Posts

ଯାଜପୁର ଜିଲ୍ଲା ର ନୂତନ ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପୱନ କଲ୍ୟାଣ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) : - ଚଳିତ ମାସ ୫ ତାରିଖ ଶୁକ୍ରବାର ଅପରାହ୍ନରେ ଯାଜପୁର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ୨୦୧୨ କାଡର ଆଇଏଏସ୍ ଅଧିକାରୀ ନିଖିଲ ପୱନ କଲ୍ୟାଣ ଯୋଗଦାନ କରି ଡା. ଶୁଭଙ୍କର ମହାପାତ୍ର, ଆଇଏଏସ୍ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଚ୍ଥନ୍ତି । ଶ୍ରା କଲ୍ୟାଣ ପୂର୍ବରୁ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ ନିର୍ବାହ କରୁଥିଲେ । ଏହା ପୂର୍ବରୁ ସେ କଟକ ମହାନଗର ନିଗମ ଆୟୁକ୍ତ ଭାବେ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ପ୍ରିୟଭାଜନ ହେବା ସହ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିଚ୍ଥନ୍ତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଜିଲ୍ଲା କାର୍ଯ୍ୟାଳୟରେ ପହଂଚିବା ପରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଲଙ୍କେଶର ଅମାତ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସ୍ୱାଗତ ଜଣାଇଥିଲେ ।

ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ରାଜନୈତିକ ଦଳମାନଙ୍କ ବୈଠକ ଅନୁଷ୍ଠିତ l

Image
ଯାଜପୁର ୨୪/୦୪ (ବ୍ୟୁରୋ ରିପୋର୍ଟ ): - ଗତକାଲି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳ ମାନଙ୍କ ସହ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ । ଜିଲ୍ଲାରେ ଆଗାମୀ ଜୁନ୍ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଯାଜପୁର-୮ ଲୋକସଭା ଆସନ, ୪୮-ବିଂଝାରପୁର ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା,୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରାଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜିଲ୍ଲାରେ ମୋଟ ୧୬୩୫ ଗୋଟି ବୁଥ୍ ଏବଂ ତନ୍ମଧ୍ୟରୁ ୨ ଗୋଟି ବୁଥ୍‌ର ଶାଖା ବୁଥ୍‌କୁ ନେଇ ସର୍ବମୋଟ ୧୬୩୭ ଗୋଟି ବୁଥ୍‌ରେ ମତଦାନ ଅନୁଷ୍ଠିତ ହେବ । ୮୮ ଗୋଟି ବୁଥ୍‌ର ସ୍ଥାନ ପରିବର୍ତନ ହୋଇଥିବା ବେଳେ ୯୮୧ ଗୋଟି ବୁଥ୍ (ହାରାହାରି ଶତକଡା ୬୦ ଭାଗ ବୁଥ୍‌)ରେ ଆଦର୍ଶ ଆଚରଣବିଧି ଅନୁଯାୟୀ ୱେବ୍ କାଷ୍ଟିଂ କରାଯିବ । ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀମାନେ ହେଲିପ୍ୟ

ମହୀୟସୀ ମହିଳାଙ୍କ ସେବାକାର୍ଯ୍ୟ ରେ ଅଞ୍ଚଳବାସୀ ଖୁସି l

Image
କଣ୍ଟାବାଞ୍ଜି(ବ୍ୟୁରୋ ରିପୋର୍ଟ) : - ଆଜିର ଦୁନିଆରେ ବିନା କୌଣସି ସ୍ୱାର୍ଥ କିଏ କାହାକୁ ସାହାର୍ଯ୍ୟ କରେ ନାହିଁ। କିନ୍ତୁ ଆଜି ବି ଜଣେ ଏମିତି ମହିଳା ରହିଛନ୍ତି ଯିଏ ବିନା କୌଣସି ସ୍ୱାର୍ଥରେ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ,ଏଭଲି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହର କୁ ଆସୁଥିବା ଗ୍ରାମାଞ୍ଚଳର ଲୋକ ମାନେ ପାଣି ପାଇଁ ଡହକ ବିକଲ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲି ଲୋକଙ୍କୁ ପିଇବା ପାଣି ଦିଆ ହେଉଛି । ଏହା ପ୍ରଶାସନର କାମ ଯାହା ପ୍ରଶାସନ ଠିକ ଭାବେ କରୁଛି। କିନ୍ତୁ ଜଣେ ମହୀୟସୀ ମହିଳା ନିଜେ ଏକ ମହିଳା ଜନ କଲ୍ୟାଣ ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି ସମୟ ଅନୁସାରେ ଅସାହାୟ ଙ୍କୁ ସହାୟତାର ହାତ ବଢାଉଛନ୍ତି। ଶୀତ ଦିନ ରେ ଶୀତ ବସ୍ତ୍ର ବଣ୍ଟନ,ବର୍ଷା ଦିନରେ ଛତା ଓ ପଳିଥିନ ବଣ୍ଟନ କରନ୍ତି। ଯେଉଁଠି ଅସହାୟ ବ୍ଯକ୍ତି ଙ୍କୁ ଦେଖିଲେ ମାତ୍ରେ ସହାୟତା କରିଥାନ୍ତି। ଆଜି ସେହି ମହିଳା ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ବାସିନ୍ଦା ପ୍ରିତି ଜୈନ ପେଶା ରେ ଜଣେ ବ୍ୟବସାୟୀ କିନ୍ତୁ ନିଶା ତାଙ୍କର ସମାଜସେବା l ଏହି ପ୍ରଚଣ୍ଡ ଖରାରେ ନିଜ ବ୍ୟବସାୟ ସମ୍ଭାଳିବା ସହ ନିଜେ ତାଙ୍କର

ଆଦିବାସୀଙ୍କ ସମସ୍ୟା ଉପରେ ହୁଙ୍କାର ସମାବେଶ ଆୟୋଜିତ ହୋଇଯାଇଛି l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) : - ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଖଣ୍ଡ ପକ୍ଷରୁ  ପାଟଣାଗଡ଼ ସ୍ଥାୟୀୟ ବଥର୍ଲା ପଞ୍ଚାୟତ ବଂଜାରୀ ଠାରେ ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଥିଲା | ଜିିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବିଗତ ଦିନର କାର୍ଯ୍ୟକ୍ରମ ଓ ଆଦିବାସୀ ମାନଙ୍କ ଶିକ୍ଷା, ପଦୋନ୍ନତି, ସାମାଜିକ, ରାଜନୈତିକ ସ୍ଥିତି, ଗ୍ରାମାଞ୍ଚଳର ମୌଳିକ ଅସୁବିଧା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା | ସଭାରେ ପାଟଣାଗଡ଼ ଉପଖଣ୍ଡ ର ପ୍ରତ୍ୟେକ ପଞ୍ଚାୟତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଗତ କିଛି ଦିନ ପୂର୍ବେ ବିଂଝାଲ ସମାଜର କେତେଜଣ କର୍ମକର୍ତ୍ତା ବାଲିପଟା ବନକାବିହର ଛକ ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହାଙ୍କର ପ୍ରତିମୂର୍ତ୍ତି ଓ ଏକ ଶିଶୁ ଉଦ୍ୟାନ ନିର୍ମାଣ ଉଦ୍ଦେଶ୍ୟରେ ଜାଗା ଚିହ୍ନଟ କରିବା ପାଇଁ ଲିଖିତ ଭାବେ ଏକ ଦାବିପତ୍ର ସହ ସେଠାରେ ଭୂମିପୂଜା ସମୟର ଫଳକର ଫୋଟୋ କପି ଦେଲେ | ସରୋଜ ମେହେର ଫୋଟୋ କପିରେ ଥିବା ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ ବରିହା, ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଏବଂ ଅନେକ ସ୍ବର୍ଗୀୟ ନେତାଙ୍କର ନାମ ଉପରେ ଲାଲ କଲମରେ ଗାର ଟାଣି "ମୋତେ କ୍ରସ କରି ମୋର ପାଖକୁ ଆସିଛ, ମୁଇ ଏନ୍ତା କାର୍ଯ୍ୟକ୍ରମ କେ ନିଯାଏ ମୋତେ କାଣା ଭାବିଲ" କହି ବିଂଝାଲ ସମାଜ ତଥା ଆଦିବାସୀ

ଅନ୍ଧାରୁଆ ଗ୍ରାମରେ ପାଳିତ ହୋଇଯାଇଛି ଝାମୁଯାତ୍ରା l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) :- ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମଠାରେ ବାପୁଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଆଜି ବାର୍ଷିକ ଚୈତ୍ର ପର୍ବ ଏବଂ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି | ସକାଳୁ ଗ୍ରାମ ଦେବତୀ ମା' ମଙ୍ଗଳାଙ୍କ ଆଳତୀ ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରା ଯାଇଥିଲା | ଏହାପରେ ଏକମାସ ଧରି ବ୍ରତ ପାଳନ କରିଆସୁଥିବା  ବ୍ରତଧାରୀମାନେ  ସାହି ପରିକ୍ରମାକରି ମଧ୍ୟହ୍ନରେ ଝାମୁ ଚାଲିଥିଲେ। ଦୀର୍ଘ କେତେ ଦଶନ୍ଧି ହେଲା ବୈଶାଖ ପଣସଂକ୍ରାନ୍ତି ଦିନ ଏଠାରେ ଝାମୁଯାତ୍ରାା ଆୟୋଜିତ ହୋଇଆସୁଛି |  ପ୍ରଭୁ ହର ଗୌରୀଙ୍କ ଉପାସନା କରି ଝାମୁଆ ମାନେ ମାସେ ପୂର୍ବରୁ ହବିଷ୍ୟାନ୍ନ ଭୋଜନ କରୁଥିଲେ | ଓଡ଼ିଆ ଲୋକ ସଂସ୍କୃତିଓ ପରମ୍ପରାକୁ ଅତୁଟ ରଖି ଏଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ ହେଉଛି | ଆଖପାଖ ଗ୍ରାମ ଗୁଡ଼ିକରୁ ସହ ସହ ସଂଖ୍ୟାରେ ଲୋକ ଏହି ଯାତ୍ରା ଏବଂ ଅଗ୍ନିରେ ଝାମୁଆମାନଙ୍କ ଚାଲିବା ଦୃଶ୍ୟ ଭକ୍ତି ଭାବନାସହ ଦେଖିଥିଲେ | ଭକ୍ତିମୟ ପରିବେଶ ଭିତରେ ମା ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ ହୋଇଥିଲା |

ମା'ଖଣ୍ଡୁରୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ l

Image
ଦାନଗଦି /କଳିଙ୍ଗନଗର :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ର ମାନଗୋବିନ୍ଦ ପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା'ଖଣ୍ଡୁରୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ରେ ସମ୍ପୂର୍ଣ୍ଣ ହୋଇଛି l ମାନଗୋବିନ୍ଦ ପୁର ଗ୍ରାମର ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ ଓ ଧର୍ମପତ୍ନୀ ସନ୍ଧ୍ୟାରାଣୀ ସାହୁ ଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଯଥାବିଧି ପୂଜାର୍ଚ୍ଚନା ସହିତ ସମାପନ ହୋଇଯାଇଛି l ଏହି ଅବସରରେ ତିନିଦିନ ଧରି ସୂର୍ଯ୍ୟ ପୂଜା, ଗୋ ପୂଜା ସହିତ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା l ଗ୍ରାମବାସୀଙ୍କ ସହଯୋଗ ରେ ମା'ଖଣ୍ଡୁରୀ ଙ୍କ ବିଗ୍ରହ କୁ ଭଜନକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରିଥିଲେ l ଗ୍ରାମବାସୀ ଙ୍କ ସହଯୋଗରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ମା' ଖଣ୍ଡୁରୀ ଙ୍କ ଆଶିଷ ଗ୍ରହଣ ପାଇଁ ଆଖାପାଖ ଗ୍ରାମରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା l ଶତାଧିକ ଭକ୍ତ ତିନିଦିନ ଧରି ମା'ଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା l ଏହି ଧାର୍ମିକ କାର୍ଯ୍ୟ ପାଇଁ ଗ୍ରାମବାସୀ ଓ ଭକ୍ତବୃନ୍ଦ ଶ୍ରୀଯୁକ୍ତ ସାହୁଙ୍କୁ ପ୍ରସଂଶା କରିଥିଲେ l 

ଦୁର୍ଲ୍ଲଭ କଳା ପରିଷଦ ମଞ୍ଚ ରେ "ଉଦୟବଟ" ପାଳନ କଲା ଉତ୍କଳ ଦିବସ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) : - ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇ ପାରିଥିଲା । ପୁନଶ୍ଚ, ୧୯୯୩ ମସିହା ଏପ୍ରିଲ ୦୧ ତାରିଖରେ ଯାଜପୁର ଏକ ସ୍ୱତନ୍ତ୍ର ଜିଲ୍ଳ୍‌ା ଭାବେ ଗଠିତ ହୋଇଥିଲା । ତେଣୁ ଏପ୍ରିଲ ୦୧ ତାରିଖ ସମସ୍ତ ଯାଜପୁରବାସୀଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ଏହି ପବିତ୍ର ଦିବସକୁ ‘ଉଦୟବଟ’ ପତ୍ରିକା ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ସମ୍ମାନର ସହ ପାଳି ଆସୁଛି । ଏହାଛଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାମାନେ ଫଳକ ଆଦି ଲଗାଇବା ଉପରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଏବଂ ଶ୍ରମିକ ନେତା ଅରୁଣ କୁମାର ଦାସ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅଭିଯୋଗ କରିଆସୁଛନ୍ତି । ତାହା ଏବେ ବହୁ ମାତ୍ରାରେ ମଧ୍ୟ ଫଳପ୍ରଦ ହୋଇଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ଶ୍ରୀ ରାଉତ ସାଧୁବାଦ ଜଣାଇଛନ୍ତି । ଗତକାଲି ସଂନ୍ଧ୍ୟାରେ ପବିତ୍ର “ଉତ୍କଳ ଦିବସ” ଉପଲକ୍ଷେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ, ସୁସାହିତ୍ୟିକ ତଥା ଝାଡ଼େଶ୍ୱର