Posts

୪ ଜଣ କୁଖ୍ୟାତ ଡକାୟତ ଙ୍କୁ ଧରିବାକୁ ସଫଳ ହୋଇଛି କଳିଙ୍ଗନଗର ପୋଲିସ୍ l

Image
ଯାଜପୁର /କଳିଙ୍ଗନଗର - ଗତ ୧୭ ତାରିଖ ରାତିରେ କଳିଙ୍ଗନଗର ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ SI, M. M. ROUT ଏବଂ ତାଙ୍କ ଟିମ୍ ପକ୍ଷରୁ କୌଣସି ସୂତ୍ରରୁ ସୂଚନା ପାଇ ଡ଼ୁବୁରୀ ସିଆର୍ରିଆ ଗ୍ରାମର ଏକ ପରିତ୍ୟକ୍ତ ଘର ଉପରେ ଚଢାଉ କରି ୪ ଜଣ କୁଖ୍ୟାତ ଡକାୟତ ଙ୍କୁ ଧରିବାକୁ ସଫଳ ହୋଇଛି କଳିଙ୍ଗନଗର ପୋଲିସ୍ l ଦୁଇଜଣ କଟକ ଜିଲ୍ଲା ର ହୋଇଥିଲା ବେଳେ ଦୁଇଜଣ ଯାଜପୁର ଜିଲ୍ଲା ର l ସାଲେପୁର ଥାନା ଅନ୍ତର୍ଗତ ରାଘବପୁର ଗ୍ରାମର କାଶିନାଥ ଦାସ୍ ଙ୍କ ପୁଅ ଶେଖର (32) ବର୍ଷ ଓ ରାଇ ସୁଙ୍ଗୁଡା ଗ୍ରାମର ବୀରକିଶୋର ଦାସ ଙ୍କ ପୁଅ ତାରା କାନ୍ତ ଦାସ (32) ଏବଂ ସୁକିନ୍ଦା ଥାନା ଅନ୍ତର୍ଗତ ଦଲକି ଗ୍ରାମର ଜୋହେସ୍ୱର ମହାନ୍ତ ଙ୍କ ପୁଅ ଇନ୍ଦ୍ରମଣି (22) ଓ କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଗ୍ରାମର ଜଟିଆ ଦାସ୍ ଙ୍କ ପୁଅ ଜାହାନ( 23)  ଙ୍କୁ କଳିଙ୍ଗନଗର ପୋଲିସ୍ କାବୁ କରିବାରେ ସଫଳ ହୋଇଛନ୍ତି l ସେମାନଙ୍କ ନିକଟରୁ ଗୋଟିଏ ହୋଣ୍ଡା ମୋଟରସାଇକଲ୍ No OR05AF 64 11 ସହିତ ଗୋଟାଏ ଟାଟା ଏସି ଗାଡ଼ି No OR05AN 70 08 କୁ ମଧ୍ୟ ଜବଦ କରିଛି ପୋଲିସ୍ l କିଛି ମାରଣାସ୍ତ୍ର ଓ ହ୍ୟାଣ୍ଡ ଗ୍ଲୋବସ ବି ଜବଦ କରିଛି ପୋଲିସ୍ l କଳିଙ୍ଗନଗର ଥାନା କେସ୍ ନଂ 208/18.11.19. U/s399/402 ରେ ଆଜି କୋଟ୍ ଚାଲାଣ କରିଛି I ଡୁବୁରୀ ଗ୍ରାମର ଶରତ ସାହୁ ଙ୍କ  ଘରେ ଡକାୟତି ଲକ୍ଷ୍ୟ ନେଇ ସେମାନେ ନିଜର ପ୍ଲାନ୍ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ପକ୍

ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ଙ୍କ ପୂଜାରେ ଉତ୍ସବ ମୁଖର ଦାନଗଦି ବ୍ଲକ l

Image
ଯାଜପୁର - ପାର୍ବଣ ର ମାସ ର ଶେଷ ଭାଗରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ଙ୍କ ପୂଜାରେ ଉତ୍ସବ ମୁଖର ଦାନଗଦି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦ ପୁର ର ନୀଳପଦା ସାହି ଓ ଦାନଗଦି ଠାରେ ଅନୁଷ୍ଠିତ ହେଉଅଛି ପୂଜା l ଲୋକମାନେ ଏହି ଅବସରରେ ପୂଜା ମଣ୍ଡପ ନିକଟରେ ଉପସ୍ଥିତ ରହି ଉତ୍କଣ୍ଠା ର ସହିତ ପୂଜାର୍ଚ୍ଚନା କରୁଛନ୍ତି l ଏହି ଅବସରରେ ଆମେ ଦାନଗଦି ପୁଜା କମିଟି ପକ୍ଷରୁ ମୀନାବଜାର ଆୟୋଜନ କରାଯାଇଛି l ଏହି ମହୋତ୍ସବ ଏକ ସପ୍ତାହ ଧରି ଚାଲିବାକୁ ଥିବା ଜଣାପଡ଼ିଛି l 

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ମିଳିଲା ଗୋଲଡେନ୍ ସ୍ୟାଣ୍ଡ ଆର୍ଟ୍ ଆୱାର୍ଡ ୨୦୧୯।

Image
ବ୍ୟୁରୋ - ଓଡ଼ିଶାର ସୁପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦେଶ ବିଦେଶରେ ତାଙ୍କର କୃତିତ୍ୱ ପ୍ରତିପାଦନ କରିଛନ୍ତି l ଦେଶ ବାହାରେ ଅର୍ଥାତ୍ ଅନ୍ୟ ଦେଶରେ ଇଟାଲି ରେ ତାଙ୍କର କଳା ପ୍ରଦର୍ଶନ କରି ରାଜ୍ଯ ଓ ଦେଶ ପାଇଁ ଆଣିଛନ୍ତି ଗୌରବ l ଇଟାଲିର ରୋମ ଠାରେ ଅନୁଷ୍ଠିତ  ପ୍ରମୂଓଭି ଇଣ୍ଟରନେସନାଲ ସ୍କୋରାନୋ ସ୍ୟାଣ୍ଡ ଆର୍ଥ ଉତ୍ସବ ର ସଭାପତି ମି. ଭିଟୋ ମରାଚିଓ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଥିଲେ l ଏହି କୃତିତ୍ଵ ଅର୍ଜନ କରିଥିବା ହେତୁ ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ସ୍ଵାଗତ କରାଯାଇଛି l Rita vision News 

ପଟାଙ୍ଗୀ ପୋଲିସ ର ବଡ଼ ସଫଳତା, ଜବଦ ହେଲା ଗଞ୍ଜେଇ l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ରେ ଦିନକୁଦିନ ବଢିବାରେ ଲାଗିଛି ଚୋରା ଚାଲାଣ ଗଞ୍ଜେଇ l ବିଭିନ୍ନ ସମୟରେ ପୋଲିସ୍ ଛୋଟ ମୋଟ ଚାଲାଣକାରୀଙ୍କ ଉପରେ ଚଢ଼ାଉ କରି ବେଆଇନ୍ ଗଞ୍ଜେଇ କାରବାର କୁ ନିୟନ୍ତ୍ରଣ କରିବା ଦେଖିବାକୁ ମିଳିଥିଲା l କିନ୍ତୁ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପଟାଙ୍ଗୀ ଥାନା ପୋଲିସ ଏକ ଦଶ ଚକିଆ ଟ୍ରକ କୁ କାବୁ କରି ତା ମଧ୍ୟରୁ ବସ୍ତା ରେ ଚାଲାଣ ହେଉଥିବା ୪୬୩.୪୮୦ କିଲୋଗ୍ରାମ ଓଜନ ର ଗଞ୍ଜେଇ ଜବତ କରିଛି l ଏହା ପଟାଙ୍ଗୀ ପୋଲିସ ର ବଡ଼ ସଫଳତା ବୋଲି କୁହାଯାଉଛି l ଏହା ସହିତ ଦୁଇ ଜଣ ଅନ୍ତରାଜ୍ଯ ଗଞ୍ଜେଇ ମାଫିଆ କୁ ମଧ୍ୟ ଗିରଫ କରାଯାଇଛି l ଟ୍ରକ୍ ଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପଟାଙ୍ଗୀ ପୋଲିସ l Rita vision News 

ଦାନଗଦି ବ୍ଲକ ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ରେ ଶିଶୁଦିବସ ପାଳନ ଅବସରରେ ବିଜ୍ଞାନ ମେଳା ଅନୁଷ୍ଠିତ l

Image
ଯାଜପୁର /ଦାନଗଦି - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି ଶିଶୁଦିବସ, ଏହା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ବିଜ୍ଞାନ ମେଳା l ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ଧଳ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ l ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିବସ ଉପଲକ୍ଷେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସାଧାରଣ ସଭାର ଆୟୋଜନ କରାଯାଇଥିଲା l ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଙ୍କ ସମେତ ଅନ୍ୟ ଶିକ୍ଷକ - ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ l Rita vision News 

ଜାଭିଅର ହାଇସ୍କୁଲ ପିଙ୍ଗୁଆ ଠାରେ ଶିଶୁଦିବସ ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗିତା l

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ st. ଜାଭିଅର ହାଇସ୍କୁଲ ରେ ପାଳିତ ହୋଇଯାଇଛି ଶିଶୁଦିବସ ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁ ଙ୍କ ତତ୍ତ୍ଵାବଧାନରେ ମୁଖ୍ୟଅତିଥି ଭାବେ ସ୍କୁଲ଼ ର ଏସଏମସି ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଯୋଗଦେଇ ଶିଶୁମାନଙ୍କ ଦ୍ଵାରା ତିଆରି ରଙ୍ଗୋଲି କୁ ମନଭରି ଉପଭୋଗ କରିଥିଲେ l ଏହି କର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷୟତ୍ରୀ ପ୍ରଣତି ପରିଡା ଓ ଚିନ୍ମୟୀ ପ୍ରଧାନ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏଥିରେ ଷ୍ଟାଣ୍ଡାର୍ଡ 6 ର ବୈଭାଭି ଭଞ୍ଜ ପ୍ରଥମ ସ୍ଥାନ ହାସଲ କରିଛନ୍ତି, ଦ୍ବିତୀୟ ସ୍ଥାନ ରେ ଷ୍ଟାଣ୍ଡାର୍ଡ଼ 1 ର ଲକ୍ଷ୍ମୀପ୍ରିୟା ସାମନ୍ତ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବିଷ୍ଣୁପ୍ରିୟା ସାହୁ l RITA vision News 

କୋଣାର୍କ ରେ ତିଆରି ହେଉଛି ମାଇକ୍ରୋ କମ୍ପୋ ସିଟିଂଗ ସେଣ୍ଟର l

Image
ବ୍ୟୁରୋ ରିପୋର୍ଟ - ପୁରୀ ଜିଲ୍ଲା କୋଣାର୍କ (NAC) ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟକାରୀ ହେବା କୁ ଯାଉଛି ଏକ ସ୍ଵତନ୍ତ୍ର ପ୍ରୋଜେକ୍ଟ, ଯାହା ଦ୍ବାରା କୋଣାର୍କର ସମଗ୍ର ଅଞ୍ଚଳରେ ଆଉ ରହିବ ନାହିଁ ଅନିବାର୍ଯ୍ୟ, ଅସନା l ଏଣେତେଣେ କୁଢ କୁଢ ଅଳିଆ ଅନାବନା ଅଦରକାରୀ ସମାଗ୍ରୀ କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି କୋଣାର୍କ NAC, ପୁରୀ ଜିଲ୍ଲା ପ୍ରଶାସନ l ଏଥିଲାଗି ତିଆରି କରାଯାଉଛି ଏକ ସ୍ଵତନ୍ତ୍ର ପ୍ରୋଜେକ୍ଟ, ଯାହାର ନାମ ମାଇକ୍ରୋକମ୍ପୋସିଟିଂଗ ସେଣ୍ଟର ( MCC) l ଏହା ଦ୍ବାରା କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ଅଳିଆ ଆବର୍ଜନା ଗୁଡ଼ିକୁ ସଂଗ୍ରହ କରି ଏହିଠାରେ ମେସିନ୍ ଦ୍ବାରା ପରିଚାଳିତ କରାଯିବ l ଏହି ପ୍ରକ୍ରିୟା ଦ୍ଵାରା ଗୋଟେ ସ୍ଵଚ୍ଛ, ସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରାଯାଇପାରିବ ଏବଂ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ସ୍ଵଚ୍ଛ NAC ଭାବେ ପରିଗଣିତ ହେବା ସହ ଅନ୍ୟ ସହର ମାନଙ୍କୁ ଏ ନେଇ ବାର୍ତ୍ତା ପହଞ୍ଚି ପାରିବ l Rita vision News