Posts

ଗୋମାତାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଲେ ସରକାର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଗୋ ମାତା ଙ୍କ ସୁରକ୍ଷା ଓ ଗୋ ଚାଲାଣ କୁ ନିୟନ୍ତ୍ରଣ କରିବାକୁ ରାଜ୍ଯ ସରକାରଙ୍କ ବଡ଼ ପଦକ୍ଷେପ l ଏଣିକ ରାଜ୍ୟରେ ହେବ ୨ ଶହ ଗୋଶାଳ ଏଥି ସହିତ ଗୋଖାଦ୍ୟ ପାଇଁ ପ୍ରତ୍ୟେକ ଦିନ ୫୪ ଟଙ୍କା ମିଳିବ । ଏନେଇ ବୁଧବାର ଦିନ ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ସେହିପରି ଗୋଶାଳାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଋଣ ଦେଉଛନ୍ତି ଏବଂ ୯୦ ପ୍ରତିଶତ ଋଣ ଛାଡ଼ ମଧ୍ୟ କରୁଥିବା ନେଇ ମନ୍ତ୍ରୀ କହିଛନ୍ତି । ଗୋଖାଦ୍ୟ ପାଇଁ ଦୈନିକ ୪୫ଟଙ୍କା ମଧ୍ୟ ସରକାରଙ୍କ ତରଫରୁ ମିଳିବ । ଏହିସହ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ମନ୍ତ୍ରୀ ଅପିଲ୍ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଗୋ ସମ୍ପଦ ର ବିକାଶ ସହିତ ବେରୋଜଗାର ସମସ୍ୟାର ଦୂରୀକରଣ ହେବ l ରାସାୟନିକ ସାର ବଦଳରେ ଚାଷିଙ୍କୁ ଜୈବିକ ସାର ଢେର୍ ଅଧିକ ମିଳିପାରିବ l ଜୈବିକ ପ୍ରକ୍ରିୟା ରେ ଚାଷ ହେଲେ ରାଜ୍ୟରେ ଲୋକମାନେ ସୁସ୍ଥ ନିରୋଗ ରହିପାରିବେ l 

ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଓ ଧର୍ମଶାଳା ରେ ବିଭିନ୍ନ କାର୍ଯ୍ୟକ୍ରମ l

Image
ନିୟନ୍ତ୍ରିତ ବଜାର କମିଟି ଯାଜପୁର ପକ୍ଷରୁ ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଶୁଭ ଉଦଘାଟିତ l ଯାଜପୁର.ତା ୧୦.୦୯ :- ଆଜି ଯାଜପୁର ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଯାଜପୁର ସାଂସଦ ଡାଃ.ରବୀନ୍ଦ୍ର ନାରାୟଣ ବେହେରାଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଯାଜପୁର ବିଧୟିକା ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥୁ ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମଣ୍ଡଳ ଉନ୍ନୟନ ଅଧିକାରୀ-ତଥା-ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି ଯାଜପୁର, ଶ୍ରୀ ସ୍ବାଗତ ଦାସ, ଡେପୁଟି କଲେକ୍ଟର(ରାଜସ୍ୱ) ଶାଶ୍ବତୀ ସଢୁୱାଲ ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇଥିଲେ । ଏହି ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଟି ୧୦.୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ୍ତ ହୋଇଅଛି । ଏଠାରେ ପନିପରିବା, ତେଜରାତି ସହିତ ମାଛ ଓ ମାଂସ ବିକ୍ରିର ସୁବିଧା ରହିଛି । ଏଥ‌ିରେ ୫୮ ଗୋଟି ଦୋକାନ ଘର, ୧୧ ଗୋଟି ପିଣ୍ଡି ୨୭ ଟି ଫିସ୍ କିସ୍କୋ, ଗୋଟିଏ ସୁଟର ହାଉସ ଏବଂ ଶୌଚାଳୟର ବ୍ୟବସ୍ଥା ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସାମନା ରାସ୍ତାରେ ପୂର୍ବରୁ ଡେଲି ମାର୍କେଟ ଯୋଗୁ ଟ୍ରାଫିକ ସମସ୍ୟା ହେଉଥିଲା । ନିୟନ୍ତ୍ରିତ ବଜାର କମିଟି ଉଦଘାଟନ ଫଳରେ ଏହି ସମସ୍

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସରକାର ଙ୍କ ନୂତନ ଭେଟି l

Image
ସମ୍ବଲପୁର (ବ୍ୟୁରୋ ରିପୋର୍ଟ) :- ନୂଆଖାଇ ପଶ୍ଚିମ ଓଡିଶା ର ଗଣ ପର୍ବ l ଏବେ ଖାଲି ପଶ୍ଚିମ ଓଡିଶା ନୂହେଁ ବିଭିନ୍ନ ରାଜ୍ଯ ଓ ଜିଲ୍ଲାମାନଙ୍କରେ ଏହା ପାଳିତ ହେଇଛି କିନ୍ତୁ ପାରମ୍ପରିକ ଭାବେ ଏହା ପଶ୍ଚିମ ଓଡିଶା ରେ ଖୁବ୍ ଧୁମଧାମରେ ପାଳନ ହେଉଅଛି l ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରବିବାର ସମ୍ବଲପୁର ଗସ୍ତ କରିବା ସହିତ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଈଙ୍କ ଦର୍ଶନ କରିଛନ୍ତି। ମା'ଙ୍କୁ ଦର୍ଶନ କରିବା ପରେ ସେ ପଶ୍ଚିମଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ଅବସରରେ ସେ ସ୍ତ୍ରୀଙ୍କ ସହିତ ନବାନ୍ନ ଖାଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ଗୋଟିଏ ସ୍ଥାନରେ ବସି ନୂଆଁ ଖାଇଥିଲେ। ଏହା ପରେ ସାଧାରଣ ସଭାରେ ନିଜର ଅଭିଭାଷଣ ରେ କହିଥିଲେ ଯେ, ରାଜ୍ୟରେ ହେବାକୁ ଯାଉଛି ଦ୍ୱିତୀୟ ଏମ୍ସ। ଏ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଏମ୍ସ ସମ୍ବଲପୁରରେ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି। ଆଗାମୀ ଦିନରେ ଏହା ସମ୍ବଲପୁ

"ଅପରାହ୍ନର ସୂର୍ଯ୍ୟ" ଆସନ୍ତା ୬ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ l

Image
ବ୍ୟୁରୋ ରିପୋର୍ଟ : - ଆସନ୍ତା ଗଣେଶ ପୂଜା ଅବସରରେ ଅନନ୍ୟା ପ୍ରଡ଼କସନ ର ଦ୍ଵିତୀୟ ଅବଦାନ ଅପରାହ୍ନର ସୂର୍ଯ୍ୟ ସ୍ତୁତି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବ l ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶକ, ନିର୍ମାତା ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ଅଛନ୍ତି l ଓଡିଶା ରୁ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଥିବା ମୁଣ୍ଡପୋତା କେଳା ଙ୍କ ଜୀବନ ଶୈଳୀ କୁ ଅତି ଚମତ୍କାର ଭାବରେ ଉପସ୍ଥାପନ କରିବାକୁ ଶ୍ରୀ ମହାନ୍ତି ବହୁ ପରିଶ୍ରମ କରିଛନ୍ତି l ତିନି ପିଢୀ ର କାହାଣୀ ଚଳଚ୍ଚିତ୍ର ରେ ବହୁତ ଜଣାଶୁଣା ଅଭିନେତା ତଥା ଅଭିନେତ୍ରୀ ମାନେ ସୁନ୍ଦର ତଥା ବାସ୍ତବ ଅଭିନୟ ସମସ୍ତଙ୍କୁ ମୁଗ୍ଧ କରିବ ବୋଲି ସଂସ୍ଥା ର ସମସ୍ତେ ଆଶା ରଖିଛନ୍ତି l ପ୍ରଥମ ଥର ପାଇଁ ଦର୍ଶକ ମୁଣ୍ଡ ପୋତା କେଳା ଭଳି ଏକ ମୌଳିକ ତଥା ନିଆରା ବିଷୟକୁ ବଡ଼ ପରଦାରେ ଦେଖିବାକୁ ପାଇବେ l ନିଜେ ନିର୍ମାତା, ନିର୍ଦ୍ଦେଶକ ଏହାର ଚିତ୍ରନାଟ୍ୟ ଓ କାହାଣୀ ପ୍ରସ୍ତୁତ କରିଛନ୍ତି l ଶ୍ରୀ ମହେନ୍ଦ୍ର ଆଚାର୍ଯ୍ୟ ଏହାର ସଙ୍ଗୀତ ଓ ଶ୍ରୀ ଅଜିତ ଦାସ କ୍ୟାମେରା ଦାୟିତ୍ୱ ରେ ଅଛନ୍ତି l ଏଥିରେ ଜୟା ସ୍ୱାମୀ, ପ୍ରମୋଦ ରାଉତ, କଳିଙ୍ଗ ଦାସ, ମୁନମୁନ ଖୁଣ୍ଟିଆ, ସୁସନ୍ଧ୍ୟା, ଜାନକୀ ନାଥ ମିଶ୍ର, ଅଜୟ ମହାନ୍ତି, ରାହୁଲ ବିନ୍ଧାଣୀ ପ୍ରମୁଖ ଅଭିନୟ କରିଛନ୍ତି l ଦର୍ଶକ ମାନେ ଏହାକୁ ଭରପୁର ଉପଭୋଗ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛନ୍ତି l

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ମହୋତ୍ସବ-୨୦୨୪

Image
ଯାଜପୁର, ତା ୦୫.୦୯ :- ପବିତ୍ର ଗୁରୁଦିବସ ଅବସରରେ ପୂର୍ବାହ୍ନରେ ରସୁଲପୁର ବ୍ଲକର ମୁଗୁପାଳ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ମହା ସମାରୋହରେ ଜିଲ୍ଲାପାଳ ଶ୍ରୀମତୀ ପି.ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ମାନ୍ୟବର ଯାଜପୁର ସାଂସଦ ଡ଼ା. ରବି ନାରାୟଣ ବେହେରା କହିଲେ ମାନନୀୟ ପ୍ରଧାନ ମନ୍ତ୍ରୀ ୨୦୨୯ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବାକୁ ଯାଉଛନ୍ତି । ଗରିବ, ମହିଳା, କୃଷକ ଓ ଯୁବ ବର୍ଗ ହେଉଛନ୍ତି ଭାରତର ଭବିଷ୍ୟତ ଗୁରୁ ମାନେ ଭାରତକୁ ନୂତନ ଦିଗରେ ସୃଷ୍ଟି କରିବାରେ ବ୍ରତୀ ହୁଅନ୍ତୁ । ଗୁରୁ ଶିଷ୍ୟ ପରମ୍ପରାରେ ଗୁରୁକୁଳ ପଦ୍ଧତିରେ ଭାରତରେ ତକ୍ଷଶିଳା, ନାଳନ୍ଦା ଆଦି ବିଶ୍ବସ୍ତରୀୟ ବିଶ୍ୱ ବିଦ୍ୟାଳୟ ରହିଛି । ଯାଜପୁର ଜିଲ୍ଲାର ଜାରକା ପାଖରେ ପୁଷ୍ପ ଗିରି ବିଶ୍ବବିଦ୍ୟାଳୟ ଥିଲା । ସ୍କୁଲ ସମୟରେ ଗୁରୁମାନେ ଯେଉଁ ମହାନ ଶିକ୍ଷା ଦେଇଛନ୍ତି ସେ ବିଦ୍ୟା ଜୀବନର ଶେଷ ପର୍ଯ୍ୟନ୍ତ କାମ ଦେବ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ  ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା କହିଲେ ଆଜି ହେଉଛି ପବିତ୍ର ଗୁରୁ ଦିବସ ଡ଼.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜ

ଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ l

Image
ଯାଜପୁର (ତା ୦୫.୦୯) :- ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଜି ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତି ପି. ଅନ୍ଵେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ  ଅଶୋକ କୁମାର ବେଉରିଆ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ସୁଭଦ୍ରା ଯୋଜନା ହିତାଧିକାରୀ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର ଓ ଅଙ୍ଗନବାଡି ଦିଦିଙ୍କ ଠାରୁ ଗ୍ରହଣ କରିପାରିବେ । ଏହି ସମ୍ବନ୍ଧିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟର ସୁଭଦ୍ରା ସହାୟତା କେନ୍ଦ୍ରରେ ଯୋଗାଯୋଗ କରି ପାରିବେ । ଯୋଗ୍ୟ ହିତାଧୀକାରୀମାନେ ନିଜ ଆଧାର କାର୍ଡ,ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ର ସମସ୍ତ ଦରକାରୀ କାଗଜପତ୍ର ନେଇ ଚିହ୍ନଟ ହୋଇଥିବା ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନ ସେବା କେନ୍ଦ୍ର ଠାରେ ନିଜ ନାମ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ଏଥି ନିମନ୍ତେ e-KYC ର ବ୍ୟବସ୍ଥା ଅଛି (OTP based, Finge

ଝାଡେଶ୍ୱର ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ଦାନଗଦୀ) :- ଜିଲ୍ଲାର ଦାନଗଦି ବ୍ଲକ ଟୋଲକାନି ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜର ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଆଲୋଚନା ଚକ୍ରରେ ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ରଞ୍ଜନ କୁମାର ସାହୁ, ଖଗେଶ ଜେନା, ବାଇଧର ସାହୁ, ଗୋବର୍ଦ୍ଧନ ସାହୁ, ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ପାର୍ଥସାରଥୀ ବଳ, ସନ୍ଦୀପ ଦାସ, ବ୍ରିଜେଶ ବେହେରା,ଅଧ୍ୟାପିକା ଶିଲନ ପ୍ରଭା ନାୟକ, ଇତିଶ୍ରୀ ମଲ୍ଲିକ, ନିତୁ ସାହୁ ପ୍ରମୁଖ ଯୋଗଦେଇ ଗୁରୁଦିବସ ସମ୍ପର୍କରେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳ ଜୀବନର ମାର୍ଗଦର୍ଶନ କରାଇଥିଲେ। ସଭାର ପ୍ରାରମ୍ଭରୁ କଲେଜର ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ପଣ୍ଡା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିଥିଲେ। ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଯୁକ୍ତଦୁଇ ଦ୍ଵିତୀୟ ବର୍ଷ କଳାର ଛାତ୍ରୀ ଶ୍ରାବଣୀ ସାହୁ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।