Posts

Showing posts from June, 2023

କଳିଙ୍ଗନଗର ଶିଳ୍ପାଞ୍ଚଳରେ ସୁଧୁରୁନି ଶ୍ରମିକଙ୍କ ସମସ୍ୟା, ଦୁଇଦୁଇଟା କାରଖାନା ରେ ଶ୍ରମିକ ଧାରଣା l

Image
କଳିଙ୍ଗନଗର :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅନେକ କଳକାରଖାନା କାର୍ଯ୍ୟକ୍ଷମ।ଶିଳ୍ପର ବିକାଶ ହେଲେ ସମାଜର ବିକାଶ ହେବା।ଲୋକମାନଙ୍କର ସାଧାରଣ ଜୀବନ ରେ ପରିବର୍ତନ ହେବ।ଏହି ଆଶା ନେଇ କଳିଙ୍ଗନଗର ରେ କଳକାରଖାନା ଗଢି ଉଠିଥିଲା।ମାତ୍ର ଏଠାରେ ବିକାଶ ଏବେ ବିନାଶ ସାଜିଛି।ପ୍ରତିଦିନ କଳିଙ୍ଗନଗରରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳୁଛି।ଅନେକ ସମୟରେ ବିଭିନ୍ନ କଳକାରଖାନା ସାମ୍ନାରେ ଶ୍ରମିକ ଆନ୍ଦୋଳନ ଦେଖିବାକୁ ମିଳୁଛି।ସେମିତି ଏକ ଶ୍ରମିକ ଅଶାନ୍ତି ମୈଥାନ ଇସ୍ପାତ ଓ ନୋଭାକ(ଇମାମି) ସିମେଣ୍ଟ କାରଖାନା ରେ ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଶ୍ରମିକ ମାନଙ୍କର ବିଭିନ୍ନ ଅସୁବିଧା ତଥା ଦାବି କୁ ନେଇ କଳିଙ୍ଗନଗର ଶିଳ୍ପାଞ୍ଚଳ ର ଯଖପୁରା ଥାନା ନିକଟସ୍ଥ ଦୁଇ ଦୁଇଟି କାରଖାନାରେ ଦେଖିବାକୁ ମିଳିଛି।ଇମାମି ସିମେଣ୍ଟ କାରଖାନା ରେ କଳିଙ୍ଗନଗର ମଜଦୂର ଇଉନିୟନ୍ ତରଫରୁ ଶ୍ରମିକ ଆନ୍ଦୋଳନ ଡ଼ାକରା ଦିଆଯାଇଛି।ଠିକା ଶ୍ରମିକ ମାନେ ସେମାନଙ୍କର ବିଭିନ୍ନ ଦାବି ନେଇ କାରଖାନାର ଫାଟକ ବନ୍ଦ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି।ସେହିପରି ନୋଭାକ(ଇମାମୀ) ସିମେଣ୍ଟ କାରଖାନା ର ଶ୍ରମିକ ମାନଙ୍କର ସ୍ଥାନୀୟ ଜମିହରାଙ୍କ ନିଯୁକ୍ତି, ବାର୍ଷିକ ମଜୁରୀ ବୃଦ୍ଧି ଓ ନୋଭାକ ସିମେଣ୍ଟ କାରଖାନା ରେ ଶ୍ରମିକ ସଂଗଠନ ପାଇଁ ଆନ୍ଦୋଳନ ଚାଲୁଥିବା ଦେଖିବାକୁ ମିଳିଥିଲା ବେଳେ ମୈଥା...

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ସେବା କାର୍ଯ୍ୟ ।

Image
ପୁରୀ (ବ୍ୟୁରୋ ରିପୋର୍ଟ) :- ସର୍ବ ଭାରତୀୟ ଆଜାଦ୍ ଠେଙ୍ଗା ବାହିନୀ ଓ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ମିଳିତ ସହଯୋଗ ଦ୍ୱାରା ପବିତ୍ର ରଥଯାତ୍ରା ରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ପ୍ରଭୂ ବଳଭଦ୍ର ଓ ମା ଦେବୀ ସୁଭଦ୍ରା ଙ୍କ ଦର୍ଶନ ଆଶ୍ରିବାଦ୍ ପ୍ରାପ୍ତ ନିମନ୍ତେ, ଲକ୍ଷ ଲକ୍ଷ ଭକ୍ତ ଙ୍କ ସହଯୋଗରେ ରଥଯାତ୍ରା ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସଭ୍ୟ ମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗରେ ଖାଦ୍ୟ-ପେୟ ଓ ଜଳୀୟ ପାନ ର ବ୍ୟବସ୍ଥା ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି। ସ୍ବେଛାସେବୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସହିତ ଏହି କାର୍ଯ୍ୟକ୍ରମ ରେ ରାସ୍ତା ଘାଟ ପରିଷ୍କାର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ବଣ୍ଟନ, ସୂଚନା ପ୍ରଦାନ ଆଦି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏଠାରେ ସୂଚନା ଥାଉକି ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ- ଏକ ଅଗ୍ରଣୀ ଆନ୍ତର୍ଜାତୀୟ ମାନକ ସଂଗଠନ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଛି, ଯାହା ମାନବିକ ଅଧିକାର କୁ ଉଲଘଂନ ବିରୋଧରେ ସ୍ୱର ଉତତୋଳନ ସହିତ ବିଭିନ୍ନ ପ୍ରକାର ସାମାଜିକ ଓ ଜଣ କଲ୍ୟାଣ କାର୍ଯ୍ୟରେ ଜଡ଼ିତ ରହି ସାମାଜ କଲ୍ୟାଣ କାର୍ଯ୍ୟକ୍ରମ କରିଥାଏ । କେବଳ ଓଡ଼ିଶା ରାଜ୍ୟ ର ନୁହେଁ, ବରଂ ଭାରତ ବର୍ଷ ଏବଂ ବିଦେଶର ହଜାର ହଜାର ସଦସ୍ୟ ଙ୍କୁ ନେଇ ଆ...

ଟାଟା ପାୱାର ମନମୁଖୀ କାର୍ଯ୍ୟ ପାଇଁ ନିରିହ ଗୋ ମାତା ର ଜୀବନ ଗଲା !

Image
କଳିଙ୍ଗନଗର : - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମପଞ୍ଚାୟତ ରେ ଥିବା ଷ୍ଟେସନ ସାହି ରେ ମୁକୁଳା ପଡିଥିବା ବିଦ୍ୟୁତ ଷ୍ଟାନ୍ସଫର୍ମର ରେ ଥିବା ଆର୍ଥଂରେ ପଏଣ୍ଟ ରେ ଲାଗି ଗୋଟିଏ ଗାଇ ମୁତ୍ଯୁ ବରଣ କରିଛି। ଯାହାକି ଉକ୍ତ ଗ୍ରାମର ଅଭିଶେକ ସାମଲଙ୍କ ର ବୋଲି ଜଣାପଡିଛି। ଉକ୍ତ ଷ୍ଟାନ୍ସଫର୍ମର ଗତ ଏକ ମାସ ହେବ ଏହି ପରି ଆର୍ଥଂରେ କରେଣ୍ଟ ଆସୁଛି ବୋଲି ଅଭିଯୋଗ କରୁଥିଲେ ମଧ୍ଯ ଟାଟା ପାୱାର ରେ କାର୍ଯ୍ୟ କରୁଥିବା କର୍ମଚାରୀ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଯାହା ଫଳରେ ଆଜି ନିରିହ ଗୋ ମାତାର ଜୀବନ ଯାଇଥିବା ଆଲୋଚନା ହେଉଛି। ସଂପୃକ୍ତ ଗୋ ମାତାର ମୁତ୍ଯୁ ବରଣ ପରେ ସ୍ଥାନୀୟ ଭିଏସ,ଏଲଆଇ ଆସି ଗାଇଟି ମୁତ୍ଯୁ ହୋଇଥିବା ସହ ତଦନ୍ତ କରିଥିବା ସହିତ ଗାଇଟି ର ପୋଷ୍ଟବଟମ କରିଥିବା ଦେଖିବାକୁ ମିଲିଛି। ମାତ୍ର ଦୁଃଖ ର ବିଷୟ ଟାଟା ପାୱାର ର କୌଣସି କର୍ମଚାରୀ ଆସିନଥିବାରୁ କିଛି ସମୟ ସେଠାରେ ଉପସ୍ଥିତ ଲୋକ ହୋହାଲ୍ଲା କରିଥିବା ଦେଖିବାକୁ ମିଲିଛି। ଖବରପାଇ ଯଖପୁରା ଥାନା ପୋଲିସ ରବିନ୍ଦ୍ର କୁମାର ପ୍ରଧାନ ଆସି ଘଟଣା ସ୍ଥଳକୁ ଆସିଥିବା ଦେଖିବାକୁ ମିଲିଛି।ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ଯ କେହି ଟାଟା ପାୱାର ର କର୍ମଚାରୀ ଏହା ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l ଟାଟା ପାୱାର ଗ୍ରାହକଙ୍କୁ ଭଲ ସେବା ପ୍ରଦାନ ...

ଗ୍ରହରାଜ ଶନି ଦେବ ମନ୍ଦିର ର ରତ୍ନମୁଦ ଉତ୍ସବ ସମାପନ l

Image
ଯାଜପୁର :- ଦାନଗଦି ବ୍ଲକ୍ ଅନ୍ତର୍ଗତ ମାନତୀରା  ପଞ୍ଚାୟତ ର ରାବଣା ଗ୍ରାମରେ ଗଢି ଉଠିଥିବା ଗ୍ରହରାଜ ଶନି ମନ୍ଦିର ର ରତ୍ନମୁଦ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ପ୍ରାୟ ଆଠ ବର୍ଷ ପୂର୍ବରୁ ଗଢା ଯାଉଥିବା ମନ୍ଦିର ର ରାତ୍ନମୁଦ କାର୍ଯ୍ୟ ବଡ଼ ଆଡ଼ମ୍ବରରେ ସମାପନ ହୋଇଛି। ଏହି ରତ୍ନ ମୁଦ ଉତ୍ସବରେ ପ୍ରଥମେ ସାହାଡ଼ା ଗଛ ପୂଜା, କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା, ପରେ ପରେ ସୂର୍ଯ୍ୟ ପୂଜା,ପରେ ଗୋ ପୂଜା ତାପରେ ବିଧି ଅନୁଯାୟୀ ମନ୍ଦିରର ପୂଜା କରାଯାଇଥିଲା।ପୂଜା ହେଉଥିବା ରତ୍ନମୁଦ ଉତ୍ସବରେ ଶତାଧିକ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତମାନେ ମନ୍ଦିର ରତ୍ନ କୁଣ୍ଡରେ ଧାନ,ଚାଉଳ,ଅଷ୍ଟଧାତୁ,ସୁନା,ରୂପା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦ୍ରବ୍ୟ ପ୍ରଦାନ କରିଥିଲେ। ଶନି ଦେବ ମନ୍ଦିର ରତ୍ନ ମୁଦ ଉତ୍ସବରେ ରାବଣା ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।ଶେଷରେ ଭକ୍ତମାନେ ଓ ଗ୍ରାମବାସୀ ପ୍ରସାଦ ଖାଇ ଘରକୁ ମହା ଆନନ୍ଦରେ ଫେରିଥିଲେ।

ଅଞ୍ଜିରା ଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଳିତ ହୋଇଯାଇଛି l

Image
RITA VISION NEWS By Umakanta Mohapatra ଯାଜପୁର - ସାରା ଦେଶ ବିଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଉଛି l ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଅଞ୍ଜିରା ଗଡ଼ ଗ୍ରାମରେ ପବିତ୍ର ରଥଯାତ୍ରା କୁ ଗ୍ରାମବାସୀଙ୍କ ଦ୍ବାରା ବହୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା l ଏହି ଅବସରରେ ମହାପ୍ରଭୁ ଙ୍କ ବିଧି ବ୍ଯବସ୍ଥା ଅନୁଯାୟୀ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ମୁଖ୍ୟ ପୂଜକ ପଣ୍ଡିତ ଗିରୀଶ ପଣ୍ଡା ଓ ମନ୍ଦିର କମିଟିର ମୁଖିଆ ମାନଙ୍କୁ ନେଇ ପ୍ରଥମେ ରଥ କୁ ପବିତ୍ର ମନ୍ତ୍ର ରେ ଶୁଦ୍ଧି କରିବା ଓ ପରେ ଦଧିବାମନ ଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା l ମହାପ୍ରଭୁ ଙ୍କ ରଥାରୁଢ଼ କରାଇ ଅଞ୍ଜିରା ଗ୍ରାମର ଆବାଳବୃଦ୍ଧବନିତା ସମସ୍ତେ ଏକସ୍ୱରରେ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟଣା ଆରମ୍ଭ ହୋଇଥିଲା l ଏହି ରଥଯାତ୍ରା ବହୁ ପୁରାତନ କାଳରୁ ଏଠିକାର ରାଜାଙ୍କର ଶାସନ କାଳରୁ ପାଳିତ ହୋଇଆସୁଅଛି l ଭଜନ କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ହୋଇଥିଲା ଅଞ୍ଚଳ l ସନ୍ଧ୍ୟା ୬ ଘଟିକା ସମୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା l ଗ୍ରାମର ମୁରବି ନଟବର ଚକ୍ର, ଶରତ ଚକ୍ର, ବସନ୍ତ ଚକ୍ର, ହେମନ୍ତ ଚକ୍ର, ନାରାୟଣ ଧୀର, ପ୍ରମୋଦ ଧୀର, ଅଲେଖ ଧୀର, ଈଶ୍ୱର ଚକ୍ର, ମଙ୍ଗୁଳି ବେହେରା, ଶରତ ବେହେରା, ଇନ୍ଦ୍ରମଣି ବେହେରା, ସନ୍ତୋଷ ଜେନା, ଚକ୍ରଧର ଭ...

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଡୁବୁରି ବାସିନ୍ଦାଙ୍କୁ ନୂତନ ‘କମ୍ୟୁନିଟି ୱେଲନେସ୍ ପାର୍କ’ ଉତ୍ସର୍ଗ l

Image
(ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତୀରଞ୍ଜନ ଘଡାଇଙ୍କ ଦ୍ବାରା ଉଦ୍‌ଘାଟିତ)  ଯାଜପୁର (କଳିଙ୍ଗନଗର) : - ସମ୍ପ୍ରଦାୟର ବିକାଶ ପ୍ରତି ନିଜର ପ୍ରତିବଦ୍ଧତ କୁ ଦୋହରାଇ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ଗୁରୁବାର ଦିନ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରି ବାସିନ୍ଦାଙ୍କୁ ଏକ ନୂତନ ‘କମ୍ୟୁନିଟି ୱେଲନେସ୍ ପାର୍କ’ ଉତ୍ସର୍ଗ କରିଛି । ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡାଇ, ସୁକିନ୍ଦା ବ୍ଲକର ଅଧକ୍ଷ ଦିବ୍ୟରଞ୍ଜନ ବରାଳ, ସୁକିନ୍ଦା ବ୍ଳକର ଉପଧକ୍ଷ୍ୟା ଭଗ୍ୟଲକ୍ଷ୍ମୀ ରାଉତ, ଜୋନ ୩୮ର ଜିଲ୍ଲା ପରିଷଦ ସାଧୁ ଚରଣ ଚିଉ, ଡୁବୁରି ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୂପମା ଦାସ, ଡୁବୁରିର ବିଶିଷ୍ଠ ସମାଜସେବୀ ବିଶ୍ୱଜିତ ଦାସ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ କଳିଙ୍ଗନଗରର ୟୁନିଟ୍ ହେଡ୍ ଆଲେନ୍ ଜୋସେଫ୍ ଏବଂ ସମ୍ପ୍ରଦାୟର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହର ଉଦ୍‌ଘାଟନ କରିଥିଲେ । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା ନିର୍ମିତ ଏହି ପାର୍କରେ ଅକ୍ୟୁପ୍ରେସର ଚାଲିବା ଟ୍ରାକ୍‌, ଖୋଲା ଜିମ୍, ଯୋଗ ପାଇଁ ଉତ୍ସର୍ଗୀକୃତ ସ୍ଥାନ ଏବଂ ପରିଦର୍ଶକମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଥିବା ବେଳେ ପାର୍କର ସୁରକ୍ଷା ପାଇଁ ସୀମ ପ୍ରାଚୀର ମଧ୍ୟ ନିର୍ମାଣ କରାଯାଇଛି । ଚାଲିବା ଟ୍ରାକ୍ ଯେ...

ଜଙ୍ଗଲରୁ ଅଜଣା ଯୁବତୀର ମୃତ୍ୟୁ ଦେହ ଉଦ୍ଧାର l

Image
 କଳିଙ୍ଗନଗର :- ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ରାମଠେଙ୍ଗା ରେଲୱେ ଧାରଣା ନିକଟରେ ଥିବା ଜଙ୍ଗଲରୁ ଅଜଣା ଯୁବତୀର ମୃତ୍ୟୁ ଦେହ ଉଦ୍ଧାର।ସୂଚନା ମୁତାବକ ଆଜି ସଖାଳ ସମୟରେ ସ୍ଥାନୀୟ ଲୋକେ ନିକଟସ୍ଥ ଜଙ୍ଗଲ କୁ ଶୌଚ ହେବା ପାଇଁ ଯାଇଥିବା ବେଳେ ରାମଠେଙ୍ଗା ରେଲୱେ ଧାରଣା ନିକଟରେ ଥିବା ଜଙ୍ଗଲରୁ ଅଜଣା ଯୁବତୀର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁଦେହ ପଡିଥିବାର ଦେଖିବାକୁ ପାଇଥିଲେ । କଳିଙ୍ଗନଗର ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଥିବା ବେଳେ କଳିଙ୍ଗନଗର ଅତିରିକ୍ତ ଏସ୍ପି ଏସ.ଟୋପ ପହଞ୍ଚି ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି । ଯୁବତୀର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।ଏପଟେ ଯୁବତୀକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଟାଟା ପାୱାର ଉପରେ ଅଭିଯୋଗ କରିଛନ୍ତି ବେଙ୍ଗ ପାଟିଆ ଗ୍ରାମବାସୀ ଓ ଚାଷୀ l

Image
RITA VISION NEWS By Umakanta Mohapatra ଯାଜପୁର :- ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଙ୍ଗପାଟିଆ ଗ୍ରାମରେ ବିଦ୍ୟୁତ ଯୋଗାଣ ରେ ଅନିୟମିତତା ଯୋଗୁ ଲୋକେ ଓ ଚାଷୀ ହନ୍ତସନ୍ତ l ଏହି ଗ୍ରାମର ପ୍ରାୟ ୩୦୦ ପରିବାର କେବଳ ଚାଷ ଉପରେ ନିର୍ଭର କରି ଚଳନ୍ତି l ବିଗତ ଦିନରେ ହୋଇଯାଇଥିବା କାଳ ବୈଶାଖୀରେ ଦିନଠାରୁ ଆଜି ପର୍ଯ୍ୟନ୍ତ ମାସେ ହୋଇଯିବ ବୋରିଂ ପଏଣ୍ଟ ର ଇଲେଟ୍ରିକ୍ କେବୁଲ୍ ପୋଡି ଯାଇଛି l ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ଯ କେହି ଟାଟା ପାୱାର ର କର୍ମଚାରୀ ଏହା ପ୍ରତି ଦ୍ରୁଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l ଚାଷୀ କରିଥିବା ବିଭିନ୍ନ ପନିପରିବା ଚାଷ ଭିଷଣ ଖରା ଯୋଗୁଁ ଉଜୁଡ଼ି ଗଲା l ବିଦ୍ୟୁତ୍ ବିଭାଗ ର ମନମୁଖୀ କାର୍ଯ୍ଯ ପାଇଁ ଆଜି ରୁଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଚାଷୀ ମାନଙ୍କ ପାଇଁ ସରକାର ବିଭିନ୍ନ ସୁବିଧା ଯୋଗାଇ ଦେଉଥିବା ବେଳେ ଏଠି ବିଦ୍ୟୁତ୍ ଯୋଗାଣ କରି ଟାଟା ପାୱାର ପାଇଁ ଚାଷୀ ମାନେ କାନ୍ଦୁଛନ୍ତି I ଟାଟା ପାୱାର ଗ୍ରାହକଙ୍କୁ ଭଲ ସେବା ପ୍ରଦାନ କରୁଥିବା ପ୍ରଚାରପ୍ରସାର କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା l ଏହି ବେଙ୍ଗପାଟିଆ ଗ୍ରାମରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି l ଅସୁରକ୍ଷିତ ବିଦ୍ୟୁତ୍ ସେବା କିପରି ଭାବରେ ଚାଲିଛି ଆଖିରେ ନ ଦେଖିଲେ ଜାଣିହେବ ନାହିଁ l ମୁକୁଳ...

ଅସାବଧାନତା ନେଇଗଲା ଜୀବନ, ୱାଗନର ତଳେ ଚାପିହୋଇ ଗଲା ୬ଟି ଜୀବନ I

Image
ଯାଜପୁର (ବ୍ୟାସନଗର) : - ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟଣା ଯାହା ପୁଣି ଦୁଃଖ ଦେଇଛି। ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟ ରେଳ ଧାରଣାରେ କଟି ୬ ଜଣଙ୍କର ଜୀବନ ଯାଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।ସୂଚନା ମୁତାବକ ଆଜି ଅପରାହ୍ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ।ସ୍ଵଳ୍ପ ସମୟ ପରେ ୱାଗନ ଆଗକୁ ବଢ଼ିଥିଲା। ଫଳରେ ୱାଗନ ଚକା ତଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ରେଳ ବିଭାଗ ଡିଆରଏମ କହିଛନ୍ତି ୱାଗନର ଗୁଡିକ ଅନେକ ଦିନ ହେବ ଷ୍ଟପ୍ ଲାଇନରେ ଛିଡା ହୋଇଥିଲା। ସେହି ନିକଟରେ ରେଳ ଶ୍ରମିକ ମାନେ ପ୍ୟାନେଲ ଲୋଡିଂ କାମ କରୁଥିଲେ। ଆଜି ବର୍ଷା ପବନ ହେବା ଫଳରେ ଶ୍ରମିକମାନେ ସେହି ୱାଗନର ତଳକୁ ଚାଲିଯାଇଥିଲେ। ଆଉ କ୍...

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି l

Image
ଯାଜପୁର (କଳିଙ୍ଗନଗର) :- ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପ୍ରତିବଦ୍ଧତାକୁ ଦୋହରାଇବା ସହ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା “ ବିଟ୍ ଦି ପ୍ଲାଷ୍ଟିକ୍‌’ ବିଷୟବସ୍ତୁ ଅନୁସାରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ସୋମବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ପରିବେଶ ଦିବସ ପାଳନ ଅଂଶ ସ୍ବରୂପ କାରଖାନା ପରିସରରେ ବିଭିନ୍ନ ସ୍ଥାନରେ ୨୫୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ବହୁସଂଖ୍ୟକ ବୃକ୍ଷରୋପଣ ବ୍ୟତୀତ ପରିବେଶ ଦୀର୍ଘସ୍ଥାୟିତ୍ଵ ଉପରେ ସଚେତନତା ସୃଷ୍ଟି କରିବା ଲାଗି ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ କର୍ମଚାରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, ସ୍ଲୋଗାନ ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥି ସହିତ ନିକଟସ୍ଥ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ୬୫୦ ଫଳ ଧାରଣକାରୀ ଚାରା ବଂଟନ କରାଯିବା ସହ କାରଖାନା ପରିସର ଓ ଆଖପାଖ ଅଂଚଳରେ ପ୍ଲାଷ୍ଟିକ୍ ସଫେଇର ଏକ ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅବସରରେ କଳିଙ୍ଗନଗର ଟ୍ରେନିଂ ସଂଟର ପ୍ଲଟ-୨ରେ ଟିଏସ୍‌ର ଉପସଭାପତି (ଅପରେସନ୍) ରାଜୀବ କୁମାର ଏକ “ ହର୍ବାଲ୍ ଓ ମସଲା ଉଦ୍ୟାନ’କୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟିଏସ୍କେର ମୁଖ୍ୟ (ମେକାନିକାଲ୍ ମେଟେନାନ୍ସ) ଶଙ୍କର ବିଶ୍ଵାସ, ମୁଖ୍ୟ (ଇଲେକ୍ଟ୍ରିକାଲ...

ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ ’ ଏବଂ ‘ଉଦୟବଟ’ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ l

Image
ଯାଜପୁର (ବ୍ୟାସନଗର) :- ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ’ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ହେଉ ବୋଲି ଆଜି ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଚୋରଦା ସ୍ଥିତ ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ‘ଉଦୟବଟ’ ଏବଂ ‘ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ ’ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି । ସର୍ବପ୍ରଥମେ କରମଣ୍ଡଳ ସୁପରଫାଷ୍ଠ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିବା ଯାଜପୁରର ୦୨ ଯାତ୍ରୀଙ୍କ ସହ ସମସ୍ତ ମୃତ ଯାତ୍ରୀଙ୍କ ପାଇଁ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ନାଗରିକ ମଞ୍ଚର ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଅନୁଷ୍ଟିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଟ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ କହିଲେ ଯେ ‘ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ’ । ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଠ ଆମ ଦେଶରେ ପରିବେଶ ସମସ୍ୟା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ପର୍ଯ୍ୟାପ୍ତ ବୃକ୍ଷରୋପଣ, ପରିବେଶ ସୁରକ୍ଷା ପାଇଁ ଆମ ଅଭ୍ୟାସରେ ପରିବର୍ତ୍ତନ ଆଣିବା ସର୍ବାଗ୍ରେ ଜରୁରୀ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଉତମ ପରିବେଶ, ସ୍ୱଚ୍ଛ ପାଣି, ସ୍ୱଚ୍ଛ ପବନ, ସତେଜ ପନିପର...

ବୀଣାପାଣି ସରକାରୀ ବିଦ୍ୟାପୀଠର ୫୭ତମ ପ୍ରତିଷ୍ଠା ଦିବସ ପାଳନ।

Image
ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ଗତ ଗୁରୁବାର ଦିନ ବୀଣାପାଣି ସରକାରୀ ବିଦ୍ୟାପୀଠ, ନୀଳମଣିଦେଇପୁର ର ୫୭ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅଞ୍ଚଳର ମୂରବୀ, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନର ସଦସ୍ୟ ସଦସ୍ୟା ବୃନ୍ଦ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତତପରେ ବିଦ୍ୟାଳୟରେ ସ୍ଥାପିତ ବାବା ଗଣପତି ଓ ମା ବୀଣାପାଣିଙ୍କ ମୂର୍ତ୍ତୀ ନିକଟରେ ଯଥାବିଧି ପୂଜାର୍ଚ୍ଚନା, ହୋମକାର୍ଯ୍ୟ ଓ ପୁଷ୍ପାଞ୍ଜଳୀ ପ୍ରଦାନ ସମାପନ ପରେ ସଭାକକ୍ଷରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା। ଏହି ସଭାକକ୍ଷରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠା ନିମନ୍ତେ ଜମୀଦାନ କରିଥିବା ସ୍ବର୍ଗତ ନଟବର ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଗଲା। ଉପସ୍ଥିତ ପ୍ରବକ୍ତାମାନେ ସ୍ବର୍ଗତ ନଟବର ମହାନ୍ତିଙ୍କ ଅବଦାନ ଓ ବିଦ୍ୟାଳୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍...

ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ କରମଣ୍ଡଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିମାନଙ୍କ ପାଇଁ ସମୂହ ଦୀପଦାନ l

Image
ଯାଜପୁର (ବ୍ୟାସନଗର) :- ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଆହତ ମାନଙ୍କର ଆସୁଆରୋଗ୍ୟ କାମନା କରି ଆଜି ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଥିବା ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କ ପ୍ରତିମୃତ ତଳେ ବ୍ୟାସନଗରର ଅଗ୍ରଣୀ ସାମାଜିକ ସଂଘଠନ ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଦୁଇ ମିନିଟ ମୃତକଙ୍କ ପାଇଁ ନିରବ ପ୍ରାଥନା କରାଯାଇଥିଲା ଏବଂ ଆହତ ବ୍ୟକ୍ତିଙ୍କ ଆସୁଆରୋଗ୍ୟ କାମନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସମ୍ପାଦକ ହେମନ୍ତ କୁମାର ଧୀର, କାର୍ଯ୍ୟକାରୀ ସଭାପତି ସମୀର ରାୟ, ଉପସଭାପତି କଳିଙ୍ଗ ପହି,କୋଷାଧକ୍ଷ ପରେଶ ଦାଶ, ସାମ୍ବାଦିକ ମଳୟ ମଲ୍ଲିକ, ପବିତ୍ର ମହାନ୍ତି,ସୁଜିତ ମଲ୍ଲିକ, କଳ୍ପତରୁ ଧୀର,ଆଶିଷ ମଲ୍ଲିକ, ହେମନ୍ତ ନାୟକ, ଅସିତ ଦାସ , ଦୀପକ ଦାସ, କାଳନ୍ଦୀ ମଲ୍ଲିକ,ରମାକାନ୍ତ ବେହେରା, ଘଗେଶ୍ୱର ମଲ୍ଲିକ, ଗୋବିନ୍ଦ ବାରିକ, ମାନସ ରାଉତ,ମନୀଷ ରଞ୍ଜନ ମଲ୍ଲିକ, ମଳୟ ମଲ୍ଲିକ ଉପସ୍ଥିତ ରହିଥିଲେ l