୭୮ତମେ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ଯାଜପୁର ତା ୩୦ /୭ ରିଖ : - ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଚଳିତ ବର୍ଷ ୭୮ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଏବଂ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ମ ଜେନାଙ୍କ ମିଳିତ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା ତାଙ୍କ ବକ୍ତବ୍ୟରେ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଏକ ସ୍ବତନ୍ମେ ପ୍ଲାଟଫର୍ମ ପ୍ରସ୍ତୁତ କରିବା ନିମନ୍ତେ ପ୍ରସ୍ତାବ ପ୍ରଦାନ କରିଥିଲେ।ବୈଠକର ନିଷ୍ପତି ଅନୁଯାୟୀ ଜିଲ୍ଲା ସଦର ମହକୁମା କୁସୁମା ପୁଷ୍କଣୀ ସମ୍ମୁଖ ପଡ଼ିଆରେ ଚଳିତ ବର୍ଷ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯିବ । ସ୍ବାଧୀନତା ଦିବସ କୁ ପ୍ରତ୍ୟେକ ସ୍ତରରେ ଯଥା ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଉଦ୍ୟୋଗ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଅନୁଷ୍ଠାନ ମାନଙ୍କରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଭ...