ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସ୍ମୃତିଚାରଣ ସଭା l

ଯାଜପୁର (ସୁକିନ୍ଦା):- ବିଶ୍ୱ ସାହିତ୍ୟର ଯଶସ୍ବୀ ଲେଖକ, ବିଶିଷ୍ଠ କଥାକାର, ଶ୍ରୀ ଅରବିନ୍ଦ ଦର୍ଶନର ବିଦ୍ୱାନ ଭାଷ୍ୟକାର ତଥା ଓଡ଼ିଆ ସାହିତ୍ୟର ମଉଡମଣି ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ ଏକ ସ୍ମୃତିଚାରଣ ସଭା କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ସାହିତ୍ୟ ସମାଜର ସଭାପତି ପ୍ରାଧ୍ୟାପକ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ରାଜକିଶୋର ଆଚାରୀ, ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପ ସଭାପତି ଡ. ଦୟାନିଧି ଦାଶ, ଲବଙ୍ଗଲତା ପରିଡା,ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ,ସହ ସମ୍ପାଦକ ପବିତ୍ର ମୋହନ ସାହୁ,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ସଦସ୍ୟ ରଞ୍ଜନ ନାୟକ, ଅଲେଖ ପ୍ରସାଦ ପାଗଡ଼, ସନାତନ ମହାନ୍ତ, ଅଶୋକ କୁମାର ବେହେରା ପ୍ରମୁଖ ମନୋଜ ଦାସଙ୍କ ବହୁମୁଖୀ ପ୍ରତିଭା ଓ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତକରି ତାଙ୍କ ବିୟୋଗ ଫଳରେ ଓଡ଼ିଆ ଓ ଇଂରାଜୀ ଭାଷା ସାହିତ୍ୟ ଆକାଶରୁ ଏକ ଉଜ୍ଜଳ ନକ୍ଷତ୍ର ଅସ୍ତମିତ ହୋଇଗଲା ବୋଲି ମତ ବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦଗ...