Posts

Showing posts from January, 2022

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନବର୍ଷର ପ୍ରଥମ ସାହିତ୍ୟ ଆସର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-ରବିବାର ଦିନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନ ବର୍ଷର ପ୍ରଥମ ସାହିତ୍ୟ ଆସରଟି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସାହିତ୍ୟ ଆସର ବାଙ୍ଗାଲୋର ସାହିତ୍ୟ ସମାଜର ଉଦ୍ୟୋକ୍ତା ତାପସ ରାଜ୍ ଏବଂ ବିଶ୍ୱଭାରତୀ ଗୋସ୍ୱାମୀଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା । ଏଥିରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା , ଶ୍ରୀମତୀ ଅନୁରୂପା ସିଂ ,ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଓ ମାଲେସିଆରୁ ଯୋଡ଼ି ହୋଇଥିଲେ ଶ୍ରୀମତୀ ବୀଣାପାଣି ପ୍ରଧାନ ।  ଭକ୍ତି ସଂଗୀତ ପରିବେଷଣ ରୁ ଆରମ୍ଭ ହୋଇ ଥିବା ବେଳେ ଆଲୋଚନାର ବିଷୟ ବସ୍ତୁ "ସମୟ"କୁ ନେଇ ଏହି ଆସରଟି ଅନୁଷ୍ଠିତ ହୋଇଥିଲା । ଏହାକୁ ସଭାପତିତ୍ୱ କରିଥିଲେ ବିଶିଷ୍ଟ ବୈଜ୍ଞାନିକ ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପ୍ରାଣକର୍ତ୍ତା ତଥା ସଭାପତି କାର୍ତ୍ତିକ ସ୍ୱାଇଁ ।  ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା "ଚଲାପଥ"ର ପ୍ରମୁଖ ଶ୍ରୀଯୁକ୍ତ ହଳଧର ଧିର ଯୋଗଦେଇଥିବା ବେଳେ ବିଶିଷ୍ଟ ଗାଳ୍ପିକା ପାରମିତା ଷଡଙ୍ଗୀ ସମୀକ୍ଷକ ଭାବେ ଯୋଗ ଦେଇ ପ୍ରତ୍ୟୋକଟି ଗଳ୍ପ ଓ କବିତା ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ବିଶ୍ୱଭାରତୀଙ୍କ ଜଣାଣରୁ ଆସରଟି ଆରମ୍ଭ ହୋଇଥିବା ବେଳେ କବି କାର୍ତ୍ତିକ ସ୍ୱାଇଁ,ପାରମିତା ଷଡଙ୍ଗୀ, ବାଲ୍ମୀକି ନାୟକ ,

କେନ୍ଦୁପତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଡ଼ି.ଏଫ.ଓ ଙ୍କ ସହିତ କର୍ମଚାରୀ ସଂଘ କର୍ମକର୍ତ୍ତା ଙ୍କ ଆଲୋଚନା l

Image
ପାଟଣାଗଡ଼(ବ୍ୟୁରୋ ରିପୋର୍ଟ) : - ପାଟଣାଗଡ କେନ୍ଦୁପତ୍ର ଡିଭିଜନ ରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫଓ ସୁରେଶ ଚନ୍ଦ୍ର ସେଠି ଙ୍କ ସହିତ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ର ସୌଜନ୍ୟ ମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା l ବିଭାଗୀୟ ମୁନସୀ ଚପରାଶି ମାନଙ୍କ ତିନି ମାସର ଦରମା ପ୍ରଦାନ ,ବନ୍ଧେଇ ରଚେଇ କାର୍ଯ୍ୟରେ ନିୟୋଜିତ ଚେକର ମାନଙ୍କୁ ବନ୍ଧେଇ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ସହିତ ଅତିକମରେ ଦଶ ମାସର ଦରମା ପ୍ରଦାନ,ସର୍କଲ ଚେକର ମାନଙ୍କୁ ବାର ମାସର ଦରମା ପ୍ରଦାନ ବ୍ୟବସ୍ଥା, ସଂସ୍ଥା ରେ ଗୁଚ୍ଛା କଟା,ପତ୍ର ତୋଳା,ବନ୍ଧେଇଠୁ ଆରମ୍ଭ କରି କେନ୍ଦୁପତ୍ର ମାର୍କେଟିଙ୍ଗ ପର୍ଯ୍ୟନ୍ତ ବର୍ଷ ତମାମ କାର୍ଯ୍ୟରତ ଥିବା ହେଡ଼ ଚେକର ମାନଙ୍କ ଚାକିରୀ ସ୍ଥାୟୀ କରିବା,କେନ୍ଦୁପତ୍ର ତୋଳାଳୀ,ବନ୍ଧାଳୀ,କର୍ମଚାରୀ ଙ୍କ ବୋନସ ପ୍ରଦାନ, ମୃତ କେନ୍ଦୁ ପତ୍ର ତୋଳାଳୀ ବନ୍ଧାଳୀ ଶ୍ରମିକ ମାନ ଙ୍କ ଉତ୍ତରାଧିକାରୀ ଙ୍କୁ ବିମାରାଶି ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଗ୍ରାଚ୍ୟୁଇଟି,ଦରମା,ଭତ୍ତା ପ୍ରଦାନ, ମୃତ୍ୟୁ ବରଣ କରିଥିବା କର୍ମଚାରୀ ଙ୍କ ଉତ୍ତରାଧିକାରୀ ମାନଙ୍କୁ ନିଯୁକ୍ତି,ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ କରିବା,ସିନିଓରିଟି ଭିତ୍ତିରେ ପଦୋନ୍ନତି କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯା

ଭୁବନେଶ୍ବର ସ୍ମାର୍ଟ ସିଟି ରେ ପୁଣି ହତ୍ୟାକାଣ୍ଡ I

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ ):-କିଛିଦିନ ବ୍ୟବଧାନରେ ସ୍ମାର୍ଟସିଟି ଭୁବନେଶ୍ୱର ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣା ପଡ଼ିଛି।ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ, ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ପରିସରରେ ନିର୍ମାଣଧିନ ଏକ କୋଠାରେ ଦୁଇ ଶ୍ରମିକ ଙ୍କ ମଧ୍ୟରେ ସାମାନ୍ୟ ଉଚ୍ଚବାଚ ରୁ ସୁରେନ୍ଦ୍ର ଦାସ ନାମକ ଜୈନକ ଶ୍ରମିକ ତାର ସାଥି ଶ୍ରମିକ ଅନାଥ ସେଠି କୁ ସେଠାରେ ପଡିଥିବା ଏକ କାଠ ଫାଳିଆ ରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି।ଉଭୟ ଙ୍କ ନିଜ ଗ୍ରାମ ଗଂଜାମ ଜିଲ୍ଲା ତାଳସର ବୋଲି ସୂଚନା ମିଳିଛି।ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳ ରେ ପହଁଚି ମୃତଦେହ କୁ ଜବତ କରିବା ସହ ଅଭିଯୁକ୍ତ ସୁରେନ୍ଦ୍ର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଥାର୍ଡ଼ ଆଇଆରବି ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ l

Image
  ଯାଜପୁର(ସୁକିନ୍ଦା ):- ସୁକିନ୍ଦାଗଡ଼ ନିକଟସ୍ଥ ରଙ୍ଗିଟାଙ୍ଗରଠାରେ ଅବସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିଅନ (ଆଇଆରବି)କଳିଙ୍ଗ ନଗର ପକ୍ଷରୁ କରୋନା ନିୟମ ଅନୁଯାୟୀ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବାଟାଲିଅନ କମାଣ୍ଡାଣ୍ଟ କାନ୍ହୁ ଚରଣ ହାଁସଦା ପରେଡ ପଡିଆଠାରେ ଆୟୋଜିତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ l କୋଭିଡ କଟକଣା ଯୋଗୁଁ ପରେଡରେ ୩ଟି ପ୍ଲାଟୁନ ଓ ଝଣ୍ଡା ବାହିନୀ ଅଂଶ ଗ୍ରହଣ କରିଥିଲେ l  ସୁବେଦାର ଜ୍ଞାନରଞ୍ଜନ ରାଉତରାୟ ପରେଡ ପରିଚାଳନା କରିଥିବାବେଳେ ସୁବେଦାର ଜ୍ଞାନରଞ୍ଜନ ରାଉତ, ସୁବେଦାର ଶ୍ରୀଧର ସାହୁ ଓ ସୁବେଦାର ନହର କେରକେଟା ତାଙ୍କୁ ସହାୟତା କରିଥିଲେ l  ଡେପୁଟି କମାଣ୍ଡାଣ୍ଟ କ୍ଷିତିଶ ଚନ୍ଦ୍ର ଖଟୁଆ ୧ନମ୍ବର ପ୍ଲାଟୁନର, ହାବିଲଦାର ମେଜର ବିବେକାନନ୍ଦ ଦାସ ୨ନମ୍ବର ପ୍ଲାଟୁନର, ଡେପୁଟି ସୁବେଦାର ଉମାକାନ୍ତ ସେଠୀ ୩ନମ୍ବର ପ୍ଲାଟୁନର ଓ ହାବିଲଦାର ମେଜର ବିଦ୍ୟାଧର ଧଳ ଝଣ୍ଡା ବାହିନୀର ନେତୃତ୍ୱ ନେଇଥିଲେ l  ବ୍ୟାଣ୍ଡ ମେଜର ଶ୍ରୀକାନ୍ତ ସାମଲଙ୍କ ନେତୃତ୍ୱରେ ବ୍ୟାଣ୍ଡ ବାହିନୀ ବ୍ୟାଣ୍ଡ ବାଦ୍ୟର ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ, ସୋମନାଥ ସେଠୀ ଓ ମନୋଜ କୁମାର ଦାସ, ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ଓ ଏଲ. ଏକ୍

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀଙ୍କ ଭୋଟ ବର୍ଜ୍ଜନ ନିଷ୍ପତ୍ତି l

Image
   କଳିଙ୍ଗନଗର/ଦାନଗଦୀ(ବ୍ୟୁରୋ ରିପୋର୍ଟ) :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତର ୮ନମ୍ବର ୱାର୍ଡ ବୀଣାପାଟିଆ ଗ୍ରାମର ବାସିନ୍ଦlମାନେ ଦୀର୍ଘ ବର୍ଷଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିବା ପ୍ରତିବାଦରେ ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମୂହ ଭୋଟ ବର୍ଜ୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି l ଏଥିପାଇଁ ସେମାନେ ଗ୍ରାମର ୱାର୍ଡ ସଭ୍ୟ ପାଇଁ କୋୖଣସି ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିନାହାନ୍ତି l ଗ୍ରାମର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ଗ୍ରାମବାସୀମାନେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେହେଁ ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ କୋୖଣସି ପଦକ୍ଷେପ ନିଆନଯିବା ଫଳରେ ସେମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି l ପଞ୍ଚାୟତ ମୁଖ୍ୟାଳୟ ଶାଳୀଜଙ୍ଗା ଠାରୁ ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି l ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆବଶ୍ୟକ ବେଳେ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡି ଆସିପାରୁନାହିଁ l ସୁକିନ୍ଦା ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୬ମାସ ତଳେ ଶୁଭଦାନ କରିଥିଲେହେଁ ରାଜନୈତିକ ଇଛା ଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ ଅଦ୍ୟାବଧି ରାସ୍ତା ନିର୍ମାଣ

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ :-ସୁକିନ୍ଦା ବ୍ଲକ ରେ ୮୦୪ ଓ ଦାନଗଦୀ ବ୍ଲକ ରେ ୮୨୨ ପ୍ରାର୍ଥୀପତ୍ର କାଏମ।

Image
ସୁକିନ୍ଦା /ଦାନଗଦୀ(ବ୍ୟୁରୋ ରିପୋର୍ଟ ):- ଫେବୃଆରୀ ମାସ ୨୨ତାରିଖରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦୀ ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ କରାଯିବ l ଚଳିତ ମାସ ୧୭ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲା l ଏହି ସମୟ ମଧ୍ୟରେ ସୁକିନ୍ଦା ବ୍ଲକର ୨୫ଟି ପଞ୍ଚାୟତରେ ୮୧୨ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ତନ୍ମଧ୍ୟରେ ସରପଞ୍ଚ ପଦ ନିମନ୍ତେ ୧୧୧ଜଣ, ସମିତି ସଭ୍ୟ ପଦ ପାଇଁ ୭୬ଜଣ ଓ ୱାର୍ଡ ସଭ୍ୟ ପାଇଁ ୬୨୫ଜଣ ପ୍ରାର୍ଥୀ ଏହି ନାମାଙ୍କନ ପତ୍ର ଦାଖଲ କରିଥିଲେ l ଏଗୁଡିକୁ ୨୨ତାରିଖରେ ଯାଞ୍ଚ କରାଯିବା ପରେ ୪ଜଣ ସରପଞ୍ଚ ପ୍ରାର୍ଥୀ, ଜଣେ ସମିତି ସଭ୍ୟ ପ୍ରାର୍ଥୀ ଓ ୩ଜଣ ୱାର୍ଡ ସଭ୍ୟଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଯିବାରୁ ୧୦୭ଜଣ ସରପଞ୍ଚ,୭୫ଜଣ ସମିତି ସଭ୍ୟ ଓ ୬୨୨ଜଣ ୱାର୍ଡ ସଭ୍ୟ ଏପରି ମୋଟ ୮୦୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ଜିଲା ପଞ୍ଚାୟତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ l       ଅନୁରୂପ ଭାବେ ଦାନଗଦୀ ବ୍ଲକର ୨୩ଟି ପଞ୍ଚାୟତ ନିମନ୍ତେ ଦାଖଲ ହୋଇଥିବା ୮୨୮ଟି ପ୍ରାର୍ଥୀ ପତ୍ର ମଧ୍ୟରୁ ୩ଜଣ ସରପଞ୍ଚ,୨ଜଣ ସମିତି ସଭ୍ୟ ଓ ଜଣେ ୱାର୍ଡ ସଭ୍ୟଙ୍କ ନାମାଙ୍କନ ପତ୍ର ଯାଞ୍ଚରେ କଟିଯିବା ଫଳରେ ସରପଞ୍ଚ ପଦ ପାଇଁ ୧୦୮ଜଣ, ସମିତି ସଭ୍ୟ ପଦ ପାଇଁ ୭୭ଜଣ ଓ ୱାର୍ଡ ସଭ୍ୟ ପାଇଁ ୬୩୭ ଜଣ ଏପରି ମୋଟ ୮୨୨ ଜଣ ପ୍ରାର୍ଥୀଙ୍କ ନ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଜଣେ ଗିରଫ l

Image
ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ ):- ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ଥାନା ଅନ୍ତର୍ଗତ ବର ଗାଁ ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସ ଟି ଏଫ ର ଏକ ସ୍ୱତନ୍ତ୍ର ଦଳ ଆତର୍କିତ ଚଢ଼ାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା କୁ ଚୋରାରେ ବିକ୍ରୟ କରିବାକୁ ଉଦ୍ୟମ ବେଳେ ଜବତ କରଥିବା ବେଳେ ଏହି ଚୋରା କାରବାରରେ ସମ୍ପୃକ୍ତ ଅଜିତ କୁମାର ବୁଡେକା ନାମକ ଜୈନକ ଯୁବକକୁ ଗିରଫ କରିଥିବା ସୂଚନା ମିଳିଛି।

ନିଜ ସ୍ତ୍ରୀ କୁ ଭୁଜାଲି ରେ ହାଣିଲା ସ୍ଵାମୀ , ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି

Image
ବଲାଙ୍ଗୀର :- ପାଟଣାଗଡ଼,   ଧର୍ମ ପତ୍ନୀ ଙ୍କୁ ଅତି ନୃଶଂସ ଭାବେ ହାଣିଛି ରକ୍ତମୁଖା ସ୍ଵାମୀ । ପତ୍ନୀଙ୍କ ସହ କୈାଣସି କଥା ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା l ଏଥିରେ ସ୍ଵାମୀ ଉତ୍ୟକ୍ତ ହୋଇ ଭୂଜାଲି ରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା I ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଥିବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମହିଳା ଫଗୁଣି ବରିହା (୨୫) ଙ୍କ ମୁଣ୍ଡ ଓ ହାତରେ ଭୁଜାଲି ଚୋଟରେ ଗଭୀର ଆଘାତ ଆହତ ଦୁଇ ହାତ ଛିଡି ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ଲୋକେ । ଥାନା ରେ ଏତଲା ।  ସୁଚନା ଅନୁସାରେ ପାଟଣାଗଡ଼ ଥାନା ବନାଇମୁଣ୍ଡା ଗ୍ରାମ ସ୍ଵର୍ଗତ ମେଘ ବରିହା ଙ୍କ ପୁଅ ଟିକେଶ୍ଵର ବରିହା (୨୮) ଖପ୍ରାଖୋଲ ଥାନା କେଛୋବାହାଲ ଗ୍ରାମ ର‌ ବ୍ରଜମୋହନ ବରିହା ଙ୍କ ଝିଅ ଫଗୁଣି ବରିହା (୨୫) ଙ୍କୁ ଗତ ୨୦୧୪ ମସିହାରେ ସାମାଜିକ ରିତିନୀତି ଅନୁସାରେ ବିବାହ କରିଥିଲେ । ବିବାହ କିଛି ମାସ ଗଲା ପରେ ଟିକେଶ୍ଵର ଯୈାତୁକ ବାବଦକୁ ଗୋଟିଏ ପଲସର ମୋଟରସାଇକେଲ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତ

ଅବିଶ୍ୱାସ ହେଲେ ମଧ୍ୟ ଏହା ସତ୍ୟ... I

Image
ବଲାଙ୍ଗୀର :- ଜିଲ୍ଲା ର ପାଟଣାଗଡ଼ ବ୍ଲକ ଦେଉଳ ଗାଁ ପଞ୍ଚାୟତ ଅନ୍ତର୍ଗତ ବରପିଟା ଗ୍ରାମ ରେ ଗତ ରାତି ରେ ଗୋଟିଏ ଗାଈ ଏକାସାଙ୍ଗେ ଦୁଇଟି ବାଛୁରୀ ଜନ୍ମ କରିଥିବା ଜଣାପଡିଛି । ଏକା ସଙ୍ଗେ ଦୁଇଟି ମାଈ ବାଛୁରୀ ଓ ଅଣ୍ଡିରା ବାଛୁରୀ ଜନ୍ମ କରିଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାରୁ ଗାଈ ଓ ବାଛୁରୀ ମାନଙ୍କୁ ଦେଖିବା ପାଇଁ ବରପିଟା ଗ୍ରାମ ର ଜଣେ ଏଆଇୱ।ର୍କର ଶ୍ରବଣ କୁମାର ସାହୁ ଙ୍କ ଘରେ ଲୋକଙ୍କ ଭିଡ଼ ଜମିଛି । ଗାଈ ବାଛୁରୀ ଦ୍ବୟ ସୁସ୍ଥ ରହିଛନ୍ତି । ଶ୍ରବଣ କୁମାର ସାହୁ ରୁଗୁଡିପଡା ଓମଫେଡ ସୋସାଇଟି ଏଆଇଭାବରେ କାମ କରନ୍ତି । (ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ ) 

ସହ ସହ ପଶୁ ପକ୍ଷୀ ବଳି ରେ ଭିଜିଲା ସୁଲିଆ ପୀଠ I

Image
 ବଲାଙ୍ଗିର:- ଜିଲ୍ଲା ର କୂଳତା ପଡା ପଞ୍ଚାୟତର ଖଇର ଗୁଡ଼ାର ବଡ଼ଖଳା ଓ ସାନଖଳା ଠାରେ ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ମାଟି।  https://youtu.be/yqsREmWosEI ପାରମ୍ପରିକ ରୀତିନୀତି ଅନୁସାରେ ପୁଣି ପଡିଲା ହଜାର ହଜାର ପଶୁ ବଳି। ସୂଚନା ଅନୁଯାୟୀ ଦେଓଗାଁ ବ୍ଲକର ଖଇରଗୁଡ଼ା ଗ୍ରାମର ବଡ଼ଖଳା ଓ ସାନଖଳାରେ କାହିଁ କେଉଁ କାଳରୁ ଚାଲି ଆସୁଛି ଏହି ଯାତ୍ରା। ପ୍ରତିବର୍ଷ ପୌଷମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଏ। ପରେ ଭକ୍ତମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଢା, କୁକୁଡ଼ା, ପାରା ସହ ପୋଢ଼ ବଳି ଦିଆଯାଇଥାଏ। ଦିନ ତମାମ ଏହି ବଳିଯାତ୍ରା ଚାଲିଥାଏ।  ଏହି ଯାତ୍ରାକୁ ବଲାଙ୍ଗିର ଜିଲ୍ଲା ସହ କଳାହାଣ୍ଡିର, ନୂଆପଡା,ବରଗଡ଼, ସୋନପୁର, ବୌଦ୍ଧ ସହ ଝାରଖଣ୍ଡ ରାଜ୍ୟରୁ ମାନସିକ ଧାରୀ ମାନେ କରିଥିବା ଏହି ସୁଲିଆ ପୀଠ କୁ ଭକ୍ତ ଆସିଥାନ୍ତି।କୋଭିଡ କଟକଣାକୁ ଆଖିଆଗରରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ ଜଣ ପୋଲିସ ଅଧିକାରୀ ମୁତୟନ କରାଯାଇ ଥିବା କହିଛନ୍ତି ବଲାଙ୍ଗୀର sdpo ତୁଫାଂନ ବାଗ I  (ବଲାଙ୍ଗିରରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

ଭାଇ ବୋହୂକୁ ଅସଦାଚରଣ କରିବା ଅଭିଯୋଗ ରେ ଜେଲଗଲେ ଦେଢଶ୍ଵଶୁର I

Image
ବଲାଙ୍ଗୀର( ପାଟଣାଗଡ଼) :-ବଡଭ୍ରାତା ପିତୃ ତୂଲ୍ୟ ହେଲେ ସେହିଁ ପିତୃତୂଲ୍ୟ ସମ୍ମାନ ରେ କଳଙ୍କ .....  । ବଡ଼ ଭ୍ରାତା ପିତା ତୁଲ୍ୟ ଏବଂ ବଡ଼ ବୋହୂ (ଭାଉଜ) ମାତା ସମାନ ବୋଲି କାହିଁକେତେ ଯୁଗରେ ମାନିବା ସମ୍ମାନ ଦେବା ପରଂପରା ପ୍ରଥା ରହିଛି । ପିତା ଙ୍କ ଦେହାନ୍ତ ପରେ ବଡ଼ ପୁଅ ପିତା ଙ୍କ ପରି ଘର ର ସମସ୍ତ ଭାର ସମ୍ଭାଳି ପାଇଁ ଦାୟିତ୍ବ ନେଇଥାନ୍ତି ହେଲେ ବର୍ତ୍ତମାନ ମାନଙ୍କ ଯୁଗରେ ବିପରିତ ଦେଖାଦେଇ ପିତା ତୂଲ୍ୟ ବଡ଼ ଭାଇ ନିଜ ଭାଇ ବୋହୁ ଙ୍କୁ ଅସଦାଚରଣ ଅଭିଯୋଗରେ ଜେଲଯାଇଛି । ସୁଚନା ଅନୁସାରେ ପାଟଣାଗଡ଼ ଥାନା ଝୁଲେନବର ଅଞ୍ଚଳ ର ମୃତ ଓଏଏସପି ଯବାନ ଙ୍କ ବିଧବା ପତ୍ନୀଙ୍କୁ ତାଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କ ନିଜ ଦେଢଶ୍ଵଶୁର କାମସକ୍ତ ହୋଇ ମହିଳା ଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ମହିଳା ସେଠାରୁ ଉପସ୍ଥିତ ବୁଦ୍ଧି ବଳରେ ସେଠାରୁ ଖସି ପଳାଇ ଆସିଥିଲେ । ମହିଳା ଜଣକ ପାଟଣାଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦେଢଶ୍ଵଶୁର ଙ୍କୁ ଥାନା କୁ ଆଣି ଅଟକ ରଖି ତଦନ୍ତ କରିଥିଲେ । ତଦନ୍ତ ପରେ ପୋଲିସ ଦେଢଶ୍ଵଶୁର ଙ୍କୁ କୋଟ ଚାଲାଣ କରିଥିଲା । କୋଟ ରେ ଜାମିନ ନାମଞ୍ଜୁର ହେବା ରୁ ବିଚାର ବିଭାଗ ହାଜତରେ ହାଜତ କୁ ପଠାଇ ଦିଆଯାଇଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।(ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋ

କାର ଓଲଟି ୨ ଯୁବକଙ୍କ ମୃତ ଓ ଦୁଇଜଣ ଗୁରୁତ୍ତର ଆହତ l

Image
ଯାଜପୁର :- ଜିଲ୍ଲା ର ପାଣିକୋଇଲି ଥାନା ଅଧିନସ୍ଥ ଧନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି I ଦୁର୍ଘଟଣାରେ ୨ ଜଣ ଯୁବକ ମୃତ ହୋଇଥିବାବେଳେ ଆଉ ୨ ଜଣ ଯୁବକ ଗୁରୁତ୍ତର ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଏକ କାର ଯୋଗେ ୪ ଜଣ ଯୁବକ ନିଜ ଘର ଯାଜପୁର ରୋଡକୁ ଫେରୁଥିଲେ। ଏହି ସମୟରେ ପାଣିକୋଇଲି ଥାନା ଅଧିନସ୍ଥ ଧନପୁର ଛକ ନିକଟରେ ଏକ ଟ୍ରଲର କାରଟିକୁ ସାଇଡ଼ ମାରିବାରୁ କାର ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରରେ ବାଡ଼େଇ ହୋଇଥିଲା I  ଫଳରେ କାରଟି ପୋଖରୀ ଭିତରେ ପଡ଼ିଥିଲା। କାର ଭିତରେ ଥିବା ୪ ଜଣ ଯୁବକ ଗାଡିରୁ ବାହାରି ପାରିନଥିଲେ। ଖବର ପାଇଁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ l ତେବେ ଘଟଣା ସ୍ଥଳରେ ଦୁଇ ଜଣ ଯୁବକ ମୃତ୍ୟୁବରଣ  କରିଥିବାବେଳେ ଦୁଇ ଜଣ ଗୁରୁତ୍ତର ଆହତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରକୁ ପଠାଇଥିଲେ। ଖବର ପାଇ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଦୁଇ ଯୁବକ ଯାଜପୁର ରୋଡ ଥାନା ଅଧିନସ୍ଥ ଝାଟିଆସାହି ଗ୍ରାମର ପ୍ରେମାନନ୍ଦ ମହାଳିକଙ୍କ ପୁଅ ଚନ୍ଦନ ମହାଳିକ ଓ କୋରେଇ ଥାନା ଅନ୍ତର୍ଗତ କନ୍ତର ଗ୍ରାମର ଜୟନ୍ତ ନାୟକଙ୍କ ପୁଅ ଦେବାଶିଷ ନାୟକ ବୋଲି ଜଣାପଡିଛି।

କମଳା ଧରୁଆଙ୍କ ଦୁଃଖ ପ୍ରଶାସନ ଶୁଣିବ କେବେ ?

Image
ବଲାଙ୍ଗୀର :- ଜିଲ୍ଲା ର ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତର ତୁଳସୀ ଡୁଙ୍ଗୁରି ଗ୍ରାମର କମଳା ଧରୁଆ ବୟସ ପ୍ରାୟତଃ ୫୨ବର୍ଷ ହେବ I ହେଲେ ସେ ଜଣେ ଅଵିଭାହିତା ମହିଳା ଅଟନ୍ତି l ସରକାରୀ ସହାୟତା କହିଲେ କେବଳ ୫ କିଲୋ ଚାଉଳ ପାଉଛି l ଏ' ପର୍ଯ୍ୟନ୍ତ ଅବିବାହିତ ଭତ୍ତା ପାଇ ନାହାଁନ୍ତି l ସ୍ଥାନୀୟ ସରପଞ୍ଚ ଏବଂ ନେତା ମନ୍ତ୍ରୀ ଙ୍କୁ ଅଭିଯୋଗ କରି କରି ନୟାନ୍ତ ହେଲେଣି l  କମଳା ଧରୁଆଙ୍କ ସବୁ ଠାରୁ ଦୁଃଖର ବିଷୟ ହେଉଛି ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ କହିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳୁ ନାହିଁ l ଭତ୍ତା ଟିଏ ପାଇଁ ଗୁହାରି କଲେ ମଧ୍ୟ୍ୟ କେହି ଶୁଣୁନାହାନ୍ତି l ଏଣୁ ପାଟଣାଗଡ଼ ବ୍ଲକ ପ୍ରଶାସନ ଏଥିପ୍ରତିି ଧ୍ୟାନ ଦେଇ କମଳା ଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଅଛି I ( ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

ପ୍ରଧାନ ଶିକ୍ଷକ ଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖ ରେ ଧାରଣା I

Image
  ବଲାଙ୍ଗୀର :- ଜିଲ୍ଲା ର ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବଦଳି ପ୍ରତିବାଦ ରେ ସୋମବାର ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଥିଲେ । ସୁଚନା ଅନୁସାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡି ଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ତାର ପ୍ରତିବାଦ କରି ଅଭିଭାବକ ମାନେ ଧାରଣା ଦେଇ ପ୍ରତିବାଦ କରିଥିଲେ ।  ପୁର୍ବରୁ ବଦଳି ବାତିଲ ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ଯ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଧାରଣା ଦେଇ ଥିବା ବେଳେ ଦାବୀ ପୁରଣ ନ ହେଲେ ଅନିର୍ଦ୍ଦିଷ୍ଟ ଦିନ ପର୍ୟ୍ଯନ୍ତ ଧାରଣା ଜାରି ରହିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଶ୍ବର ଛତର ସହ ଅଭିଭାବକ ମାନେ କହିଛନ୍ତି । ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ସୁବୋଧ ପୁରୋହିତ ଙ୍କୁ ଯୋଗାଯୋଗ କଲେ ମଧ୍ଯ ଫୋନ ଉଠାଇ ନଥିବା ବେଲେ ଏବିଇଓ ମିନିକେତନ ବରିହା ଙ୍କୁ ପଚାରିବାରୁ ଛତ୍ରୀ ଛାତ୍ର ସଂଖ୍ଯା ଅନୁପାତ ରେ ଅଧିକ ଶିକ୍ଷକ ଥିବାରୁ ଜିଲ୍ଲାପାଳ ଙ୍କ ଆଦେଶ ଅନୁଶାରେ ଜଣେ ଶିକ୍ଷକ କୁ ଅନ୍ୟତ୍ର ବଦଳି ହୋଇଥିବା କହିଛନ୍ତି ।  ସେହିପରି ଅଭିଭାବକ ଙ୍କ ଦାବୀ କୁ ମଧ୍ଯ ଉଚ୍ଚ କତ୍ରୁପକ୍ଷ କୁ ଜଣେଇ ଦେଇ ଥିବା ମଧ୍ଯ କହିଛନ୍ତି । ଆଜି ସ୍କୁଲ ସମ୍ମୁଖରେ ଦ୍ଵିତୀୟ ଦିନରେ ପହଂଚିଛି ଛାତ୍ର ଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ଧାରଣା ଦେଇଥି

ଆଦିବାସୀ ଜନଜାତି ଙ୍କ ଆକ୍ରୋଶର ଶିକାର ହେବେକି ରାଜ୍ଯ ସରକାର?

Image
  ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ) :-ଓଡ଼ିଶାର ୨୩ ଗୋଟି ଜିଲ୍ଲା ସମେତ ଆଗାମୀ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲାର ୧୪ଗୋଟି ବ୍ଲକରେ ଆଦିବାସୀଙ୍କ ପାଇଁ ସରପଞ୍ଚ, ବ୍ଲକ ଚେୟାରମେନ ସ୍ଥାନ ସରଂକ୍ଷିତ ନାହିଁ । ଏହା ଆଦିବାସୀ ମାନଙ୍କ ପ୍ରତି ଓଡ଼ିଶା ସରକାରଙ୍କ ଏକ ଘୃଣ୍ୟ ମନୋଭାବ, ଆଦିବାସୀ ବିରୋଧୀ ସ୍ଵଭାବ ଅଟେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଯଦି ଆଦିବାସୀଙ୍କ ପାଇଁ ସଂରକ୍ଷିତ କୋଟା ଓଡ଼ିଶା ରାଜ୍ୟ ସରକାର ଘୋଷଣା ନକଲେ ସବୁ ୬୪ ଜନଜାତି ଆଦିବାସୀ ଭାଇ ଭଉଣୀ ଏକ ହୋଇ ଓଡିଶା ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ ବିରୋଧରେ ପ୍ରଥମ ବିଶ୍ୱ ଯୁଦ୍ଧ ଠୁଁ ଆହୁରି ଭୟାନକ ଲଢେଇ ହେବ l  ଏହି ଲଢେଇ ପାଇଁ ସମ୍ପୂର୍ଣ୍ଣ ଭାବରେ ନବୀନ ସରକାର ଦାୟୀ ରହିବେ ବୋଲି ପଶ୍ଚିମ ଓଡିଶା ଆଦିବାସୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି l ଭାରତ ସ୍ୱାଧୀନ ହେଲାପରୁ ଠାରୁ ନିର୍ବାଚନ ଆୟୋଗରେ ଏହା ପ୍ରଥମ କରି କେବଳ ଓଡିଶା ସରକାର ଆଦିବାସୀଙ୍କ ପ୍ରତି ଘୃଣ୍ୟ ନିର୍ବାଚନନୀତି ଆପଣେଇ ଥିବାରୁ ଓଡ଼ିଶା ଇତିହାସରେ ଏକ ନୂଆଁ ନିର୍ବାଚନନୀତି ହେବାକୁ ଯାଉଛି l  ଏହି ନୀତି ଯଦି ଓଡିଶା ସରକାର ଆଗାମୀ ତ୍ରିସ୍ଥ୍ତରୀୟ ପଞ୍ଚାୟତରାଜ ୨୦୨୨ପୂର୍ବରୁ ପ୍ରତ୍ୟାହାର ନକରନ୍ତି ତାହେଲେ ଓଡିଶା ସରକାର ଓ ଓଡିଶା ଆଦିବାସୀ ସଂଘ ମଧ୍ୟରେ ପୁଣିଥରେ ଧଉଳିଗିରି ନିକଟସ୍ଥ ଦୟାନଦୀ ତୀରେ ଅଶୋକ ସମ୍ରାଟ ରାଜୁତି କଳିଙ୍ଗ ଯୁଦ୍ଧ ଠୁଁ ଆହୁରି ଭୟାନକ ରକ୍ତର

ଘରୋଇ କଲେଜ ହଷ୍ଟେଲ ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ):- ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଇନ୍ଫୋସିଟି ଛକ ରେ ଥିବା ଏକ ଘରୋଇ କଲେଜ ର ଏମ ବି ଏ(ଶେଷ ବର୍ଷ) ର ଛାତ୍ରୀ ସୁଶ୍ରୀ ପ୍ରଜ୍ଞାମିତା ସେଠି ନାମ୍ନୀ ଜୈନକା ଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ହଷ୍ଟେଲ କୋଠରି ରୁ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣକ କୋରାପୁଟ ,ଜୟପୁର ର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।ଇନ୍ଫୋସିଟି ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ବିଜେଡି ସରକାର ବିରୋଧରେ ରଣହୁଙ୍କାର ଦେଲା ଆଦିବାସୀ ସଙ୍ଘ l

Image
  ବଲାଙ୍ଗୀର :- ଜିଲ୍ଲା ର ପାଟଣାଗଡବ୍ଲକ ରେ ଆଦିବାସୀ ମାନେ ରାଜରାସ୍ତା କୁ ଓହ୍ଲାଇଛନ୍ତି l ନିଜ ନିଜ ଅସ୍ତ୍ର ଶସ୍ତ୍ର ଧରି ଆଦିବାସୀ ଭବନ ରୁ ନିଜ ହକ ପାଇଁ ବ୍ଲକ ସମ୍ମୁଖରେ ଧାରଣା ଦେଇ ଥିଲେ l ଏକ ଦାବି ପ୍ରତ୍ର ମୁଖମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ବ୍ଲକ ବିଡିଓ ଙ୍କୁ ପ୍ରଦାନ କଲେ l ବ୍ଳକ ସମ୍ମୁଖରେ ମୁଖ୍ୟ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ସରକାର ଙ୍କ ଆଦିବାସୀ ବିରୋଧ ନୀତି ଭାରତୀୟ ସମ୍ଭିଧାନ ର ପରିପନ୍ଥୀ ଆଦିବାସୀ କୋଟା କାଟିବା ସମ୍ପୂର୍ଣ ବେଆଇନ, ଆଦିବାସୀ ଙ୍କ ପ୍ରତି ଅସହାୟ ମନଭାବ ରଖି ବାଆଦିବାସୀ ଙ୍କୁ ଉପେକ୍ଷା ଅବହେଳା କରିବା ଏକ ଗ୍ରହିତ ଅପରାଧ ଆଦିବାସୀ କୋଟା ଉଛେଦ କରିବା ଆଦିବାସୀ ମାନଙ୍କ ପ୍ରତି ବିଜେଡି ଦଳ ଏବଂ ରାଜ୍ୟ ସରକାର ଅଟ୍ରୋ ସିଟି ଏହା ଆଦିବାସୀ ସମାଜ କୁ କୁଠାରଘାତ ସଦୃଶ l  ଆଦିବାସୀ ଲୋକଙ୍କୁ ନିର୍ଯାତନା, ଅପମାନ, ଘୃଣା, ପାତର ଅନ୍ତର ବୈମାତୃକ ମନଭାବ କାର୍ଯ୍ୟ କରୁଥିବା ଯୋଗୁଁ, ତୁରନ୍ତ ଓଡ଼ଶା ସରକାର ଏହି ଆଦିବାସୀ ବିରୋଧ ଅସାମ୍ଭିଧାନିକ କାର୍ଯ୍ୟ ରୁ କ୍ଷାନ୍ତ ରହନ୍ତୁ ବୋଲି ଚେତାବନୀ ଦେଇଛି ଆଦିବାସୀ ମହାସଂଘ l ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ରେ ସରପଞ୍ଚ ଏବଂ ବ୍ଲକ ଅଧକ୍ଷ ପଦବୀରେ ପୂର୍ବ ପରି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରନ୍ତୁ ସରକାର, ନଚେତ ଆଦିବାସୀ ମାନେ ବିଜେଡି ଦଳକୁ ରାଜନୀତି ବାସନ କରିବୁ l  ବିଜେଡି କୁ ଭୋଟ ଦେବୁନାହିଁ ବିଜେଡି ର ସଭ

ଖପ୍ରାଖୋଲ ବ୍ଲକ ସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଡ ସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ l

Image
                  ବଲାଙ୍ଗୀର :- ଖପ୍ରାଖୋଲ ବ୍ଲକ ସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଡ ସଂଘର ବାର୍ଷିକ ବୈଠକ ୩୦ ତାରିଖ ରେ ଅନୁଷ୍ଠିତ ହୋଇଥିଲା । ସଭାପତି ବିକାଶ ଦାଶ ଙ୍କ ସଭାପତିତ୍ବରେ ଘୁନସର ଟାୱାର ଛକ ଠାରେ ସଭା ଆୟୋଜନ କରାଯାଇଥିଲା ।  ଏଥିରେ ପ୍ରାୟ ୧୦୦ଗୋଟି ଟେଣ୍ଟ ମାଲିକ ଯୋଗଦାନ କରିଥିଲେ । ଏହି ସଭାରେ ବିଭିନ୍ନ ସମସ୍ୟା ର ଆଲୋଚନା କରାଯାଇଥିଲା ।  କୋଭିଡ କଟକଣା ଯୋଗୁଁ ବେପାର କ୍ଷତି ହୋଇଥିବାରୁ ମାଲିକ ମାନେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସଭାପତି କୁ ଜଣାଇଥିଲେ ଏବଂ ବହୁତ୍ ଗୁଡ଼ାଇ କଥା ଆଲୋଚନା କରାଯାଇଥିଲା ।  ଏଥିରେ ରବୀନ୍ଦ୍ର ଗଡତ୍ୟା , ତେଜରାଜ୍ ଦଣ୍ଡସେନା , ଗୋପାଳ ପାତ୍ର , ପିଣ୍ଟୁ ପୁଟେଲ , କିଶୋର ସାହୁ , ସୀତାରାମ ମେହେର , ବାଙ୍କବିହାରୀ ନାୟକ , ସାମାଜିକ ପଟେଲ , ଚିନ୍ତା ରଣା , ଦୁର୍ଗା ଦତ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୀତାରାମ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ