Posts

ବାଳିକା ଆତ୍ମସୁରକ୍ଷା ଶିବିର ଉଦଯାପିତ l

Image
ଯାଜପୁର (ଦାନଗଦୀ) : - ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେ ୮ ଦିନ ଧରି ଅନୁଷ୍ଠିତ ବାଳିକା ଆତ୍ମସୁରକ୍ଷା ଶିବିର ଆଜି ଉଦଯାପିତ ହୋଇଯାଇଛି। ଚଳିତ ମାସରେ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ୧୬୦ଜଣ ଯୁକ୍ତ ଦୁଇ (+୨)ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ, ଏଥିରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ମେଡିକାଲର ମେଡ଼ିକାଲ ଅଫିସର ଡା. ସଂଜୀବ କୁମାର ବେହେରା ଯୋଗଦେଇ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମର ନୋଡାଲ ଅଫସର ରଞ୍ଜନ କୁମାର ଖଣ୍ଡା ପ୍ରଶିକ୍ଷଣର ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟାପିକା ମୀରାମ୍ବିକା ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶିକ୍ଷିକା ଭାବେ ମିନତୀ ନାୟକ ଓ ରୂପସୀ ଲେଙ୍କା ଯୋଗଦେଇ ଆତ୍ମସୁରକ୍ଷା କୌଶଳ ଛାତ୍ରୀମାନଙ୍କ ପାଇଁ ରକ୍ଷା କବଚ ବୋଲି ମତ ଦେଇଥିଲେ।କଲେଜର ଅଧ୍ୟାପକ ରଞ୍ଜନ କୁମାର ସାହୁ, ଲକ୍ଷ୍ମୀଧର ବେହେରା, ଖଗେଶ କୁମାର ଜେନା, ତୋଫାନ ଜେନା, ଗୋବର୍ଦ୍ଧନ ସାହୁ, ଶ୍ରୀମନ୍ତ ନାୟକ,ସନ୍ଦୀପ କୁମାର ଦାସ, ବାଇଧର ସାହୁ, ମନୋରଞ୍ଜନ ବିଶ୍ବାଳ, ବ୍ରିଜେଶ ବେହେରା, ଅଧ୍ୟାପିକା ପା...

ଝାଡେଶ୍ୱର ଜୁନିୟର କଲେଜରେ ଅଧ୍ୟାପକ - କର୍ମଚାରୀଙ୍କ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ l

Image
ଯାଜପୁର ୧୬/୦୧ :- ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ଅଧ୍ୟାପକ ଓ କର୍ମଚାରୀମାନେ ଓଡ଼ିଶା ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ତାଙ୍କ ସୁକିନ୍ଦା ସ୍ଥିତ ବାସ ଭବନରେ ଭେଟି ୪୮୮ବର୍ଗ ଅଧ୍ୟକ୍ଷ ଓ କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ଓ ପେନସନ ପ୍ରମୁଖ ଦାବୀ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅଧ୍ୟାପକ ରଞ୍ଜନ କୁମାର ସାହୁ, ଖଗେଶ କୁମାର ଜେନା, ତୋଫାନ ଜେନା, କର୍ମଚାରୀ ବିଜୟ କୁମାର ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ଦେଖାକରି ମହାବିଦ୍ୟାଳୟର ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ୪୮୮ବର୍ଗ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଦୁର୍ଦ୍ଦିନ କଥା ବର୍ଣ୍ଣନା କରି ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଏସଂପର୍କରେ ମନ୍ତ୍ରୀ ଶ୍ରୀଯୁକ୍ତ ବଳ ସାମନ୍ତ ନିଶ୍ଚିତ ଦୃଷ୍ଟି ଦେବେ ବୋଲି ଅଧ୍ୟାପକ ମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।

ଏନ୍ ସି ହାଇ ସ୍କୁଲ ୧୯୮୦ ବ୍ୟାଚ ର ବନ୍ଧୁ ମିଳନ l

Image
  ଯାଜପୁର ୧୫/୧ :- ଏନ୍ ସି ହାଇ ସ୍କୁଲ ଯାଜପୁର ରୋଡ଼ ୧୯୮୦ ବ୍ୟାଚ ର ଏକ ବନ୍ଧୁ ମିଳନ ସ୍ଥାନୀୟ ଗୀତା ମଣ୍ଡପ ରେ  ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ  ମିଳନ କାର୍ଯ୍ୟକ୍ରମ ରେ  ୧୯୮୦ ବ୍ୟଚ୍ ର ଦିନେଶ କୁମାର ସାହୁ, ଅଭୟ ସାହୁ, ଦେବେନ୍ଦ୍ର ସାମଲ,   ପ୍ରଣବ ବିଶ୍ଵାଳ,ରାଜକିଶୋର ପହି,   ଗୋକୁଳି ଜେନା, ଜୟୀରାମ ସାହୁ, ଗୋପାଳ  ମସ୍କରା,ଅମୂଲ୍ୟ ଦାସ,   ଭୀମସେନ ଜେନା,ପ୍ରତାପ ଜୀ, ବାଉରୀ ବନ୍ଧୁ ଦାସ, ବିଶ୍ଵନାଥ ଜେନା, ମନ୍ମଥ ଜେନା,ରବିନ୍ଦ୍ର ବେହେରା,   ବିପିନ ଛୋଟରାୟ,ରବୀନ୍ଦ୍ର ସାହୁ,ସୁଶିଲ ସାହୁ, ନିରଞ୍ଜନ ନନ୍ଦୀ,   ଦିଲ୍ଲୀପ ଚୋହ୍ୱାନ,  ହରି କିଶନ,   ବିଶ୍ଵନାଥ ଗୁରୁ,ଗୋପାଳ ସାହୁ,ଚିତ୍ତ ରଞ୍ଜନ କର,ଅଶୋକ ରାଉତ,   ଉମେଶ ବାହଲିଆ,ମଦନ ରାଉତ, ପିତାମ୍ବର ମଲ୍ଲିକ, ସୁକାନ୍ତ ଆଚାର୍ଯ୍ୟ ଏବଂ ଶ୍ରୀନାଥ ପୁରୋହିତ  ପ୍ରମୁଖ ଯୋଗ ଦେଇଥିଲେ ।

କଲେଜରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ l

Image
ଯାଜପୁର /ଦାନଗଦୀ ୧୩/୧ : - ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ୧୩ ତାରିଖରୁ ଆରମ୍ଭ ହୋଇ ୨୨ତାରିଖରେ ଉଦଯାପିତ ହେବାକୁଥିବା ଏହି ଶିବିରକୁ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ.କ୍ଷିରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି, ଅଧ୍ୟାପକ ରଞ୍ଜନ କୁମାର ସାହୁ, ଗୋବର୍ଦ୍ଧନ ସାହୁ, ବାଇଧର ସାହୁ, ଶ୍ରୀମନ୍ତ ନାୟକ ପ୍ରମୁଖ ଯୋଗଦେଇ ଏହି ପ୍ରଶିକ୍ଷଣ ପିଲାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଶିକ୍ଷିକା ମିନତୀ ନାୟକ ଓ ରୂପଶ୍ରୀ ଲେଙ୍କା ଯୋଗଦେଇ ୧୬୦ଜଣ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପିଲାମାନଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା। ଏହାକୁ ନୋଡାଲ ଅଫିସର ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା ପରିଚାଳନା କରିଥିଲା ବେଳେ ସଂଯୋଜିକା ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ପିଲାମାନଙ୍କୁ ଆତ୍ମସୁରକ୍ଷା ର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷକ ଦ୍ବୟ ପ୍ରଶିକ୍ଷଣ ଦେଇଥିଲେ।

ସ୍ୱାମୀ ବିବେକାନନ୍ଦ ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ l

Image
ଭୁବନେଶ୍ୱର, ତା ୧୨/୦୧(ବ୍ୟୁରୋ ରିପୋର୍ଟ) :- ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା । ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି ।  ଭୁବନେଶ୍ୱର ରାମକୃଷ୍ଣ ମିଶନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ବିବେକାନନ୍ଦଙ୍କ ଛବି ଆଜି ପର୍ଯ୍ୟନ୍ତ ଜଣେ ତେଜସ୍ୱୀ, ବାଗ୍ମୀ ଓ ମହାନ୍ ସଂଗ୍ରାମୀ ସନ୍ୟାସୀ ଭାବେ ଅମଳିନ ରହିଛି । ବିବେକାନନ୍ଦ ଥିଲେ ଜଣେ ଯୁବ ସନ୍ୟାସୀ ଯିଏ କି ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ ।  ସେ ପୁଣି କହିଥିଲେ ଆଜି ଆମେ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରୁଛୁ । ଆମର ଯୁବ ସମାଜ ଯେତେ ଉନ୍ନତି କରୁ, ଯେତେ ସଫଳ ହେଉ ଜଣେ ଭାରତୀୟ ଭାବରେ ପ୍ରଥମେ ଗର୍ବ ଅନୁଭବ କରିବା ଏବଂ ଭାରତୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କର ଚିକାଗୋ ଧାର୍ମିକ ସଭାରେ ଅଭିଭାଷଣ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ଏହା ମାଧ୍ୟମରେ ଭାରତର ଧାର୍ମିକ ଓ ଦର୍ଶନ ତତ...

ବ୍ୟାସନଗର ପ୍ରେସ ଫୋରମର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ l

Image
ଯାଜପୁର :- ବ୍ୟାସନଗର ପ୍ରେସ ଫୋରମର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଫୋରମର ସଭାପତି ଡ଼ଃ ଅଭୟ କୁମାର ପତିଙ୍କ ଅଧକ୍ଷତାରେ ହୋଟେଲ ରୟାଲ କଳିଙ୍ଗ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।କୋରେଇ ବ୍ଲକର bdo ଅବନୀ କାନ୍ତ ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚ ଉଦଘାଟନ କରିଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡ଼ଃ ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ସାମ୍ବାଦିକମାନେ ନିଜର କଲମ ମୁନକୁ ଯେତେ ଶକ୍ତ କରିବେ ସମାଜର ସେତେ ଉନ୍ନତି ହବ। ବାସ୍ତବରେ ସାମ୍ବାଦିକମାନେ ହି ସମାଜର ଦିଗଦର୍ଶକ ଓ ପଥ ପଦର୍ଶକ। ଅନୁରୂପ ଭାବେ ଅର୍ଗସ ନିଉଜର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଦୁର୍ଗାଶିଷ କହିଥିଲେ ସାମ୍ବାଦିକମାନେ ସର୍ବଦା ସମାଜର ହିତ ପାଇଁ କାର୍ଯ୍ୟ କରି ଆସୁଛନ୍ତି ସେ ନଗଡା ର ନଗ୍ନଚିତ୍ର ହୋଉ ବା ପରିହତ୍ୟା କାଣ୍ଡ ଅଥବା କରୋନାର କରାଳ ଛାୟା ହୋଉ। ସବୁବେଳେ ସେମାନ ନିଜକୁ ସୈନିକ ସମାନ ସୀମା ସୁରକ୍ଷାରେ ତୈନାତ ଭଳି କର୍ତବ୍ୟ ରତ ଥାନ୍ତି। ଜିଲ୍ଲା ଏଥେଣ୍ଟିକ ଆସୋସିଏସନର କାର୍ଯ୍ୟକାରି ସଭାପତି ସମାଜ ସେବକ ରସାନନ୍ଦ ମହାନ୍ତି ଯୋଗଦାନ କରି ସମାଜରେ ସାମ୍ବାଦିକ ମାନଙ୍କର ଭୂମିକାକୁ ଭୂୟାଁସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ବ୍ୟାସଜ୍ୟୋତିକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଅନୁଷ୍...

୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦଲେ ପ୍ରଧାନମନ୍ତ୍ରୀ l

Image
ଭୁବନେଶ୍ୱର, ୧୦ ଜାନୁୟାରୀ,(ବ୍ୟୁରୋ ରିପୋର୍ଟ ) :- ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଗତକାଲି (୯ ଜାନୁୟାରୀ,୨୦୨୫) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମଇଦାନ ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇ ଉପସ୍ଥିତ ସମସ୍ତ ପ୍ରବାସୀ ଭାରତୀୟ ଅତିଥି ଏବଂ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ। ପ୍ରଦର୍ଶନୀ କକ୍ଷରେ ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଯାତ୍ରାକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାର କଳା,ଭାସ୍କର୍ଯ୍ୟ,ସାହିତ୍ୟ ଓ ସଂସ୍କୃତିର ଝଲକ ପ୍ରଦର୍ଶନୀ କକ୍ଷରେ ଦେଖିବାକୁ ମିଳୁଛି।