Posts

ପେନସନ୍ ଧାରୀ ଙ୍କୁ ଉଚିତ୍ ପ୍ରାପ୍ୟ ବାଣ୍ଟିଲେ ମନ୍ତ୍ରୀ, ଦେଖନ୍ତୁ ଏହି ରିପୋର୍ଟ ରେ...

Image
ପୁରୀ (ବ୍ୟୁରୋ) - ରାଜ୍ଯ ସରକାର ଙ୍କ ଦ୍ଵାରା ପ୍ରଚଳିତ ମଧୁବାବୁ ପେନସନ ଯୋଜନା ରେ ବହୁ ହିତାଧିକାରୀଙ୍କୁ ଏହି ପେନସନ୍ ଯୋଜନା ରେ ସାମିଲ୍ କରିବା ଦେଖିବାକୁ ମିଳିଛି l ବିଶେଷ କରି ବୃଦ୍ଧ, ବୃଦ୍ଧା ମାନଙ୍କୁ କିପରି ଭାବରେ ନିଜର ଅତିଆବଶ୍ୟକ ଜିନିଷ ନିଜେ ହିଁ ତୁଲାଇ ବେ ସେ ବିଷୟରେ ସରକାର ଯୋଜନା କରୁଛନ୍ତି l ଏହି ଅବସରରେ ପୁରୀ ଜିଲ୍ଲା ଗୋପ ବ୍ଳକର କିଛି ନୂଆ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ବିଦ୍ୟଳୟ ଓ ଗଣଶିକ୍ଷା ଓଡିଶା ଶ୍ରୀ ସମୀର ରଞ୍ଜନ ଦାସ ଆଯୋଜିତ ସଭାରେ ଉପସ୍ଥିତ ରହି ମଧୁବାବୁ ପେନସନ ଯୋଜନାରେ ସାମିଲ ନୂତନ ହିତାଧିକାରୀଙ୍କୁ ଉପଯୁକ୍ତ ପେନସନ୍ ରାଶି ପ୍ରଦାନ କରିଥିଲେ l RITA vision News 

ଡିସେମ୍ବର ୯ ରୁ ୧୩ ତାରିଖ ତୃତୀୟ ବାର୍ଷିକ କଳିଙ୍ଗନଗର ମହୋତ୍ସବ, ଦିବ୍ୟାଙ୍ଗ ମାନଙ୍କୁ ସମର୍ପିତ l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଦାନଗଦି ବ୍ଲକ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିବାହାଳୀ ଗ୍ରାମର ମା 'ମହାପାଟ ପଡ଼ିଆ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ମାସ ୯ ତାରିଖ ରୁ ୧୩ ତାରିଖ ଦୀର୍ଘ ୫ ଧରି ବଡ଼ ଧରଣର ଆୟୋଜନ ରେ ଚାଲିବ କଳିଙ୍ଗନଗର ମହୋତ୍ସବ l ଚଳିତ ବର୍ଷ ମହୋତ୍ସବ ଟି ଏକ ସ୍ଵତନ୍ତ୍ର ଓ ନିଆରା ଢଙ୍ଗରେ ପରିଚାଳନା ପାଇଁ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି l ବିଶେଷ କରି ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ମହୋତ୍ସବ ଟି ଉତ୍ସର୍ଗ କରାଯାଇଛି ଏଥି ସହିତ ପାଞ୍ଚ ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ସ୍ଥାନୀୟ ଶିଳ୍ପ କାରଖାନା ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ, ବାଲୁକା କଳା ପ୍ରଦର୍ଶନ, ଫୁଡ୍ ଷ୍ଟଲ୍, ମୀନା ବଜାର ସାଙ୍ଗକୁ ଏମ୍ ଏସ୍ ଏମ୍ ଇ ବିଭାଗର ଷ୍ଟାର୍ଟ ଅପ୍ ଷ୍ଟଲ୍, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଭା ଚୟନ, ହସ୍ତତନ୍ତ ଷ୍ଟଲ୍ ଏଥର ର ମୁଖ୍ୟ ଆକର୍ଷଣ ରହିବ l ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ନାମୀଦାମୀ କଳାକାର ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଏହି ମହୋତ୍ସବ କୁ ସ୍ଥାନୀୟ ବୁଦ୍ଧିଜୀବି ଓ ଯୁବଗୋଷ୍ଠୀ ମାନେ ସହୋଯାଗ ନିମନ୍ତେ କଳିଙ୍ଗନଗର ମହୋତ୍ସବ କମିଟି ପକ୍ଷରୁ ଅନୁରୋ

ଉପାନ୍ତ ଅଞ୍ଚଳରେ ଦୁଇ ଜଣ ଶିକ୍ଷକ ଙ୍କ କୃତିତ୍ୱ, ଦେଖନ୍ତୁ ଏହି ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଭଳି ଏକ ଅନୁନ୍ନତ ଜିଲ୍ଲା ଅନ୍ତର୍ଗତ ପଣସପୁଟ କ୍ଳଷ୍ଟର ର ମହାଦେଇପୁଟ ଉନ୍ନୀତ ବିଦ୍ୟାଳୟ ଅବସ୍ଥିତ l ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ  କୃତିତ୍ୱ ଅର୍ଜନ କରିଥିବା ଦେଖିବାକୁ ମିଳିଛି l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ର ବିସ୍ତାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଶିକ୍ଷକ ହରେକୃଷ୍ଣ ମହାରଣା ଓ ଯୋଗେଶ ଖରା l ଏହି ଶିକ୍ଷକ ଦୁଇଜଣ ବିଜ୍ଞାନ ପ୍ରଶିକ୍ଷଣ ଜନ୍ତ୍ରପାତି ଓ ବିଭିନ୍ନ ଉପକରଣ ମାନ ତିଆରି କରି ବିଦ୍ୟାଳୟରେ ତାହାକୁ ଛାତ୍ରଛାତ୍ରୀ ମାନଙ୍କର ପ୍ରଶିକ୍ଷଣ ନିମନ୍ତେ ଅତି ଯତ୍ନର ସହିତ ସାଇତି ରଖିଛନ୍ତି l ଏହି ପରି ପରଙ୍ଗମତା କୁ ସାରା ଅଞ୍ଚଳରେ ଜନସାଧାରଣ ଭୁରୁ ପ୍ରସଂଶା କରିଛନ୍ତି l ବିଦ୍ୟାଳୟର ଏହି ଦୁଇ ଶିକ୍ଷକ ଙ୍କୁ ସରକାରୀ ସ୍ତରରେ ସମ୍ମାନୀତ କରାଯାଇ ପାରିଲେ ସେମାନଙ୍କ ର ମନୋବଳ ସୁଦୃଢ଼ ହେବା ସହ ସେମାନେ ନିଜର ବିଜ୍ଞାନ କଳାକୁ ଆଗକୁ ବଢ଼ାଇ ନେବାର ସକ୍ଷମ ହୁଅନ୍ତେ l ଏହି ଦୁଇଜଣ ଶିକ୍ଷକ ଙ୍କ ବିଜ୍ଞାନ ପ୍ରତି ଆଗ୍ରହ ଯେ କେହିବି ଆଖିରେ ନ ଦେଖି ବିଶ୍ବାସ କରି ପାରିବ ନାହିଁ l ଏହି ଦୁଇଜଣ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ଏହି ପ୍ରୟାସ ଆରମ୍ଭ କରି ଆଜି କୋରାପୁଟ ଅଞ୍ଚଳରେ ଧନ୍ୟବାଦ ର ପାତ୍ର ହୋଇପାରିଛନ୍ତି l RITA vision News 

ଡିସେମ୍ବର ୫ ତାରିଖ ରୁ ମିସନଶକ୍ତି ମେଳା ଅନୁଷ୍ଠିତ ହେବ l

Image
ଭୁବନେଶ୍ବର (ବ୍ୟୁରୋ) - ଚଳିତ ବର୍ଷ ଡିସେମ୍ବର ମାସ ୫ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମିସନ ଶକ୍ତି ମେଳା l ଏହି ମେଳରେ ରାଜ୍ୟର ୩୦ ଟି ଜିଲ୍ଲାରୁ ପ୍ରାୟ ୫୦୦ ଏସ୍ ଏଚ୍ ଜି ଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ପଦର୍ଶନ ଓ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉଛି l ଓଡିଶା ସରକାରଙ୍କ ଆଇ ଆଣ୍ଡ୍ ପିଆର ବିଭାଗ ଦ୍ଵାରା ଆୟୋଜିତ ଏହି ମେଳା ୟୁନିଟ୍ ୩ ପ୍ରଦର୍ଶନୀ ପଡିଆ ଭୁବନେଶ୍ବର ରେ ଆୟୋଜନ କରାଯାଇଛି l ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ରେ ମିସନ ଶକ୍ତି ର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ମିସନ ଶକ୍ତି ର ବିକାଶ ପାଇଁ ଏହା ରାଜ୍ଯ ସରକାର ଙ୍କ ପ୍ରୟାସ l Rita vision News 

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ମହିଳା ମୃତ l

Image
ଯାଜପୁର /ବ୍ୟାସନଗର - ପାଣିକୋଇଲି ପଟୁ ଆସୁଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିଲା ଓ ଆମ୍ବୁଲାନ୍ସ ର ଡ୍ରାଇଭର୍ ଗୁରୁତର ଅବସ୍ଥାରେ ଥିବା ବେଳେ ୮ ମାସର ଶିଶୁ ଟି ସୁରକ୍ଷିତ ଥିବା ଜଣାଯାଇଛି l ଡିସେମ୍ବର ୪ ତାରିଖ ରାତି ୧୧ ଟା ର ଘଟଣା, ପାଣିକୋଇଲି ପଟୁ ଆସୁଥିବା ଆମ୍ବୁଲାନ୍ସ ଟି ଯାଜପୁର ରୋଡ଼ ଦଳା ଛକ ନିକଟରେ ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା ଫଳରେ ଏହି ଘଟଣାରେ  ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିଲା ବେଳେ ୮ ମାସର ଶିଶୁ ଟି ସୁରକ୍ଷିତ ରହିଛି l ଯାଜପୁର ରୋଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l Rita vision News 

ଅକ୍ଷମତା ଉପରେ ସଚେତନତା

Image
ଯାଜପୁର /କଳିଙ୍ଗନଗର - ଅକ୍ଷମତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗର ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନିଜ ମଧ୍ୟରେ ଏକ ଅନ୍ତର୍ଭୁକ୍ତକାରୀ ସ୍ରୁଷ୍ଟି କରିବା ପାଇଁ ସଚେତନତା ବିଶେଷ କରି ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା l ନୂଆମୁଣ୍ଡି ସ୍ଥିତ ସବଳ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅତୁଲ ଶାହାୟ ଓ ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ଶୁଭେନ୍ଦ୍ର ସିଂ ଏହି କର୍ମଶାଳା ପରିଚାଳନା କରିଥିଲେ l  ସବଳ ହେଉଛି ଟାଟା ଷ୍ଟିଲ ଦକ୍ଷତା ବିକାଶ ସମିତି (ଟି ଏସ୍ ଏସ୍ ଡି ଏସ୍) ଓ ସ୍ଵତନ୍ତ୍ରକ୍ଷମ (ପି ଡ ବ୍ଲୁ ଡି) ଦ୍ଵାରା ଉଦ୍ଧିଷ୍ଟ ଏକ ସମର୍ଥ ଭାରତ ର ଏକ ମିଳିତ ପଦକ୍ଷେପ l ସୁକିନ୍ଦା ରୁ ୭୦ ଜଣ ଅଙ୍ଗନୱାଡ଼ି କର୍ମୀ ଏହି ଅବସରରେ ଯୋଗ ଦେଇଥିଲେ l ସେମାନଙ୍କୁ ଏହି କର୍ମଶାଳା ରେ ଅକ୍ଷମତା ଓ ଏହାକୁ ନେଇ ସରକରୀ ଅଧିକାରୀ ଙ୍କ ବ୍ୟବହାର ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l ଏହା ପରେ ସେମାନଙ୍କୁ ଅକ୍ଷମତା ପ୍ରମାଣପତ୍ର ଓ ପି ଡ ବ୍ଲୁ ଡି ମାନଙ୍କୁ କିପରି ଭାବରେ ଯୋଗଦେଇ ହେବ ସେ ବିଷୟରେ ସୂଚନା ଦେଇଥିଲେ l ଏହି ଅବସରରେ ଶ୍ରୀ ଅତୁଲ କହିଛନ୍ତି ଯେ ପି ଡ ବ୍ଲୁ ଡି ଚିହ୍ନଟ କରି ସେମାନଙ୍କୁ ପ୍ରକୃତ କ୍ଷମତା ବ୍ୟବହାର କରି ମୁଖ୍ୟସ୍ରୋତକୁ ଆଣିବାରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଉଛି l ଏହି ଅବସରରେ ଯୋଗ ଦେଇଥିବା ସମସ୍ତ ଅଙ

ଜୟଦେବ ଗୌରବ ସମ୍ମାନ ପାଇଲେ ଯାଜପୁର ର ଯୁବ ପ୍ରତିଭା l

Image
ବ୍ୟୁରୋ - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଦାନଗଦି ବାସୀନ୍ଦା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପ୍ରଧାନ ଙ୍କ ପୁଅ ଶ୍ରୀଯୁକ୍ତ ସୁଶୀଲ କୁମାର ପ୍ରଧାନ ଙ୍କୁ ଜୟଦେବ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ବାଲିଅନ୍ତା ମହୋତ୍ସବ ର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ଓ ସମ୍ମାନିତ ଅତିଥି ଭାବରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ବିଧାୟକ ଅରବିନ୍ଦ ଢାଲି ବାଲିଅନ୍ତା ମହୋତ୍ସବ ୨୦୧୯ ରେ ବିଶିଷ୍ଟ ଶିକ୍ଷାବିତ ଓ ସାମ୍ବାଦିକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଏହି ବ୍ୟକ୍ତିତ୍ୱ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ l ଶ୍ରୀଯୁକ୍ତ ସୁଶୀଲ କୁମାର ପ୍ରଧାନ ବର୍ତମାନ ଭୁବନେଶ୍ବର ସ୍ଥିତ ସୁଧାନନ୍ଦ ଆବସିକ କଲେଜ୍ ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି l ସେ ଜଣେ ଭଲ ଶିକ୍ଷାବିତ୍ ଓ ସାମ୍ବାଦିକ ମଧ୍ୟ l ଯାଜପୁର ଜିଲ୍ଲା ବିଶେଷ କରି ଦାନଗଦି ବ୍ଲକ ପାଇଁ ସେ ଗୌରବ କହିଲେ ଅତ୍ୟୁକ୍ତି ହେବନାହିଁ l Rita vision News ପକ୍ଷରୁ ତାଙ୍କୁ ଶୁଭେଚ୍ଛା l