Posts

ପୁଣି ତେଜିଛି ଇଣ୍ଡିଆ ବନାମ ଭାରତ ବିବାଦ ।

Image
ବ୍ୟୁରୋ ରିପୋର୍ଟ :- ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ୱସ୍ତରୀୟ ନେତାଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ଭାରତ ରାଷ୍ଟ୍ରପତି’ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏବେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ନେମପ୍ଲେଟ୍‌ ଏହି ନିଆଁରେ ଘିଅ ଢାଳିଛି। କାରଣ ମୋଦିଙ୍କ ନେମପ୍ଲେଟରେ ଇଣ୍ଡିଆ ପରିବର୍ତ୍ତେ ଲେଖାଯାଇଛି ଭାରତ । ଅର୍ଥାତ ବିଶ୍ୱ ସମୁଦାୟ ସମ୍ମୁଖରେ ମୋଦି ନିଜକୁ ଭାରତର ପ୍ରଧାନମନ୍ତ୍ରୀ ରୂପେ ପରିଚିତ କରାଇଛନ୍ତି। ବିରୋଧୀଙ୍କ ମେଣ୍ଟର ନାଁ ‘ଇଣ୍ଡିଆ’ ହୋଇଥିବାରୁ କେନ୍ଦ୍ର ସରକାର ତାହା ବଦଳରେ ‘ଭାରତ’ ଶବ୍ଦର ପ୍ରୟୋଗକୁ ବଢ଼ାଇ ଦେଇଛନ୍ତି। ଚଳିତ ମାସ ଶେଷ ଆଡ଼କୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ‘ଭାରତ’ ନାମର ପ୍ରୟୋଗକୁ ଔପଚାରିକ ଭାବେ ବିଧିବଦ୍ଧ କରିବା ଉକ୍ତ ଅଧିବେଶନର ମୂଳ ଲକ୍ଷ୍ୟ ବୋଲି ଆଲୋଚନା ହେଉଛି। ମାତ୍ର ଏହାକୁ ଏକ ନାଟକ କହିଛନ୍ତି ବିରୋଧୀ ଗୋଷ୍ଠୀ।କେନ୍ଦ୍ର ସରକାର ‘ଇଣ୍ଡିଆ’ ନାଁକୁ ପୂରା ହଟାଇ ଦେଇ କେବଳ ‘ଭାରତ’ ରଖିବାକୁ ଚକ୍ରାନ୍ତ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।  ମାତ୍ର ଭାରତ’ ଶବ୍ଦ ପୂର୍ବରୁ ସମ୍ବିଧାନରେ ସାମିଲ ଥିବା ବେଳେ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ କେନ୍ଦ୍ର ସରକାର ଏପରି ଖେଳ ଖେଳି ଚାଲିଥିବା ଅଭିଯୋଗ ହୋଇଛି।  ବି...

ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଦ୍ୱାରା “ଆମ ଶିକ୍ଷାଦାତା” କାର୍ଯ୍ୟକ୍ରମ ଆୟୋଜିତ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଗୁରୁ ଦିବସ ଅବସରରେ ଗୁଗୁଲ୍ ମିଟ୍ ରେ ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଦ୍ୱାରା “ଆମ ଶିକ୍ଷାଦାତା” ନାମକ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜିତ ହୋଇଥିଲା । ପ୍ରତିଷ୍ଠିତ ସମାଜସେବୀ ନିବେଦିତା ସତପଥି ଏବଂ ବିଶିଷ୍ଟ ଶିକ୍ଷାବିତ୍ ସିଦ୍ଧାନ୍ତ ସେଖର ବିଶୋଇ ଏବଂ ସଞ୍ଜୟ ଦଳଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ "ଶିକ୍ଷା: ବର୍ତ୍ତମାନ ଏବଂ ଆସନ୍ତାକାଲି" ପ୍ରସଙ୍ଗରେ ସେମାନଙ୍କର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଆଦ୍ୟାଶା ସାହୁ ସଂଗୀତ ପରିବେଷଣ କରିଥିଲେ । ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ର ମୁଖ୍ୟ ପ୍ରଭାସିନୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସୁଭୋଜିତ ପଣ୍ଡା ଉପସ୍ଥାପନା କରିଥିଲେ । ସୁଚନାଯୋଗ୍ୟ, ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଗତ ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମୋଡ୍ ରେ ଆୟୋଜନ କରିଆସୁଛି।

କଳିଯୁଗରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ ଦେଖିବାକୁ ମିଲୁଛି l

Image
ଭଦ୍ରକ(ବ୍ୟୁରୋ ରିପୋର୍ଟ) : - କଳିଯୁଗରେ କିଛି ଅସମ୍ଭବ ନୁହେଁ ସବୁ ସମ୍ଭବ। ଯାହାକୁ ଆଖିରେ ନିଜେ ନଦେଖିଲେ ସହଜରେ ବିଶ୍ୱାସ କରିହେବନି । ପ୍ରତିଦିନ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟୁଛି ଆମ ଆଖପାଖରେ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଆଜ୍ଞା ୧୩ ମାସର ବାଛୁରୀ ସାଜିଛି କାମଧେନୁ। ଦିନକୁ ଦୁଇ ବେଳା ୩ ଲିଟର କ୍ଷୀର ଦେଉଛି । ଛୁଆ ଜନ୍ମ ଦେଇନି କି ଗର୍ଭବତୀ ହୋଇନି । ମାତ୍ର ୧୩ ମାସର ବାଛୁରୀଟିଏ ସକାଳେ ଓ ସଂଧ୍ୟାରେ ଦେଢ ଲିଟର ଲେଖାଏଁ ୩ ଲିଟର କ୍ଷୀର ଦେଉଛି । କଣ ଶୁଣିକି ଚକିତ ହୋଇଗଲେ କି? ତେବେ ଯାହା ସୂଚନା ମିଳିଛି ସେହି କ୍ଷୀରକୁ କୁଆଡେ ମନ୍ଦିରରେ ଭୋଗଲାଗି କରାଯାଉଥିବା ସହିତ ପରିବାର ଲୋକେ ମଧ୍ୟ ଖାଉଛନ୍ତି । ଆଜି କି କାଲି କଥା ନୁହେଁ ବିଗତ ଦୁଇ ମାସ ହେଲା ଏପରି କ୍ଷୀର ଦେଉଛି ବାଛୁରୀଟି । ଯାହାକୁ ନେଇ ଲୋକେ ଏହି ବାଛୁରୀକୁ କାମଧେନୁ ବୋଲି କହୁଛନ୍ତି । ବିଭିନ୍ନ ପଶୁ ଡାକ୍ତର ଉକ୍ତ ବାଛୁରୀକୁ ପରୀକ୍ଷା ନୀରିକ୍ଷା କରିଥିଲେ ମଧ୍ୟ ଷୀର ଦେବାର କୌଣସି ସଠିକ୍ କାରଣ ମିଳିପାରୁନାହିଁ । ସେପଟେ କାମଧେନୁ ବୋଲି କହି ଗାଁ ସମେତ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ବାଛୁରୀଟିକୁ ଦେଖିବାକୁ ଭିଡ ଜମୁଛି । ବାଛୁରୀକୁ ଦର୍ଶନ କରି ପ୍ରଣାମ କରିବା ସହିତ ସାନିଧ୍ୟ ଲାଭ କରୁଛନ୍ତି ଆଖପାଖର ଲୋକେ । ଏଭଳି ଏକ ଅଲୌକିକ ତଥା ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତି...

ଦାନଗଦୀ ତହସିଲ ଅଧିନରେ ଥିବା ଜମି ମାଲିକଙ୍କୁ ମିଳିବ ଜମିପଟ୍ଟା l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ଦାନଗଦୀ ବ୍ଳକରେ ଜମି ବନ୍ଦୋବସ୍ତ (ସେଟେଲମେଣ୍ଟ) ୧୯୨୮ ମସିହାରୁ ସ୍ଥଗିତ ରହିଥିଲା । ଆଜି ପଙ୍କପାଳରୁ ଆରମ୍ଭ ହୋଇଥିବା ବନ୍ଦୋବସ୍ତ ଦ୍ବାରା ଦାନଗଦୀ ବ୍ଲକର ୨୨ଟି ମୌଜାର ଜମି ମାଲିକମାନେ ଉପକୃତ ହୋଇପାରିବେ । ବନ୍ଦୋବସ୍ତ କାର୍ଯ୍ୟ ହୋଇଗଲେ ଲୋକଙ୍କୁ ଜମିପଟ୍ଟା ମିଳିବ ।ଯାହା କି ଭବିଷ୍ୟତ ପାଇଁ ଯୋଗ୍ୟ ବ୍ୟକ୍ତି ଜମିପଟ୍ଟା ଦେଖାଇ ସରକାରୀ ଯୋଜନାର ସୁବିଧା ସୁଯୋଗ ନେଇପାରିବେ । ଜମିର ମାଲିକାନା ସରୁ ମିଳିବା ଫଳରେ ଜମିର ମାଲିକମାନେ ନିଜର ଦରକାର ସମୟରେ ଜମି କିଣା- ବିକା କରି ପାରିବେ । ଯାହାକି ଲୋକେ ବହୁଦିନ ଧରି ଦାବି କରି ଆସୁଥିଲେ। ଗତ ୯୫ବର୍ଷ ହେବ ଦାନଗଦୀ ତହସିଲ ରେ ଥିବା ଲୋକ ମାନଙ୍କ ଜମିଜମା ରେ ହେଉଥିବା ଅସୁବିଧା ଦୂର ହେବା କୁ ଯାଉଛି।ଯାହର ଶୁଭ ଆରମ୍ଭ ପଙ୍କପାଳ ପଞ୍ଚାୟତ ରୁ ଆରମ୍ଭ କରିଛନ୍ତି ତହସିଲ କର୍ତ୍ତୃପକ୍ଷ l ଯାହା କୁ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ନଡିଆ ବାଡେଇ ଶୁଭ  ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା l 

ବଜ୍ରପାତ ଯୋଗୁଁ ଜୀବନହାନୀ ର କାରଣ... I

Image
ବ୍ୟୁରୋ ରିପୋର୍ଟ :- ସରକାରୀ ତଥ୍ଯ ରେ ୨୦୨୧-୨୨ ବର୍ଷରେ ବଜ୍ରପାତରେ ୨୮୧ ଲୋକଙ୍କ ଜୀବନ ଯାଇଛି। ଯେଉଁଥିରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର ଲୋକ। ତେବେ ଏଠି ପ୍ରଶ୍ନ ଉଠୁଛି, ବଜ୍ରପାତରେ କାହିଁକି ଚାଲିଯାଉଛି ଏତେ ଜୀବନ? କେମିତି ଏହାକୁ ରୋକାଯାଇପାରିବ? ପାଣିପାଗ ବିଶେଷଜ୍ଞଙ୍କ ମତରେ ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ। ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା। ତାହାର ପ୍ରଭାବରେ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ। ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି। ତେବେ ଗ୍ରାମାଞ୍ଚଳ ଲୋକଙ୍କ କହିବା କଥା, ଏବେ ଗାଁରେ ଛପର ଘର କମିଥିବାରୁ ଆବଶ୍ୟକ ପଡ଼ୁନି ତାଳଗଛ। ତେଣୁ ତାଳଗଛ ଲଗାଇବାକୁ ମନ ବଳାଉନାହାନ୍ତି ଲୋକେ। ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ଲାଗି ୨୦୧୮ ମସିହାରେ ରାଜ୍ୟ ବନ ବିଭାଗ ଆରମ୍ଭ କରିଥିଲା ପ୍ରୟାସ। ତାଳ ଗଛ ଲଗାଇବା ନେଇ ଗ୍ରାମାଞ୍ଚଳ ଚାଷୀଙ୍କୁ ଦିଆଯାଇଥିଲା ପରାମର୍ଶ। ଏମିତିକି ବନ ବିଭାଗ...

ଏସ.ପି ନନ୍ଦ ପାଠାଗାର’ର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି l

Image
ଯାଜପୁର (କୁଆଖିଆ ): - ଯାଜପୁର ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର କୁଆଖିଆ ବଜାରର ‘କୀର୍ତି ପ୍ୟାଲେସ’ ଠାରେ ଗତ କାଲି ସନ୍ଧ୍ୟାରେ ବ୍ୟାସନଗର ପୈାର ପରିଷଦ ସ୍ଥିତ ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ପର୍ବ ‘ଉଦୟବଟ’ ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ମୋ’ କଲେଜର ଅଧ୍ୟକ୍ଷ, ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସିନେ ତାରକା ଆକାଶଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅତିଥିମାନେ ଜଗତରନାଥ ପ୍ରଭୂ ଜଗନ୍ନାଥ ଓ ପୂର୍ବତନ ରାଷ୍ଟ୍ରପତି ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଦିବଗଂତ ପୂର୍ବତନ ବାଚସ୍ପତି ତଥା ଓଡ଼ିଶାର ବରିଷ୍ଠ ଜନନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାଇଁ ୦୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଦାସନାୟକ ତାଙ୍କ ଅବିଭାଷଣରେ କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ଏବଂ କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ସୁସାହିତ୍ୟର ଆବଶ୍ୟକତା ଅପରିହାର୍ଯ୍ୟ । ପାଠକୀୟ ଆଦୃତି ବଢ଼ାଇବା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖ...

ସମ୍ପାଦକୀୟ. କଲମ ରୁ ... ଗୁରୁଦିବସ ଅବସରରେ..

Image
ଆସନ୍ତୁ ଆମେ ଜାଣିବା ଗୁରୁଦିବସ ଅବସରରେ ସମୀକ୍ଷ ବାର୍ତ୍ତା...  ଜଣାଶୁଣା ଶିକ୍ଷାବିତ୍ ଡ଼.ସର୍ଭେପାଲ୍ଲୀ ରାଧାକ୍ରିଷ୍ଣନ ୧ ସେପ୍ଟେମ୍ବର, ୧୮୮୮ ରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ, ତାଙ୍କର କିଛି ପୂର୍ବତନ ଛାତ୍ର ଏବଂ ବନ୍ଧୁ ତାଙ୍କ ଜନ୍ମଦିନ ପାଳନ କରି ଶିକ୍ଷକ ଭାବରେ ତାଙ୍କର ସଫଳତାକୁ ସମ୍ମାନିତ କରିବାକୁ ଚାହୁଁଥିଲେ। ତାଙ୍କ ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ଡକ୍ଟର ରାଧାକ୍ରିଷ୍ଣନ୍ ପରାମର୍ଶ ଦେଇଛନ୍ତି ଯେ ସମାଜରେ ଶିକ୍ଷକଙ୍କ ମୂଲ୍ୟବୋଧକୁ ଶ୍ରଦ୍ଧାଞ୍ଜଳି ରୂପେ ପାଳନ କରିବା ଅଧିକ ଉପଯୁକ୍ତ ହେବ। ସେ ଭାବିଥିଲେ ଯେ ଯୁବକମାନଙ୍କ ମସ୍ତିଷ୍କ ଗଠନ ତଥା ଦେଶର କଲ୍ୟାଣ ପାଇଁ ଶିକ୍ଷାବିତମାନେ ଜରୁରୀ। ତାଙ୍କର ନମନୀୟ ଚିନ୍ତାଧାରା ଫଳସ୍ୱରୂପ ଭାରତରେ ଶିକ୍ଷକ ଦିବସ ସୃଷ୍ଟି ହୋଇ ଦେଶର ଭବିଷ୍ୟତକୁ ଶିକ୍ଷା ତଥା ପ୍ରଭାବିତ କରିବାରେ ଶିକ୍ଷକଙ୍କ ପ୍ରତିବଦ୍ଧତା, ପରିଶ୍ରମ ଏବଂ ଅବଦାନକୁ ସ୍ୱୀକୃତି ଦେବା ତଥା ମୂଲ୍ୟ ଦେବା ପାଇଁ ଏକ ପଦ୍ଧତି ଭାବରେ ସୃଷ୍ଟି ହୋଇଥିଲା। ଏହି ଦିନ, ଛାତ୍ରମାନେ ସେମାନଙ୍କ ପାଇଁ କରିଥିବା ସମସ୍ତ କାର୍ଯ୍ୟ ପାଇଁ ସେମାନଙ୍କର ଶିକ୍ଷକମାନଙ୍କୁ ଧନ୍ୟବାଦ ଦିଅନ୍ତି ଏବଂ ସେମାନଙ୍କ ଜୀବନରେ ସେମାନଙ୍କର ମହତ୍ ପୂର୍ଣ୍ଣ ପ୍ରଭାବକୁ ଚିହ୍ନନ୍ତି | ସେହି ଦିନଠାରୁ ସାରା ଦେଶରେ ସେପ୍ଟେମ୍ବର ୫ ତାରିଖ ଦିନ ଅନୁଷ୍ଠି...