Posts

ଢେଙ୍କାନାଳ, ମାନବିକତା ଦେଖାଇଲେ ଗଁଦିଆ ଥାନା ଅଧିକାରୀ

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳର ବିଷ୍ଣୁ ଚରଣ ସାହୁ( ୭୨)ବର୍ଷ କୌଣସି କାରଣ ରୁ ଆଜକୁ କୋଡ଼ିଏ ବର୍ଷ ହେବ ନିଜ ଘର ଛାଡି ଯାଜପୁର ଜିଲ୍ଲା ଜେନାପୁର ଅଞ୍ଚଳରେ ଗନ୍ଧର୍ବ ପରିଡା ଙ୍କ ଘରେ ଆଶ୍ରୟ ନେଇଥିଲେ l ପରିଣତ ବୟସରେ ସେ ତାଙ୍କର ବାସ ସ୍ଥାନ ଗଁଦିଆ ଯିବାକୁ ମନବଳାଇ ଥିଲେ, କିନ୍ତୁ ବିଡ଼ମ୍ବନା ର ବିଷୟ ତାଙ୍କର ଗୋଟିଏ ବୋଲି ପୁଅ ତାଙ୍କୁ ଘରକୁ ଫେରାଇ ଆଣିବାକୁ ମନା କରିଥିଲେ l ଏହି ଖବର ଗଁଦିଆ ଥାନା ଅଧିକାରୀ ଙ୍କ ଲୋଚନ କୁ ଆସିଥିଲା, ଗଁଦିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ମାନବିକତା ଦେଖାଇ ବିଷ୍ଣୁ ଚରଣ ସାହୁ ଙ୍କ ଭାଇ କାବୁଲା ସାହୁଙ୍କୁ ଡାକି ପରିସ୍ଥିତିର ସମୀକ୍ଷା କରି ବିଷ୍ଣୁ ଙ୍କୁ ତାଙ୍କର ଭାଇ ସହିତ ନିଜର ବାସ ସ୍ଥାନକୁ ପଠାଇଲେ l ଏହିପରି ମହାନ୍ କାର୍ଯ୍ୟ ପାଇଁ ଅଞ୍ଚଳର ଜନସାଧାରଣ ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି l ପୋଲିସ୍ ଅଧିକାରୀଙ୍କ ଏହି ମହାନୀୟତା କାର୍ଯ୍ୟ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ l RITA vision 

ଯାଜପୁର, ସୁକିନ୍ଦା ର ଯୁବକ ଙ୍କ ସଫଳତା ର କାହାଣୀ...

Image
ଯାଜପୁର /ସୁକିନ୍ଦା - ସୁକିନ୍ଦା ବ୍ଲକ ରେ ଯୁବକଙ୍କ ସଫଳତାର କାହାଣୀ ଉପରେ ଆଧାରିତ ଏହି ପ୍ରସଙ୍ଗ ଟି l ଆମେ ଦେଖାଇବୁ ଜଣେ ଯୁବ ପ୍ରତିଭା ର ଚମକ୍ତୃତ କାର୍ଯ୍ୟ, ଯେକି ସଚେତନ ନାଗରିକ ଓ ନୁତନ କରି ମନରେ ସାମାଜ ପ୍ରତି ପ୍ରଚେଷ୍ଟା କରିଛନ୍ତି l ସମାଜକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖି ଆଜି ନିଜର ପ୍ରଚେଷ୍ଟା ଫଳରେ ତିଆରି କରିଛନ୍ତି ଧୂଆ ମୁକ୍ତ ଓ ବିନା ଇନ୍ଧନ ବ୍ୟବହାର ରେ ବାଇସାଇକେଲ l ଏମିତି ଏକ ପ୍ରତିଭା ହେଲେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ର ଶିବୁପ୍ରସାଦ ସିଂସାମନ୍ତ l ସେ ନିଜର ପରିଶ୍ରମ ଓ ବୁଦ୍ଧି ବଳରେ ତିଆରି କରିଛନ୍ତି ବେଟୀରି ଚାଳିତ ବାଇସାଇକେଲ l ଯାହାକୁ ତିନି ଘଣ୍ଟା ଚାର୍ଜ କଲେ ୩୦ କି ମି ଯାଇଥାଏ l ଏହାର ଘଣ୍ଟା ପ୍ରତି ବେଗ ୩୦ କି ମି l ଏହି ସଫଳତା ପାଇଁ ଆମ ପୋଟାଲ୍ ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା l ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ଯାଇ ପାରିବେ ବୋଲି କୁହନ୍ତି ଶିବୁ ପ୍ରସାଦ l Rita vision 

ଯାଜପୁର (ସୁକିନ୍ଦା) ବିଧାୟକ ଲୋକମାନଙ୍କ ଭଲମନ୍ଦ ବୁଝିଲେ..

Image
ଯାଜପୁର /ସୁକିନ୍ଦା - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ଇ. ପ୍ରିତିରଞ୍ଜନ ଘଡାଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ସୁକିନ୍ଦା ବ୍ଲକ ଅନ୍ତର୍ଗତ ସଂସାଇଲୋ ଓ ସୋରିଷପଦା ଗ୍ରାମରେ ପହଞ୍ଚି ଜନସାଧାରଣ ଙ୍କ ସମସ୍ୟା ବୁଝି ଥିଲେ l ଜଣେ କର୍ତ୍ତବ୍ୟନ୍ୟସ୍ତ ଜନ ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଥିବାରୁ ଉକ୍ତ ଅଞ୍ଚଳର ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l Rita vision 

ଢେଙ୍କାନାଳ - ପିଙ୍ଗୁଆ ଠାରେ ୨୫ ତମ ମହିମା ମହୋତ୍ସବର ଆୟୋଜନ l

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଠାରେ ଅନୁଷ୍ଠିତ ହେଉଅଛି ୨୫ ତମ ମହିମା ମହୋତ୍ସବ l ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି କର୍ଯ୍ୟକ୍ରମ ନଭେମ୍ବର ମାସ ଦୁଇ ତାରିଖରେ ଆରମ୍ଭ ହୋଇ ୪ ତାରିଖରେ ପୂର୍ଣ୍ଣାହୁତି ଓ ଆତ୍ମସେବା ର ବ୍ୟବସ୍ଥା କରାଯାଇଛି l ଏହି ମହୋତ୍ସବ ସିଦ୍ଧ ସାଧୁ '' ଶ୍ୟାମସୁନ୍ଦର ବାବା ଙ୍କ ପ୍ରତିଷ୍ଠିତ ପିଙ୍ଗୁଆ ମହିମା ଆଶ୍ରମ ପରିସରରେ ଅନୁଷ୍ଠିତ ହେଉଛି l ନାମ ସଙ୍କୀର୍ତ୍ତନ ଓ ଯଜ୍ଞାଦି ରେ ଶାନ୍ତିର ବାତାବରଣ ସୃଷ୍ଟି କରିଥାଏ ଏହି ଅଞ୍ଚଳ l ପାଖଆଖ ଗ୍ରାମର ଶହ ଶହ ସଂଖ୍ଯାରେ ଭକ୍ତ ଏହି ମହୋତ୍ସବ ର ମଜା ନେବା ସହିତ ଆର୍ଶିବାଦ ପାଇଥାନ୍ତି l ସାଧୁ ନଟବର ଦାସ ବାବା ଓ ସାଧୁ ସ୍ଵାଧୀନ ବାବା ଏହି କାର୍ଯ୍ୟକ୍ରମ ରେ ପୌରହିତ୍ୟ କରିଛନ୍ତି l Rita vision 

ଯାଜପୁର - ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ..

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବିରଜା ଦେବୀ ଙ୍କର ମନ୍ଦିର, ଯାହା ବିରଜା କ୍ଷେତ୍ର ନାମରେ ପରିଚିତ l ଏହି ଶ୍ରୀ ଶ୍ରୀ ବିରଜା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ l ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୧୯-୨୦-୨୧ ତାରିଖ ୩ ଦିନ ଧରି ଏହି ଉତ୍ସବ ପାଳନ କରାଯିବାର ବ୍ୟବସ୍ଥା କରାଯାଇଛି l ସାଧୁ ଶ୍ରୀ ଉଦୟାନନ୍ଦ ସରସ୍ଵତୀ ମହାରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ନଭେମ୍ବର ମାସ ୧୯ ତାରିଖରେ ବେଲେଶ୍ୱର ଠାରୁ ସକାଳ ୭ ଟା ରେ ଆରମ୍ଭ ହୋଇ ବାରଭାଗୀଆ, ବରାହ, ଜୟ ଜଗନ୍ନାଥ ମନ୍ଦିର, ସିଦ୍ଧେଶ୍ବର, ଗୋବିନ୍ଦନ୍ଦ୍ରେଶ୍ଵର, ମୁଗପଦା, ମଇଦା, ବିରଜା ମନ୍ଦିର, ଯୋଡିକୁଅ, ବଡ଼ ବଜାର, ଗାନ୍ଧୀ ଛକ, କିଆ ଆଳି କୂଳ ଛକ ସ୍ଥାନ ମାନଙ୍କରେ ପରିକ୍ରମା କରି ୨୧ ତାରିଖ ଦିନ ବେଲେଶ୍ୱର ମନ୍ଦିର ରେ ରୁଦ୍ର ମହାଯଜ୍ଞ ହୋଇ ସମାପନ ହେବ l ଏହି କାର୍ଯ୍ୟକ୍ରମ ରେ ପୋଲିସ୍ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଜନପ୍ରତିନିଧିମାନେ ଯୋଗ ଦେଇ ସହଯୋଗ କରିବା ପାଇଁ ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା କମିଟି ପକ୍ଷରୁ ନିମନ୍ତ୍ରିତ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା l ଏହି ଅବସରରେ ଆମେ ଆପଣଙ୍କୁ କିଛି ବହୁ ସାଧୁ ଜ୍ଞାନୀ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ ପରିଲକ୍ଷିତ କରାଇବୁ ଓ ତୁମ୍ଭମାନଙ୍କୁ ପବିତ୍ର ଶ୍ରୀ

ବାଲେଶ୍ବର - ଔପଦା ରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ...

Image
ବାଲେଶ୍ଵର ( ବ୍ୟୁରୋ) - ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ରେ ଆଜି ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି l ସମାଜକୁ ସ୍ଵଚ୍ଛ ଓ ପ୍ଲାଷ୍ଟିକ୍ ମୁକ୍ତ କରିବା ଲାଗି ଏହି ପ୍ରୟାସ ଆରମ୍ଭ କରିଥିଲେ, ଔପଦା ର ନିଶା ନିବାରଣ ମଞ୍ଚ l ଏହି କାର୍ଯ୍ୟକ୍ରମ ରେ ବାବା ପଞ୍ଚଲିଙ୍ଗେଶ୍ଵର କଲେଜ୍ ର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ l ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଓ ସଂଘ ର ସମସ୍ତ ସଭ୍ଯ ମାନେ ସକାଳ ୭ ରେ ଇଶ୍ଵର ପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ଯକୁ ତ୍ବରାନ୍ବିତ କରିବା ସହିତ ଅଞ୍ଚଳରେ କିପରି ଭାବରେ ସ୍ଵଚ୍ଛତା ରକ୍ଷା ହୋଇପାରିବ ଓ ନିଶା ନିବାରଣ ହେବ ସେ ବିଷୟରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ l ଏହି ମହାନ୍ କାର୍ଯ୍ୟ ପାଇଁ ଅଞ୍ଚଳର ଜନସାଧାରଣ ସଂଘ କୁ ଧନ୍ୟବାଦ ଦେଇଥିଲେ l Rita vision 

ଯାଜପୁର - ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

Image
ଯାଜପୁର /ପାଣିକୋଇଲି - ଚଣ୍ଡିଖୋଲ, ପାଣିକୋଇଲି ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ଟିକର ପୋଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମେନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି l ଖବର ରୁ ଅଣାଯାଇଅଛି ଗୋଟେ ସ୍କୁଟି ରେ ଦୁଇଜଣ ଯାଉଥିବା ବେଳେ ଏକ ଟ୍ରକ୍ ସ୍କୁଟି ଟିକୁ ସାମନା ପଟୁ ଧକ୍କା ଦେଇଥିଲା ଫଳରେ ଏହି ଘଟଣାରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଉମାପଦା ର ସୁଶାନ୍ତ ନାୟକ ଙ୍କ ମୃତ୍ୟୁ ହୋଇଥିଲା l ପାଣିକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l Rita vision