ବାଳିକା ଆତ୍ମସୁରକ୍ଷା ଶିବିର ଉଦଯାପିତ l

ଯାଜପୁର (ଦାନଗଦୀ) : - ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେ ୮ ଦିନ ଧରି ଅନୁଷ୍ଠିତ ବାଳିକା ଆତ୍ମସୁରକ୍ଷା ଶିବିର ଆଜି ଉଦଯାପିତ ହୋଇଯାଇଛି। ଚଳିତ ମାସରେ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ୧୬୦ଜଣ ଯୁକ୍ତ ଦୁଇ (+୨)ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ, ଏଥିରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ମେଡିକାଲର ମେଡ଼ିକାଲ ଅଫିସର ଡା. ସଂଜୀବ କୁମାର ବେହେରା ଯୋଗଦେଇ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମର ନୋଡାଲ ଅଫସର ରଞ୍ଜନ କୁମାର ଖଣ୍ଡା ପ୍ରଶିକ୍ଷଣର ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟାପିକା ମୀରାମ୍ବିକା ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶିକ୍ଷିକା ଭାବେ ମିନତୀ ନାୟକ ଓ ରୂପସୀ ଲେଙ୍କା ଯୋଗଦେଇ ଆତ୍ମସୁରକ୍ଷା କୌଶଳ ଛାତ୍ରୀମାନଙ୍କ ପାଇଁ ରକ୍ଷା କବଚ ବୋଲି ମତ ଦେଇଥିଲେ।କଲେଜର ଅଧ୍ୟାପକ ରଞ୍ଜନ କୁମାର ସାହୁ, ଲକ୍ଷ୍ମୀଧର ବେହେରା, ଖଗେଶ କୁମାର ଜେନା, ତୋଫାନ ଜେନା, ଗୋବର୍ଦ୍ଧନ ସାହୁ, ଶ୍ରୀମନ୍ତ ନାୟକ,ସନ୍ଦୀପ କୁମାର ଦାସ, ବାଇଧର ସାହୁ, ମନୋରଞ୍ଜନ ବିଶ୍ବାଳ, ବ୍ରିଜେଶ ବେହେରା, ଅଧ୍ୟାପିକା ପାରିଜାତ ମହାନ୍ତି, ସିଲନ ପ୍ରଭା ନାୟକ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅତିଥି ମାନଙ୍କ ଦ୍ଵାରା ପିଲାମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା। ଶେଷରେ ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସୁକାନ୍ତ ସାହୁ, ସୁଷମା ପୃଷ୍ଟି, ଅବନୀ ମହାରଣା, ବିଜୟ କୁମାର ସାହୁ, ସନ୍ତୋଷ କୁମାର ସାହୁ, ସତ୍ୟଭାମା ସାହୁ, ସତ୍ୟଭାମା ମୁଖୀ ପ୍ରମୁଖ ସହଯୋଗ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।