Posts

ଯାଜପୁର ରୋଡ ତାଲୁକ ଆଇନସେବା ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) :- ଯାଜପୁର ରୋଡ ତାଲୁକ ଆଇନସେବା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ମୁଣ୍ଡମାଳ ଗୋଷ୍ଟି ଉନ୍ନୟନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l  ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯାଜପୁର ରୋଡର ମାନ୍ୟବର ଅତିରିକ୍ତ ଦୌରାଜଜ ଶ୍ରୀଯୁକ୍ତ ମାନସ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗରିବ ନିରୀହ ନିଷ୍ପେସିତ ଆଦିବାସୀ ଦଳିତ ହରିଜନ ଓ ବୟସ୍କ ଲୋକଙ୍କ ପାଇଁ ମାଗଣାରେ ଆଇନ ସେବା ଯୋଗାଇ ଦେବା ପାଇଁ ଲୋକମାନଙ୍କୁ ମାର୍ଗଦର୍ଶନ ଦେଖାଇଥିଲେ l  ଆଇନସେବା ପ୍ରାଧିକରଣ ତରଫରୁ ସହାୟକ ରୂପେ ରାଜେଶ କୁମାର ରାଉତ ଏବଂ ଶିଶିର କୁମାର ରଥ ଙ୍କ ସହ ଆଡ଼ଭୋକେଟ ରବି ନାୟକ, ସୁବାଷ ବଳ ସାମନ୍ତ, ପୁଷ୍ପା ଓଝା, ପ୍ରଦୀପ ସ୍ୱାଇଁ ଓ ଶୁଭେନ୍ଦୁ ଦାସ ଯୋଗଦାନ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଶତାଧିକ  ଗ୍ରାମବାସୀ ଯୋଗଦାନ କରି ମାନ୍ୟବର ବିଚାର ପତିଙ୍କଠାରୁ ଆଇନସେବା ପ୍ରାଧିକରଣ ସମ୍ପର୍କରେ ସମସ୍ତେ ଅବଗତ ହୋଇଥିଲେ l କାର୍ଯ୍ୟକ୍ରମରେ ଅୟୋଜକଭାବେ ସମାଜସେବୀ ବସନ୍ତ କୁମାର ପାତ୍ର ଓ ଅସୀତଦାସ  ସହଯୋଗ କରିଥିଲେ l ବ୍ୟାସନଗର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ଓ ଦୁଷ୍ମନ୍ତ କୁମାର ରାଉତ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ର ସଫଳରୂପାୟନ ପାଇଁ ଅଇନସେବା ଯାଜପୁରରୋଡ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥ...

ଆମ୍ବୁଲାନ୍ସକୁ ପିଟିଲା ଟ୍ରକ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତ୍ତର l

Image
 ଯାଜପୁର:- ଜିଲ୍ଲା ର 16 ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲଗେଟ ନିକଟରେ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ସୂଚନା ମୁତାବକ ଏକ ଆମ୍ବୁଲାନ୍ସ ପଶ୍ଚିମବଙ୍ଗରେ ରୋଗୀ ଛାଡି ଭୁବେନେଶ୍ୱର ଫେରୁଥିବା ବେଳେ କାଲି ରାତି ପ୍ରାୟ ୯ଟା ସମୟରେ ସୋତୀ ନିକଟରେ ଥିବା ଏକ ଡିଭାଇଡ଼ର ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା I ଫଳରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଟି ନଷ୍ଟ ହୋଇଯାଇଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତ୍ତର ଆହତ ହୋଇଛନ୍ତି I ସୂଚନା ପାଇଁ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡ୍ରାଇଭରକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି I ଅନ୍ୟପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଟ୍ରକ ନେଇ ଫେରାର ହୋଇଯାଇଛି l 

ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେ ସୁକିନ୍ଦା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ l

Image
  ଯାଜପୁର (ସୁକିନ୍ଦା):- ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମ ନିବାସୀ ବର୍ଷୀୟାନ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ) ଦୀର୍ଘ ୭୫ବର୍ଷଧରି ବିନା ପାରିଶ୍ରମିକରେ କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରି ଆସୁଛନ୍ତି l ଏବେବି ୧୦୪ବର୍ଷ ବୟସରେ ସେ ଶିକ୍ଷାଦାନରୁ ନିବୃତ୍ତ ହୋଇନାହାନ୍ତି l  ତାଙ୍କର ଏହି ସାଧନାକୁ ସ୍ୱୀକୃତି ପ୍ରଦାନକରି କେନ୍ଦ୍ର ସରକାର ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି l ତାଙ୍କର ଏହି ସ୍ମରଣୀୟ ଅବଦାନ ନିମନ୍ତେ ସୁକିନ୍ଦାର ସତ୍ତାର ସ୍ମୃତି ସଂସଦ, ସତ୍ତାର ବ୍ୟାଡ଼ମିଣ୍ଟନ କ୍ଲବ, ସତ୍ତାର କ୍ରିକେଟ କ୍ଲବ ଓ କଳିଙ୍ଗନଗର ଲlୟନ୍ସ କ୍ଲବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l  ସ୍ମୃତି ସଂସଦ ପକ୍ଷରୁ ଅଧ୍ୟକ୍ଷ ଯୁବ ସମାଜସେବୀ ଡ. ମଞ୍ଜୁର ଅଲ୍ଲୀ, ସଦସ୍ୟ ସାମ୍ବାଦିକ ଦୟାନିଧି ନାୟକ, ସାମ୍ବାଦିକ ପ୍ରିୟନାଥ କର, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ଶିକ୍ଷାବିତ ମନୋରଞ୍ଜନ ଦାସ, ବ୍ୟାଡ଼ମିଣ୍ଟନ କ୍ଲବ ପକ୍ଷରୁ ସୂର୍ଯ୍ୟକାନ୍ତ ପlତ୍ର, ଜୁଲଫିକର ଅଲ୍ଲୀ, ଶିବ ପ୍ରସାଦ ସିଂସାମନ୍ତ, କ୍ରିକେଟ କ୍ଲବ ପକ୍ଷରୁ ଅନ୍ତର୍ଯ୍ୟାମୀ ଦ୍ବିବେଦୀ, ଅକ୍ଷୟ କୁମାର ବେହେରା, ଯଶୋବନ୍ତ ସାବତ,  କାର୍ତ୍ତିକଲାଲ ଭଟ୍ଟାଚାର୍ଯ୍ୟ, ସେକ ଲତିଫ, ଲlୟନ...

ସରକାର ଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ ର ନୂଆ ତରିକା, ଅନ୍ଧାରୀ ଚିକିତ୍ସା ସେବା l

Image
ବ୍ରହ୍ମପୁର(ବ୍ୟୁରୋ ରିପୋର୍ଟ) :- ପଦାରେ ପଡ଼ିଛି ସରକାରଙ୍କ ଜନସାଧାରଣ ଙ୍କୁ ଯୋଗାଉଥିବା ସ୍ୱାସ୍ଥ୍ୟ ସେବା l ସରକାର ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବା କୁ ନେଇ ପ୍ରସାର ପ୍ରଚାର ଏବେ ଏମ୍‌କେସିଜିରେ ଅନ୍ଧାରୀ ଚିକିତ୍ସା ରୁ ଜଣାପଡିଛି l ମହମବତି ଲଗାଇ ରୋଗୀ ଦେଖିଲେ ଡାକ୍ତର l ଏମ୍‌କେସିଜି ମେଡିକାଲ କଲେଜରେ ଚିକିତ୍ସାସେବାର ବାସ୍ତବ ଚିତ୍ର ପୁଣିଥରେ ସାମ୍‌ନାକୁ ଆସିଛି। ବିଦ୍ୟୁତ ବିଭ୍ରାଟ ଯୋଗୁଁ କ୍ୟାନସର୍‌ ୱାର୍ଡ଼ ଆଉଟ୍‌ଡୋର୍‌ରେ ରୋଗୀଙ୍କୁ ଅନ୍ଧାରୀ ଚିକିତ୍ସା କରାଯାଇଛି।  ମହମବତି ଓ ମୋବାଇଲ୍‌ ଲାଇଟ୍‌ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ପରାମର୍ଶ ଦେଉଥିବା ଚିତ୍ର ଦେଖିବାକୁ ମିଳିଛି। ଗୋଟିଏପଟେ ବିଦ୍ୟୁତ ବିଭ୍ରାଟ ହୋଇଥିବା ବେଳେ ଅନ୍ୟପଟେ ରୋଗୀଙ୍କ ଲମ୍ବାଧାଡ଼ି । ଏଣୁ ବାଧ୍ୟହୋଇ ଡାକ୍ତର ମହମବତି ଲଗାଇ ରୋଗୀଙ୍କ ଚିକିତ୍ସା କରିଥିଲେ। ବିଭାଗକୁ ଜେନେରେଟର୍‌ ସଂଯୋଗ ହୋଇ ନଥିବାରୁ ଆଜି କ୍ୟାନସର୍‌ ‌ୱାର୍ଡ଼ରେ ରୋଗୀଙ୍କୁ ଅନ୍ଧାରରେ ସେବା କରାଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବହୁ ନୂତନ କୋଠା କାର୍ଯ୍ୟକ୍ଷମ ହୋଇଛି। କାଜୁଆଲ୍‌ଟି ଠାରୁ ଆରମ୍ଭ କରି ମେଡିସିନ୍‌ ବିଭାଗ, ପ୍ରସୂତି ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଆଇସିୟୁ ଓ ଆର୍‌ଡିସି କୋଠାକୁ ଜେନେରେଟର୍‌ ସଂଯୋଗ ...

ବ୍ରାଉନ ସୁଗର ଜବତ,ଦୁଇ ଅନ୍ତରାଜ୍ଯ ମାଫିଆ ଗିରଫ I

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ଭୁବନେଶ୍ୱର ରସୁଲଗଡ଼ ଛକରୁ କ୍ରାଇମବ୍ରାଞ୍ଚ ର ଏସ ଟି ଏଫ ଟିିମ ଚଢ଼ାଉ  କରି ୧କିଲୋ ୨୫ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଘଟଣାସ୍ଥଳ ରୁ ଦୁଇ ଜଣ ଅନ୍ତରାଜ୍ୟ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ହୋଇଥିବା ଦୁଇଜଣ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ରକିବୁଲ ଲସ୍କର ଓ ସୁଧ୍ୟାନ ଗାଏନ।ଜବତ ବ୍ରାଉନ ସୁଗର ର ଆନୁମାନିକ ମୂଲ୍ୟ ୧କୋଟି ରୁ ଉର୍ଧ୍ଵ ହେବ ବୋଲି ସୂଚନା ମିଳିଛି।

ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗଳ୍ପ ସଂକଳନ ତୃତୀୟ ରସ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ l

Image
ଯାଜପୁର (ସୁକିନ୍ଦା) :- ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶଙ୍କ ରଚିତ ଗଳ୍ପ ସଂକଳନ 'ତୃତୀୟ ରସ' ଉନ୍ନ୍ମୋଚନ ଉପଲକ୍ଷେ ଭାରତୀୟ ବିଦ୍ୟା ନିକେତନ, ସୁକିନ୍ଦାଠାରେ ଏକ ସମାବେଶ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା l  ଏଥିରେ ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ମୁଖ୍ୟ ଅତିଥି, ସେବାନିବୃତ୍ତ ଭୁବନ କଲେଜ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଉପଦେଷ୍ଟା ସେବାନିବୃତ୍ତ କୋଷlଗାର ଅଧିକାରୀ ମାଧବ ଚନ୍ଦ୍ର ବଳ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାକୁ ଉନ୍ନ୍ମୋଚନ କରିଥିଲେ l  ପୁସ୍ତକର ଲେଖକ ଶ୍ରୀ ଦାଶ ପୁସ୍ତକ ସମ୍ପର୍କରେ ସୂଚନା ଦେଇ ସାହିତ୍ୟର ନବରସ ମଧ୍ୟରୁ କରୁଣ ହେଉଛି ତୃତୀୟ ରସ l ପୁସ୍ତକରେ ସନ୍ନିବେଶିତ ସମସ୍ତ ୧୨ଟି ଗଳ୍ପ ଏହି ରସ ଉପରେ ଆଧାରିତ ବୋଲି କହିଥିଲେ l ସାହିତ୍ୟ ସମାଜର ସଭାପତି ସେବାନିବୃତ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l  ଉପ ସଭାପତି ଡ. ଦୟାନିଧି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l କୋଷlଧ୍ୟକ୍ଷ ମନୋରଞ୍ଜନ ଦାସ ଉତ୍ସବ ପରିଚାଳନା କରିଥ...

ସୁକିନ୍ଦା ପ୍ରେସ ଫୋରମ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ।

Image
ଯାଜପୁର (ସୁକିନ୍ଦା) :-ସୁକିନ୍ଦା ପ୍ରେସ ଫୋରମର ଏକ ବୈଠକ ରବିବାର ସୁକିନ୍ଦାସ୍ଥିତ ଫୋରମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା l ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ରବି ନାରାୟଣ କର ସାମ୍ବାଦିକ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନାଦେବା ସହ ଅନୁସନ୍ଧାନମୂଳକ ଓ ସମସ୍ୟା ସମ୍ପର୍କିତ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସାମ୍ବାଦିକମାନେ କୌଣସି ଚାପର ବଶବର୍ତ୍ତୀ ନହୋଇ ସତ୍ୟ ସମ୍ବାଦ ପରିବେଷଣ କଲେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି ସେ କହିଥିଲେ l  ପ୍ରେସଫୋରମର ଆବାହକ ସାମ୍ବାଦିକ ଜିଜ୍ଞାଂଶୁ ସାହୁ ପ୍ରାରମ୍ଭିକ ସୂଚନା ଦେଇ ପ୍ରେସ ଫୋରମ ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ, ଫୋରମ ପକ୍ଷରୁ ଉମାକାନ୍ତ ମହାପାତ୍ର, ଅଂଶୁମାନ ବେହୁରା,ଅବିନାଶ ମିଶ୍ର ପ୍ରମୁଖ ବୃତ୍ତିର ମର୍ଯ୍ୟାଦା ରକ୍ଷା ଦିଗରେ ଫୋରମର ସଦସ୍ୟମାନେ ବ୍ରତୀହେବା ଆବଶ୍ୟକ ବୋଲି ମତ ରଖିଥିଲେ l  ଚକ୍ରଧର ମହାଳିକ ପ୍ରାରମ୍ଭିକ ସୂଚନା ଦେଇଥିଲେ l ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ପ୍ରିଣ୍ଟ,ସାଟେଲାଇଟ ଓ ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏହି ଫୋରମ ସୁକିନ୍ଦାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ...