ଜୁଲାଇ ୩୦ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ ପରୀକ୍ଷା ଆରମ୍ଭ ହେବ l

ଭୁବନେଶ୍ଵର : ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟକୁ ନେଇ ଚାଲିଥିବା ବହୁ ବାଦ ବିବାଦଖୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କର ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ପରୀକ୍ଷା ଦେବେ। ଏଥିପାଇଁ ଜୁଲାଇ ୩୦ ରୁ ଅଗଷ୍ଟ ୫ ମଧ୍ୟରେ ପରିକ୍ଷା କରାଇବାକୁ ପ୍ରସ୍ତୁତି ଚାଲିଛି। ୭୦ ପ୍ରତିଶତ ମାର୍କରେ ପରୀକ୍ଷା କରାଯିବ। ପରୀକ୍ଷାର ୧୫ ଦିନ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତି କରିବେ। କୋଭିଡ୍ ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ। ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ। ରେଜଲ୍ଟ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଥାଉକି ଜୁଲାଇ ୩୦ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ ପରୀକ୍ଷା ଆରମ୍ଭ ହେବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଚଳିତ ଥର ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ଅଫ୍‌ଲାଇନ ପରୀକ୍ଷା ପାଇଁ ଫର୍ମ ଫିଲପ ତାରିଖ ମଧ୍ୟ ଘୋଷଣା କରାଯାଇଛି।। ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ଫର୍ମ ଫିଲପ୍ କରିପାରିବେ ଏବଂ ୩୦ ତାରିଖରୁ ପରୀକ୍ଷା ଦେଇପାରିବେ। ତେବେ କରୋନା କାଳକୁ ଦେଖି ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି ଛାଡ଼ କରିଛନ୍ତି ରାଜ୍ୟ ସରକାର। ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଫି ଛାଡ଼ କରାଯାଇଛି।

ସୂଚନା ଥାଉକି ଚଳିତ ଥର ମାଟ୍ରିକ ମୂଲ୍ୟାୟନରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ଘରୋଇ ପିଲାଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ଦେଖାଦେଇଥିଲା। ଏଥିସହିତ ସେମାନଙ୍କର ପରୀକ୍ଷା ଫଳ ୩୦ ପ୍ରତିଶତ ବଢ଼ାଯାଉ ବୋଲି ଦାବି କରିଥିଲା ଘରୋଇ ସ୍କୁଲ୍‌ର ଛାତ୍ରାଛତ୍ରୀ।
Offline Examination for 10th graders will begin on July 30. 
Bhubaneswar: Mass Education Minister Sameer Das has reacted to the ongoing controversy over matriculation results this year. Students who are dissatisfied with their results will take the test. Preparations are underway for the test from July 30 to August 5. The test will be held on 90 percent marks. The test results will be released 15 days after the test. The board will decide how to conduct the exam. The test will be conducted according to the Covid guidelines. With a 30% reduction in syllabus, the test will be held within 40%. "Once the results are out, students can apply for enrollment in the plus two," he said.

 The state government yesterday announced that offline tests for Class X children would begin on July 30. Students who are dissatisfied with the current matriculation exam can take the exam. Form fill dates for offline testing have also been announced. Students who want to take the exam can fill out the form between July 5 and 17. And can take the exam from the 30th. However, the state government has waived the matriculation examination fees due to the Karona period. Fees are waived for all students.

 Despite the information, many children have expressed dissatisfaction with the current matriculation assessment. There was more dissatisfaction, especially among domestic children. In addition, students from private schools demanded a 30 percent increase in their test scores.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !