Posts

ସରପଞ୍ଚ ବହିଷ୍କୃତ ଉଦ୍ଦେଶ୍ଯରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ।

Image
    ଯାଜପୁର (ସୁକିନ୍ଦା ) :- ସୁକିନ୍ଦା ବ୍ଲକ ନୂହେଁ ଯାଜପୁର ଜିଲ୍ଲାରେ ମଧ୍ଯ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ପିମ୍ପୁଡିଆ ପଞ୍ଚାୟତ। ପଞ୍ଚାୟତ ଗଠନ ହେଲା କାଳରୁ ହାଇସ୍କୁଲ, ସାପ୍ତାହିକ ହାଟ, କମ୍ୟୁନିକେସନ ପାଇଁ ରାସ୍ତା , ଅନେକ ଚାଷି ମାନଙ୍କପାଇଁ ପୋଖରୀ , ସର୍ବସାଧାରଣ ପାଇଁ ଗାଧୁଆ ତୁଠ , ମାର୍କେଟ ବିଲ୍ଡିଙ୍ଗ୍ , ଯାତ୍ରୀ ବିଶ୍ରାମଗାର , କୋଠଘର, କ୍ଳବ୍ ଘର , ମିଶନ ଶକ୍ତି ଘର , ଆମ ଗାଁ ଆମ ବିକାଶ ଘର, ସ୍ମସାନ ପାଚେରୀ, ପିଠ, ମନ୍ଦିର, ପୋଖରୀ , ପାର୍କ, ଚାଷିଙ୍କ କ୍ଷେତକୁ ଜଳସେଚନ, ବୃକ୍ଷରୋପଣ, ସବୁ ଗାଁ କୁ ରାସ୍ତା ସଂଯୋଗ ଆଦି ଅନେକ ଗୁଡିଏ କାର୍ଯ୍ଯ ସରପଞ୍ଚ, ସମିତି, ବୁଦ୍ଧିଯିବି ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କର ଅନେକ ଅବଦାନ ରହିଛି ବୋଲି ପଞ୍ଚାୟତ ବାସିଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ପଞ୍ଚାୟତ କୁ ଆହୁରୀ ଶିର୍ଷକୁ ନେବାକୁ ମଧ୍ଯ ପଞ୍ଚାୟତ ବାସିଙ୍କ ଆପ୍ରାଣ ଉଦ୍ୟମ ଜାରି ରହିଛି । କିନ୍ତ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ତପନ ନାୟକ ଅନେକ ଉନ୍ନତି ମୂଳକ କାର୍ଯ୍ୟକୁ ଦଳୀୟ ଚିନ୍ତାଧାରାରେ ନେଇ ହିନ ରାଜନୀତି କରି ବିରୋଧ କରୁଛନ୍ତି । ସେ ଜଣେ ଲାଞ୍ଚୁଆ, ଦୁର୍ନୀତି ଖୋର ଓ ବିଶୃଙ୍ଖଳିତ ସରପଞ୍ଚ । ସେ ଜଣେ ନିମ୍ନ ମାନସିକତାର ପରିଚୟ ଦେଉଥିବା ବ୍ୟକ୍ତି ବୋଲି ଅଭିଯୋଗ ହେଉଛି । ଅନେକ ସମୟରେ ତାଙ୍କର ଜନବିରୋଧି କାର୍ଯ୍ଯ କଳାପ, ଅନେକ ଥର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଅପଦ

ନଦୀରେ ଦୁଇ ଯୁବକ ଙ୍କ ସଲିଳ ସମାଧି l

Image
ଯାଜପୁର(ଧର୍ମଶାଳା):- ଧର୍ମଶାଳା ନିକଟସ୍ତ ବ୍ରାହ୍ମଣୀ ନଦୀକୁ ଗାଧୋଇ ବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି l ଖବର ରୁ ପ୍ରକାଶ ଯେ, ଜାରକା ବଜାର ଜଗଦୀଶ ଡ୍ରେସ ଦୋକାନ ରେ କାମକରୁଥିବା ଦେଓଦା ପଂଚାୟତ ଅର୍ନ୍ତଗତ ପରମାନନ୍ଦ ରଣା ଙ୍କ ପୁଅ ଗୋବିନ୍ଦ ରଣା(୨୦) ଏବଂ ଜାରକା ପଂଚାୟତର ରବୀନ୍ଦ୍ର ମହାରଣାଙ୍କ ପୁଅ ଦିବ୍ୟରଞ୍ଜନ ମହାରଣା (୧୭) ବୋଲି ଜଣା ପଡିଛି l ଆଜି ଦିପହରେ ନଦୀ କୁ ଗାଧୋଇବାକୁ ଯାଇ ନ ଫେରିବାରୁ ତାଙ୍କ ଘର ଲୋକ ଖୋଜି ବାରୁ ଦୋକାନମାଲିକ କହିଲା ଗାଧୋଇ ଯାଇଛନ୍ତି l ତାପରେ ଖୋଜା ଖୋଜି କରି ବାରୁ ନଦୀ ଭିତରୁ ଉଦ୍ଧାର କରି ୧୦୮ ଆମ୍ବଲାନ୍ସ ଧର୍ମଶାଳା ମେଡିକାଲ କୁ ଆଣି ଥିଲେ l ମେଡିକାଲ ରେ ଡାକ୍ତର ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଛି lଏହି ଦୁର୍ଘଟଣା ପାଇଁ ଧର୍ମଶାଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  l  

ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ଜିଲ୍ଲା ପୁଲିସ ସହଯୋଗରେ ‘ସାଇବର ସୁରକ୍ଷା ଅଭିଯାନ’ ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର) :- ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଯାଜପୁର ପୁଲିସ ସହଯୋଗରେ ଏହାର ହାଉସିଂ କମ୍ପ୍ଲେକ୍ସରେ ସାଇବର ନିରାପତା ଉପରେ ଏକ ସଚେତନତା ଅଧିବେଶନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧବେଶନରେ ବିଭିନ୍ନ ଶିଳ୍ପ, ସ୍ଥାନୀୟ ସମୁଦାୟ ଏବଂ ଟାଟା ଷ୍ଟିଲର ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୨୦୦ ଲୋକ ଅଂଶଗ୍ରହଣ କରିଥିଲେ । ଏହି ଅଧିବେଶନରେ କଳିଙ୍ଗନଗର ଏଏସ୍‌ପି ଏସ୍ ଟପୋ , ଟିଏସ୍କେର ଏଚ୍ଆରବିପି ମୁଖ୍ୟ ୟଶବନ୍ତ ପାଣ୍ଡେ, ଯଖପୁରା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଓ ଯାଜପୁର ସାଇବର୍ ସେଲ୍ ଟିମ୍ ସଦ୍ୟସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଏସ୍କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର, ଟାଟା ଷ୍ଟିଲ୍‌ର ଅନ୍ୟ ଅଧିକାରୀ ଏବଂ ଜେଏସ୍‌ଡବ୍ଲୁ, ଜେଏସ୍ଏଲ,ଭିସା ଷ୍ଟିଲ, ଏନ୍‌ଆଇଏନ୍ଏଲ, ଏଫ୍ଏପି, ଯାଜପୁର ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅଧିବେଶନରେ ସାଇବର ଅପରାଧ ଘଟାଇବା ପାଇଁ ଠକମାନେ ବ୍ୟବହାର କରୁଥିବା କୌଶଳ, ଯେଉଁଥରେ ସୋସିଆଲ ମିଡିଆ ଠକେଇ, ୟୁପିଆଇ ଠକେଇ, ଏଟିଏମ୍ ଠକେଇ, ଅନଲାଇନ ବ୍ୟାଙ୍କି କାରବାର ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସାଇବର ଠକେଇ ରୋକିବା ପାଇଁ ବିଭିନ୍ନ ଉପାୟ ବୁଝାଇବା ପାଇଁ ଏକ ନୁକ୍‌ଡ୍ ନାଟକର ଆୟୋଜନ କରାଯାଇଥିଲା ।

ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l

Image
ବ୍ୟାସନଗରର(ବ୍ୟୁରୋ ରିପୋର୍ଟ ): - ଆଜି ଅକ୍ଟୋବର ୯ ତାରିଖ ଦେଶ ସାରା ପାଳନ କରାଯାଉଛି ଗୋପବନ୍ଧୁଙ୍କ ଜୟନ୍ତୀ l ଏହି ଅବସରରେ ସ୍ଥାନୀୟ ‘ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ’ରେ ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ କଲେଜ ପରିସରରେ ଥିବା ମହାପୁରୁଷ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ପୂର୍ବକ ମାଲ୍ୟାର୍ପଣ କରାଯାଇ ଧୂପଦୀପ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ l ଗୋପବନ୍ଧୁଙ୍କ ଆଦର୍ଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । 

ବିକେ ଉତ୍କଳ ଷ୍ଟିଲ ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ l(ସ୍ଥାନୀୟ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନତି କୁ ଫୋକସ୍)

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା ଜଖପୁରା ଥାନା ଅନ୍ତର୍ଗତ ମେସର୍ସ ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାନଗଦି ଭବନଠାରେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କଳିଙ୍ଗ ନଗର ଶାଖାର ପ୍ରଦୂଷଣ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ କରିଥିଲେ । ପ୍ରସ୍ତାବିତ କାରଖାନା ରେ ୫ ଏମଟିପିଏ ରୋଲିଂମିଲ କ୍ଷମତା ବିଶିଷ୍ଟ ଟିଏମଟିରିବାର ଏବଂ ତାରଯୁକ୍ତ ରଡ଼ ଉତ୍ପାଦନ କାରଖାନା ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। କାରଖାନା ପ୍ରତିଷ୍ଠା ଯେଉଁଠି ବି ହୁଏ ଭାରତ ସରକାର ଙ୍କ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ନେଇ ଏକ ପରିବେଶ ମଞ୍ଜୁରୀ ଆବଶ୍ୟକ ହୁଏ l ଏହି ଜନ ଶୁଣାଣୀ ଆରମ୍ଭରେ ବିକେ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଅଧିକାରୀ ମାନସ, ଗ୍ରାମବାସୀ, ବୁଦ୍ଧିଜୀବି ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରିଥିଲେ, ସମୁଦାୟ ୩୨ ଜଣ ନିଜର ମତ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ ଜଣ କାରଖାନା ସ୍ଥାପନ ସପକ୍ଷରେ ମତ ରଖିଥିବା ବେଳେ ବାକି ୩ ଜଣ ବିରୋଧ କରିଥିବା ଦେଖିବାକୁ ମିଳିଥିଲା ଉକ୍ତ ଜନଶୁଣାଣି ରେ ମୁଖ୍ୟତ ପ୍ରଦୂଷଣ,ବେକାରୀ, ସ୍ଥାନୀୟ ଠିକାଦାର, ପାରିପାର୍ଶ୍ବକ ଉନ୍ନୟନ ପାଇଁ ସମସ୍ତ ଦୃଷ୍ଟି ହେଉଥିବା

ରସାୟନ ବିଜ୍ଞାନ ବିଭାଗ ଦ୍ବାରା ଆୟୋଜିତ "ନିକୋଟିନ୍ ଆଧାରିତ ଔଷଧର ସିନ୍ଥେଟିକ୍ସ ଏବଂ ସେମାନଙ୍କର ପ୍ରୟୋଗ" ଉପରେ ରାଜ୍ୟ ସ୍ତରୀୟ ସେମିନାର |

Image
ଯାଜପୁର (ବ୍ୟାସନଗର) :- ଚଳିତ ମାସ ୨୫ତାରିଖ ଦିନ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଭାଗ ତରଫରୁ " ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଆଣ୍ଡ ଦେୟାର ଆପ୍ଲିକେସନସ୍ " ବିଷୟ ଉପରେ ଏକ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ପାଠଚକ୍ରକୁ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ | କେମେଷ୍ଟ୍ରୀ ବିଭାଗର ବିଭାଗୀୟ ମୁଖ୍ୟ ତଥା ସଂଯୋଜିକା ଡ଼. ସୁଜାତା ଓତା ସର୍ବ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଂପ୍ରତି ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଏବଂ ତାର ପ୍ରୟୋଗ ଧାରା ସମ୍ପର୍କରେ ଛାତ୍ର - ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ମୁଖ୍ୟବକ୍ତା ଭାବେ ଡ଼. ଦିବ୍ୟଲୋଚନ ସିଂ ଆସିଷ୍ଟାଣ୍ଟ ପ୍ରଫେସର ପି. ଜି. ଡିପାର୍ଟମେଣ୍ଟ ଏନ :ସି: ସ୍ୱୟଂଶାସିତ ମହାବିଦ୍ୟାଳୟ, ଯାଜପୁର, ଯୋଗଦେଇ ସଂପ୍ରତି ଯୁବ ସମାଜ ଡ୍ରଗ ଆଡିକଟେଡ ଦ୍ୱାରା କିଭଳି ଯୁବ ସମାଜ ଉପରେ କୁପ୍ରଭାବ ପଡୁଛି ସେ ବିଷୟରେ ଅଧିକ ସୂଚନା ଦେଇଥିଲେ | ପ୍ରୋଜେକଟର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ କରି ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଏବଂ ଏହାର ପ୍ରୟୋଗ ଧାରା ସମ୍ପର୍କରେ ଉଦବୋଧନ ଦେଇଥିଲେ | ଏହି ଅବସରରେ ଡ଼. ଦଶରଥ ସାହୁ, ଲୀନା ମ

କିଲିମାଞ୍ଜୋରୋ ଆରୋହଣ କରିଥିବା ଦୁଇ ଓଡିଆ ପର୍ବତାରୋହୀଙ୍କୁ ଟାଟା ଷ୍ଟିଲ୍ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା l

Image
ଯାଜପୁର (କଳିଙ୍ଗନଗର) : - ନିକଟରେ ଆଫ୍ରିକାର ସର୍ବୋଚ୍ଚ ଗିରୀଶୃଙ୍ଗ ମାଉଂଟ୍ କିଲିମାଞ୍ଜୋରୋକୁ ଆରୋହଣ କରିଥିବା ଦୁଇ କର୍ମଚାରୀଙ୍କ ଉଲ୍ଲେଖନୀୟ ସଫଳତାକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅଭିଯାନରୁ ଫେରିବା ପରେ ପର୍ବତାରୋହୀ ସତ୍ୟବ୍ରତ ଦାସ ଓ ନାକମଣି ନୀଲିମା ହେମ୍ବ୍ରମଙ୍କୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡେଇ ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରେ ସୋମବାର ଦିନ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ (ଟିଏସ୍ଏଫ୍)ର ସିଏସ୍ଆର୍ ଓଡ଼ିଶା ମୁଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ, କଳିଙ୍ଗନଗର ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଜୋସେଫ୍‌ଙ୍କ ସମେତ ଟିଏସ୍ଏଫର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ନାକମଣି ନୀଲିମା ଏବଂ ସତ୍ୟବ୍ରତ ଆଫ୍ରିକାର ତାଞ୍ଜାନିଆରେ ଥିବା ୫,୮୯୫ ମିଟର (୧୯,୩୪୦ ଫୁଟ) ଉଚ୍ଚତାର କିଲିମାଞ୍ଜୋରୋ ଗିରୀଶୃଙ୍ଗକୁ ଆରୋହଣ କରିଛନ୍ତି । ଟିଏସ୍ଏଫ୍‌ର ଦୁଗ୍ଧ ଉନ୍ନୟନ ସଂଯୋଜକ ଭାବେ କାର୍ଯ୍ୟରତ ସତ୍ୟବ୍ରତ ଦାସ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ କୁମ୍ଭୀର ଗଡ଼ିଆ ଗ୍ରାମର ଓ ଟିଏସ୍ଏଫ୍ ମ୍ୟାନେଜର ଭାବେ କାର୍ଯ୍ୟରତ ନାକମଣି ନୀଳିମା ହେମ୍ବ୍ରମ ରାଉରକେଲାର ଅଧିବାସୀ ଅଟନ୍ତି । ପର୍ବତାରୋହୀମାନଙ୍କୁ ହାର୍