Posts

କଳିଙ୍ଗନଗର ରେ ସମସ୍ତ କାରଖାନା ର ଅଧିକାରୀ ଙ୍କୁ ନେଇ ଜିଲ୍ଲା ପ୍ରଶାସନର ଗୁପ୍ତ ବୈଠକ l

Image
କଳିଙ୍ଗନଗର - ଦୀର୍ଘ ଦିନ ପରେ ଜେ ଡି ସି ଏଲ୍ ଠାରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ସମସ୍ତ କାରଖାନା ର ଅଧିକାରୀ ଙ୍କୁ ନେଇ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଇଥିରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ ଯୋଗଦେଇ କାରଖାନା ଦ୍ଵାରା ପ୍ରଭାବିତ ହେଉଥିବା ଗାଁ ମାନଙ୍କୁ ବିଭିନ୍ନ ସମସ୍ୟା ରୁ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ତାଗିଦ କରୁଥିବା ଦେଖିବାକୁ ମିଳିଛି l ବିଶେଷ କରି ବାରଗଡିଆ ହରିଜନ ସାହି, ସାରଙ୍ଗପୁର ଗାଁ, ଟାଙ୍ଗର ସାହି ଲୋକମାନେ ବିସ୍ଥାପିତ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କ ରେ ଉପସ୍ଥିତ ଜିଲ୍ଲା ପ୍ରଶାସନ ଓ କାରଖାନା କତୃପକ୍ଷ ଙ୍କୁ ପରାମର୍ଶ ଦେଇ ଯଥାଶୀଘ୍ର ଏହାର ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣ, ଯାତାୟତ, ଆଲୋକିକରଣ,ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ସମାଧାନ କରିବା ପାଇଁ ସହମତି ଜଣାଇଛନ୍ତି l କିନ୍ତ୍ ଦୁଃଖର ବିଷୟ ଦୀର୍ଘ ବର୍ଷ ହେବ କଳିଙ୍ଗନଗର ଜନସାଧାରଣ ଏହାର ସୁବିଧା ପାଇପରୁନାହାନ୍ତି lସୁକିନ୍ଦା-ଦାନଗଦୀର ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ l କଳିଙ୍ଗ ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ମାଇନିଂ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରି ସ୍ଥାନୀୟ ଯୁବ

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ “ବିଶ୍ବ ମାଲେରିଆ ଦିବସ’ରେ ସଚେତନତା ଅଧିବେଶନ ଆୟୋଜିତ l

Image
ଯାଜପୁର (କଳିଙ୍ଗନଗର ) ୨୫ ଏପ୍ରିଲ୍‌ ୨୦୨୩: - ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ପକ୍ଷରୁ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲାରେ ଦାନଗଦି ବ୍ଲକ ଅଧୀନସ୍ଥ ଶାଳିଜଙ୍ଗା ପଂଚାଯତ କାର୍ଯ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଓ ଜାତୀୟ ଭୂତାଣୁ (ଭେକ୍ଟର) ବାହିତ ରୋଗ (ଭିବିଡି) ନିୟନ୍ତ୍ରଣ କାର୍ଯ୍ୟକ୍ରମ ସହଯୋଗିତାରେ ଏକ ସଚେତନତା ଅଧିବେଶନେ ସହ ବିଶ୍ବ ମାଲେରିଆ ଦିବସ, ୨୦୨୩ ପାଳନ କରାଯାଇଛି । ସମାନରେ ସଚେତନତା ବଢ଼ାଇବା ଲାଗି ସଚେତନତା ଅଧିବେଶନ ବ୍ୟତୀତ, ପଂଚାୟତର ସମସ୍ତ ବାସିନ୍ଦାଙ୍କୁ ୧୩୦୦୦ ମଶାରି ବଂଟନ କରାଯାଇଥିଲା । ସାର୍ବଜନୀନ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଫାଇଣ୍ଡେସନର ରହିଥିବା ସାମଗ୍ରିକ ରଣନୀତି ଅନୁସାରେ ଏହି ଅଭିଯାନ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଯାଜପୁରର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଶିବାଶିଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁରର ଅତିରିକ୍ତ ଜିଲ୍ଲା କନ ସ୍ବାସ୍ଥ୍ୟ ଅଧିକାରୀ (ଏଡିପିଏଚ), ଭିବିଡି ଡକ୍ଟର ପ୍ରଦୀପ୍ତ କୁମାର ସାହୁ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଉପଦେଷ୍ଟା ଶ୍ରୀ ସୁନିଲ କୁମାର ମହତୋ, ଶାଳିଜଙ୍ଗା ପଂଚାୟତର ସରପଂଚ ବିଜୟଲକ୍ଷ୍ମୀ ଦାଗ, ଟିଏସ୍ଏଫ୍ଟ ଜନ ସ୍ଵାସ୍ଥ୍ୟ ଓଡ଼ିଶାର ମୁଖ୍ୟ ଡକ୍ଟର ନୀଳିମା ତିର୍କୀ, ଟିଏସ୍ଏଫ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଭି

ନାଗଡା କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଓ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର ପାଇଁ କେନ୍ଦ୍ର ଖାଦ୍ଯ ମନ୍ତ୍ରୀ ଙ୍କୁ ଭେଟି ଚିଠି ଦ୍ଵାରା ଅବଗତ କରାଇଲେ ସୁକିନ୍ଦା ଅଞ୍ଚଳର ଯୁବକ ।

Image
କାଳିଆପାଣି - ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ନଗଡା ଅପପୃଷ୍ଟି ଓ ଶିଶୁ ମଡକ ସମଗ୍ର ଦେଶରେ ଏକ ନିନ୍ଦନୀୟ ଘଟଣା ହୋଇଥିଲା । ସମୟ କ୍ରମେ ରାସ୍ତାଘାଟ, ସ୍କୁଲ୍ ଓ ପାନୀୟଜଳ ର ଭିତ୍ତିଭୂମି ହୋଇଗଲା କିନ୍ତୁ ସୁଶମ ଖାଦ୍ଯ ଓ ଦୈନିକ ରୋଜଗାର ଦେବାରେ ବିଫଳ ହୋଇଛନ୍ତି ରାଜ୍ଯ ସରକାର । ଏହି ଉଦ୍ଦେଶ୍ଯ ରେ ସୁକିନ୍ଦା ପିଙ୍ଗଲ ଗ୍ରାମରୁ ବୁଲୁ ଯାଦବ ଙ୍କ ନେତୃତ୍ବ ରେ ଏକ ସାତ ଜଣିଆ ଦଳ ଦିଲ୍ଲୀ ରେ ଖାଦ୍ଯ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପରାସ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରେଇଥିଲେ ।  ନଗଡାର ଆଦିବାସୀମାନେ ଅନେକ ପୁଷ୍ଟିହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହୋଇଥିଲେ। ଗାଁରେ ରୋଜଗାର କିଛି ନଥିଲା ୪୫ ପରିବାର ମଧ୍ୟ ରାସନ ସୁବିଧା ପାଇ ପାରୁନଥିଲେ । ବଣ ଜଙ୍ଗଲ ବୁଲି ବୁଲି ଜଙ୍ଗଲ ଫଳ ମୂଳ ଓ କାଠ ବିକ୍ରି କରି ପେଟ ପୋଷୁଥିଲେ । ଚାରିପଟେ ପାହାଡ ଘେରା ଭିତରେ ଥିବା ଗାଁ ର ନିପଟ ଚିତ୍ର ୨୦୧୬ ରେ ଜାତୀୟ ଗଣମାଧ୍ୟମରେ ପ୍ରଥମ ହେଡଲାଇନରେ ପରିଣତ ହୋଇଥିଲା ଯେଉଁଠାରେ ଏକ ମାସ ମଧ୍ୟରେ ୧୯ ଶିଶୁଙ୍କର ପୁଷ୍ଟିହୀନତା ହେତୁ ମୃତ୍ୟୁ ଘଟିଥିଲା। ନାଗଡାଠାରେ ୫୮୨ ଆଦିବାସୀ ଜୁଆଙ୍ଗ ଜନଜାତିର ଅଟନ୍ତି | ନାଗଡା ହେଉଛି ଯାଜପୁର ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର ପର୍ବତ ମାଳା ମଧ୍ୟ ସ୍ଥଳରେ ଅବସ୍ଥିତ | ନାଗଡାବାସୀଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଏକ ସକ୍ଷମ ପରିବେଶ ସୃଷ୍ଟ

ମନରେଗା କର୍ଯ୍ୟ ରେ ନିୟୋଜିତ ହେଉଛନ୍ତି ବି-ଟେକ୍ ଇଂଜିନିୟର ଶ୍ରମିକ ।

Image
( ସୁକିନ୍ଦା ବ୍ଲକ ରେ ମନରେଗା ରେ ମହାଦୁର୍ନୀତି)  ଯାଜପୁର (କାଳିଆପାଣି) - ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିଂମ୍ପୁଡିଆ ପଞ୍ଚାୟତ ରେ ମନରେଗା ଯୋଜନା ରେ ମହାଦୁର୍ନୀତି । ପିଂମ୍ପୁଡିଆ ନୋଡାଲ ସ୍କୁଲ ପଛପଟେ ଥିବା ସ୍ଥାନ ରେ ମନରେଗା ଯୋଜନା ରେ ୩ ଲକ୍ଷ ଟଙ୍କା ଗଛ ଲଗା ଓ ବାରବେଡ଼ା ପାଚେରୀ କାର୍ଯ୍ୟ କରାଯାଇଥିଲା । ୨୦୨୧ - ୨୨ ଆର୍ଥିକ ବର୍ଷ ରେ ଉକ୍ତ ପ୍ରକଳ୍ପ ଟିରେ ସମ୍ପୂର୍ଣ୍ଣ ମନରେଗା ଯୋଜନା ରେ ଅର୍ଥ ବ୍ୟୟ ବରାଦ ହୋଇଥିଲା । ଏହି ମନରେଗା କାର୍ଯ୍ୟ ରେ କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶନାମା ଅନୁଯାଇ ଗରିବ ଓ ଦିନ ମଜୁରିଆ ଶ୍ରେଣୀ ର ଲୋକଙ୍କୁ ନିୟୋଜିତ କରିବା ର ନିୟମ ରହିଛି ହେଲେ ପଂଚାୟତ ର ବାହୁବଳୀ ସରପଞ୍ଚ ନିଜେ ସର୍ବେ ସର୍ବା ଭାବି ନିଜ ସମ୍ପର୍କୀୟ ଲୋକଙ୍କୁ ଏହି କାର୍ଯ୍ୟ ରେ ନିୟୋଜିତ କରୁଛନ୍ତି । ସେ ଗ୍ରାମ ର ଧନୀ ଶାଳୀ ବ୍ୟକ୍ତି ହୁଅନ୍ତୁ ବା ପାଠ ପାଢୁଆ ଯୁବକ ହୁଅନ୍ତୁ ମନରେଗା ଯୋଜନା ର ମାଗଣା ବା ସରକାରୀ ଟଙ୍କା ର ଲାଭ ପାଇବା ଥୟ ଅଟେ । ସୂଚନା ମୁତାବକ ବିଶ୍ଵ ର ଆଗଧାଡ଼ିର ସଣ୍ଟଓୟାର କମ୍ପାନୀ ରେ ବି-ଟେକ ଇଂଜିନିୟର ଭାବେ କାର୍ଯ୍ୟ କରି ୫୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଦରମା ପାଉଥିବା କର୍ମଚାରୀ ଜଣକ ଏଠି ମନରେଗା ରେ ଶ୍ରମିକ ଭାବେ କାର୍ଯ୍ୟ କରୁଛି । ଯାହାକି ପ୍ରତ୍ୟେକ ସପ୍ତାହ ରେ ଛଅ ଦିନ ଭାବେ ଦୈନିକ ମଜୁରୀ ପାଉଛନ୍ତି । କିନ୍ତୁ ବିଡ଼ମ୍ବନା ର ବିଷୟ ପଞ୍ଚାୟତ ରେ ଅନେକ ଆଦ

ଦକ୍ଷିଣ କାଳିଆପାଣି ମାଇନିଂ ଡମ୍ପ ସମ୍ପ୍ରସାରଣ ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ l

Image
(ସ୍ଥାନୀୟ ଅଞ୍ଚଳର ବେକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସହ ପୂର୍ଣ୍ଣ ସମର୍ଥନ)  ଯାଜପୁର (କାଳିଆପାଣି) : - କାଳିଆପାଣି ଖଣି ଅଞ୍ଚଳରେ କ୍ରୋମ ଉତ୍ତୋଳନ କରୁଥିବା ରାଜ୍ୟ ସରକାରଙ୍କ ଓଡିଶା ଖଣି ନିଗମ ଦକ୍ଷୀଣ କାଳିଆପାଣି ଖଣିର ଡମ୍ପ ସମ୍ପ୍ରସାରଣ କରିବା ପାଇଁ ପରିବେଶ ମଞ୍ଜୁରୀ ସମ୍ବନ୍ଧିୟ ଜନଶୁଣାଣି ବୁଧବାର ଦିନ ଓଡିଶା ଖଣି ନିଗମ ଟାଉନସିପ ସ୍ଥିତ କମ୍ୟୁନିଟି ସେଣ୍ଟର ପଡିଆ ଠାରେ ରାଜ୍ୟ ପ୍ରଦୂଷଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l ସୁକିନ୍ଦା ତହସିଲ ଅନ୍ତର୍ଗତ କାଳିଆପାଣି, ଗୁରୁଜଙ୍ଗପାଳ, ସୁକୁରଙ୍ଗୀ, ସାରୁଆବିଲ ଗ୍ରାମରେ ଅବସ୍ଥିତ ଦକ୍ଷିଣ କାଳିଆପାଣି ଖଣିର ବିସ୍ତାର ବିନା ଉତ୍ପାଦନ କ୍ଷମତାରେ ପରିବର୍ତ୍ତନ ନକରି ୧.୪୦ ମିଲିୟନ ଟନ କ୍ରୋମାଇଟ ଓରର ବାର୍ଷିକ ଉତ୍ପାଦନ ଓ ବର୍ଯ୍ୟ ବସ୍ତୁ ୧୫.୨୪ ମିଲିୟନ ଟନ ଏବଂ ସି. ଓ. ଜି ପ୍ରକଳ୍ପର ବାର୍ଷିକ ସାମର୍ଥ୍ୟ ୪୭୪୦୦୦ ଟନ ନିମନ୍ତେ ଜନ ଶୁଣାଣି ଶିବିରରେ କଳିଙ୍ଗନଗର ଯାଜପୁର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଯାଜପୁର ପ୍ରମୋଦ କୁମାର ବେହେରା ନିର୍ଦ୍ଧାରିତ ସମୟରେ ପହଁଞ୍ଚି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଆଖପାଖ ଅଞ୍ଚଳର ଅଧିବାସୀ ମାନେ ପରିବେଶ ଉପରେ ନିଜ ନିଜର ମତା ମତ ଦେବା ସହିତ ଅଞ୍ଚଳର ବିକାଶ ମୂଳକ କାମ ସ୍କୁଲ ପିଲାମାନଙ୍କ ଯାତାୟତ ପାଇଁ ବସ, ସବୁ ଅଞ୍ଚଳକୁ ସବୁବେଳେ ପା

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ‘ଶିଳ୍ପ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ’ ଆୟୋଜିତ l

Image
ଯାଜପୁର (କଳିଙ୍ଗନଗର) ୧୮/୦୪ : - ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ସହଯୋଗିତାରେ ସୋମବାର ଟିଏସ୍‌ କାପାବିଲିଟି ଡେଭେଲପ୍‌ମେଟ୍ ଟ୍ରେନିଂ ସେଣ୍ଟର ଅଡିଟୋରିୟମ୍‌ରେ‘ଶିଳ୍ପ ସୁରକ୍ଷା’ ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଵାଲିଟି ଆଣ୍ଡ୍ ଏନଭର୍ସମେଟ୍ ମ୍ୟାନେଜମେଟ୍ ସର୍ଭିସେସ୍ (ଆଇକ୍ୟୁଇଏମ୍ସ୍) ସହଯୋଗରେ ଆୟୋଜନ କରାଯାଇଥିବା ଏହି ଦିନିକିଆ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ୨୧ଟି ଶିଳ୍ପର ସୁରକ୍ଷା ବିଭାଗର ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଯାଜପୁର ଡିଭିଜନର ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ସୂତାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ପରିଚାଳନା ବିଭାଗର ମୁଖ୍ୟ ବିନୀତ ରଂଜନ ତ୍ରିପାଠୀ, ଟାଟା ଷ୍ଟିଲ୍ କଳିଙ୍ଗନଗରର କୋଲ୍‌ଡ ରୋଲ୍ ମିଲ୍ ବିଭାଗର ମୁଖ୍ୟ ପ୍ରବୀଣ ଭି ଥାମ୍ପି, ଟାଟା ଷ୍ଟିଲ୍‌ କଳିଙ୍ଗନଗର ମେକାନିକାଲ୍ ମେଟେନାନ୍ସ ବିଭାଗର ମୁଖ୍ୟ ନାଗା ପ୍ରଶାନ୍ତ, ଟାଟା ଷ୍ଟିଲ୍‌ କଳିଙ୍ଗନଗରର ସୁରକ୍ଷା ବିଭାଗର ମୁଖ୍ୟ ରବି ଏସ୍ ମିଶ୍ର, ଆଇକ୍ୟୁଇଏମ୍ସର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ କଳିଙ୍ଗନଗର ଆଖପାଖର ବିଭିନ୍ନ

କଳିଙ୍ଗନଗର ରେ ବିଭିନ୍ନ ସ୍ଥାନରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ରେ ଜଳଛତ୍ର କେନ୍ଦ୍ର ର ଶୁଭାରମ୍ଭ l

Image
କଳିଙ୍ଗନଗର : - ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ରେ କଳିଙ୍ଗନଗର ରେ ବିଭିନ୍ନ ସ୍ଥାନରେ ଜଳଛତ୍ର ସହ ପୂଜାପାଠ ହୋଇଯାଇଛି I ଦାନଗଦି ଛକରେ ବଣିକ ସଂଘ ତରଫରୁ ବାଟୋଇ ମାନଙ୍କୁ ଦହିସର୍ବତ ବଣ୍ଟନ କରାଯାଇଥିଲା,ସେହିପରି ମିଲିଟାରୀ ଛକରେ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଯଖପୁରା ଶାଖା ତରଫରୁ ଟଙ୍କ ତୋରାଣୀ ବଣ୍ଟନ କରାଯାଇଥିଲା I ଯଖପୁରା ହନୁମାନ ମନ୍ଦିରରେ ବଜରଙ୍ଗ ଦଳ ତରଫରୁ ପଣା ର ବ୍ୟବସ୍ଥା କରାଯାଇଥିଲା, କଳିଙ୍ଗନଗର ର ସମସ୍ତ କାରଖାନା ଫାଟକ ସମ୍ମୁଖରେ ଫ୍ରିଡମ ଫେଡ଼ିଲେଟି ସାମାଜିକ ସଂଗଠନ ତରଫରୁ ଜଳଛତ୍ର କେନ୍ଦ୍ର ମାନ ଆଜି ଉଦଘାଟନ ହୋଇଥିଲା l ସଂଗଠନ ର ସଂସ୍ଥାପକ ଶାସ୍ତ୍ରୀ ବାହାଦୁର ପ୍ରଧାନ,କଳିଙ୍ଗନଗର ମଜଦୁର ୟୁନିୟନ ର କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୁ,ଦିପ୍ତିମୟୀ କୁଅଁର, ମଣ୍ଟୁ ଚକ୍ର, ସୁବାଶିଷ ପଣ୍ଡା, ଅଶୋକ ମଲ୍ଲିକ ପ୍ରମୁଖ ଯୋଗ ଦେଇ ପଥଚାରୀ ମାନଙ୍କୁ ଦହିପାଣି ବଣ୍ଟନ କରିଥିଲେ l ଏହି ଜଲଛତ୍ର ସହ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ସାରା କଳିଙ୍ଗନଗର ରେ ଚାଲିବ ବୋଲି ଫ୍ରିଡମ ଫେଡ଼ିଲିଟି ତରଫରୁ ସଂସ୍ଥାପକ ଶାସ୍ତ୍ରୀ ବାହାଦୁର ପ୍ରଧାନ ସୂଚନା ଦେଇଛନ୍ତି l