Posts

Showing posts from January, 2021

ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ :କନ୍ତିରା ଗ୍ରାମରେ ଜମୁଛି ଭିଡ଼ l

Image
ଯାଜପୁର(ସୁକିନ୍ଦା): - ସୁକିନ୍ଦା ବ୍ଲକର ଅଖ୍ୟାତ କୈବର୍ତ୍ତ ପଲ୍ଲୀ କନ୍ତିରା ଏବେ ବିଖ୍ୟାତ ହୋଇଛି ପଦ୍ମଶ୍ରୀ ଉପାଧିରେ ଭୂଷିତ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ)ଙ୍କ ଯୋଗୁଁ l ଗତ ୨୫ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନନ୍ଦ ମାଷ୍ଟ୍ରେଙ୍କ ସାଧନାକୁ ସ୍ୱୀକୃତି ପ୍ରଦାନକରି ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯିବା ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କରିବା ପରଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ, ରାଜ୍ୟର ବିଭିନ୍ନ ସଂଗଠନ ଓ ସଂସ୍ଥାର ପ୍ରତିନିଧିଙ୍କର ପ୍ରତିଦିନ ଭିଡ଼ ଜମୁଛି କନ୍ତିରା ଗ୍ରାମରେ l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା କନ୍ତିରା ଗ୍ରାମରେ ପହଞ୍ଚି ନନ୍ଦ ମାଷ୍ଟ୍ରେଙ୍କୁ ଉତ୍ତରୀ ଓ ପୁଷ୍ପଗୁଚ୍ଛ ପ୍ରଦାନକରି ଶୁଭେଚ୍ଛା ଜଣାଇଛନ୍ତି l ଯାଜପୁର ଜିଲ୍ଲା ଭାଜପା ସଭାପତି ଗୌତମ ରାୟ ସୁକିନ୍ଦା ଭାଜପା ନେତା ପ୍ରଦୀପ ବଳସlମନ୍ତଙ୍କ ସହ ମାଷ୍ଟ୍ରେଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି l ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପଦେଷ୍ଟା ବରିଷ୍ଠ ସାମ୍ବା

ପଦ୍ମଶ୍ରୀ ଉପାଧି ପ୍ରାପ୍ତ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ସୁକିନ୍ଦାର ଗର୍ବ ଗୌରବ l

Image
 ଯାଜପୁର(ସୁକିନ୍ଦା): - କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମ ନିବାସୀ ୧୦୨ବର୍ଷ ବୟସ୍କ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି(ନନ୍ଦ ସାର୍) ୧୯୪୮ମସିହାଠାରୁ ଗ୍ରାମରେ ଚାଟଶାଳୀ ସ୍ଥାପନକରି ପିଲାମାନଙ୍କୁ ବିନା ଅର୍ଥରେ ଶିକ୍ଷାଦାନ କରି ଆସୁଛନ୍ତି l ଏହି ମହାନ ବ୍ୟକ୍ତିଙ୍କ ସାଧନlକୁ ସ୍ୱୀକୃତି ପ୍ରଦାନକରି କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନକରି ସମ୍ମାନିତ କରିବାକୁ ଗତ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଘୋଷଣା କରିବାପରେ ସମଗ୍ର ସୁକିନ୍ଦା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି l ତାଙ୍କ କର୍ମକ୍ଷେତ୍ର କନ୍ତିରା ଗ୍ରାମ ଉତ୍ସବ ମୁଖର ହୋଇଉଠିଛି l ନନ୍ଦ ମାଷ୍ଟ୍ରେ ଭାବେ ପରିଚିତ ଏହି ମହାନ ବ୍ୟକ୍ତି ଦୀର୍ଘ ତିନି ପିଢ଼ିଧରି ନିରବଛିନ ଭାବରେ ଶିକ୍ଷାଦାନ ଭଳି ଏକ ମହତକାର୍ଯ୍ୟକରି ଶିକ୍ଷକ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି l କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇବାପରେ କନ୍ତିରା ଗ୍ରାମରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି l ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ସାକ୍ଷାତକରି ଅଭିନନ୍ଦନ ଜ୍ଞାପନ କରୁଛନ୍ତି l ସୁକିନ୍ଦା ଭାଜପା ନେତା ପ୍ରଦୀପ କୁମାର ବଳସାମନ୍ତ, ସୁକିନ୍ଦା ବିଧାୟକ ପ୍ରିତ

ଗ୍ରାମ ନ୍ୟାୟାଳୟରେ ସୁକିନ୍ଦା ବ୍ଲକର ୨୫ଟି ପଞ୍ଚାୟତର ଦେୱାନୀ ଓ ଫୌଜଦାରୀ ମାମଲା ବିଚାର ହେବ।

Image
ଯାଜପୁର (ସୁକିନ୍ଦା): - ସୁକିନ୍ଦା ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ସ୍ଥାପିତ ଗ୍ରାମ ନ୍ୟାୟାଳୟରେ ସୁକିନ୍ଦା, କାଳିଆପାଣି, ଓ କଳିଙ୍ଗନଗର ଥାନା ଅଧୀନରେ ରହିଥିବା ବ୍ଲକର ୨୫ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡିକର ଫୌଜଦାରୀ ଓ ଦେୱାନୀ ମାମଲାଗୁଡିକ ବିଚାର କରାଯିବବୋଲି ନ୍ୟାୟ ବିଭାଗ ପକ୍ଷରୁ ଓଡିଶା ଗେଜେଟର୨୦୪୫ନମ୍ବର ସଂଖ୍ୟାରେ ପ୍ରକାଶ ପାଇଛି l ଏହି ନ୍ୟାୟାଳୟରେ ନିଯୁକ୍ତ ନ୍ୟାୟାଧିକାରୀ ବିଜୟ ଲକ୍ଷ୍ମୀ ମହାପାତ୍ରଙ୍କୁ ଏହି ସବୁ ମାମଲାର ବିଚାର ପାଇଁ ଓଡିଶା ଉଚ୍ଚ ନ୍ୟାୟlଳୟର ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀଙ୍କ ଜାନୁଆରୀ ୨୫ତାରିଖର ୫୯ନମ୍ବର ନିର୍ଦ୍ଦେଶନାମା ଅନୁଯାୟୀ ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି l  ସରକାରୀ ଓକିଲ (ଏପିପି) ଚନ୍ଦ୍ରକାନ୍ତ ପlତ୍ରଙ୍କୁ ଯାଜପୁରରୋଡରୁ ସୁକିନ୍ଦାକୁ ବଦଳି କରାଯାଇ ଏହି ନ୍ୟାୟାଳୟର ସମସ୍ତ ମାମଲା ସରକାରଙ୍କ ପକ୍ଷରୁ ପରିଚାଳନା କରିବାପାଇଁ ଦାୟିତ୍ବ ଅର୍ପଣ କରାଯାଇଛି l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l 25GPs in Sukinda block will be under Sukinda Gram Nyayalay.   Jajpur (Sukinda): The people of 25 gram panchayats of Sukinda block coming under Sukinda, Kaliapani and Kalinganagar police station area will be benifited by the gram

ସୁକିନ୍ଦାରେ ଗ୍ରାମ ନ୍ୟାୟାଳୟ ଉଦଘାଟିତ l

Image
ଯାଜପୁର (ସୁକିନ୍ଦା): - ବହୁ ପ୍ରତୀକ୍ଷାର ଅନ୍ତଘଟାଇ ସୁକିନ୍ଦା ବ୍ଲକ କଲୋନୀ ପରିସରରେ ୨୪ ତାରିଖ ପୂର୍ବାହ୍ନରେ ଗ୍ରାମ ନ୍ୟାୟାଳୟ ଉଦଘାଟିତ ହୋଇଛି l ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ. ମୁରଲୀଧର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନକରି ଏକ ସମାବେଶରେ ଉଦବୋଧନ ଦେଇଥିଲେ l ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଯାଜପୁର ଜିିଲ୍ଲା ଜଜ୍ ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ସୁକିନ୍ଦା ଓକିଲ ସଂଘ ସଭାପତି ବିବେକାନନ୍ଦ ବୋଷ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ମାନିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ହାଇକୋର୍ଟ ପ୍ରଶାସନିକ ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ତୋଷ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଓ ଅତିରିକ୍ତ ଏସ. ପି. ଜୟରାମ ଶତପଥି, ନ୍ୟାୟାଳୟର ନବନିଯୁକ୍ତ ବିଚାରପତି ବିଜୟଲକ୍ଷ୍ମୀ ମହାପାତ୍ର, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ବିଡିଓ ବିଶ୍ୱଜିତ ଦାସ, ସରକାରୀ ଓକିଲ ଚନ୍ଦ୍ରକାନ୍ତ ପାତ୍ରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ,ସୁକିନ୍ଦା, ଯାଜପୁରରୋଡ, ବ୍ୟାସନଗର, ଚଣ୍ଡିଖୋଲ ଓକିଲ ସଂଘର କର୍ମକର୍ତ୍ତା ଓ ବହୁ ସଦସ୍ୟ, ବୁଦ୍ଧିଜୀବି, ସ

ନେତାଜୀ ଜୟନ୍ତୀ ଅବସରରେ, ସୁବାସ ସେନା ତରଫ ରୁ ଦହି ପାଣି ଓ ଖାଦ୍ୟ ବଣ୍ଟନ I

Image
ବ୍ୟୁରୋ ରିପୋର୍ଟ - କଟକ ନୂଆବଜାର ସ୍ଥିତ ନେତାଜୀ ସୁବାଷ ସେନା ସବୁବେଳେ ନେତାଜୀ ଙ୍କ ନୀତି ଆଦର୍ଶ କୁ ବଜାୟ ରଖି ଆସିଛି।ନେତାଜୀ ଙ୍କ ଜନ୍ମ ଦିନ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଙ୍କ ସଂଗ୍ରାଳୟ କୁ ଆସୁଥିବା ସମସ୍ତ ଦର୍ଶନହାରି ଙ୍କ ପାଇଁ ସୁବାସ ସେନା ଦହି ପାଣି, ଓ ପୁରୀ ବୁନ୍ଦୀଆ ବଣ୍ଟନ କରିବା ସହ ଅସହାୟ ମହିଳା ଙ୍କୁ ଶାଢ଼ୀ ଓ ଛୋଟ ଛୁଆ ଙ୍କୁ ଚକେଲଟ ସହ ନେତାଜୀ ଙ୍କ ଜୀବନ ଦର୍ଶନ ବହି ପ୍ରଦାନ କରା ଯାଇଥିଲା । ସୁବାଷ ବୋଷ ଙ୍କ ଯେପରି ଚିନ୍ତାଧାରା ଥିଲା ,ସ୍ୱାଧୀନତା ପରେ ପ୍ରଥମ କାମ ହେବ ଭାରତ ବର୍ଷ ରେ ଧନୀ ଓ ଗରିବ ସବୁଶ୍ରେଣୀ ଲୋକ ଙ୍କ ମୁହଁ ରେ ଅର୍ଣ୍ଣ ତୋଳି ଦେବା, ଏହି ମୂର୍ତିମାନ ମୂର୍ଦ୍ଧନିୟ ମନ୍ତ୍ର କୁ ପାଥେୟ କରି ନେତାଜୀ ସୁବାଷ ସେନା ଏହି ମହାନ କାର୍ଯ୍ୟ କରିଥିଲା।ଏହି କାର୍ଯ୍ୟକ୍ରମ ରେ ବି ପ୍ରସାଦ ନାଇଡୁ, ସୁଧାକର ରାଓ, ଏଲ.ଲୋକନାଥ, ବୁବୁନ ପଣ୍ଡା ଓ ସେନା ର ସଭାପତି ଅଜିତ ଦାସ ମୁଖ୍ୟ ଭୂମିକା ଲିଭାଇ ଥିଲେ। On the occasion of Netaji Jayanti, the distribution of yoghurt water and food by the Subhas Sena.  BUREAU REPORT - Netaji Subhas Sena in Cuttack New Bazaar has always maintained Netaji's policy ideals. Netaji's philosophy of life with chariots and small children

ସାହିତ୍ୟିକ ଗୁଣନିଧି ଗୁରୁଙ୍କ ବିୟୋଗରେ ସ୍ମୃତିସଭା l

Image
ଯାଜପୁର (ସୁକିନ୍ଦା): - ବିଶିଷ୍ଟ ସାହିତ୍ୟିକ ଓ ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଗୁଣନିଧି ଗୁରୁଙ୍କ ବିୟୋଗରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ସ୍ଥାନୀୟ ବିଦ୍ୟା ନିକେତନ ପରିସରରେ 23ତାରିଖ ପୂର୍ବାହ୍ନରେ ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ,  ଉପ ସଭାପତି ଲବଙ୍ଗଲତା ପରିଡା ଓ ସୁଦାମ ଚରଣ ନାୟକ,ସହ ସମ୍ପାଦକ ଡ. ଦୟାନିଧି ଦାଶ, ମନୋରଞ୍ଜନ ଦାସ, ଶ୍ରୀନିବାସ ରାଉତ ନାରାୟଣ ଶତପଥି, ସୁରେନ୍ଦ୍ର ଦାସ, ଉଦ୍ଧବ ଚରଣ ବେହେରା ପ୍ରମୁଖ ସାହିତ୍ୟ କ୍ଷେତ୍ରରେ ସ୍ୱର୍ଗତଃ ଗୁରୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତକରି ଶ୍ରଦ୍ଧlଞ୍ଜଳି ଜ୍ଞାପନ କରି ଥିଲେ l ପ୍ରାରମ୍ଭରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l(ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l Memorial meeting in the absence of the literary guru.  Jajpur (Sukinda): - A memorial service has been organized by Sukinda Sahitya Samaj in the absence of Gunan

ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ପାଳନ l

 ବ୍ୟୁରୋ ରିପୋର୍ଟ - ଭାରତୀୟ ସ୍ବାଧୀନତା ସଂଗ୍ରାମର ଅଗ୍ରଣୀ ସାଧକ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀମାନେ ବିଧାନସଭା ପରିସରରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  BUREAU REPORT - On the occasion of the jubilee of Vir Surendra Sai, a leading figure in the Indian freedom struggle, other ministers, including Hon'ble Chief Minister Shri Naveen Patnaik, laid a wreath at the statue of Veer Surendra Sai in the Assembly premises.

କଟକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବସ୍ ଟର୍ମିନାଲ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ l

Image
ବ୍ୟୁରୋ ରିପୋର୍ଟ - ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କର ୧୨୫ ତମ ଜନ୍ମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ୍ ଟର୍ମିନାଲର ମୂଳଦୁଆ ପକାଇଛନ୍ତି | ଆର୍ଟ ଟର୍ମିନାଲ୍ ସ୍ଥିତି ଐତ୍ଯ ସହରକୁ ସଜାଇବାରେ ସାହାଯ୍ୟ କରିବ ଏବଂ ଅନ୍ୟମାନଙ୍କ ପାଇଁ ଏକ ମଡେଲ୍ ଭାବରେ ଉଭା ହେବ |   ୧୧,୦୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ଏହି ବସ୍ ଟର୍ମିନାଲରେ ୧୮୦ ଟି ବସ୍ ଏବଂ ୨୭୫ କାର ପାଇଁ ପାର୍କିଂ ସ୍ଥାନ ରହିବ | ଯାତ୍ରୀମାନଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧା ଏବଂ ଏକ ଅତ୍ୟାଧୁନିକ ଡିଜାଇନ୍ ସହିତ ଟର୍ମିନାଲ୍ ମଧ୍ୟ ମହାନ ଦେଶପ୍ରେମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ ବୋଲି ମୂଖ୍ଯମନ୍ତ୍ରୀ କହିଛନ୍ତି। ନେତାଜୀ କଟକଠାରେ ଜନ୍ମଗ୍ରହଣ କରିଥିଲେ। ସେ ଏହି ମାଟିରେ ନିଜର ସ୍ୱାର୍ଥପର ସେବା ଏବଂ ସଂଗ୍ରାମର ଶିକ୍ଷା ଗ୍ରହଣ କଲେ | ତାଙ୍କୁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଓଡିଶା ତାଙ୍କର ୧୨୫ ତମ ବାର୍ଷିକୀକୁ ବର୍ଷସାରା ପାଳନ କରିବ | Chief Minister lays foundation stone of Netaji Subhash Chandra Bose bus terminal in Cuttack.  Bureau Report - On the occasion of the 125th birth anniversary of Netaji Subhas Chandra Bose, Chief Minister Shri Naveen Patnaik laid the foundation stone of the

ସୁକିନ୍ଦା ବିଧାୟକ ଙ୍କ କର୍ମୀ ସମ୍ମିଳନୀ ଓ ଉନ୍ନତି ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ l

Image
ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଧୂଳି ଗଡ଼ ଗ୍ରାମପଞ୍ଚାୟତ ବିଜୁଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଧୂଳିଗଡ଼ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିଲେ ସୁକିନ୍ଦା ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ଇଂ. ପ୍ରୀତିରଞ୍ଜନ ଘଡାଇ l ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ୯/୧୦ ଜୋନ୍ ର ଜିଲ୍ଲାପରିଷଦ ସଦସ୍ୟା ଓ ଦାନଗଦି ବ୍ଲକ ବିଜେଡି ସଭାପତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ, ଧୂଳିଗଡ଼ ଗ୍ରାମପଞ୍ଚାୟତର ବିଜେଡି ଯୁବ ସଭାପତି ରାଉତ ମୁଣ୍ଡା, ବହୁ ସଂଖ୍ୟାରେ ମହିଳା ଓ କାର୍ଯ୍ୟକର୍ତ୍ତା ମାନେ l  ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଅତିଥି ମାନେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ l ଶେଷରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଘଡାଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଆଗାମୀ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ସମସ୍ତ କର୍ମକର୍ତ୍ତା ମାନେ କିପରି ଭାବରେ କର୍ଯ୍ୟ କରିବେ ସେ ବିଷୟରେ ସୂଚନା ଦେଇଥିଲେ l  ଏହି ଅବସରରେ ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ଗୃହ ଓ ଉନ୍ନୟନ କର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ପ୍ରୀତିରଞ୍ଜନ ଘଡାଇ l ରାଜ୍

ଝାଡ଼େଶ୍ୱର ମହାବିଦ୍ୟାଳୟ ଟୋଲକାନୀ ଇକୋ କ୍ଲବ ଆନୁକୂଲ୍ୟରେ ବୃକ୍ଷ ରୋପଣ l

Image
ଯାଜପୁର(କଳିଙ୍ଗନଗର): - ତୋଲକାନୀସ୍ଥିତ ଝାଡ଼େଶ୍ୱର ମହାବିଦ୍ୟାଳୟ ଇକୋ କ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଯୁଗଳ କିଶୋର ହୋତା, ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା, ଦିଲୀପ କୁମାର ନାୟକ ଓ ଖଗେଶ କୁମାର ଜେନା, ବରିଷ୍ଠ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ,  ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ଶିକ୍ଷାବିତ ଯୋଗେନ୍ଦ୍ର ନାଥ ସାହୁ ଓ ଗୋକୁଳ ବିହାରୀ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀନିବାସ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ l କଲେଜ ଇକୋ କ୍ଲବ ଛାତ୍ର ଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ l (ରିପୋର୍ଟ:ଜୟ ନାରାୟଣ ମହାପାତ୍ର)l Tree plantation at Jhadeswar college Tolkani.   Jajpur (Kalinganagar):-A massive plantation was organised by Eco club of Jhadeswar Mahabidyalay, Tolkani. The principal of the institution Dr. Jugal Kishore Hota, Prof. Akshaya Kumar Panda, Dilip Kumar Nayak & Khagesh Kumar Jena, Retd. Prof. Dr. Rama chandra Naik,  senior journalist Jay Narayan Mahapatra, educationist Jogendranath Sahu & Gokul behari Prusty attended the programme

ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦର ବାର୍ଷିକୋତ୍ସବ I

Image
ଯାଜପୁର (କଳିଙ୍ଗନଗର): - ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ,  ଟୋଲକାନୀର ଅଷ୍ଟମ ବାର୍ଷିକୋତ୍ସବ  ୧୯ ତାରିଖରେ ସ୍ଥାନୀୟ ରାଧାକୃଷ୍ଣ ଭାଗବତ ଟୁଙ୍ଗି ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଠ ସମାଜସେବୀ ଦୀନବନ୍ଧୁ ପୃଷ୍ଟି ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବିୟତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l କବି ଡ. ଦୟାନିଧି ଦାଶ,କବିୟତ୍ରୀ କବିତା ରଥ ଓ ସନ୍ଧ୍ୟାରାଣୀ ପୃଷ୍ଟି କବିତାଗୁଡିକୁ ସଂଯୋଜନା କରିଥିଲେ l ଅପରାହ୍ନରେ ସମାଜ ସୁରକ୍ଷାରେ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି, ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ ମୁଖ୍ୟ ବକ୍ତା, ସାହିତ୍ୟିକ ଡ. ଶରତ ରାୟ ଓ ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ସଂସଦର ଉପ ସଭାପତି ଡ. ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅଧ୍ୟାପକ ଦିଲୀପ କୁମାର ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଶିକ୍ଷାବିତ ଗୋକୁଳ ବିହାରୀ ପୃଷ୍ଟି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ଅତିଥିମାନେ ଗୋକୁଳ ବିହାରୀ ପୃଷ୍ଟିଙ୍କ ରଚିତ ପୁସ୍ତକ ସଂକ୍ଷିପ୍ତ କାବ୍ୟ ରାମାୟଣକୂ ଉନ୍ମୋଚନ କରିଥିଲେ l ସଂସଦ ପକ୍ଷରୁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ

ସୁକିନ୍ଦା ସାହିତ୍ୟ ସମାଜର ସାରସ୍ୱତ ସମାରୋହ କବିତା ପାଠୋତ୍ସବ l

Image
ଯାଜପୁର (ସୁକିନ୍ଦା): -ପବିତ୍ର ମକର ସଂକ୍ରାନ୍ତି ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ୧୪ ତାରିଖରେ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନପରିସରରେ ମକର ମିଳନ କବିତା ପାଠୋତ୍ସବ ମୂଖପତ୍ର ଋତୁରଙ୍ଗର ଉନ୍ନ୍ମୋଚନ ଓ ପ୍ରତିଭା ସମ୍ମାନ ପ୍ରଦାନ ଆଦି ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓ କବୟିତ୍ରୀ ଲବଙ୍ଗଲତା ପରିଡ଼ା, ମିନର୍ଭl ମହାପାତ୍ର, କାଞ୍ଚନବାଳା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ ନୂତନ ଓ ପୁରାତନ କବି, କବୟିତ୍ରୀ ସ୍ୱରଚିତ କବିତା ପାଠକରିଥିଲେ l  ଅପରାହ୍ନରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ କବି ଓ ସାହିତ୍ୟିକ ପ୍ରଭାକର ଶତପଥି ମୁଖ୍ୟ ଅତିଥି, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବଚରଣ ମାଝି ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ଡ. ସୁଧାଂଶୁ ଶେଖର ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂଗଠନ ସମ୍ପାଦକ ଅଜୟ ଖୁଣ୍ଟିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥ