ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ଘଟଣା କୁ ନେଇ ବିଭିନ୍ନ ସାମ୍ବାଦିକ ସଂଘର ତୀବ୍ର ପ୍ରତିକ୍ରିୟା I
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) ୦୪/୦୧ :- ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ଙ୍କୁ ଅପହରଣ ପରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା କୁ ନେଇ ସାମ୍ବାଦିକ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି I ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଥିବାବେଳେ ସାମ୍ବାଦିକ ମୁକେଶ ଛତିଶଗଡ ପୂର୍ତ୍ତ ବିଭାଗ ଦ୍ବାରା ଅତ୍ୟନ୍ତ ନିମ୍ନମାନର ରାସ୍ତା କାମ ହୋଇଥିବା ନେଇ ଖବର ପ୍ରସାରଣ କରିଥିଲେ I ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ I ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନ ମାନର ଥିବା ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା I ତେବେ ଗତ ୧ ତାରିଖ ରୁ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ନିଖୋଜ ଥିବାବେଳେ ଗତକାଲି ଜଣେ ଠିକାଦାର ଙ୍କ ଘରେ ପୋଲିସ ଚଢାଇ କରି ତଦନ୍ତ କରୁଥିବା ବେଳେ ତାଙ୍କ ସେପ୍ଟିକ ଲ୍ୟାଟିନରୁ ମୁକେଶଙ୍କ ଶବ ମିଳିଥିଲା I ମୁକେଶଙ୍କ ଶବ ମିଳିବା ପରେ ସମଗ୍ର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି I ଜଣେ ନିର୍ଭିକ ସାହସୀ ସାମ୍ବାଦିକ ଙ୍କ ଅକାଳରେ ମୃତ୍ୟୁକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି I ସାମ୍ବାଦିକଙ୍କୁ ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ରାଜ୍ୟର ସାମ୍ବାଦିକ ସଂଘ ଏହାକୁ ଦୃଢ ନିନ୍ଦା କରିବା ସହ ଏଥି...