Posts

ବିଆଇପିଏଫ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳିତ l

Image
   ଯାଜପୁର(କାଳିଆପାଣି ):- ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ)ପକ୍ଷରୁ ସୁକିନ୍ଦା ବ୍ଲକର କଅଁସ ଗ୍ରାମ ଗୋଷ୍ଠୀ କେନ୍ଦ୍ର ଠାରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହାକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶିକା ଶକୁନ୍ତଳା ସଏ ଉଦଘାଟନ କରିଥିଲେ l ପନିପରିବା ଓ ବିଭିନ୍ନ ଫଳଆଦି ପ୍ରଦର୍ଶନ କରାଯାଇଥିଲା l ପ୍ରାୟ 80ଜଣରୁ ଉର୍ଦ୍ଧ୍ଵ ମହିଳା ଏଥିରେ ଯୋଗଦେଇ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିଥିଲେ l ମା ଓ ଶିଶୁର ଖାଦ୍ୟ ନିମନ୍ତେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁଷମ ଖାଦ୍ୟ ସମ୍ପର୍କରେ ଜଣା ଅଜଣା ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଗତ 3ତାରିଖରେ ଏହି ସପ୍ତାହ ପାଳନର ଉଦଘାଟନ ଉତ୍ସବ ଗୁରୁଜଙ୍ଗ ଗୋଷ୍ଠୀ କେନ୍ଦ୍ରଠାରେ ସୁକିନ୍ଦା ଶିଶୁ ବିକାଶ ଅଧିକାରୀ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କ ଦ୍ୱାରା ଉଦଘାଟିତ ହୋଇ ଥିଲା l ବିଆଇପିଏଫର କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟବ୍ରତ ପରିଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର, ବିଆଇପିଏଫର ଶମ୍ଭୁନାଥ ନାୟକ, ସାଗର ଦାସ, ଗୀତାଞ୍ଜଳି ଦାସ, ଉମା ପ୍ରଧାନ ପ୍ରମୁଖ ପରିଚ

ଗଣେଶ ପୂଜା ଅବସରରେ ସତସଂଘ କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବଙ୍ଗୋମୁଣ୍ଡାବ୍ଲକ ଅନ୍ତର୍ଗତ ଜାମଖୁଣ୍ଟା ଗ୍ରାମପଞ୍ଚାୟତ ର ଶ୍ରୀରାମ ଗ୍ରାମ ରେ ନେତାଜୀଯୁବକସଙ୍ଗ ତରଫରୁ ଗଣେଶ ପୁଜା ପାଳନ କରାଯାଇ ଥିଲା I ଏହି ଉପଲକ୍ଷେ ଆୟୋଜକ ମାନେ ଏକ ସତସଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l ମୁଖ୍ୟ ଅତିଥି ଭାବେ ସତଗୁରୁ ଯୋଗେଶ୍ୱର ବେହେରା, କନକବର୍ଦ୍ଧନ ସାହୁ ଯୋଗଦେଇ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଆଣିବା ସହିତ ଗୁରୁ ମନ୍ତ୍ର ଏବଂ ଭାଗବତ ଚିନ୍ତାଧାରା ଉପରେ ଆଧାରିତ ବିଷୟବସ୍ତୁ ପ୍ରେରଣ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଗ୍ରାମ ର ସଚ୍ଚିଦାନନ୍ଦ ଭାଗବତ ସଂଘ ର ସଭାପତି ଦାଶରଥି ବେହେରା ଓ ଉପ ସଭାପତି କାନ୍ତି ନାୟକ ,ଭାଗବତ ପ୍ରେମି ଏକା ବେହେରା, ବିଷ୍ଣୁ ବେହେରା, ହିମାଞ୍ଚଳ ବେହେରା, ପୁଷ୍ପ ବେହେରା, ଗଣପତି ପୁଟେଲ, କୋକିଲ ପୁଟେଲ, ଜାଗା ବେହେରା ପ୍ରମୁଖ ଯୋଗଦେଇ ଥିଲେ I ବହୁ ସଂଖ୍ୟାରେ ଶ୍ରୋତା ଏବଂ ଭାଗବତ ପ୍ରେମୀ ଉତ୍ସାହ ସହ ଭାଗନେଇଥିଲେ l

ଟ୍ରେନ ଲାଇନରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କଲା ରେଲୱେ ପୋଲିସ I

Image
ଯାଜପୁର(ବ୍ୟାସନଗର) :-ଜିଲ୍ଳା ର ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଯାଜପୁର - କେନ୍ଦୁଝର ରୋଡ଼ ରେଲୱେ ଷ୍ଟେସନ ନିକଟସ୍ଥ ୨୫ ନଂ ୱାର୍ଡର ଚୂନାଭାଟି ଲେପର୍ସି କଲୋନୀ ସ୍ଥିତ ରେଳ ଲାଇନରୁ ଏକ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କରିଛି ରେଲୱେ ପୋଲିସ୍ I ଟଣାରୁ ପ୍ରକାଶ ଯେ ୪ ତାରିଖ ସଖାଳ ପ୍ରାୟ ୧୦ :୩୦ ମି ସମୟରେ ସ୍ଥାନୀୟ ଲୋକେ   ଏହି ମୃତ ଶରୀରକୁ ଦେଖି ରେଲୱେ ପୋଲିକୁ I କରିଥିଲେ l ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି I ମୃତ ଯୁବକ ଜଣକର ପରିଚୟ ମିଳିପାରିନଥିବା ବେଳେ ଏହା କୌଣସି ରେଳ ଯାତ୍ରୀ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି l ଏନେଇ କେସ ନଂ ୬0/୨୨ ରେ ଏକ ଅପମୃତ ମାମଲା ୠଜୁକରି ଘଟଣାର ତଦନ୍ତ ଜାରିରହିଛି ବୋଲି ସୂଚନା ଦେଇଛନ୍ତି ରେଲୱେ ପୋଲିସ ଅଧିକାରୀ ପପୁ କୁମାର ନାୟକ l 

ଇମ୍ଫା ପକ୍ଷରୁ ପଥପ୍ରାନ୍ତ ବନୀକରଣର ଶୁଭାରମ୍ଭ l

Image
ଯାଜପୁର (କାଳିଆପାଣି):-ଇମ୍ଫା ପରିଚାଳନାଧୀନ ସୁକିନ୍ଦା କ୍ରୋମାଇଟ ଖଣି ଓ ମହାଗିରି ଭୁତଳ କ୍ରୋମାଇଟ ଖଣି ପକ୍ଷରୁ କାଳିଆପାଣି ଚଣ୍ଡିମାତା ବିଦ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ବନୀକରଣର ଶୁଭାରମ୍ଭ କରାଯାଇ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି l ଇମ୍ଫାର ଉପସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବାପୁରାଓଜୀ ନାରାଡେ ଏହି କାର୍ଯ୍ୟକ୍ରମକୁ ଗତ ୩ ତାରିଖରେ ଶୁଭାରମ୍ଭ କରି ଏକ କଦମ୍ବ ବୃକ୍ଷ ରୋପଣ କରି ଏହି ଯୋଜନାରେ କାଳିଆପାଣି ପଞ୍ଚାୟତରେ ୫ଶହରୁ ଉର୍ଦ୍ଧ୍ୱ ବଉଳ, କଦମ୍ବ, କୃଷ୍ଣଚୂଡ଼ା, ରାଧାଚୂଡ଼ା ଆଦି ବୃକ୍ଷ ରୋପଣର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ l ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ଇମ୍ଫlର ଯୋଗାଣ ଶୃଙ୍ଖଳ ମୁଖ୍ୟ ଜି ଭି ରାଜେଶ, ସୁକିନ୍ଦା ଖଣି ପରିଚାଳକ ଜଳନ୍ଧର ପାତ୍ର, ପ୍ରଶାସନିଜ ମୁଖ୍ୟ ଦ୍ଵିତୀରାଜ ଜଗଦାନନ୍ଦ ନାୟକ, ଇମ୍ଫା ଶାଖା ଶ୍ରମିକ ସଂଗଠନର ସଭାପତି, ସମ୍ପାଦକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଦ୍ୟାନ ବିଭାଗ ସହ ପରିଚାଳକ ସମରେନ୍ଦ୍ର ସ୍ୱାଇଁ ସହାୟତା କରିଥିଲେ l( ଯାଜପୁର ସୁକିନ୍ଦା ରୁ ଜୟନାରାୟଣ ମହାପା

ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଙ୍କ ପରଲୋକ l

Image
  ବ୍ୟୁରୋ ରିପୋର୍ଟ(ଭୁବନେଶ୍ବର) :- ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତି ଆଜି ସକାଳ ସାତଟା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ଆଜି ପୁରୀ ସ୍ବର୍ଗ ଦ୍ବାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୧,ଏଚ.ଆଇ.ଜି ୨,ପ୍ଲଟ ନମ୍ବର ୧୩୩ ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି।ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। 

ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ l

Image
ଯାଜପୁର(ବ୍ୟାସନଗର) :-ଗୁରୁବାର ସକାଳ ୯ ଘଟିକା ଠାରୁ ୧ ଘଟିକା ପଯ୍ୟନ୍ତ ଲଷ୍ମୀ ନଗର ଫ୍ରେଣ୍ଡସ କ୍ଲବ ୱାର୍ଡ ନଂ. ୪ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆଖପାଖ ଗାଁ ଲଷ୍ମୀନଗର,ଯୋଡବର, ରମ୍ପାସ,ଯୋଗୀସାହି, ହୁଡ଼ିସାହି, ମହାବୀର କଲୋନୀ,ସପଗାଡ଼ିଆ, ବଙ୍ଗାଳିସାହି,ଫେରୋକ୍ରମ କଲୋନୀ,ପନାସିଆ ଓ ପଦ୍ମପୁର ଗ୍ରାମ ରୁ ଶତାଧିକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ I ସେମାନଙ୍କ ମଧ୍ୟ ରୁ ୨୨ ଜଣ ନିଜ ଆଖି ପାଇଁ ପାୱାର ଚଷମା ବ୍ୟବହାର ପାଇଁ ପରାମର୍ଶ ଓ ୧୭ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ I ସେଥିରୁ ୧୨ ଜଣ ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟ କୁ ଅସ୍ତ୍ରପ୍ରଚାର ପାଇଁ ଯାଇଥିଲେ I ରୋଗୀ ମାନଙ୍କ ପାଇଁ ମେଡିକାଲ ତରଫରୁ ଗାଡ଼ିରେ ଯିବା ଆସିବ, ରହିବା ଖାଇବା, ଅପରେସନ ଔଷଧ ଓ ଚଷମା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା, ଏହି ଆଖି ପରୀକ୍ଷା ଶିବିର ସାଇନେତ୍ର ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଲଷ୍ମୀପ୍ରିୟା ନାୟକ, ଟେକ୍ନିସିଆନ ଗାୟତ୍ରୀ ରାଉତ ଓ ଲଷ୍ମୀ ନଗର ଫ୍ରେଣ୍ଡସ କ୍ଲବ ସଭାପତି ଅଜୟ କୁମାର ଜେନା ଓ ୪ ନଂ ୱାର୍ଡ ର କାଉଁସିଲର ପ୍ରଶାନ୍ତ ଖୁଣ୍ଟିଆ, ଯାଜପୁର ଜିଲ୍ଲା ହିନ୍ଦୁସୁରକ୍ଷା ସେନା ସଭାପତି ବସନ୍ତ କୁମାର ପାତ୍ର ଓ ଲଷ୍ମୀନଗର ଗ୍ରାମର ସଭାପତି ଖଗେଶ୍ୱର ଦାସ,ସୁବାସ ଦାସ,ରମେଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଆଖି ପରୀକ

ଜିନ୍ଦଲ କମ୍ପାନୀ ବିରୋଧରେ ସାଂଘାତିକ ଅଭିଯୋଗ ଉଠାଇଲା କଳିଙ୍ଗନଗର ମଜଦୁର ଇଉନିୟନ୍ l

Image
ଯାଜପୁର(କଳିଙ୍ଗନଗର) : - ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଆଜକୁ ୧୮ ବର୍ଷ ପୂର୍ବେ ୨୦୦୦ ଏକର ପରିମିତ ଜମିରେ ଗଢିଉଠିଥିବା ଷ୍ଟିଲ୍ କାରଖାନା( ଜିନ୍ଦାଲ) ଷ୍ଟିଲ୍ କାରଖାନା ନାମରେ ସାଂଘାତିକ ଅଭିଯୋଗ ଆଣିଛି ୨୮ ବର୍ଷ ର ଶ୍ରମିକ ସଙ୍ଗଠନ କଳିଙ୍ଗନଗର ମଜଦୁର ଇଉନିୟନ୍ l ଏକ ପ୍ରେସ୍ ବିବୃତିରେ ଜିନ୍ଦଲ କମ୍ପାନୀ ର ଶୋଷଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ଇଉନିୟନ୍ ର ସାଧାରଣ ସମ୍ପାଦକ ଆଝାର ଅହମ୍ମଦ ଖାନ୍ I ତାଙ୍କ ସହିତ ଅନ୍ୟାନ୍ୟ କମ୍ପାନୀ ର ଶ୍ରମିକ ସଙ୍ଗଠନ ର ନେତାମାନେ ଯୋଗଦାନ କରି ସମାନ ଅଭିଯୋଗ ଆଣିଛନ୍ତି l ତାଙ୍କ ର ଅଭିଯୋଗ ଯେ, ଜମି ଅଧିଗ୍ରହଣ ଓ କାରଖାନା ସ୍ଥାପନା ବେଳେ ସ୍ଥାନୀୟ ବାସିନ୍ଦା ଓ ବିସ୍ଥାପିତ ଙ୍କୁ ଦେଇଥିବା ପ୍ରତିଶ୍ରୁତି ଜିନ୍ଦଲ କମ୍ପାନୀ ପାଳନ କରିନାହାଁନ୍ତି l ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ୫ଟି ଦାବୀକୁ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଛି l 1. ଜିନ୍ଦଲ କାରଖାନା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇନାହିଁ କିମ୍ବା ନିୟମ ଅନୁଯାୟୀ ପାରିପାର୍ଶ୍ବିକ ଉନ୍ନୟନ କାମ କରୁନାହିଁ l 2. କୌଣସି ଭି ନିଯୁକ୍ତି ଦେବାପୂର୍ବରୁ ଜିଲ୍ଲାପ୍ରଶାସନ ଙ୍କ ନିର୍ଦ୍ଦେଶ କୁ ଏଡ଼ାଇ ଦେଉଛି କମ୍ପାନୀ I 3. ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ, ୬୦ ପ୍ରତିଶତ ଅର୍ଦ୍ଧକୁଶଳୀ ଏବଂ ୩୦ ପ୍ରତିଶତ ବିଭିନ