Posts

‘ଉଦୟବଟ’ ତରଫରୁ ୭୦ତମ ଶିଶୁ ଦିବସ ପାଳିତ ଓ ‘ଅଶୋକ ଦାସ ସ୍ମାରକୀ’ ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଶୁଭାରମ୍ଭ l

Image
ଯାଜପୁର ୧୫/୧୧(ବ୍ୟୁରୋ ରିପୋର୍ଟ ) : - ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୭୦ତମ ଶିଶୁ ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଗତ କାଲି ଗୁରୁବାର ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତି ଅଂଚଳର ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ଏବଂ ପ୍ରତିଭାର ଅନ୍ୱେଷଣ ପାଇଁ ‘ଉଦୟବଟ’ ଦୀର୍ଘ ବର୍ଷ ଧରି ଚେଷ୍ଟା ଜାରୀ ରଖିଛି । ଏହି ପବିତ୍ର ଦିବସ ଅବସରରେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, କୋରାଇର ପୂର୍ବତନ ବିଧାୟକ ତଥା ଓଡ଼ିଶାର ବିଶିଷ୍ଠ ଜନନେତା ‘୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୪’ର ଶୁଭାରମ୍ଭ ହୋଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସବ୍‌-ଜୁନିୟର ଏବଂ ଜୁନିୟର ବିଭାଗ ଅଫ୍‌ଲାଇନ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ଶିଶୁ କବିତା ଆବୃତି, ଶ୍ଳୋକ ପାଠ ଆଦି ପ୍ରତିଯୋଗିତାଗୁଡିକର ଶୁଭାରମ୍ଭ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ବଳଭଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍

ନୀଳାଚଳ ଇସ୍ପାତ ପକ୍ଷରୁ ଶିଶୁ ଦିବସ ପାଳିତ l

Image
ଯାଜପୁର (କଳିଙ୍ଗନଗର) :- ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌), ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ସହଯୋଗରେ ଦାନଗଦୀ ବ୍ଲକ ଶାଳିଜଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଢେଙ୍କିଶାଳ ଗ୍ରାମର ଅଙ୍ଗନବାଡ଼ି ଓ ଟିଏସ୍‌ଏଫ୍ ଆଦିବାସୀ ଭାଷା ଶ୍ରେଣୀର ୪୫ ଜଣ ପିଲାଙ୍କୁ ନେଇ ଶିଶୁ ଦିବସ ପାଳନ କରିଛି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ମଜାଦାର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ କର୍ମଚାରୀମାନେ ପିଲାମାନକୁ ଅଧ୍ୟୟନ ସାମଗ୍ରୀ ଓ ଜଳଖିଆ ଆଦି ବଣ୍ଟନ କରିଥିଲେ । ଏହା ବ୍ୟତୀତ ପିଲାମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହୀ କରିବା ପାଇଁ ପ୍ରେରଣା ଯୋଗାଇଥିଲେ । ଏଥି ସହିତ ବୁଧବାର ଶାଳିଜଙ୍ଗା ଗ୍ରାମରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ ସ୍ଥାନୀୟ ମହିଳାଙ୍କ ପାଇଁ ‘ଘରୋଇ ଓ ଅଗ୍ନି ନିରାପତ୍ତା ଶୀର୍ଷକ ଉପରେ ଏକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଘରୋଇ ଦୁର୍ଘଟଣା ରୋକିବା ଏବଂ ଜରୁରୀକାଳୀନ ପରିସ୍ଥିତିର ପ୍ରଭାବଶାଳୀ ମୁକାବିଲା ପାଇଁ ସ୍ଥାନୀୟ ମହିଳାମାନଙ୍କୁ ତାଲିମ ପ୍ରଦାନ କରି ସଶକ୍ତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ୫୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଏନ୍‌ଆଇଏନ୍‌ଏଲ କର୍ମଚାରୀମାନେ ଘରୋଇ ନିରାପତ୍ତା ଉପରେ ବିଭିନ୍ନ ସୂଚନା ଦେବା ସହ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଫୁଲବାଣୀଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ମୁଳପୋଛ କରାଯିବା ସହ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଉକ୍ତ ବୈଠକରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ, ସିଆରପିଏଫ, ବିଏସଏଫର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।  ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ମାର୍ଚ୍ଚ 2026 ସୁଦ୍ଧା ନକ୍ସଲ ସମସ୍ୟାକୁ ସମାପ୍ତ କରିବାକୁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି। ଏହି ସମୟ ସୀମା ମଧ୍ୟରେ ରାଜ୍ୟରୁ ନକ୍ସଲ ବିରୋଧୀ କାର୍ଯ୍ୟକଳାପକୁ ସମାପ୍ତ କରାଯିବା ଉପରେ ଡିଜିପି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।  ଅତୀତରେ ମାଓବାଦୀ ମୁକାବିଲା କ୍ଷେତ୍ରରେ ରାଜ୍ୟ ପୋଲିସ ସକ୍ରିୟ ଭୁମିକା ଗ୍ରହଣ କରି ଆସିଛି । ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।