Posts

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ରଣାଗୁଣ୍ଡି ପଞ୍ଚାୟତ ରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା

Image
ଯାଜପୁର /କଳିଙ୍ଗନଗର, ତା ୧୭/୦୪ :- ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦାନଗଦୀ ବ୍ଲକ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିବାସିନ୍ଦାଙ୍କ ପାଇଁ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପଣ କରାଯାଇଛି। ଘାଟିସାହିରେ ବସବାସ କରୁଥିବା ଅନୁସୂଚିତ ଜାତି/ଜନଜାତି ସମୁଦାୟର ପ୍ରାୟ ୮୦ଟି ପରିବାରର ପ୍ରାରମ୍ଭିକ ଶିଶୁ ପୁଷ୍ଟିସାଧନ ଏବଂ ଗର୍ଭବତୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହି କେନ୍ଦ୍ରର ସ୍ଥାପିତ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍‌ଘାଟନୀ ଉତ୍ସବରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ମେହେଟ୍ଟା, ରଣାଗୁଣ୍ଡି ପଞ୍ଚାୟତ ସରପଞ୍ଚ ତୁଷାର ଜେନା, ଦାନଗଦୀ ବ୍ଲକ ସିଡିପିଓ (ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର) ନନ୍ଦିନୀ ପ୍ରଭା ଲେଙ୍କା ଓ କଳିଙ୍ଗନଗର, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ଆଖପାଖ ଗ୍ରାମର ଅଙ୍ଗନବାଡ଼ି କର୍ମୀ, ଶିଶୁ ଓ ଗୋଷ୍ଠୀ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏନ୍‌ଆଇଏନ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ମେହେଟ୍ଟା କହିଥିଲେ ଯେ, “ଏନ୍‌ଆଇଏନ୍‌ଏଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏହି ଅଞ୍ଚଳରେ ଗରିବ ମହିଳା ଓ ଶିଶୁମାନଙ୍କ ସହ କାମ କରିବାକୁ ଗୁରୁତ୍ୱ ଦେଉଛି। ସେ ଦିଗରେ ଅନେକ ପ...

ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର ଛାତ୍ରଛାତ୍ରୀ ଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସରକାରଙ୍କ ପ୍ରୟାସ l

Image
ଯାଜପୁର ତା ୧୬/୦୪ :- ଜିଲ୍ଲା ପ୍ରଶାସନ ତରଫରୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ଏବଂ ଅନ୍ୟାନ୍ୟ ଗ୍ରାମରେ ବସବାସ କରୁଥିବା ବିଶେଷକରି ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ଭୁବନେଶ୍ୱରର ବିଶ୍ବ ଦକ୍ଷତା କେନ୍ଦ୍ର (World Skill Centre) ପରିଦର୍ଶନ କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶେଷକରି ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଦକ୍ଷତା ବିକାଶ ସମ୍ବନ୍ଧୀୟ ସଚେତନ କରିବା। ଏହା ସହିତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ଗୁଡ଼ିକରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା। ଏହି ଅବସରରେ ଜିଲ୍ଲାପାଳ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଅଭିଭାବକ ଯୋଗ ଦେଇଥିଲେ।

ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା l

Image
ଭୁବନେଶ୍ୱର ତା ୧୧/୦୪(ବ୍ୟୁରୋ ରିପୋର୍ଟ) :- ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଏକ ଇନସୁରାନ୍‌ସ ନୁହେଁ ଏହା ହେଉଛି ଏକ ଆସ୍ୟୁରାନ୍‌ସ । ଏହା ପୃଥିବୀର ସବୁଠାରୁ ବୃହତ୍ତମ ଯୋଜନା । ବର୍ତ୍ତମାନ ସୁଦ୍ଧା ଏଥିରେ ୮କୋଟି ୯୦ ଲକ୍ଷ ଲୋକ ଉପକୃତ ହୋଇସାରିଛନ୍ତି । ନିର୍ବାଚନ ସମୟରେ ଆମେ ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଆଜି ଲାଗୁ ମଧ୍ୟ କଲୁ । ଓଡିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଓଡିଶାରେ ଏହି ଯୋଜନା ଲାଗୁ ହୋଇପାରିଲା । ଏହାଦ୍ୱାରା ଲୋକମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି ।  ଓଡିଶାରେ ଶାସନ ଭାର ଗ୍ରହଣ କରିବାର ମାତ୍ର ୧୦ ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ମାଝ...

କଳିଙ୍ଗ ଷ୍ଟାଡିୟମରେ ଚାଲିଛି ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ l

Image
ଭୁବନେଶ୍ବର ତା ୦୯/୦୪(ବ୍ୟୁରୋ ରିପୋର୍ଟ) :- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ବୁଧବାର ପ୍ରଥମ ମ୍ଯାଚ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଉତ୍ତରାଖଣ୍ଡ ଚଣ୍ଡିଗଡ଼ ପୋଲିସ ଦଳକୁ ୯-୦ ଗୋଲ ବ୍ଯବଧାନରେ ପରାସ୍ତ କରିଛି।ଦ୍ୱିତୀୟ ମ୍ଯାଚ ଆଇଟିବିପି ଓ ରାଜସ୍ଥାନ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଆଇଟିବିପି, ରାଜସ୍ଥାନ ପୋଲିସ ଦଳକୁ ୮-୩ ଗୋଲ ବ୍ଯବଧାନରେ ହରାଇଛି ।   ସେହିପରି ମଣିପୁର ଓ ଝାଡ଼ଖଣ୍ଡ ପୋଲିସ ମଧ୍ୟରେ ତୃତୀୟ ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚରେ ମଣିପୁର, ଝାଡ଼ଖଣ୍ଡ ପୋଲିସ ଦଳକୁ ୩ -୧ ଗୋଲ ବ୍ୟବଧାନରେ ହରାଇଛି। ଚତୁର୍ଥ ମ୍ଯାଚ ପଶ୍ଚିମବଙ୍ଗ ଓ ଛତିଶଗଡ଼ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ପଶ୍ଚିମବଙ୍ଗ ଛତିଶଗଡ଼ ପୋଲିସ ଦଳକୁ ୬- ୩ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।   ପଞ୍ଚମ ମ୍ୟାଚ ଏସଏସବି ଓ ଗୁଜୁରାଟ ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଏସଏସବି ମହିଳା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁଜୁରାଟ ମହିଳା ପୋଲିସ କୁ ୧୭ – ୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା। ସେହିପରି ଘରୋଇ ଓଡିଶା ଓ ଉତ୍ତର ପ୍ରଦେଶ ପୋଲିସ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଉତ୍ତର ପ୍ରଦେଶ, ...