Posts

ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ l

Image
ଭୁବନେଶ୍ୱର ତା୧୫/୦୫(ବ୍ୟୁରୋ ରିପୋର୍ଟ) :- ରାଜ୍ୟରେ ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ।   ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣ ମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ, Chief Development Officer ଏବଂ ବ୍ଲକ୍‍ ସ୍ତରରେ ବିଡିଓ’ଙ୍କର ଗୁରୁଦାୟିତ୍ୱ ରହିଛି।  ଆପଣମାନେ କ୍ଷେତ୍ର ସ୍ତରରେ ଲୋକଙ୍କ ସହିତ ସିଧାସଳଖ ମିଶନ୍ତି। ସେମାନଙ୍କର ସୁବିଧା ଅସୁବିଧା ଜାଣନ୍ତି। ତେଣୁ ମୁଖ୍ୟ କଥା ହେ...

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 'ପରାକ୍ରମ ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର ତା.୧୫/୦୪ :- 'ଅପରେସନ ସିନ୍ଦୂର'ର ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ୍ର ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 'ପରାକ୍ରମ ଶୋଭାଯାତ୍ରା' ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ତ୍ରିରଙ୍ଗା ଶୋଭାଯାତ୍ରାକୁ ମାନ୍ୟବର ଲୋକସଭା ସାଂସଦ ଡ଼ା ରବୀନ୍ଦ୍ର ନାରାୟଣ ବେହେରା, ମାନ୍ୟବର ଜିଲ୍ଲାପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଯାଜପୁର ପୌରପରିଷଦ ଅଧ୍ୟକ୍ଷାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ବିଶାଳ ବାଇକ୍ ଶୋଭାଯାତ୍ରାରେ ବହୁ ଜନସାଧାରଣ, କ୍ରୀଡାବିତ୍, ଏନ୍.ସି.ସି, ଏନ୍.ଏସ.ଏସ କର୍ମଚାରୀ, ପୋଲିସ, ସ୍ଵେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ବିବାହର ର ପ୍ରଲୋଭନ ଦେଖାଇ ବୃଦ୍ଧା ଙ୍କୁ ଦୁଷ୍କର୍ମ ଅଭିଯୋଗ ।

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଆଗଲପୁର ବ୍ଲକ ଆଗଲପୁର ଗ୍ରାମ ପଞ୍ଚାୟତ ଇଂଶା ଗ୍ରାମ ରେ ଜୈନିକ ୬୦ ବର୍ଷୀୟା ବୃଦ୍ଧା କୁ ସେହି ଗ୍ରାମର ୪୬ ବର୍ଷିୟ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଆଗଲ ପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଗଲପୁର ଗ୍ରାମ ପଞ୍ଚାୟତ ଇଂସା ଗ୍ରାମ ର ଆନନ୍ଦ ସରାଫ (୪୬) ଓ ଉକ୍ତ ଗ୍ରାମ ର ଗୀତା ସିକା ଦୀର୍ଘ ୨ବର୍ଷ ରୁ ଉର୍ଦ୍ଧ ହେବ ପ୍ରେମ ସମର୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ବୃଦ୍ଧା ର ସ୍ବାମୀ ବରୁଣ ସିକା ଓ ୩ ପୁଅ ବୋହୁ ତଥା ପରିବାର ବେଙ୍ଗଲୋର୍ କୁ ଶ୍ରମିକ ଭାବେ କାମ କରି ଯାଇ ଥିବାବେଳେ ଏହି ସୁଯୋଗ ରେ ବୃଦ୍ଧା ଗୀତା ସହିତ ଆନନ୍ଦ ସରାଫ ମଧ୍ୟରେ  ପ୍ରେମ ସମ୍ପର୍କ ରହି ଆସୁଥିଲା ଓ ଆନନ୍ଦ ବୃଦ୍ଧା କୁ ବିବାହ ର ପ୍ରଲୋଭନ ଦେଖାଇ ବାରଂବାର ଦୁଷ୍କର୍ମ କରି ଆସୁଥିଲା ବୋଲି ବୃଦ୍ଧା ଜଣକ ଆଗଲପୁର ଥାନାରେ ଅଭିଯୋଗ କରି ଛନ୍ତି । ଏହାରି ଭିତରେ ବୃଦ୍ଧା ର ଘରକୁ ଫେରିବା ପରେ ଘରେ ଉଭୟ ଙ୍କ ସମ୍ପର୍କ ରଖି ନ ପାରିବାରୁ ଗତ ତା ୩୦/୦୪ ରିଖ ଦିନ ସନ୍ଧ୍ୟା ରେ ଦୁହେଁ ଫେରାର ମାରିଥିଲେ । ଆନନ୍ଦ ସରାଫ ଆଗଲପୁର ଫେକ୍କ ରେ ପିଅନ ଭାବେ କାର୍ଯ୍ୟ କରନ୍ତି। ସେ ୩ଦିନ ଛୁଟି ନେଇଥିଲେ ବୋଲି ସୂଚନା ମିଳିଛି । ଏହି ତିନି ଦିନ ମଧ୍ୟରେ ଦୁହେଁ ଶାରୀରିକ ସମ୍ପର୍କ ରଖି ଆସୁ ଥିଲେ ବୋଲି ବୃଦ୍ଧା ଙ୍କ ଠାରୁ ସୂଚନା ମିଳିଛି ଓ ବିବାହ କରି...

ପମ୍ପ ଘର ଓ ପଞ୍ଚାୟତରେ ତାଲା ଠୁଙ୍କି ଧାରଣାରେ ବସିଲେ ମହିଳା l

Image
ମୁନିଗୁଡ଼ା, ତା ୧୩/୦୫ (ବ୍ୟୁରୋ ରିପୋର୍ଟ) :- ଗ୍ରୀଷ୍ମ ଆରମ୍ଭରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବୈଠକରେ ଯୁଦ୍ଧ କାଳୀନ ଭିତ୍ତିରେ ଜଳକଷ୍ଟ ଥିବା ସ୍ଥାନ ମାନଙ୍କରେ ଆବଶ୍ୟକ ସ୍ଥଳେ ନୂତନ ନଚେତ ମରାମତି କରି ଳୋକଙ୍କୁ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଥିବା ବେଳେ ମୁନିଗୁଡ଼ା ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି।ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍‌ ଅମ୍ବାଦଳା ପଞ୍ଚାୟତ ପାଇକ ସାହି ଓ ଗୌଡ ସାହିରେ ପାନୀୟଜଳ ସଂକଟ ଉତ୍କଟ ହୋଇଛି। ପାଣି ସମସ୍ୟାକୁ ନେଇ ମୁନିଗୁଡ଼ା ବିଡ଼ିଓ କୃଷ୍ଚ ଚନ୍ଦ୍ର ଦଳପତିଙ୍କୁ ଲିଖିତ ଅଭିଯୋଗ କରିବା ସହ ପଞ୍ଚାୟତ ଠାରୁ ଆରମ୍ଭ କରି ପାନୀୟ ଜଳ ଓ ପରିମଳ ବିଭାଗ ର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପାଇପ ଯୋଗେ ସାହିକୁ ପାନୀୟଜଳ ଯୋଗାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘ ମାସ ଧରି ଜଳ ଯୋଗାଣ ନ ହେବାରୁ ଆଜି ସାହିର ମହିଳାମାନେ ଉତ୍ତ୍ୟକ୍ତ ହୋଇ ପାନୀୟଜଳ ପ୍ରକଳ୍ପର ପମ୍ପ ହାଉସ୍‌ ଓ ପଞ୍ଚାୟତ କାର୍ଯ୍ୟାଳକୁ ତାଲା ପକାଇ ଦେଇଛନ୍ତି।  ଏହି ସାହିରେ ୧୫୦ରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ୩ବର୍ଷ ହେଲା ସୋଲାର ପ୍ରକଳ୍ପ ଅଚଳ ହୋଇ ରହିଛି।ସାହିରେ ଥିବା ନଳକୂପରୁ ପାଣି ବାହାରୁ ନଥିବା ବେଳେ ବସୁଧା ଯୋଜନା ପମ୍ପ ଘରୁ ପାଣି ଯୋଗାଣ ଠପ୍ ହୋଇଛି। ‘ବସୁଧା’ ଯୋଜନାରେ ପାଇପ ଯୋଗେ ଜଳ ଯୋଗାଣ ବ୍...

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଡ. ଭୀମରାଓ ବାବାସାହେବ ଆମ୍ବେଦକର ପାଠାଗାର ଉଦଘାଟନ୍ ।

Image
ମୁନିଗୁଡ଼ା, ତା.୧୨/୦୫(ବ୍ୟୁରୋ ରିପୋର୍ଟ) :- ବୁଦ୍ଧ ପୁର୍ଣିମା ଅବସରରେ ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସ୍ଥିତ ସଦର ମହକୁମା ଅମ୍ୱାଦଳା ଠାରେ ବାବାସାହେବ ଭୀମ ରାଓ ଆମ୍ବେଦକର ପାଠାଗାର, ଅମ୍ବାଦଲା ସମ୍ବିଧାନ ସୁରକ୍ଷା ସମିତି ର ସଭାପତି ଶ୍ରୀ କୃପାସିନ୍ଧୁ କୁସୁଲିଆ ଓ ସମସ୍ତ ସହକର୍ମୀ ଙ୍କ ସହଯୋଗ ରେ ଉଦଘାଟନି ଉତ୍ସବ ବେଶ ଆଡମ୍ବର ରେ ଆୟୋଜିତ କରାଯାଇଥିଲା I ସମାଜସେବୀ ଲାଡ଼ି ଚନ୍ଦ୍ର ମୌଳି ଙ୍କ କରକମଳ ରେ ଆଜି ଏହି ପାଠାଗାର କୁ ଉଦଘାଟନ କରାଯାଇଥିଲା I ଏହି ଶୁଭ ଉଦଘାଟନି ସମାରୋହ ରେ ଅମ୍ବାଦଳା ସରପଞ୍ଚ ଶ୍ରୀମତୀ ଚଞ୍ଚଳା ମାଝୀ,ମୁନିଗୁଡା ପଞ୍ଚାୟତ ସମିତି ଉପାଧକ୍ଷ ଶ୍ରୀ ଆଦର୍ଶ କୌଶଲ୍ୟା,ଅମ୍ବାଦଳା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଶ୍ରୀ ପ୍ରଭାକର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିବା ବେଳେ ଏହି ଅବସରରେ ଅମ୍ବାଦଳା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ,ଯୁବ ବର୍ଗ,ଛାତ୍ରଛାତ୍ରୀ,ସମାଜସେବୀ,ସ୍ଥାନୀୟ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଏହି ମହତ ଉଦେଶ୍ୟ ପ୍ରତି ଧ୍ୟାନ ଦେଇଥିବା ହେତୁ ସମସ୍ତେ ଏହାକୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା I ମୁଖ୍ୟ ଅତିଥି ଭାବେ ଏହି ସମାରୋହ କୁ ଉଦଘାଟନ କରିଥିବା ଶ୍ରୀ ଲାଡ଼ୀ ଚନ୍ଦ୍ର ମୌଳି ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନିଜ ନିଜ ବହୁ ମୂଲ୍ୟ ସମୟ ଦେଇ...

ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ୩ ଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବେ - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ୱର ତା.୦୭/୦୫(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସେଠାରେ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିବା ସହିତ କଲେଜ୍‌ରେ ଏକ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ (Homoeopathic Research & Analysis Department) ଖୋଲାଯିବ ବୋଲି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିରର ଉଦ୍ଘାଟନ ମଧ୍ୟ କରିଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଓଡିଶାରେ ହୋମିଓପାଥିକ୍ ଶିକ୍ଷାର ପ୍ରସାର ଓ ହୋମିଓପାଥିକ୍ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ। ଏହି କଲେଜ୍ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜ୍। ହୋମିଓପାଥିକ୍ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହା କେବଳ ରାଜ୍ୟ କାହିଁକି, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଦୀର୍ଘ ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର କରି ଚାଲିଛି ଏବଂ ଅନେକ ସୁନାମଧନ୍ୟ ଡାକ୍ତର ସୃଷ୍ଟି କରିଛି।  ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେଯେ, ଏହି ମହାବିଦ୍ୟାଳୟର ଏକ ବିଶେଷତ୍ୱ ହେଉଛି...

କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାର l

Image
ଭୁବନେଶ୍ୱର/କେନ୍ଦୁଝର ତା. ୦୫/୦୫(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନଙ୍କର ଉତ୍ତମ ଚିକିତ୍ସା ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ଦେଶରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର ଖୁବ ଅଧିକ। କେନ୍ଦୁଝର ଭଳି ଜିଲ୍ଲାରେ ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଛି। ଏହା ସହିତ ଆଗାମୀ ଦିନରେ ଅଧିକ ଶିଳ୍ପ ପ୍ରତିଷ୍ଠା ଓ ଭିତ୍ତିଭୂମିର ବିକାଶ ମଧ୍ୟ କରାଯିବ। ତେଣୁ, ଯାନବାହନ ଚଳାଚଳା ଆହୁରି ବୃଦ୍ଧି ପାଇବ। ଏ କ୍ଷେତ୍ରରେ ଉତ୍ତମ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କୁ ଆଶୁ ମୃତ୍ୟୁମୁଖରୁ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସରକାର ଗଠନ କରିବାର ଅଳ୍ପଦିନ ମଧ୍ୟରେ ସବୁ ଖଣିଜ ଜିଲ୍ଲା ଗୁଡିକର ମେଡିକାଲ କଲେଜ ଗୁଡିକରେ ଟ୍ରମା କେୟାର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କେନ୍ଦୁଝରରେ ଏହା ସ୍ଥାପନ ହୋଇଛି, ଖୁବଶୀଘ୍ର ଅନ୍ୟସ୍ଥାନରେ ମଧ୍ୟ ଟ୍ରମା କେୟାର ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ର...