Posts

ସାମ୍ବାଦିକଙ୍କ ବିୟୋଗରେ ସ୍ମୃତିଚାରଣ ସଭା l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଟାଇମସ୍ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମୁନି ଛାତ୍ର ଶ୍ରୀ ପ୍ରିତିମନ୍ ମହାପାତ୍ରଙ୍କ ଗତ ମଇ ୧/୫/୨୦୨୧ ରେ କୋବିଡ୍-୧୯ ଯୋଗୁଁ ମୃତ୍ୟୁ ବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଣୀବିହାର ପରିସରରେ ଥିବା ମା' ତାଳପଦେଶ୍ୱରି ମନ୍ଦିର ପରିସରରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ କୋବିଡ୍ ନିୟମ ଅନୁସାରେ ଏକ ଶୋକସଭା ଆୟୋଜନ କରି ଶ୍ରୀ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଶୋକସଭାରେ ବାଣୀବିହାରର ପ୍ରଫେସର ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ବଦ୍ରୀ ନାରାୟଣ ମହାନ୍ତି, ମନୋଜ କୁମାର ସାହୁ, ନିର୍ମଳ କୁମାର ପଣ୍ଡା, ଡ଼ଃ ପ୍ରକାଶ ତ୍ରିପାଠୀ, ହିମାଂଶୁ ଲେଙ୍କା, ରିଡର୍ ମନୋରଞ୍ଜନ ସେନାପତି, ଅନାମ ବେହେରା, ସୁଶାନ୍ତ କୁମାର ପାତ୍ର, ଲୋକେଶ ଜଗତ, ଆଶିଷ ପାଠୀ, ସର୍ବେଶ୍ଵର ବେହେରା , ରଜନୀ ମହାନ୍ତି ଓ ଆୟୋଜକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ। ଓ ତାଙ୍କର ଏକାଦଶାହରେ ଏକ ଭର୍ଚୁଆଲ ଗୁଗୁଲ୍ ମିଟ୍ ମାଧ୍ୟମରେ ସ୍ମୃତି ଚାରଣ ସଭା କରାଯିବ ବୋଲି ନିଷ୍ପତି ହୋଇଛି। Remembrance meeting for journalist's death.  Bhubaneswar (Beuro Report): - Mr. Pritiman Mohapatra, a senior journalist of the Times of India and a...

ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସ୍ମୃତିଚାରଣ ସଭା l

Image
  ଯାଜପୁର (ସୁକିନ୍ଦା):- ବିଶ୍ୱ ସାହିତ୍ୟର ଯଶସ୍ବୀ ଲେଖକ, ବିଶିଷ୍ଠ କଥାକାର, ଶ୍ରୀ ଅରବିନ୍ଦ ଦର୍ଶନର ବିଦ୍ୱାନ ଭାଷ୍ୟକାର ତଥା ଓଡ଼ିଆ ସାହିତ୍ୟର ମଉଡମଣି ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ ଏକ ସ୍ମୃତିଚାରଣ ସଭା କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ସାହିତ୍ୟ ସମାଜର ସଭାପତି ପ୍ରାଧ୍ୟାପକ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ରାଜକିଶୋର ଆଚାରୀ, ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପ ସଭାପତି ଡ. ଦୟାନିଧି ଦାଶ, ଲବଙ୍ଗଲତା ପରିଡା,ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ,ସହ ସମ୍ପାଦକ ପବିତ୍ର ମୋହନ ସାହୁ,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ସଦସ୍ୟ ରଞ୍ଜନ ନାୟକ, ଅଲେଖ ପ୍ରସାଦ ପାଗଡ଼, ସନାତନ ମହାନ୍ତ, ଅଶୋକ କୁମାର ବେହେରା ପ୍ରମୁଖ ମନୋଜ ଦାସଙ୍କ ବହୁମୁଖୀ ପ୍ରତିଭା ଓ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତକରି ତାଙ୍କ ବିୟୋଗ ଫଳରେ ଓଡ଼ିଆ ଓ ଇଂରାଜୀ ଭାଷା ସାହିତ୍ୟ ଆକାଶରୁ ଏକ ଉଜ୍ଜଳ ନକ୍ଷତ୍ର ଅସ୍ତମିତ ହୋଇଗଲା ବୋଲି ମତ ବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦଗ...

କରୋନା ମହାମରୀ ପାଇଁ ମହାବୀର ଙ୍କ ପୂଜା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲା କୋରେଇ ବ୍ଲକ, ଜହ୍ନା ପଞ୍ଚାୟତ ର ବ୍ରାହ୍ମଣବାଡ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଜି ଙ୍କ ପୂଜାର୍ଚ୍ଚନା ବିଧିବଦ୍ଧ ଭାବରେ ଆରମ୍ଭ କରାଯାଇଥିଲା l ସରକାରଙ୍କ କୋଭିଡ କଟକଣା ନିୟମ ଅନୁଯାୟୀ ଖୁବ୍ କମ୍ ସଂଖ୍ୟା ରେ ଭକ୍ତ ଙ୍କୁ ନେଇ ପୂଜା କରାଯାଇ ପୂଜା ଦ୍ଵାରା କୋରନା କେମିତି ଲୋକମାନଙ୍କ ପାଖରୁ ଦୁରେଇ ଯାଉ, ଲୋକ ଓ କୁନି କୁନି ପିଲା ମାନଙ୍କର ମଙ୍ଗଳ କାମନା କରିଥିଲେ l ଏହି ପୂଜା ଯଜ୍ଞ ର କର୍ତ୍ତା କାର୍ତ୍ତିକ ନାୟକ, କର୍ତ୍ତି ବିଷ୍ଣୁ ପ୍ରିୟା ନାୟକ, ପୂଜକ ଘନଶ୍ୟାମ ପଣ୍ଡା, ଅଭିମନ୍ୟୁ କର, ମହାବୀର ବ୍ରାହ୍ମଣ ବାଡ ପୂଜା କମିଟିର ସଭାପତି ଗଣେଶ୍ଵର ପଣ୍ଡା, ସମ୍ପାଦକ ରମେଶ ଚନ୍ଦ୍ର ନାୟକ,ଚିନ୍ତା ମଣି ପରିଡା, ଦେବେନ୍ଦ୍ର ମଲିକ୍, ଭରତ ନାୟକ,ଗୋପାଳ ନାୟକ, କୁଳମଣି ମଲିକ୍, ଗଣେଶ୍ଵର ଦାସ,ଧନେଶ୍ୱର ରାଉତ, ଜିତୁ ମଲିକ୍, ସୁମିତ୍ରା ପଣ୍ଡା,  ରେଣୁବାଳା କର, କମଳା ନାୟକ, ପ୍ରଭାତୀ ନାୟକ ସହିତ ଅନ୍ୟମାନେ ସହଯୋଗ କରିଥିଲେ l Mahabir's worship for the Karona epidemic.  Jajpur (Beuro Report) - The worship of Sri Sri Hanuman Ji was officially started in Brahmanabad village of Jahna Panchayat, Korei block, Jajpur district. Karthik Nayak, Karthi Vishnu Priya Nayak, Pu...

ଓଡ଼ିଶାରୁ ତେଲେଙ୍ଗାନା ରାଜ୍ୟ କୁ ଯିବ ଅକ୍ସିଜେନ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ଓଡ଼ିଶାରୁ ଆକ୍ସିଜେନ ଯିବ ତେଲେନନା। ସେଥିପାଇଁ ଏୟାରଫୋର୍ସ କାର୍‌ଗୋ ବିମାନରେ ୪ଟି ଖାଲି ଟ୍ୟାଙ୍କର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ଆଗକୁ ଆହୁରି ୫ଟି ଟ୍ୟାଙ୍କର ଆସିବ। ଏନେଇ ସୂଚନା ଦେଇଛନ୍ତି ତେଲେଙ୍ଗାନାରୁ ଆସିଥିବା ଅଧିକାରୀ। ଏୟାରଫୋର୍ସ କାର୍‌ଗୋରେ ଆସିଥିବା ଟ୍ୟାଙ୍କର ଗୁଡ଼ିକ ଆଜି ସଡ଼କ ପଥରେ ରାଉରକେଲା ଯିବ। ସେଠାରୁ ଅର୍ଥାତ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଆକ୍ସିଜେନ୍‌ ଭର୍ତ୍ତି ତେଲେଙ୍ଗାନା ଅଭିମୁଖେ ଯାତ୍ରା କରିବ। ତେଲେଙ୍ଗାରେ ବିଭିନ୍ନ ମେଡିକାଲ୍‌ରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ଟ୍ୟାଙ୍କର ଗୁଡ଼ିକ ଆସିଛି। ସମୟ ବଞ୍ଚାଇବା ପାଇଁ ତେଲେଙ୍ଗାନା ସରକାର ଏପରି ପଦକ୍ଷେପ ନେଇଛନ୍ତି। ଅକ୍ସିଜେନ୍‌ ଅଭାବରୁ ମହାରାଷ୍ଟ୍ର ଓ ଦେଶର ରାଜଧାନୀ ଦିଲ୍ଲୀରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା। ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନେ ଅକ୍ସିଜେନ୍‌ ନପାଇ ଜୀବନ ହାରୁଥିଲେ। ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଯଥା ଶୀଘ୍ର ଅକ୍ସିଜେନ୍‌ ଯୋଗାଇବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରସରକାର ପରାମର୍ଶରେ ଗତକାଲି ଦିଲ୍ଲୀ ଓ ମହାରାଷ୍ଟ୍ରକୁ ଅକ୍ସଜେନ୍‌ ଯୋଗାଇଥିଲେ। ଏଥିପାଇଁ ମହାରାଷ୍ଟ୍ର...

ବି.ଆଇ.ପି.ଏଫ୍. ପକ୍ଷରୁ ପାନୀୟ ଜଳ ଯୋଗାଣ l

Image
  ଯାଜପୁର (ସୁକିନ୍ଦା) - ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍(ଇମ୍ଫା ର ସାମାଜିକ ଦାୟିତ୍ୱବୋଧ ସଂସ୍ଥା) ତରଫରୁ ଚଳିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସୁକିନ୍ଦା ବ୍ଲକ ର ଦୁଦୁଜୋରି ଗ୍ରାମପଞ୍ଚାୟତର ୧୫ ଗୋଟି ଗ୍ରାମକୁ ପାନୀୟଜଳ ଯୋଗାଣ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ନାୟକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଇମ୍ଫା ର ବରିଷ୍ଠ ଲୋକସମ୍ପର୍କ ପରିଚାଳକ ଜଗନ ମୋହନ ମଲ୍ଲିକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ l ଏହି ଅବସରରେ ୩ଟି ପାନୀୟ ଜଳ ଯୋଗାଣ ଟ୍ୟାଙ୍କର ନିୟୋଜନ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ଇମ୍ଫା ର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର ପରିଚାଳନା କରିଥିବା ବେଳେ ବି.ଆଇ.ପି.ଏଫ୍. ର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି ସହାୟତା କରିଥିଲେ l ଏହିଭଳି ମହତ୍ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରସଂଶା କରିଛନ୍ତି I  B.I.P.F. Drinking water supply.   Jajpur (Sukinda) - The Banshidhar Ila Panda Foundation (Imfa's Social Responsibility Agency) has taken up the program to supply drinking water to 15 villages in the Dudujori gram panchayat of Sukinda block in view of the ongo...

ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ ସମାବେଶ l

Image
ଯାଜପୁର (ସୁକିନ୍ଦା) : - ପବିତ୍ର ମହା ବିଷୁବ ସଂକ୍ରାନ୍ତୀ ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ କୋଭିଡ କଟକଣା ପାଳନ କରାଯାଇ ବିଷୁବ ମିଳନ ଉତ୍ସବ ପାଳିତ ହୋଇଥିଲା l ଏହି ଉପଲକ୍ଷେ କବିତା ପାଠୋତ୍ସବ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟlୟରେ ଅନୁଷ୍ଠିତ କବିତାପାଠୋତ୍ସବକୁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଗୋବର୍ଦ୍ଧନ ପ୍ରଧାନ ସଂଚାଳନ କରିଥିବା ବେଳେ କlଞ୍ଚନବାଳା ମଲ୍ଲ,ମୀନର୍ଭl ମହାପାତ୍ର ଓ ଶ୍ଵେତାଶ୍ରୀ ମହାରଣା ସଂଯୋଜନା କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସାରସ୍ୱତ ସମାରୋହରେ ଭାଷାବିତ ଓ ଜଗନ୍ନାଥ ତତ୍ତ୍ୱ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସାହିତ୍ୟରେ ନିର୍ଭିକତା ଓ ସତ୍ୟାନୁସନ୍ଧlନ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ l ସୁକିନ୍ଦା ଏକ ବହୁ ପୁରାତନ ଗଡଜାତ ରାଜ୍ୟ ଓ ଏହାର ସାହିତ୍ୟ ମଧ୍ୟ ବହୁ ପୁରାତନ, ଯାହାକି ଶ୍ରୀରାମଚନ୍ଦ୍ର ଭବନରେ ଥିବା ଫଟୋଚିତ୍ରରୁ ପ୍ରମାଣିତ ହୁଏ ବୋଲି କହିଥିଲେ l ମୁଖ୍ୟବକ୍ତାଭାବେ ଯୋଗଦେଇ ସାହିତ୍ୟାଚାର୍ଯ୍ୟ ପଣ୍ଡିତ ଭୂପତି ଭୂଷଣ ମିଶ୍ର ସମାଜରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ l ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ସୃଷ୍ଟିହେବା ଉପରେ ସେ ଗୁରୁତ୍ୱ ଆରୋ...

ନେତାଜୀ ସୁଭାଷ ସେନା ତରଫରରୁ ବୁଲା ଗାଈ ଗୋରୁ ମାନଙ୍କ ପାଇଁ ପାଣି କୁଣ୍ଡ ସ୍ଥାପନ I

Image
କଟକ (ବ୍ୟୁରୋ ରିପୋର୍ଟ) - ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ନେତାଜୀଙ୍କ ନୀତି ଓ ଆଦର୍ଶ କୁ ନେଇ କାର୍ଯ୍ୟ କରି ଆସିଛ।ସମ୍ପ୍ରତି ଖରାଦିନ କୁ ଆଖିଆଗରେ ରଖି ସୁଭାଷ ସେନା ଭୁବନେସୋର ର ଚନ୍ଦ୍ରଶେଖରପୁର, ଡୁମୁଡୁମା, ପଟିଆ, ନୀଳାଦ୍ରି ବିହାର ର ବିଭିନ୍ନ ବସ୍ତି ଛକ ମାନଙ୍କରେ ଦୁଇ ଶହ ଟି ପାଣି କୁଣ୍ଡ ସ୍ଥାପନ କରିଛି।ଯାହା ଫଳରେ ବୁଲା ଗାଈ ଗୋରୁ ମାନେ ଆଉ ଟାଣ ଖରାରେ ଶୋଷ ରେ ଆଉଟୁ ପାଉଟୁ ହେବେ ନାହିଁ।ସୁଭାଷ ସେନା ର ଏହି ମହାନ କାର୍ଯ୍ୟ ରେ କାଶୀ ବିଶ୍ଵନାଥ ବାରିକ ଓ ଅଜିତ ଦାସ ମୁଖ୍ୟ ଭୂମିକା ଲିଭାଇ ଥିଲେ। Netaji Subhash Sena set up a water tank for Bula cows. Cuttack (Beuro Report) - Netaji Subhash Sena in Nuabazar has always acted in accordance with Netaji's policies and ideals. As a result, Kashi Bishwanath Barik and Ajit Das played a key role in this great task of the Subhash Sena.