Posts

କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ ପକ୍ଷରୁ ‘‘ରକ୍ତ ସଂରକ୍ଷଣ କେନ୍ଦ୍ର’ର ଶୁଭାରମ୍ଭ l

Image
ଯାଜପୁର (କଳିଙ୍ଗନଗର) , ୨୨ ଫେବ୍ରୁଆରି, ୨୦୨୩:- ଓଡ଼ିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ୍‌ରେ ବୁଧବାର ଏକ “ରକ୍ତ ସଂରକ୍ଷଣ କେନ୍ଦ୍ର' ଉଦ୍‌ଘାଟିତ ହୋଇଯାଇଛି । ଅସ୍ତ୍ରୋପଚାର ସମୟରେ ଓ ପରବର୍ତୀ ସମୟର ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ଏବଂ ଦୁର୍ଘଟଣାଗ୍ରସ୍ତ ରୋଗୀ ଏବଂ ଅନ୍ୟାନ୍ୟ ଘାତକ ରୋଗ ପାଇଁ ସେବା ପ୍ରଦାନ କରିବାରେ ହସ୍ପିଟାଲ୍‌କୁ ଏହି ସୁବିଧା ସକ୍ଷମ କରିବ । ଏହି କେନ୍ଦ୍ରକୁ ଟାଟା ଷ୍ଟିଲ୍‌ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଚିଫ୍ ଦେବଦୁତ୍ ମହାନ୍ତି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲର ମେଡିକାଲ ସୁପରିଟେଡେଟ୍ ଡକ୍ଟର ସୁଧାଂଶୁ ଶେଖର ସୁତାର, ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ବନସଲ୍‌ଟ୍ ଏବଂ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହି କେନ୍ଦ୍ର ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌ର ରକ୍ତ ଆବଶ୍ୟକତାକୁ ପୂରଣ କରିବ ଏବଂ କଳିଙ୍ଗନଗର, ସୁକିନ୍ଦା , ଦାନଗଦି ଓ ଆଖପାଖ ଅଂଚଳରୁ ଆସୁଥିବା ରୋଗୀମାନଙ୍କୁ ଏହା ସେବା ପ୍ରଦାନ କରିବ । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଏହି କେନ୍ଦ୍ରର ବାର୍ଷିକ କ୍ଷମତା ହେଉଛି ସମ୍ପୂର୍ଣ ମାନବ ରକ୍ତ ଆଇପିତ ୨୦୦୦ ୟୁନିଟ୍ ସଂରକ୍ଷଣ, ଯାହାକୁ ଓଡ଼ିଶାର ଡ୍ରଗସ୍ ଆଣ୍ଡ୍ କଂଟ୍ରୋଲ ଡାଇରେକ୍ଟରେଟ୍‌ର ଙ୍କ ଅନୁମୋଦନ ମିଳି

ଅବସରପ୍ରାପ୍ତ ରାଜସ୍ବ ଅଧିକାରୀଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକ ସଭା ଅନୁଷ୍ଠିତ l

Image
ଯାଜପୁର (ବ୍ୟାସନଗର ):- ଜିଲ୍ଲାର ତତ୍କାଳୀନ ସୁକିନ୍ଦା,ବ୍ୟାସନଗର ତହସିଲ ସମେତ ବିଭିନ୍ନ ତହସିଲରେ ରାଜସ୍ବ ନିରୀକ୍ଷକ (ଆର.ଆଇ), ରାଜସ୍ଵ ସୁପରଭାଇଜର ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ଅବସର ନେବା ପରେ ମଧ୍ୟ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ବ୍ରଜକିଶୋର ମଲ୍ଲିକ କିଛି ସମୟ ଧରି ସହାୟତା କରିଥିଲେ। ସେ ସ୍ଥାନୀୟ ବ୍ୟାସନଗର ପୌରାଂଚଳର ଫେରୋକ୍ରୋମ କଲୋନିଗେଟ୍ ନିକଟସ୍ଥ ବାଙ୍କି ସାହି ଠାରେ ଘର କରି ବସବାସ କରିଆସୁଥିଲେ । ତାଙ୍କର ଗତ ତା ୧୫/୦୨/୨୦୨୩ ରିଖ ବୁଧବାର ସକାଳେ ଅଚାନକ ହୃଦ୍‌ଘାତରେ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଶ୍ରୀଯୁକ୍ତ ମଲ୍ଲିକଙ୍କ ବିୟୋଗରେ ‘ ଉଦୟବଟ’ ତରଫରୁ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ‘ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ , ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଚନ୍ଦ୍ରମଣି ସାମଲ, ସୁସାହିତ୍ୟିକ ଡଃ. ଅକ୍ଷୟ କୁମାର ପଣ୍ଡା, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଂଜୟ କୁମାର ଦେଓ, ଜିଲ୍ଲା କଳା କ୍ରୀଡ଼ା ଶିକ୍ଷକ ସଂଘ ନେତା ଆଶିଷ ଦେବରଂଜନ ମଲ୍ଲିକ, ଫେରୋକ୍ରୋମ କାରଖାନାର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ଦାସ, ହିନ୍ଦୁ ସୁରକ୍ଷା ସେନାର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ

ଆଗକୁ ପାଦ ଥାପୁଛି ଚାଷୀ ଆନ୍ଦୋଳନ, ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚର ମେଳିରୁ ମିଳୁଛି ସୂଚନା!

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର) :- ୨୯ ମୈାଜା ଭୂମିମୁକ୍ତି କୂଷକ ମଞ୍ଚ ର ଆହୂାନରେ ନାରୀ ନେତ୍ରୀ ଶ୍ରୀମତୀ ସୂର୍ଣଲତା ବାନାରା ଙ୍କ ସଭାପତିତ୍ବରେ ଗୋବରଘାଟୀ ମୈାଜାର ହାତୀମୁଣ୍ଡା ଗ୍ରାମରେ ,ହାତୀମୁଣ୍ଡା, ମଶାଖୀଆ, ବେଲହୁଡି,ମିରିଗିଚରା ର ଶତାଧୀକ ଚାଷୀ ପରିବାର ମାନେ ବିଧିବଦ୍ଧ ଭାବରେ ଅପରାହ୍ନ ୫ଘଟିକା ଠାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ହାତୀମୁଣ୍ଡା ଛକ ରେ ଏକତ୍ର ହୋଇ ଭୂମିମୁକ୍ତି କୂଷକ ମଞ୍ଚ ରେ ସାମିଲ ହୋଇ ଆଲୋଚନା ଆଲୋଚନା କରିଥିଲେ l ସରକାର ଙ୍କ ରାଜସ୍ୱ ବିଭାଗ ଉଦାସୀନତା ଯୋଗୁ ୯୮ ବର୍ଷ ଧରି ଅଂଚଳ ବାସୀ ସେମାନଙ୍କ ବାପ ଗୋସାପ ଅମଳ ର ଜଙ୍ଗଲ ସଫା କରି ଘରବାଡି ଓ ଚାଷଜମିକୁ ସରକାରୀ ଖାତା ରେ ଯୋଗକରି ନଥିବାରୁ ସମସ୍ତେ ଆନ୍ଦୋଳନ କୁ ଓହ୍ଲାଇ ବାକୁ ଶପଥ ନେଇଥିଲେ l ଗାଁଗାଁ ରେ ଜମି ସର୍ଭେ ନ କରି କେବଳ ବନ୍ଦୋବସ୍ତ କୋର୍ଟ କରିଦେଲେ କାହାରି ଜମି ର ପଟ୍ଟା ପାଇବା ସମସ୍ୟା ର ସମାଧାନ ହୋଇ ପାରିବ ନାହିଁ ବୋଲି ସମସ୍ତେ ଏକ ସ୍ୱର ରେ ମତ ଦେଇଥିଲେ l କୂଷକ ମଞ୍ଚ ତରଫରୁ ଆଗାମୀ ଦିନରେ ମୈାଜାୱାରୀ ଜମି ମାଲିକ ମାନେ ନିଜନିଜ ର ଜମି ଘରଢିହ ର ସୂଚନା କୁ ଲିପିବଦ୍ଧ କରି କୋର୍ଟ ରେ ଦାଖଲ କରିବାର ନିଷ୍ପତି ନିଆଯାଇଥିଲା l ଜମି ବନ୍ଦୋବସ୍ତ ବିନା କାହାରିକୁ କୈାଣସୀ ମୂଲ୍ୟ ରେ କେହି ପ୍ରଜା ଜମି ହସ୍ତାନ୍ତର କରିବେନାହିଁ ବୋଲି ସମସ୍ତେ ମିଳିତ ଶପଥ ନେଇ

ଧର୍ମଶାଳା ତହସିଲ ଚର୍ଚ୍ଚାରେ ଥିବା ବେଳେ, ପୁଣି ପଥର ମାଫିଆ ମାନେ ଲୁଟ କରିଚାଲିଛନ୍ତି ପଥର l

Image
RITA VISION NEWS By Umakanta Mohapatra      ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଧର୍ମଶାଳା ତହସିଲ ଅନ୍ତର୍ଗତ ବିଚାଖଣ୍ଡି ମୌଜାର ଚାଷ ଜମିକୁ ନଷ୍ଟ କରୁଛନ୍ତି ପଥର ମାଫିଆ l ସାରା ଓଡ଼ିଶାରେ ଧର୍ମଶାଳା ତହସିଲ ଚର୍ଚ୍ଚାରେ ଥିବା ବେଳେ, ପ୍ରଶାସନିକ କଟକଣା ଲାଗୁ ସତ୍ଵେ କିଛି ଫଳ ନାହିଁ l ନିର୍ଭୟରେ ପଥର ମାଫିଆ ମାନେ ଲୁଟ କରିଚାଲିଛନ୍ତି ପଥର l ମାଫିଆ ମାନଙ୍କର ଭୁସ୍ବର୍ଗ ପାଲଟିଛି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଭୂଖଣ୍ଡ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି ସରକାର l ଦୀର୍ଘ ଦିନ ପରେ ଲିଜ ନଥିବl ଖଣି ମାନଙ୍କରୁ ଲୁଟ ହେଉଛି କଳା ପଥର l ନାମକୁ ମାତ୍ର ଧର୍ମଶାଳା ତହସିଲ କେତେ ଗୋଟି ଖାଦାନ ଲିଜ ଦେଇ ରାଜସ୍ବ ବାହା ବାହା ନେଇଛନ୍ତି l ମେସିନ ସାହାଯ୍ୟରେ ଖାଦାନ ମାନକରୁ ପାଣି ବାହାର କରି ଫସଲ ହୋଇଥିବା ଚାଷ ଜମିକୁ ନଷ୍ଟ କରିଚାଲିଛନ୍ତି ପଥର ମାଫିଆ l ତଳ ଅଂଚଳରେ ଚାଷ ହୋଇଥିବା ପନିପରିବା, ବିରି, ମୁଗ ଅନେକ ଚାଷ ଜମିରେ ପାଣି ମାଡି ଫସଲ ନଷ୍ଟ ହେବାକୁ ବସିଲାଣି l ବ୍ଲାଷ୍ଟିଙ୍ଗ କରି ଶହ ଶହ ଟ୍ରିପ କରିଚାଲିଛନ୍ତି ଲୁଟ l ପ୍ରଶାସନ ଓ ମାଫିଆ ଙ୍କ ମଧୁଚନ୍ଦ୍ରିକା ରେ ଦୈନିକ ହଜାର ହଜାର ଟ୍ରିପ ପଥର ଲୁଟି ନିକଟରେ ଥିବା କ୍ରସର ମାନଙ୍କୁ କଞ୍ଚା ମାଲ ଯୋଗାଇ କୋଟି କୋଟି ଟଙ୍କା ରୋଜଗାର କରୁଅଛନ୍ତି l ଏଠାରେ ପ୍ରଶ୍ନ ଉଠିଛି (1)-:ପଥର ମାଫିଆ ମାନଙ୍କୁ ସୁରକ୍ଷା ଦେଉଛି କିଏ?

ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର l

Image
ଯାଜପୁର (ସୁକିନ୍ଦା) :- ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରାହାଷୋଳ ସେକ୍ସନ ସୁକ୍ରଙ୍ଗି ଗ୍ରାମର ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ଆଜି ଏକ ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟ ଆଜି ଦିନ ସମୟରେ ଏହି ଅହିରାଜ ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ୧୬ ଫୁଟର ଅହିରାଜ ସାପଟିକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।

ଟୁକନ ପାଇଁ ଚାଷୀ ହତାଶ ହୋଇ ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇଲେ l

Image
RITA VISION NEWS By Umakanta Mohapatra ଯାଜପୁର(ଦାନଗଦୀ) :- ରାଜ୍ଯ ସରକାର କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଭିନ୍ନ ଜିଲ୍ଲାରେ ପ୍ରମାଣିତ ହୋଇଛି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ ର କୃଷି ସମବାୟ ସମିତି ଠାରେ l ଜିଲ୍ଲା ର ଦାନଗଦୀ ବ୍ଲକ ରାଣୀପଡ଼ା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ଅଫିସ କୁ ପାଞ୍ଚ ପଞ୍ଚାୟତ ର ଚାଷୀ ମାନେ ତାଲା ପକାଇ ଥିବାର ଦେଖିବାକୁ ମିଳିଥିଲା l ସୂଚନା ମୁତାବକ ଦାନଗଦୀ ଠାରେ ତ୍ରିଜଙ୍ଗା, ଧୂଳିଗଡ଼, ଓଲ୍ଲଳ , ରାଣୀପଡ଼ା ଓ ରାଛୀପୁର ଗ୍ରାମପଞ୍ଚାୟତ କୁ ନେଇ ରାଣୀପଡ଼ା ପ୍ରାଥମିକ କୃଷିସେବା ସମବାୟ ସମିତି ଲିଃ ଖୋଲାଯାଇଛି l ଚଳିତ ବର୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ କାର୍ଯ୍ୟାଳୟ ରୁ ଏକ ଶହ ଟଙ୍କା ଦେଇ ଟୁକନ ନେଇଥିଲେ l କିନ୍ତୁ ଫେବୃଆରୀ ପନ୍ଦର ତାରିଖ ଟିକେଟ ର ଶେଷ ଦିନ ହୋଇଥିବା ହେତୁ ମଣ୍ଡି ଚାଷୀଙ୍କ ଠାରୁ ଧାନ ନେଇ ପାରିନଥିଲା l ଚାଷୀ ଯଦି ଧାନ କୁ ବିକ୍ରି ନ କରିବେ ଋଣ କିଭଳି ପରିଶୋଧ କରିବେ? ସେମାନଙ୍କ ପରିବାର ଚାଲିବ କେମିତି? ଚାଷୀ ବର୍ତ୍ତମାନ ହତାଶ ହୋଇ ଉପାୟ ଶୂନ୍ୟ l ଏହି ପରିସ୍ଥିତି ରେ କୃଷକମାନେ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇ ଥିବାର ଦେଖିବାକୁ ମିଳିଥିଲା l ଏହି ଟୁକନ ବ୍ୟବସ୍ଥା ର ଅନିୟମିତତା ଅଭିଯୋଗ କରି କୃଷି ସମବାୟ ସମିତି କାର୍ଯ୍ୟାଳୟ ର ସମୁଖରେ ଆନ୍ଦୋଳନ ଜାରି ରଖିଥିଲେ l

ମିଶ୍ରି ଲାଲ କାରଖାନା ବିରୁଦ୍ଧରେ ତେଜୁଛି ଜନ ଆନ୍ଦୋଳନ! ବିଧାନସଭା ପ୍ରଦୂଷଣ କମିଟି ମୁଖ୍ୟଙ୍କୁ ଅଭିଯୋଗ କଲେ ପଙ୍କପାଳ ସରପଞ୍ଚ l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର ): - ଯାଜପୁର ଜିଲ୍ଲା କଲିଙ୍ଗନଗର ଶିଳ୍ପାଞ୍ଚଳ ରେ ବହୁ କାରଖାନା ବିରୁଦ୍ଧରେ ପ୍ରଦୂଷଣ ବିଭାଗର ର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଛନ୍ତି ଜନସାଧାରଣ l ଏହାର କୌଣସି ସୁଫଳ ମିଳିବାର ନଜିର ନାହିଁ l କଲିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ଥିଲେ ମଧ୍ୟ କୌଣସି କାରଖାନା ବିରୋଧରେ କିଛି ପଦକ୍ଷେପ ଗ୍ରହଣ ନ କରିବା ଦ୍ବାରା କାରଖାନା ମାନେ ମନଇଚ୍ଛା ନିୟମ ଉଲଙ୍ଘନ କରିଚାଲିଛିନ୍ତି। ଯାହା କୁ ବିରୋଧ କରି ମିଶ୍ରି ଲାଲ କାରଖାନା ବିରୋଧରେ ପଙ୍କପାଳ ସରପଞ୍ଚ ସ୍ମୃତିରଞ୍ଜନ  ଜେନା ଓଡ଼ିଶା ବିଧାନସଭା ପ୍ରଦୂଷଣ କମିଟିରେ ମୁଖ୍ୟ ତଥା ବିଜେପି ବିଧାୟକ ମୋହନ ମାଝୀ ଙ୍କୁ ସାକ୍ଷାତ କରିବା ସହିତ ସ୍ଥାନୀୟ ଲୋକ ଙ୍କ ସମସ୍ତ ଅସୁବିଧାକୁ ପତ୍ର ଦ୍ବାରା ଲିଖିତ  ଜଣାଇଛନ୍ତି । ସରପଞ୍ଚ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ କମ୍ପାନୀ ସରକାରୀ ନିୟମ ପାଳନ ନକରି ଭୂତଳ ଜଳକୁ କାରଖାନା କାର୍ଯ୍ୟ ରେ ବ୍ୟବହାର କରିବା ସହିତ ପ୍ରଦୂଷିତ ଜଳ ଓ ଧୂଆଁ ନିର୍ଗତ କରି ପରିବେଶ ଦୂଷିତ କରୁଛି । ଏହା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ରେ ସାଧାରଣ ଲୋକଙ୍କ ଜୀବନ ହାନୀ ହେଉଛି । କାରଖାନା ପ୍ରତିଷ୍ଠା କରିବା ଲାଗି ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ବେଳେ ପ୍ରଦୂଷଣ ବୋର୍ଡ ଓ ମିଶ୍ରୀଲାଲ କାରଖାନା କତୃପକ୍ଷ ନୀରବବତା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋ