Posts

ଢେଙ୍କାନାଳ, କୋମାରେ ଭୁବନ ପ୍ରାଣୀ ଚିକିତ୍ସା କେନ୍ଦ୍ର...

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟକାରୀ ହେଉନାହିଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏହା ଅଭିଯୋଗ କରିଛନ୍ତି ଭୁବନ ସମ୍ବାଦିକ ସଙ୍ଘ l ଘଟଣା ରୁ ପ୍ରକାଶ ଯେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପାଖରେ ବହୁଦିନରୁ ଏକ ଷଣ୍ଢ ରୋଗୀଣା ହୋଇ ପଡ଼ି ରହିଥିଲା l ଏହା ସ୍ଥାନୀୟ ଗାଡ଼ିଚାଳକ ସଂଘ ର କର୍ମକର୍ତ୍ତାମାନେ ଦେଖି ଭୁବନ ସମ୍ବାଦିକ ସଙ୍ଘ କୁ ଜଣାଇଥିଲେ l ସାମ୍ବାଦିକ ସଂଘ ର କର୍ମକର୍ତ୍ତାମାନେ ଆସି ଭୁବନ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ଜଣାଇଥିଲେ l ବିଡ଼ମ୍ବନା ର ବିଷୟ ହେଉଛି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା l ଶେଷରେ ଦୁଇ ସଂଘ ପକ୍ଷରୁ ଏହି ରୋଗୀଣା ଷଣ୍ଢ କୁ ନିଜର ପ୍ରଚେଷ୍ଟା ଫଳରେ ଚିକିତ୍ସା କରିଥିଲେ l ଏଠି ପ୍ରଶ୍ନ ଉଠେ ସରକାରଙ୍କ ପକ୍ଷରୁ ମିଳିଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡି କି କାମରେ ଲାଗୁଛି l ଦୁଇ ସଂଘ ର କର୍ମକର୍ତ୍ତା ମାନଙ୍କୁ ଅଞ୍ଚଳ ବାସୀ ପ୍ରସଂଶା କରିଛନ୍ତି l RITA vision News 

କଟକ, ଶୁଦ୍ଧାନନ୍ଦ ଆବାସିକ ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା....

Image
ଭୁବନେଶ୍ବର - (ବ୍ୟୁରୋ) କଟକ ଜିଲ୍ଲାର ବାରଙ୍ଗ ବ୍ଳକ ରେ ଆଜକୁ ପ୍ରାୟ ୧୧ ବର୍ଷ ଧରି ଗଢିଉଠିଥିବା ଶୁଦ୍ଧାନନ୍ଦ ଆବାସିକ ବିଦ୍ୟାଳୟ ରେ ନୂତନ ଶିକ୍ଷାବର୍ଷ ନିମନ୍ତେ( ୨୦୧୯-୨୦୨୦)  ପାଇଁ ବିଭିନ୍ନ ଜିଲ୍ଲାରୁ ୧୫ ଜଣ ଛାତ୍ର ଓ ୭୦ ଜଣ ବାଳିକା ଉଚ୍ଚ ଶିକ୍ଷା ନିମନ୍ତେ +2( science)  ବିଜ୍ଞାନ ଦିତୀୟ ବର୍ଷ ପାଇଁ ଯୋଗଦେଇଛନ୍ତି l ଏହି ଅବସରରେ କଲେଜ ର principal (ଅଧ୍ୟକ୍ଷ) ସୁଶୀଲ ଚନ୍ଦ୍ର ପ୍ରଧାନ ଙ୍କ ତରଫରୁ ଏକ ସ୍ଵତନ୍ତ୍ର ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି କଲେଜ୍ ର ର ବ୍ୟବସ୍ଥା ବିଷୟ ରେ ଅବଗତ ହୋଇଥିଲେ l କଲେଜ୍ ର ଅନ୍ୟ( lecture)   ଲେକଚର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l RITA vision News 

ବ୍ୟୁରୋ, ରାମ ମନ୍ଦିର ହେବ ଅଯୋଧ୍ୟାରେ

Image
ବ୍ୟୁରୋ - ବହୁ ପ୍ରତୀକ୍ଷିତ ରାମ ମନ୍ଦିର ପ୍ରସଙ୍ଗଟି ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ ନିଜ ରାୟରେ, l ସେହି ସ୍ଥାନରେ ହେବ ରାମ ମନ୍ଦିର ନିର୍ମାଣ, ସୁପ୍ରିମକୋର୍ଟ ର ପଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହିି ରାୟ ଦେଇଛନ୍ତି l ଦୀର୍ଘଦିନ ୪୦ ଦିନ ଧରି ଚାଲିଥିବା ଆଲୋଚନାକୁ କୁ ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି l ସେଥିପାଇଁ ସାରାଦେଶରେ ହାଇ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଉତ୍ତରପ୍ରଦେଶ ରେ ହାଇଆଲର୍ଟ ସାଙ୍ଗକୁ ମୋବାଇଲ୍ ଓ ଇଣ୍ଟରନେଟ୍ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି l RITA vision News 

ଯାଜପୁର, ସମ୍ଭାବ୍ଯ ବାତ୍ଯା କୁ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ...

Image
ଯାଜପୁର /ବ୍ୟାସନଗର - ସମ୍ଭାବ୍ଯ ବାତ୍ଯା 'ବୁଲବୁଲ' କୁ ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲାର ବିଦ୍ୟୁତ୍ ଯୋଗାଣ ବିଭାଗ l ଜିଲ୍ଲାର ଆରକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଗତ ଗୁରୁବାର ଦିନ ଏ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ମାନଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜରୁରୀକାଳୀନ ପରିସ୍ଥିତି କକ୍ଷ ମଧ୍ଯ ଖୋଲା ରହିବ, କୁଆଖାଇ ପାଇଁ ୯୪୩୮୯୦୬୧୦୭,ଯାଜପୁର ରୋଡ଼ ପାଇଁ ୯୪୩୮୯୦୬୧୦୫, ଯାଜପୁର ଟାଉନ ପାଇଁ ୯୪୩୮୯୦୬୧୦୬ ଓ ଯାଜପୁର ଡିଭିଜନ ବିଦ୍ୟୁତ ନିୟନ୍ତ୍ରଣ କକ୍ଷ ପାଇଁ ୯୪୩୮୯୦୬୦୯୩ ଫୋନ୍ ନମ୍ବର ଜାରୀ କରାଯାଇଛି ଏହି ସେବା ୨୪ ଘଣ୍ଟା କାଯ୍ୟକାରୀ କରିବା ସହିତ ଜନସାଧାରଣ ଉପକୃତ ହେବେ l

ଯାଜପୁର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ...

Image
ଯାଜପୁର (ବ୍ୟୁରୋ) - କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଜଣେ କର୍ତ୍ତବ୍ଯ ରତ ସମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ପୋଲିସ୍ ଡ଼ିଜି ଙ୍କୁ ଯାଜପୁର ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ର ସଭାପତି ଶ୍ରୀଯୁକ୍ତ କୈଳାସ ନାୟକ ଙ୍କ ନେତୃତ୍ବରେ ଜିଲ୍ଲା ସାମ୍ବାଦିକ ସଂଘର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ନୀରବ ପଦଯାତ୍ରାରେ ପହଞ୍ଚିଥିଲେ ଏବଂ ପାଣିକୋଇଲି ରେ ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l RITA vision 

ମଣିଷ ଜୀବନର ମୂଲ୍ୟ କେତେ ଦେଖନ୍ତୁ,...

Image
ବ୍ୟୁରୋ - ମଣିଷ ସବୁ ଜୀବଙ୍କ ଠାରୁ ଅଧିକ ଶକ୍ତିଶାଳୀ, ବୁଦ୍ଧିମାନ କହିଲେ ଅତ୍ୟୁକ୍ତି ହେବନାହିଁ l କିନ୍ତୁ ଆପଣମାନଙ୍କ ଅଗୋଚରରେ କିଛି ଏମିତିବି ଘଟିଥିବା, ଆପଣମାନେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିବେ l ମଣିଷ ଜୀବନ ଯାପନ କରିବା ପାଇଁ ପ୍ରୟାସ ଜାରି ରଖିଛି l ଏହି ଅବସରରେ ଆମେ ଜୀବନକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ଚାକିରି କରୁଛେ, କିଛି ବି କାଯ୍ୟ କରିବାକୁ ତତ୍ପର ହେଉଛେ l ସୁଖ ଶାନ୍ତି ରେ ଜୀବନ ଯାପନ କରିବା ପାଇଁ କିଏ କିଏ କିଛି ସୁକାର୍ଯ୍ୟ କରୁଛନ୍ତି ତ ଆଉ କିଏ ଅନାନ୍ୟ ଘୃଣ୍ୟ କାମ କରିବା କୁ ପଛାଉ ନାହାନ୍ତି l କିନ୍ତୁ ଆମେ ଆପଣଙ୍କୁ ଏକ ଏହିଭଳି ଚିତ୍ର ଦେଖାଉଛୁ ଯୋଉଥିରେ ମଣିଷ ସୁଖମୟ ଦିନ କରାଉଛି ଏକ ଅଜଣା ପଶୁ ସହିତ,l ଆପଣାର ନ ହେଲେ ବି ଆପଣାର କରି ନେଇ ଦୁଃସାହସିକ ଭାବେ ନିଜର ସୁଖ ଜୀବନ ବଞ୍ଚାଇ ରଖିବାକୁ ପସନ୍ଦ କରନ୍ତି ପଶୁ ଙ୍କ ଦ୍ଵାରା l ସୋସିଆଲ ମିଡିଆ ରୁ ସଂଗୃହୀତ... Rita vision 

ଢେଙ୍କାନାଳ, ଚଳିତ ବର୍ଷ ୧୪୨୦୩୦ ମେଟ୍ରିକ ଟନ୍ ଧାନ କିଣିବାକୁ ସ୍ଥିର....

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ରେ ଚାଷୀମାନେ ବିଭିନ୍ନ ସମୟରେ ନିଜର ଉତ୍ପାଦିତ ଧାନକୁ ବିକ୍ରି କରିବା ପାଇଁ ଓ ଧାର୍ଯ୍ୟ ସମୟ ରେ ଉଚିତ୍ ମୂଲ୍ୟ ପାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ଚଳିତ ବର୍ଷ ସରକାରଙ୍କ ତରଫରୁ ଚାଷୀ ଭାଇ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପ୍ରୟାସ ପ୍ରସ୍ତୁତ କରିଛନ୍ତି ଜିଲ୍ଳା ପ୍ରଶାସନ l ଚଳିତ ମାସ ୨୯ତାରିଖରୁ  ମୋଟ ଉପରେ ୮୦ ଟି ସେବା ସମବାୟ ସମିତି ମାଧ୍ୟମରେ ଏହି ଧାନ କ୍ରୟ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୂମେଶ ଚନ୍ଦ୍ର ବେହେରା ଗ୍ରାମ ଉନ୍ନୟନ ସଭା ଗୃହରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନେଇଛନ୍ତି l ଢେଙ୍କାନାଳ ଜିଲ୍ଲା ର ୩୯୫୦୩ ଚାଷୀ ଧାନ ଫସଲ ବିକ୍ରୀ କରିବା ପାଇଁ ଆବେଦନ କରିଥିବା ଜଣାପଡ଼ିଛି l ସରକାର କୁଇଣ୍ଟାଲ ୧୮୧୫ ଟଙ୍କାରେ ଗୁଣାତ୍ମକ ମାନର ଧାନ କିଣିବେ l ଏବଂ ଜଣେ ଚାଷୀ ୫୦ କୁଇଣ୍ଟାଲ ଧାନ ବିକି ପାରିବେ, ଧାନର ଉଚିତ୍ ମୂଲ୍ୟ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମାହେବ l ଜିଲ୍ଲାର ୧୪ ଗୋଟି ରାଇସ୍ ମିଲ୍ ଧାନ କିଣିବାକୁ ମଧ୍ୟ ଧାର୍ଯ୍ୟ କରାଯାଇଛି l ଏହି ବୈଠକରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏବଂ ବିଭିନ୍ନ ଲୋକପ୍ରତିନିଧିଙ୍କ ପ୍ରତିନିଧି ଓ ସମବାୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l Rita vision News