Posts

ଆୟୁର୍ବେଦିକ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଦିନବନ୍ଧୁ ମହାରଣା ଙ୍କ କୃତିତ୍ୱ l

Image
ବ୍ୟୁରୋ ରିପୋର୍ଟ (Rita vision News) କଟକ ଓଏମପି ଛକ ମାର୍କେଟ କଂପ୍ଲେସ ରେ ଦୀର୍ଘ ଚାରି ଦଶନ୍ଧି ଧରି ନିସ୍ୱାର୍ଥପର ଭାବେ ରୋଗୀ ଦେଖୁଛନ୍ତି ଆୟୁସୁ ଡାକ୍ତର ଦୀନବନ୍ଧୁ ମହାରଣା,ନିଜ ଜୀବନ କୁ ସେ ରୋଗୀ ମାନଙ୍କ ସେବାରେ ଉତ୍ସାର୍ଗ କରିଦେଇଛନ୍ତି।ସବୁ ପ୍ରକାର ରୋଗ କୁ ସେ ଆୟୁର୍ବେଦିକ ଔଷଧ ମାଧ୍ୟମ ରେ ଶହେପ୍ରତିଶତ ନିରୋଗ କରିଦେଉଛନ୍ତି,ସେଥି ପାଇଁ ସେ ବହୁବାର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।ତାଙ୍କ ମତରେ ଏଲୋପାତି ଔଷଧ ଦେହ ପାଇଁ ହିତକର ନୁହେଁ, ତାହା ରୋଗ ଭଲ କରୁଥିଲେ ମଧ୍ୟ ବହୁ ପାର୍ସପ୍ରତିକ୍ରିୟା ଦେଖାଇ ଥାଏ।ଯେକୌଣସି ପ୍ରକାର ରୋଗ ପାଇଁ ସିଦ୍ଧ ଆୟୁର୍ବେଦିକ ଔଷଧଅଛି ବୋଲି ତାଙ୍କ ମତ।ନିଜର ୨୩ ଏକର ଜମିରେ ସେ ହରବାଲ ବଗିଚା କରିଛନ୍ତି ଯୋଉଠୁ ସେ ବହୁ ଉପକାରୀ ଜରିବୁଟି ସଂଗ୍ରହ କରନ୍ତି, ସେଥିପାଇଁ ତାଙ୍କୁ ରାଜ୍ୟ ସରକାର 'ପ୍ରକୃତିବନ୍ଧୁ'ଓ 'ପରିବେଶ ସମ୍ମାନ' ଭଳି ପୁରସ୍କାର ଦେଇଛନ୍ତି।ଓଡିଶା ରେ ସେ ଡି. ଲିଟ ଡିଗ୍ରୀ ଧାରୀ ପ୍ରଥମ ଡାକ୍ତର,ସେ ୭୦ ଖଣ୍ଡ ଆୟୁର୍ବେଦ ଜନିତ ସ୍ୱାସ୍ଥ୍ୟ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପତ୍ନୀ ଓ ଦୁଇ ଦୁଇ ପୁତ୍ର ମଧ୍ୟ ଆୟୁଷ ଡାକ୍ତର ଅଟନ୍ତି।ଏତେ ଖ୍ୟାତି ଅର୍ଜନ କଲା ପରେ ମଧ୍ୟ ଦୀନବନ୍ଧୁ ଙ୍କ ମନରେ କେହି କେବେ ଅହଂ ଦେଖିପାରି ନାହାଁନ୍ତି,ସବୁ ରୋଗୀ ଙ୍କୁ ସେ ବନ୍ଧୁ ପରି ବ୍ୟବହାର କରନ୍ତି।ସେଥିପାଇ

ବର୍ଷାରେ କଟକ ସହରର ଅବସ୍ଥା ଖରାପ l

Image
କଟକ (Rita vision News )ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ କଟକ ରେ ମୁଷଳ ଧାର ରେ ବର୍ଷା ହୋଇ ଜୀବନ ଯାତ୍ରା ବେହାଲ ହୋଇ ଯାଇଛି, ଜୀବନ ସହ ଜୀବିକା ମଧ୍ୟ ବାଧାପ୍ରାପ୍ତ ହୋଇଛି,ଖୁଦ୍ର ବ୍ୟବସାୟୀ ଙ୍କ ଯେଉଁ ଭଳି ଭାବେ ବେପାର ହବାକଥା ଲଗାଣ ବର୍ଷା ଯୋଗୁଁ ତାହା ହଉ ନାହିଁ। ଯାଇକା କାମ ହୋଇ ରାସ୍ତା ଘାଟ ଖାଲ ଢ଼ିପ ହୋଥିବାରୁ ସ୍ଥାନେ ସ୍ଥାନେ ପାଣି ଜମି ରହିଛି ଯାହା ଫଳରେ ଜାନ ବାହନ ଗମାନାଗମନ ରେ ଅସୁବିଧା ଦେଖା ଦେଉଛି।ପାଣିପାଗ କେନ୍ଦ୍ର ସୂତ୍ର ରୁ ସୂଚନା ଦିଆଯାଇଛି କି ଆଜି ଏବଂ କାଲି କଟକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କଟକ କୁ ଏଲୋ ଓ୍ୱାନିଙ୍ଗ ଦିଆଯାଇଛି।

ଦିବ୍ୟାଙ୍ଗ ଓ ଅସହାୟ ବ୍ଯକ୍ତି ମାନଙ୍କୁ ଛତା ବଣ୍ଟନ l

Image
ବ୍ୟୁରୋ ରିପୋର୍ଟ (Rita vision News) - ପୂଜା ଅବସରରେ, ଆଗାମୀ ଲଘୁଚାପ କୁ ଦୃଷ୍ଟି ରେ ରଖି ,ଗରିବ ଅସହାୟ ଦିବ୍ୟାଙ୍ଗ ଙ୍କୁ ଛତା ବଣ୍ଟନ କରିଛି ଚେଞ୍ଜ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କଟକ ସହର ର ଖାନନଗର କାଳୀ ମନ୍ଦିର, ବାରବାଟୀ ଷ୍ଟାଡିଅମ, ନୂଆବଜାର, ପୋତାପୋଖରୀ ସ୍ଥାନ ବୁଲି ଗରିବ ଅସହାୟ ଦିବ୍ୟାଙ୍ଗ ଙ୍କୁ ଛତା ବାଣ୍ଟିବା ସହ ହଳଦୀ ପାଣି ରେ ତାଙ୍କ ଗୋଡ ହାତ ଧୋଇଦେଇଥିଲେ, ଓ ହଳଦୀ ପାଣି ହାତ ଧୋଇ ଦେଶୀ ପଦ୍ଧତି ରେ କିଭଳି କୋରୋନା ଠୁ ଦୁରେଇ ରହିହବ ତାହା ବୁଝେଇଥିଲେ। ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ର ୨୦୦୬ ବ୍ୟାଚ ଛାତ୍ର ଛାତ୍ରୀ ମଧ୍ୟ ଏହି କାମ ରେ ସହଯୋଗ କରିଥିଲେ।ଏହି ମହାନ କାର୍ଯ୍ୟ ରେ ଅଭିଜିତ ଘୋଷ, ଅଜିତ ଦାସ,ପ୍ରଣୟ ପରିତୋଷ,ରାମସିସ ସାହୁ, ଶିବରାଜ ସାହୁ, ଚନ୍ଦନ ସେନାପତି,ସୁବ୍ରତ ନାୟକ, ସୁଭ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

କରୋନା ମହାମରୀ ପାଇଁ ଫିକା ଫିକା ଲାଗୁଥିଲା ନୂଆଖାଇ l

Image
ସମ୍ବଲପୁର (ବ୍ୟୁରୋ ରିପୋର୍ଟ) :- ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ ଧାର‌୍ୟ୍ୟ ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ । ପୀଠ ପରିସରରେ ଥିବା ୧୧୫ ପାର୍ଶ୍ବ ଦେବଦେବୀଙ୍କୁ ପୂଜକମାନେ ନବାନ୍ନ ଲାଗି କରିବେ । ଏହାପରେ ଲୋକେ ନିଜ ନିଜ ଘରେ ନୂଆ ଖାଇବେ । ପ୍ରତିବର୍ଷ ନୂଆଁ ଲାଗି ହେବା ପରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରୁ ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଥାନ୍ତି । ଚଳିତବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଁ ସମଲେଶ୍ୱରୀଙ୍କ ଅନ୍ଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ଦେବୀଙ୍କଠାରେ ନବାନ୍ନ ଲାଗି ଓ ରୁଦ୍ଧଦ୍ୱାର ପୂଜା ବ୍ୟତୀତ ଅନ୍ୟ ସମସ୍ତ କାର‌୍ୟ୍ୟକ୍ରମ ରବିବାର ପୂର୍ବାହ୍ନ ୯ଟା ୧୫ ମିନିଟରୁ ଫେସବୁକ୍ରେ ଲାଇଭ୍ ପ୍ରସାରଣ ବ୍ୟବସ୍ଥା କରାଯାଇଥିବା ମା’ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ କୁମାର ବାବୁ କହିଛନ୍ତି । ସକାଳ ୯ଟା ୧୫ ମିନିଟ ସମୟରେ ଚାରିଜଣ ପୂଜକଙ୍କ ଘରୁ ଭୋଗ ମନ୍ଦିରକୁ ଯିବ ଓ ନିର୍ଦ୍ଧାରିତ ସମୟରେ ଭୋଗ ଲାଗି ହେବାପରେ ଚତୁଃପାର୍ଶ୍ବରେ ଥିବା ଦେବଦେବୀଙ୍କଠାରେ ନବାନ୍ନ ଲାଗିର ସିଧା ପ୍ରସାରଣ କରାଯିବ । ଭ

ଧାରଣାରେ ବସିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର l

Image
ବ୍ୟୁରୋ ରିପୋର୍ଟ (Rita vision News) - ବଗଲା ଧର୍ମଶାଳା ନେଇ ଜୋର୍‌ ଧରିଲା ରାଜନୀତି, ବଗଲା ଧର୍ମଶାଳା ଆଗରେ ଧାରଣାରେ ବସିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବଗଲା ଧର୍ମଶାଳା ୧୧୫ ବର୍ଷ ଧରି ଐତିହାସିକ ସ୍ଥାନ ଥିଲା, ଗରିବ ତୀର୍ଥ ଯାତ୍ରୀଙ୍କ ପାଇଁ ଥିଲା ବଗଲା ଧର୍ମଶାଳା, ଏ ଜମି ରାତାରାତି ହଡ଼ପ କରାଯାଇଛି: ସମ୍ବିତ ଏବେ ବେଆଇନ ଭାବେ ତାକୁ ବିକ୍ରି କରାଯାଇଛି, ଏହା ପଛରେ ରହିଛି ବିଜେଡି ର କିଛି ନେତା ଓ ପ୍ରଶାସକଙ୍କ ଷଡ଼ଯନ୍ତ୍ର l ବଗଲା ଧର୍ମଶାଳା ୧୧୫ ବର୍ଷ ଧରି ଐତିହାସିକ ସ୍ଥାନ ଥିଲା । ପ୍ରସାଦ ଯୋଜନାରେ ବଗଲା ଧର୍ମଶାଳା ପାଇଁ କେନ୍ଦ୍ର ୨୦ କୋଟି ଦେଇଥିଲା, ୩ କୋଟି ଟଙ୍କା ଖର୍ଚ୍ଚ ପରେ କାମ ବନ୍ଦ କରାଯାଇଥିବା ଅଭିଯୋଗ । ପ୍ଲଟିଂ ବନ୍ଦ ସହ ଧର୍ମଶାଳା କାମ ଚାଲୁ ରଖିବାକୁ ଦାବି କଲେ ସମ୍ବିତ  ଶ୍ରୀମନ୍ଦିରର ୭୫ ମିଟରରେ ଜମି ହରାଇଥିବା ସେବାୟତଙ୍କୁ ଥଇଥାନ କରାଯାଇଛି । ମୋଟ ଜମି ପରିମାଣର ୧୨% ସେବାୟତଙ୍କୁ ଦିଆଯାଇଛି l ପୁରୀ ବଗଲା ଧର୍ମଶାଳା ଜମି ନେଇ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ । ନକ୍ସା ଜାରି ସହ ଜମି ବିକ୍ରି ହେବା ଘଟଣାକୁ ବିଭ୍ରାନ୍ତିକର କହିଲା ପ୍ରଶାସନ । ବଗଲା ଧର୍ମଶାଳା ୨ଟି ପ୍ଲଟ ଉପରେ ରହିଛି, ଧର୍ମଶାଳା ପ୍ଲଟ ସୁରକ୍ଷିତ । ଶ୍ରୀମନ୍ଦିର ସେବାୟତଙ୍କ ଥଇଥାନ ପାଇଁ ଅନ୍ୟ ଅଂଶଟି ଦିଆଯାଇଛି ।

ସାମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ଚାଷୀ.. l

Image
ବ୍ୟୁରୋ ରିପୋର୍ଟ (Rita vision News) - ଆଜିର ଯୁବ ସମାଜ ପାଠ ପଢ଼ି ଚାକିରି ପଛରେ ଧାଇଁ ସମୟ କୁ ନଷ୍ଟ କରି ଶେଷରେ ମାନସିକ ଚିନ୍ତାରେ ଦିନ କାଟୁଛନ୍ତି l କିନ୍ତୁ ଜଣେ ନାରୀ ସମାଜରେ ସୁଖ ଶାନ୍ତି ରେ ବଞ୍ଚିରହିବା କୁ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାର ଉଦାହରଣ ପାଲଟିଛନ୍ତି l ଆଜିର ଯୁଗରେ ନାରୀମାନେ ପୁରୁଷ ମାନଙ୍କର ସମକକ୍ଷ ହୋଇପାରିଛନ୍ତି । ସେମାନଙ୍କ ପାଖରେ ଅସମ୍ଭବ ବୋଲି କିଛି ନାହିଁ । ସେମାନେ ଆଜି ସମାଜରେ ସଶକ୍ତ ଓ ପ୍ରତିଷ୍ଠିତ ମଧ୍ୟ ହୋଇପାରିଛନ୍ତି। ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ ପୁରୁଷଙ୍କ ଉପରେ ନିର୍ଭର ନକରି ନିଜେ ପାୱାରଟିଲର ଚଳାଇ ଜମି ହଳ କରିଛନ୍ତି । ସେ ତାଙ୍କ ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ସାଙ୍ଗକୁ ସୁନ୍ଦର ପୁଲ ଓ ଫଳ ବଗିଚା ମଧ୍ୟ କରିଛନ୍ତି l ଏବେ ତାଙ୍କର ଜମିରେ ୩୨ କେଜି ଓଜନ ର ଓଲୁଅ ମଧ୍ୟ ଫଳାଇ ପାରିଛନ୍ତି l ସମସ୍ତ କୃଷକ ମାନଙ୍କୁ ସମ୍ମାନ ଦେବା କଥା ଟା ଠିକ, କିନ୍ତୁ ଦେହରେ ମିଛରେ ଖାଲି କାଦୁଅ ବୋଳିପକେଇକି ଫୋଟୋ ଉଠେଇଦେଲେ କେହି କୃଷକ ହେଇଯାଏନି, କୃଷକ ହେବାକୁ ହେଲେ ଚାଷ କାମ କରିବା ପାଇଁ ଇଛାଶକ୍ତି ସହିତ ଦୃଢ ମନବଳ ଆବଶ୍ୟକ।  ତେଣୁ ଚାଷୀ ମାନଙ୍କୁ ସରକାରୀ ସ୍ତରରେ ସମ୍ମାନୀତ ଓ ଉଚିତ ସହାୟତା ଜରୁରୀ l Umakanta Mohapatra 

୧୫ ଅଗଷ୍ଟ କୁ ବିଭାଜିତ ଭାରତର ଦୂତୀୟସ୍ୱାଧୀନତା ଦିବସ ଭାବେ ଦାବି କଲା ନେତାଜୀ ସୁବାଷ ସେନା l

Image
ବ୍ୟୁରୋ ରିପୋର୍ଟ (Rita vision News) - କଟକ ନୂଆବଜାର ସ୍ଥିତ ନେତାଜୀ ସୁବାଷ ସେନା ଅଗଷ୍ଟ ୧୫ କୁ ବିଭାଜିତ ଭାରତ ର ଦୂତୀୟ ସ୍ୱାଧୀନତା ଦିବସ ଭାବେ ଦାବି କରି,୧୯୪୪ ମସିହା ଏପ୍ରିଲ ୧୪ ତାରିଖ କୁ ପ୍ରଥମ ଅଖଣ୍ଡ ଭାରତ ର ସ୍ୱାଧୀନତା ଦିବସ,ଯାହାକି ନେତାଜୀ ଙ୍କ ନେତୃତ୍ତ୍ୱ ରେ ଆଜାଦହିନ୍ଦ ଫୌଜ କରିଥିଲା ବୋଲି ପ୍ରଥମଥର ପାଇଁ ସ୍ୱରଉତଳନ କରିଛି ସୁବାସ ସେନା। ନୂଆ ଇତିହାସ ଲେଖିବା ଉଦେଶ୍ୟ ରେ ସହରରେ ବୃକ୍ଷ ରୋପଣ ଓ ଭୁଲ ଇତିହାସ ହଟେଇବା ପାଇଁ ସହରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲା ସୁବାସ ସେନା।କିଛି କୁଚକ୍ରି ନେତା ଙ୍କ ଶାସ୍ତା ରାଜନୀତି ପାଇଁ ଅଗଷ୍ଟ ୧୫କୁ ସରକାରୀ ସ୍ତରରେ ସ୍ୱାଧୀନତା ଦିବସ ର ମାନ୍ୟତା ଦିଆ ଯାଇଛି ବୋଲି ସେନା କହିଛି I ୧୯୪୪ ମସିହା ଏପ୍ରିଲ ୧୪ କୁ ପ୍ରଥମ ଅଖଣ୍ଡ ଭାରତ ର ସ୍ୱାଧୀନତା ଦିବସ ଭାବେ ସରକାରୀ ସ୍ତର ରେ ମାନ୍ୟତା ଦେବା ପାଇଁ ସୋସିଆଲ ମିଡିଆ ମାଧ୍ୟମ ରେ ମୋଦି ସରକାର ଙ୍କୁ ଅନୁରୋଧ କରିଛି ସୁବାସ ସେନା, ଏଥସହ ନୂଆ ଇତିହାସ ଆଗନ୍ତୁକ ଅପେକ୍ଷା ରେ ନେତାଜୀ ଙ୍କ ଜନ୍ମ ସ୍ଥାନ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ରେ ନେତାଜୀ ଙ୍କୁ ସ୍ମରଣ କରି ସମୂହ ଦୀପ ଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସେନା ର ସଭାପତି ଅଜିତ ଦାସ ଓ ସୁନୀଲ ବେହେରା, ଅନିଲ ପ୍ରଧାନ, ବୁବୁନ କୁମାର ପଣ୍ଡା, ଅନନ୍ତ ନାରାୟଣ ବାରିକ, ଦେବେନ୍ଦ୍ର ସୁନ୍ଦ