ୍ୟ ବୃଦ୍ଧିପାଇବାରେ ଲାଗିଛି, ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି l ସରକାର ସାମ୍ବାଦିକ ଙ୍କ ସୁରକ୍ଷା ଓ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ହୁଏ

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଦିଗପହଣ୍ଡି ଗ୍ରସ୍ତ ଓ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାନ୍ୟବର ବାଚସ୍ପତି, ଓଡିଶା ବିଧାନସଭା ଡଃ.ସୂର୍ଯ୍ୟ ନାରାୟଣ ପାତ୍ର  ଗୋକର୍ଣ୍ଣପୁର ପଞ୍ଚାୟତ, ଦିଗପହଣ୍ଡି ଅନ୍ତର୍ଗତ ମା ଚାମୁଣ୍ଡେଶ୍ୱରୀ ମନ୍ଦିର , ଗୌଡ଼ଗାଁ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗାଁ ଓ ଦଉଣୀ ଓ ଭ୍ରମରପୁର ଅନ୍ତର୍ଗତ ନାରାୟଣପୁର, ଗୋପୀନାଥପୁର ଏବଂ ନାରାୟନପୁର ଖ୍ରୀଷ୍ଟିଆନ ସାହି ଓ ଆଦିବାସୀ ବହୁଳ ଗୁମ୍ମା ଗ୍ରାମ ପରିଦର୍ଶନରେ ଯାଇଥିଲେ |  ସେ ଗୋକର୍ଣ୍ଣପୁର ପଞ୍ଚାୟତରେ ଏକ ବିରାଟ ପାର୍କ, ସୋଇଟି ଗୃହ ଦିଗପହଣ୍ଡରେ ମନ୍ଦିର ରାସ୍ତା, ଗୌଡ଼ଗାଁ ରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ, ହାଇସ୍କୁଲର ସ୍ମାର୍ଟ କ୍ଲାସ, ଅଙ୍ଗନବାଡ଼ି ଗୃହ, ଦଉଣୀ ଠାରେ ଆଦର୍ଶ ପୋଖରୀ, କଲ୍ୟାଣ ମଣ୍ଡପ ଓ ଶିବ ମନ୍ଦିର ପରିଦର୍ଶନ କରିଥିଲେ l  ନାରାୟଣପୁରରେ କମୁନିଟି ହଲ, ରାଧାକୃଷ୍ଣ ମନ୍ଦିର ପରିଦର୍ଶନ, ଖ୍ରୀଷ୍ଟିଆନ ସାହି ଠାରେ କମୁନିଟି ହଲ, ଗୋପୀନାଥପୁର ଠାରେ ଯୁବକ ସଂଘ ଅଫିସ ଓ ଜଗନ୍ନାଥ ମନ୍ଦିର ପରିଦର୍ଶନ ଓ ଗୁମ୍ମା ଠାରେ କଲ୍ୟାଣ ମଣ୍ଡପ ଓ କମୁନିଟି ହଲ ଉଦ୍ଘାଟନ କରିଥିଲେ ହଜାର ହଜାର ସଂଖ୍ୟାରେ ଯୁବକ, ଛାତ୍ର, ମହିଳା, ଆଦିବାସୀ ଓ ଚାଷୀମାନେ ପ୍ରତ୍ୟକ ଗ୍ରାମରେ ମାନ୍ୟବର ବାଚସ୍ପତି ଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ ଓ ତାଙ୍କ ସହିତ ବୁଲିଥିଲେ |

ଆଇଚର ଟ୍ରାକ୍ଟର କମ୍ପାନୀର ୫ ଟି ନୂଆ ମୋଡେଲ ଲଞ୍ଚ ହୋଇଛି l

Image
ଯାଜପୁର :- ଜିଲ୍ଲାର ବ୍ୟାସନଗର ସହର ଅଧିନସ୍ଥ ସୁବାଷ କମ୍ବାଇନ୍ସର ଆନୁକୂଲ୍ୟରେ ଆଇଚର ଟ୍ରାକଟରର ପାଞ୍ଚୋଟି ମଡେଲ 380, 480, 551, 557 ଓ 650 ଭଳି ମଡେଲ ସହରରେ ପ୍ରବେଶ କରିଛି l ଏହି ଆଇଚର ଟ୍ରାକଟର କମ୍ପାନୀ ଦୀର୍ଘ ୬୦ ବର୍ଷଧରି ଭାରତରେ ଉପଯୁକ୍ତ ସେବା ଓ ଲୋକପ୍ରିୟତା ହାସିଲ କରିପାରିଛି l  କମ୍ପାନୀର ଏହି ନୂତନ ମଡେଲକୁ ଓଡ଼ିଶାର ଲୋକପ୍ରିୟ ମଡେଲିଂ ଷ୍ଟାର୍ ବୈଶାଳୀ ମହାପାତ୍ର ଲୋକାର୍ପଣ କରିଥିଲେ l ସୁଭାଷ କମ୍ବାଇନ୍ସ ତରଫରୁ ଆଇଚର କମ୍ପାନୀକୁ ୪ ବର୍ଷ ମଧ୍ୟରେ ବେଶ ମୁନାଫା ସହ ସେବା ଦେଇ ରାଜ୍ୟରେ ଦ୍ୱିତୀୟ ସ୍ଥାନର ଯୋଗ୍ୟତା ହାସଲ କରିଛି l  ଆଇଚର ଟ୍ରାକ୍ଟର କୃଷି କ୍ଷେତ୍ରରେ ହେଉ ଅବା ଅନ୍ୟାନ୍ୟ କ୍ଷେତ୍ରରେ ଦୀର୍ଘ ୬୦ ବର୍ଷ ସଦାସର୍ବଦା ଉପଯୁକ୍ତ ସେବା ଓ ଲୋକପ୍ରିୟ ହୋଇ ପାରିଛି ବୋଲି କୃଷକ ମାନେ କହନ୍ତି l  ଏହି କାର୍ଯ୍ୟକ୍ରମରେ ଆଇଚର କମ୍ପାନୀର ମୁଖ୍ୟ ରାଜ୍ୟ ପ୍ରବନ୍ଧକ  ପ୍ରକାଶ ଶର୍ମା, ସୁବାଷ TVS ଏବଂ ସୁବାଷ କମ୍ବାଇନ୍ସର ଆଇଚରରମୁଖ୍ୟ ସୌଭାଗ୍ୟ ପଟ୍ଟନାୟକ, ଏରିଆ ମ୍ୟାନେଗାର ବଟକିଶୋର ସ୍ୱାଇଁ, ସର୍ଭିସ ଇଂଜିନିୟର ସୁଧାଂଶୁ ଶେଖର ପାଲ ଓ TVS ପରିବାର ଓ ଆଇଚର କମ୍ବାଇନ୍ସ ପରିବାରର ରିଟେଲର ସୁଧାଂଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅଞ୍ଚଳର ୨୦ ବର୍ଷରୁ କମ୍ପାନୀ ସହ ଯୋଡିହୋଇ ରହିଥିବା କୃଷକ ମାନଙ୍କୁ ଫୁଲତୋଡ଼ା ଓ ସାନ୍ତୁନାମୂଳକ ପୁରସ୍କୃତ କର

ଆମ ଓଡ଼ଗାଁ ସଂଗୀତ କ୍ୟାସେଟ୍ ଲୋକାର୍ପିତ l

Image
ଓଡ଼ଗାଁ(ବ୍ୟୁରୋ ରିପୋର୍ଟ) :-  ଓଡ଼ଗାଁସ୍ଥିତ ରାଧାମାଧବ ମନ୍ଦିର ପରିସରରେ ବରିଷ୍ଠ କବି ତଥା ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ୱାଜ )ଙ୍କ ରଚିତ "ଆମ ଓଡ଼ଗାଁ" ନାମକ ଏକ କ୍ୟାସେଟ୍ ଲୋକାର୍ପଣ କରାଯାଇଛି I ଅଶୋକ କୁମାର ସାହୁ ଉକ୍ତ କ୍ୟାସେଟର ସଂଗୀତ ପରିଚାଳନା କରିଥିବା ବେଳେ କଣ୍ଠଦାନ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ।ଲୋକାର୍ପଣ ଉତ୍ସବରେ ବ୍ୟଙ୍ଗକବି ଭାବଗ୍ରାହୀ ମହାପାତ୍ର,କବି ଶରତଚନ୍ଦ୍ର ଷଡ଼ଙ୍ଗୀ,ଦୂତିକୄଷ୍ଣ ମିଶ୍ର, କବି ତଥା କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ,ଯଶୋବନ୍ତ ପଟ୍ଟନାୟକ, ରମାକାନ୍ତ ପ୍ରଧାନ, ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର, ସମାଜସେବୀ ଅରୁଣ କୁମାର ସାହୁ,କବୟତ୍ରୀ ପ୍ରଭାତି ପଟ୍ଟନାୟକ, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗୀତଟି ଓଡ଼ଗାଁ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରି, ଦର୍ଶକୀୟ ଆଦୄତି ପାଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି। ଉଭୟ ଗୀତିକାର ଓ କଣ୍ଠଶିଳ୍ପୀ ଉପସ୍ଥିତ ରହି ସମସ୍ତଙ୍କୁ ହାର୍ଦ୍ଦିକ କୄତଜ୍ଞତା ଜଣାଇଛନ୍ତି।

ଓଡ଼ିଶାର ଭୌଗୋଳିକ ଅବସ୍ଥିତି ଓ ଧାର୍ମିକ ପରିସଂସ୍ଥା l

Image
(ବ୍ୟୁରୋ ଇନପୁଟ୍): - ଭାରତ୍ ରେ ବିଭିନ୍ନ ରାଜ୍ୟର ପରମ୍ପରା ଓ ସଂସ୍କୃତି ଭିନ୍ନଭିନ୍ନ l ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ ଟି ରାଜ୍ୟ ମଧ୍ୟରୁ ଓଡିଶା ( ଓଡ଼ିଶା) ଅନ୍ୟତମ। ଏହା ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ , ପଶ୍ଚିମରେ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ଦକ୍ଷିଣ-ପଶ୍ଚିମ ଦିଗରେ ଘେରି ରହିଛି। ୨୦୦୧ ଜନଗଣନା ଅନୁଯାୟୀ ଓଡ଼ିଆ ହେଉଛି ସରକାରୀ ତଥା ବହୁଚର୍ଚ୍ଚିତ ଭାଷା, ଯାହା ୩୩.୨ ନିୟୁତ ଲୋକଙ୍କ ଦ୍ୱାରା କଥିତ। ଆଧୁନିକ ରାଜ୍ୟ ଓଡ଼ିଶା ୧ ଏପ୍ରିଲ ୧୯୩୬ ରେ ବ୍ରିଟିଶ ଭାରତର ଏକ ପ୍ରଦେଶ ଭାବରେ ପ୍ରତିଷ୍ଠିତ ହୋଇଥିଲା ଏବଂ ମୁଖ୍ୟତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା।   ତେଣୁ ଏପ୍ରିଲ୍ ୧ କୁ ଓଡ଼ିଶା ଗଠନ ଦିବସ ଭାବରେ ପାଳନ କରାଯାଏ | ଏହାର ଦୀର୍ଘ ଇତିହାସରେ ଓଡ଼ିଶାରେ ଧର୍ମ ବିଶେଷ ଭାବରେ ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମର ପରମ୍ପରା ରହିଆସିଛି। ଅଶୋକା କାଲିଙ୍ଗା (ଭାରତ) କୁ ପରାସ୍ତ କରି ରାଜ୍ୟରେ ବୌଦ୍ଧ ଧର୍ମକୁ ଏକ ପ୍ରମୁଖ ଧର୍ମ ଭାବରେ ପରିଣତ କଲେ l ଯାହା ଦ୍ୱାରା ବହୁ ସ୍ତୁପ ଏବଂ ବୌଦ୍ଧ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଖାରବେଲାଙ୍କ ଶାସନ କାଳରେ ଜୈନ ଧର୍ମ ପ୍ରତିଷ୍ଠିତ ହୋଇଥିଲା। ତଥାପି ୯ମ ଶତାବ୍ଦୀର ମଧ୍ୟଭାଗରେ ହିନ୍ଦୁ ଧର୍ମର ପୁନର୍ଜୀବନ ଦେଖାଗଲା l  ସେହିଭଳି ମୁକେଶ୍ୱର, ଲିଙ୍ଗରାଜ, ଜଗନ୍

ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା l

Image
ଯାଜପୁର (ଦାନଗଦି) :-ତା 2।11 ।21 ରିଖ ସ୍ଥାନୀୟ ରାଛିପୁର ସ୍ଥିତ ଯୁଝପଦା ଉଚ୍ଚ ବିଦ୍ୟାଳୟରେ ଇକୋକ୍ଲବ ଆନୁକୁଲ୍ୟରେ କୋଭିଡ ନିୟମ ଅନୁପାଳନ ପୂର୍ବକ ମାର୍ଗଦର୍ଶକ ଶିକ୍ଷକ ରାଜୀବ ଲୋଚନ ରାଉତ ଙ୍କ ତତ୍ତ୍ଵାବଧାନରେ ଓ ଶିକ୍ଷକ ଅଶୋକ ସାହୁ ଙ୍କର ସହଯୋଗରେ ସଭ୍ଯ ସଭ୍ଯା ମାନେ ବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟ ରେ ଯୋଗ ଦେଇଥିଲେ ।ଗାନ୍ଧୀ ଫଟୋ ଧରି ରାମଧୁନ ଗାନ କରି କରି ଗାଆଁ ପରିକ୍ରମା କରିଥିଲେ । ହେମଲତା ଖୁଣ୍ଟିଆ, ମମତା ଦାଶ, ସବିତା ଦେହୁରୀ, ପ୍ରତିଭା ପାତ୍ର ପ୍ରମୁଖ ଶିକ୍ଷୟିତ୍ରୀ ତଥା ବିଦ୍ଯାଧର ମହଲ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ।  ଏଥିରେ ଅଭିଜିତ ମଲ୍ଲିକ, ଅକ୍ଷୟ ସାହୁ, ବିଜୟ ସାହୁ,  ସୁଭମ ବାରିକ, ସତ୍ଯ ରଂଜନ ସାହୁ, ରାହୁଲ ମଲ୍ଲିକ, ଆକାଶ ତରାଇ, ସୁବ୍ରତ ସାମଲ, ସନ୍ଦୀପ କୁମାର ରାଉତ, ଅଭିଷେକ ଦଳାଇ, ସୁଭମ ଦେହୁରୀ, ଅର୍ପିତା ସାହୁ, ଅଙ୍କିତା ବିଶ୍ବାଳ, ଶ୍ରାବଣୀ ବାରିକ, ସୁନୟନା ସେଠୀ, ନିବେଦିତା ଦାସ, ଅନ୍ନପୂର୍ଣ୍ଣା ସାହୁ, ସୀମା ଦାସ, ତପିତା ଓଝା, ସୌମ୍ୟାଶ୍ରୀ ଜେନା, ସ୍ବାତୀପ୍ରିୟା ସାହୁ, ସର୍ମିଷ୍ଠା ପଣ୍ଡା, ସୁନୀତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।           ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନାରାୟଣ ନାୟକ ସଭାପତିତ୍ବ କରିଥିଲେ । ଗାନ୍ଧି ଓ ଶାସ୍ତ୍ରୀ ଙ୍କ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଶେଷରେ ସୁକା

ଦେଶ ଓ ରାଜ୍ୟରେ ପାଳିତ ହୋଇଯାଇଛି ମହାତ୍ମାଗାନ୍ଧୀ ଙ୍କ ଜନ୍ମ ବାର୍ଷିକୀ l

Image
                ଭାରତ ର ରାଷ୍ଟ୍ରପତି  ବ୍ୟୁରୋ ରିପୋର୍ଟ : - ଆଜି (୨ ଅକ୍ଟୋବର) ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ରାଜଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ସମାଧି ପୀଠରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ ଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅନେକ ଯୋଜନା ଆରମ୍ଭ କରିଛନ୍ତି । ଆଜି ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରାମ ପଞ୍ଚାୟତ ଏବଂ ଜଳ କମିଟି ସହିତ ମଧ୍ୟ ଆଲୋଚନା କରିଛନ୍ତି ।                 ଭାରତର ପ୍ରଧାନମନ୍ତ୍ରୀ  ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । ପୂଜ୍ୟ ବାପୁଙ୍କ ଜୀବନ ଏବଂ ଆଦର୍ଶ ଦେଶର ପ୍ରତ୍ୟେକ ପିଢୀକୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ । .                ରାଜ୍ୟପାଳ ଓଡ଼ିଶା  ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ‘ତାଙ୍କ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ

କରୋନା କୁ ମାତ୍ ଦେବାକୁ , ବଜାରକୁ ଅସୁଛି କୋଭିଡ଼ ବଟିକା l

Image
(ବ୍ୟୁରୋ ରିପୋର୍ଟ ):-  ଆସୁଛି କୋଭିଡ୍‌ ବଟିକା। ଖୁବ୍ ଶୀଘ୍ର ଉପଲବ୍ଧ କରାଇବା ପାଇଁ ଚାଲିଛି ପ୍ରୟାସ l କୋଭିଡ୍‌କୁ ହରାଇବାକୁ ଟିକା ଉପରେ ଫୋକସ ଥିବା ବେଳେ ପ୍ରସ୍ତୁତ ହେଲାଣି କୋଭିଡ୍‌ ବଟିକା। ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ ପିଲ୍‌ ନିର୍ମାଣ କରିଛି। ଏହାର ନାଁ ରହିଛି ମୋଲ୍‌ନୁପିରାଭିର। କମ୍ପାନୀର ଦାବି ଏହି ପିଲ୍‌ ଦ୍ୱାରା ରୋଗୀଙ୍କ ମୃତ୍ୟୁ ଓ ହସ୍ପିଟାଲରେ ଆଡମିଟ୍‌ ହେବା ଭଳି ଆଶଙ୍କାକୁ ୫୦ ପ୍ରତିଶତ କମାଇ ଦେବ। ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଅନ୍ତରୀଣ ସମୀକ୍ଷା ପରେ ଏହି ଦାବି କରିଛି କମ୍ପାନୀ। କମ୍ପାନୀ ସୂଚନା ମୁତାବକ ମୋଲ୍‌ନୁପିରାଭିର ବଟିକା ଖାଇଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୭.୩ ପ୍ରତିଶତ ହସ୍ପିଟାଲ ଚିକିତ୍ସା ପାଇଁ ଯାଇଥିଲେ କିମ୍ବା ମୃତ୍ୟୁ ହୋଇଥିଲା। ସେପଟେ ପରୀକ୍ଷଣରେ ଯେଉଁମାନେ ପ୍ଲାସିବୋ ଜରିଆରେ ଚିକିତ୍ସିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୪.୧ ପ୍ରତିଶତ ହସ୍ପିଟାଲ ଯାଇଥିଲେ କିମ୍ବା ମୃତ୍ୟୁ ହୋଇଥିଲା। ଖୁବଶୀଘ୍ର ମୋଲ୍‌ନୁପିରାଭିରର ଜରୁରୀକାଳୀନ ବ୍ୟବହାର ଲାଗି ଆମେରିକା ଏଫ୍‌ଡିଏର ଅନୁମତି ଲୋଡିବ କମ୍ପାନୀ। ଯଦି ଅନୁମତି ମିଳେ ତେବେ କୋଭିଡ୍‌ ଚିକିତ୍ସାରେ ମୋଲନୁପିରାଭିର ବିଶ୍ୱର ପ୍ରଥମ କୋଭିଡବଟିକା ହେବ। କେବଳ ମର୍କ ନୁହଁ, ଆମେରିକାର ଫାଇଜର ଏବଂ ସ୍ୱିସ୍‌ ଫାର୍ମାଚ୍ୟୁଟିକାଲ କମ୍ପାନୀ ରୋଚେ ମଧ୍ୟ କୋଭିଡ୍‌ ପିଲ୍‌ ତିଆରି କରୁଛନ୍ତି ।

ଜମି ବିବାଦକୁ ନେଇ ପରିବାର ମଧ୍ୟରେ କଳହ,ପୁତୁରାର ଧାରୁଆ ଦା' ଚୋଟରେ ଦାଦା ଆହତ ।

Image
ଯାଜପୁର: - ସୁକିନ୍ଦା ଥାନା ଅନ୍ତର୍ଗତ ଗନ୍ଧାପାଳ ଗ୍ରାମରେ ପୁତୁରାର ଧାରୁଆ ଦା' ଚୋଟରେ ଦାଦା ଆହତ ଘଟଣାରେ ସୁକିନ୍ଦା ଥାନାର ଦ୍ୱାରସ୍ଥ ହେଲେ ଦାଦା । ସୂଚନା ମୁତାବକ ଶୁକ୍ରବାର ଦିବା ୯ ଘଟିକା ସମୟରେ ଗନ୍ଧାପାଳ ଗ୍ରାମର ରଘୁନାଥ ବେହେରା ଗ୍ରାମ ପାଖ ନିଜ ବିଲକୁ ପାଣି ବନ୍ଧେଇବା ପାଇଁ ଯାଇଥିବା ବେଳେ ବିଲରେ ପାଣି ମଡେଇବାକୁ ନେଇ ରଘୁନାଥଙ୍କର ନିଜ ପୁତୁରା ପୂର୍ଣଚନ୍ଦ୍ର ବେହେରାଙ୍କ ସହିତ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା l  ପୂର୍ଣ୍ଣଚନ୍ଦ୍ର ରାଗର ବଶବର୍ତ୍ତୀ ହୋଇ ରଘୁନାଥ ବେହେରା ଙ୍କୁ  ଧାରୁଆ ଦା'ରେ ଆକ୍ରମଣ କରିଥିଲେ l ବୃଦ୍ଧ ରଘୁନାଥଙ୍କୁ ତାଙ୍କ ପରିବାର ଲୋକେ  ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l  ରଘୁନାଥ ବେହେରାଙ୍କ ତରଫରୁ ଆକ୍ରମଣ କାରି ପୁତୁରା ପୂର୍ଣ୍ଣଚନ୍ଦ୍ରଙ୍କ ବିରୋଧରେ ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି l ଏହି  ଅଭିଯୋଗକୁ ଭିତ୍ତିକରି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରା ।