Posts

ଏକଲବ୍ଯ ଆଦର୍ଶ ଆବସିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ମାଡରେ ଛାତ୍ର ଲହୁଲୁହାଣ l

Image
RITA VISION NEWS By Umakanta Mohapatra  (ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ)   ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଓଲଳ ପଞ୍ଚାୟତ ରାମ୍ପିଲୋ ରେ ଥିବା ସରକାରୀ ଏକଲବ୍ଯ ଆବସିକ ବିଦ୍ୟାଳୟ ରେ ଗତ କାଲି ତା ୧୦/୦୨ /୨୦୨୩ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟି ଯିବାର ଦେଖିବାକୁ ମିଳିଛି l ସୂଚନା ମୁତାବକ ଓଡିଶା ସରକାର ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି l ସରକାର ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟ କୁ ଦାଣ୍ଡମୁକ୍ତ ଘୋଷଣା କରିଥିଲେ ମଧ୍ୟ କିନ୍ତୁ ଦୁଃଖର ବିଷୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ମାଡରେ ଜଣେ ଯୁକ୍ତ ଦୁଇ ର ପ୍ରଥମ ବର୍ଷ ଛାତ୍ର ବୃନ୍ଦାବନ ତିରିଆ ଲହୁଲୁହାଣ ହୋଇ ଦାନଗଦୀ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହୋଇଥିବା ଖବର ମିଳିଛି l ଏହାର ପ୍ରତିବାଦରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଏକତ୍ରୀତ ହୋଇ ବିଦ୍ୟାଳୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ l ଛାତ୍ର ଜଣଙ୍କୁ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୌଣସି କାରଣରୁ ବିଳମ୍ବିତ ରାତିରେ ପ୍ରବଳ ମାଡ ମାରିବା ଦ୍ୱାରା ତାର ମୁହଁ ଓ ମୁଣ୍ଡ ରୁ ରକ୍ତସ୍ରାବ ହେବାରୁ ବିଦ୍ୟାଳୟ ର ଦୁଇଜଣ ଶିକ୍ଷକ ଅନିଲ କୁମାର ବାଗ ଓ ସୁଜିତ କୁମାର ପଟ୍ଟନାୟକ ଚିକିତ୍ସା ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥିବା ଜଣ

ନେତାଜୀ ଙ୍କ ଅଷ୍ଟିନ କାର କୁ ଓଡିଶା ଫେରାଇ ଆଣିବାକୁ ନେତାଜୀ ସୁଭାଷ ସେନା ର ଦାବୀ l

Image
କଟକ (ବ୍ୟୁରୋ ରିପୋର୍ଟ) :- ନେତାଜୀ ସୁଭାଷ ବୋଷ ବ୍ୟବହାର କରୁଥିବା ଅଷ୍ଟିନ କାର ଟି ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ଝାଡଖଣ୍ଡ ର ଧାନବାଦ ରେ ବରାରୀ କୋକ ପ୍ଲାଣ୍ଟ ରେ ଅର୍ଧଭଗ୍ନ ଅବସ୍ଥା ରେ ପଡ଼ିରହିଛି l ଏହି ଗାଡି ର ଇଞ୍ଜିନ କୁ କିଛି ହୀନସ୍ୱାର୍ଥ ଲୋକ ଚୋରି କରି ନେଇଛନ୍ତି। ଏହା ଆମ ଦେଶ ର ଗର୍ବ ଓ ଗୌରବ ର ପ୍ରତୀକ।୧୯୪୦ ମସିହା ପର୍ଯ୍ୟନ୍ତ ନେତାଜୀ ଏହି କାର ଟିକୁ ସଭା ସମିତି ଯିବା ଗସ୍ତ ରେ ବ୍ୟବହାର କରିଛନ୍ତି,ତାଙ୍କର ଏହି ସନ୍ତକ କୁ ଓଡିଶା ର କଟକ ଓଡ଼ିଆ ବଜାର ସ୍ଥିତ ତାଙ୍କ ଜନ୍ମସ୍ଥାନ ମିଉଜିଅମ କୁ ଫେରାଇ ଆଣିବାକୁ ନେତାଜୀ ସୁଭାଷ ସେନା କୋକପ୍ଲାଣ୍ଟ ଜେନେରାଲ ମ୍ୟାନେଜର ଙ୍କୁ ଚିଠି ଯୋଗେ ଜଣାଇଛନ୍ତି।ସେନା ର ସଭାପତି ଅଜିତ ଦାସ ଧାନବାଦ ଗସ୍ତ ରେ ଯାଇ ନେତାଜୀ ଙ୍କ ଗାଡି ଅବସ୍ଥା ଦେଖିଛନ୍ତି ଓ ଏହା ଓଡିଶା ଫେରି ଆସିଲେ ଓଡ଼ିଆ ଙ୍କ ସ୍ୱାଭିମାନ ବଞ୍ଚିରହିବ ବୋଲି କହିଛନ୍ତି। ସରକାର ଯାଥା ଶୀଘ୍ର ଏହି ଏହାର ପ୍ରକ୍ରିୟାକରଣ ପାଇଁ ମନ ବଳାଇ ଓଡିଶାବାସୀ ଙ୍କ ସ୍ୱାଭିମାନ କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବାକୁ ଜନସାଧାରଣ ଦାବି କରିଛନ୍ତି l

କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ l

Image
(ଜାତୀୟ ସ୍ତରର କଣ୍ଠଶିଳ୍ପୀ ପୱନଦୀପ ଓ ଅରୁନୀତା ଙ୍କ ଦମଦାର ସଙ୍ଗୀତ ପରିବେଷଣ)  ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ତେଲିବାହାଳି ମା ମହାପାଟ ପଡ଼ିଆ ଠାରେ ଅନୁଷ୍ଠିତ କଳିଙ୍ଗନଗର ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉପସ୍ଥିତ ରହି ଥିଲେ l ମାନ୍ୟବର ମନ୍ତ୍ରୀ ଗ୍ରାମ୍ଯଉନ୍ନୟନ ଓ ଦକ୍ଷତା ବିକାଶ ଇଂ ପ୍ରିତିରଞ୍ଜନ ଘଡାଇ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହାସହିତ ସମସ୍ତ କାରଖାନାର ଅଧିକାରୀ ଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଚଳିତ ମାସ ଦୁଇ ତାରିଖରେ ଏହି କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ଉଦଘାଟିତ ହୋଇଥିଲା I ଦୀର୍ଘ ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇଯାଇଛି ଏହି ମହୋତ୍ସବ l ଏହାସହିତ ଅଂଚଳବାସୀ ଙ୍କ ମନୋରଞ୍ଜନ ପାଇଁ କମିଟ ପକ୍ଷରୁ ବିଭିନ୍ନ ନାମଦାମୀ କଣ୍ଠଶିଳ୍

ଟାଟା ଷ୍ଟିଲ ତରଫରୁ ୩୪ତମ ସଡ଼କ ସୁରକ୍ଷା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର ଦାନଗଦୀ ହାଟ ନିକଟରେ ଟାଟା କମ୍ପାନୀ ତରଫରୁ ଦାନଗଦୀ ପୋଲିସ କୁ ନେଇ ୩୪ତମ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ମୋଟରସାଇକେଲ ଆରୋହୀ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ ତାହା ସଚେତନତା କରାଯାଇଥିଲା l ଏବଂ ଡବଲ ହେଲମେଟ ପିନ୍ଦିଥିବା ବ୍ୟକ୍ତି ଙ୍କୁ ଫୁଲ ଗଛ ଦେଇ ସମ୍ବର୍ଦ୍ଧନା କରାଯାଇଥିବାର ଦେଖିବାକୁ ମିଳିଥିଲା l ଜନଜାଗରଣ ସୃଷ୍ଠି କରିବା ଏହାର ଲକ୍ଷ୍ୟ ନେଇ ଟାଟା ଷ୍ଟିଲର ଏହା ଏକ ନିଆର ପ୍ରୟାସ l ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଯୋଗଦେଇ କହିଲେ ଯେ "ସମସ୍ତ ଜନସାଧାରଣ ଗାଡ଼ି ଚଳାଇଲା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜର ସୁରକ୍ଷା ସହିତ ପରିବାର ସୁରକ୍ଷିତ ରହି ପାରିବ" l ଟାଟା ଷ୍ଟିଲ୍ ର CSM ଟିମ୍ ର ସରୋଜ ବେହେରା, ପତିତପାବନ ପତି, ବିବେକ ପଣ୍ଡା, ରାକେଶ ପାଲ, ଏମ୍ ଡି ଇସ୍ ରୟାଲ, ରବି ମୁନି ଙ୍କ ସହଯୋଗରେ ରେ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା l

ଚତୁର୍ଥ ଦିନରେ ଷ୍ଟିଲ କନକ୍ଲେଭ କଳିଙ୍ଗନଗର ମହୋତ୍ସବ l

Image
 (ବବି ଦାସ -ପ୍ରିତିରଞ୍ଜନ ଙ୍କ ମଧୁର ମିଳନ)  ଯାଜପୁର (କଳିଙ୍ଗନଗର) - ଷ୍ଟିଲ କନକ୍ଲେଭ କଳିଙ୍ଗନଗର ମହୋତ୍ସବ ଚତୁର୍ଥ ଦିନରେ ପହଁଚିଛି । ଆଜି ରବିବାର ଥିବାରୁ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା, ଆବାଳବୃଦ୍ଧବନିତା ସମସ୍ତେ ମହୋତ୍ସବକୁ ଉପଭୋଗ କରୁଛନ୍ତି । ଛୋଟଛୋଟ ଦୋକାନ ମାନଙ୍କର ବ୍ୟବସାୟ ଭଲ ହେଉଛି।ବିଶେଷ କରି ଖାଦ୍ୟ ପାନୀୟ ଦୋକାନରେ ଭଲ ଭିଡ଼ ଦେଖିବାକୁ ମିଳିଥିଲା l ପଲ୍ଲୀଶ୍ରୀମେଳାରେ ଆସିଥିବା ଆସବାବ ପତ୍ର ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି । ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ମନଭରି ଉପଭୋଗ କରୁଛନ୍ତି। ଆଜିର ଏହି ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିବା ବିଜୁ ଜନତା ଦଳର ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତିର"ଜନ ଘଡ଼ାଇ । ବବି ବିଜୁୁ ବାବୁଙ୍କ ସ୍ବପ୍ନର କଳିଙ୍ଗ ନଗରକୁ ତାଙ୍କ ସୁପୁତ୍ର ରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଥିବାର କଥା କହିଥିବା ବେଳେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ସୁପୁତ୍ର ପ୍ରୀତିଙ୍କ ଉଦ୍ୟମରେ ମହୋତ୍ସବ ଷ୍ଟିଲ କନକ୍ଲେଭର ରୂପ ନେଇପାରିଛି ବୋଲି କହିଥିଲେ । ବବି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସଂଶା କରିବା ସହିତ ଦାନୀ ବାବୁ ଙ୍କୁ ମଧ୍ଯ ପ୍ରସଂଶା ରେ ପୋତି ପକାଇଥ

ମାର୍ଚ୍ଚ ରେ ମାଟ୍ରିକ ପରୀକ୍ଷା, ତାରିଖ ହେଲା ଘୋଷଣା l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ । ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ରହିବ । ଯାହାର ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରାଯିବ। ଅବଶି‌ଷ୍ଟ ୩୦ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳବ । ସେହିପରି ମଧ୍ୟମା(ସଂସ୍କୃତ‌ ଟୋଲ) ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ, ମାର୍ଚ୍ଚ ୧୦ରେ ପେପର-୪(ଓଡ଼ିଆ), ମାର୍ଚ୍ଚ ୧୩ରେ ପେପର-୮(ଇଂରାଜୀ), ମାର୍ଚ୍ଚ ୧୪ ତାରିଖରେ ପେପର-୨(ସଂସ୍କୃତ ସାହିତ୍ୟମ୍‌), ମାର୍ଚ୍ଚ ୧୫ରେ ପେପର-୧(ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ମାର୍ଚ୍ଚ ୧୬ରେ ପେପର-୬(ସାଧାରଣ ବିଜ୍ଞାନ), ମାର୍ଚ୍ଚ ୧୭ରେ ପେପର-୩ (ପ୍ରୟୋଗାତ୍ମକ ସଂସ୍କୃତ), ମାର୍ଚ୍ଚ ୧୮ ତାରିଖରେ ପେପର-୭ (ସାମାଜିକ ବିଜ୍ଞାନ) ଓ ମାର୍ଚ୍ଚ ୨୦ ତାରିଖ ପେପର-୫(ଗଣିତ) ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଧ୍ୟମାରେ

କଳିଙ୍ଗନଗର ମହୋତ୍ସବ ଦିତୀୟ ଦିବସରେ ଅସୀମା ପଣ୍ଡା ଙ୍କ ଦ୍ଵାରା ପରିବେଷିତ ସୁମଧୁର ଗୀତ ରେ ଦର୍ଶକ ବିଭୋର l

Image
ଯାଜପୁର (କଳିଙ୍ଗନଗର) :- କଳିଙ୍ଗନଗର ମହୋତ୍ସବ ୨୦୨୩ ର ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକମାନଙ୍କ ରୁଚି ଓ ପସନ୍ଦ ମୁତାବକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ର ପୂର୍ବତନ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ସେମାନଙ୍କର ନିଜନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏହାସହିତ ଦାନଗଦୀ ବ୍ଲକ ଓ ସୁକିନ୍ଦା ବ୍ଲକ ର ଅଧ୍ୟକ୍ଷା /ଅଧ୍ୟକ୍ଷ ଏବଂ ସମସ୍ତ ଜନପ୍ରତିନିଧି ଯୋଗଦେଇଥିଲେ l ଆଗାମୀ ଦିନରେ ଏହା ଷ୍ଟିଲ କନକ୍ଳୀବ ନାମରେ ପରିଚିତ ହେବାପାଇଁ ଚଳିତ ବର୍ଷ ଠାରୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି l ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାର ନାମୀଦାମୀ କଳାକାର ଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି l ପ୍ରଶାସନିକ କ୍ଷେତ୍ରରେ କିଛି ନୂତନ କାର୍ଯ୍ୟକ୍ରମ ହାତକୁ ନିଆଗଲେ ଆହୁରି ପ୍ରଚାର ଓ ପ୍ରସାର ଦିଗରେ ଅଗ୍ରଗତି ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ଖାଦ୍ୟ ସାମଗ୍ରୀ ଏବଂ ନିରାମିଷ ବିଭିନ୍ନ ପ୍ରକାର ଖାଦ୍ୟ ଦୋକାନ ଆଗରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ