Posts

ଟାଟାଷ୍ଟିଲ ମେଡିକା ହସ୍ପିଟାଲ ରେ ଲୋକାର୍ପିତ ହେଲା କରୋନା ଚିକିତ୍ସା କେନ୍ଦ୍ର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଥିବା ଟାଟା ଷ୍ଟିଲ ମେଡିକା ହସ୍ପିଟାଲ ରେ ୧୫୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲର ଲୋକାର୍ପିତ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ l ଏହି ହସ୍ପିଟାଲ ଟାଟାଷ୍ଟିଲ ଓ ମେଡିକା କତୃପକ୍ଷ ଙ୍କ ସହଯୋଗରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ଜନସାଧାରଣ ଙ୍କ ସୁରକ୍ଷା କୁ ଦୃଷ୍ଟି ରଖି ଏହିପରି ବ୍ୟବସ୍ଥା କରାଯାଇଛି l ଏହି ହସ୍ପିଟାଲ ରେ ୨୫ ଟି ଆୟୁସିୟୁ ୧୦ ଟି ଭେଣ୍ଟିଲେଟର ସୁବିଧା ଉପଲବ୍ଧ l କରୋନା ରୋଗୀଙ୍କ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୬ ଜଣ ଡାକ୍ତର ଓ ୧୧୫ ଜଣ ପାରାମେଡ଼ିକାଲ ନିୟୋଜିତ ଥିବା ବେଳେ ମେଡିକା ହସ୍ପିଟାଲ ପକ୍ଷରୁ ୮ ଜଣ ଡାକ୍ତର ଓ ୨୦ ଜଣ ପାରାମେଡ଼ିକାଲ ଷ୍ଟାଫ୍ ଙ୍କୁ ନିୟୋଜିତ କରାଯାଇଛି l ଏହି ମେଡିକାଲ ରେ କରୋନା ପଜେଟିଭ୍ ରୋଗୀଙ୍କ ଚିକିତ୍ସା ସହିତ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି l ଯାଜପୁର ଜିଲ୍ଲା ବ୍ୟତୀତ ପଡୋଶୀ ଜିଲ୍ଲାର ରୋଗୀ ଙ୍କୁ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ l ମାଗଣା ଚିକିତ୍ସା ସେବା ସାଙ୍ଗକୁ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ l କୋଭିଡ଼ - ୧୯ ରୋଗୀଙ୍କ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ସାହସର ସହିତ ଯୋଗଦେଇ ଥିବା ସମସ୍ତ ଡାକ୍ତର ଓ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ୍ ଦେଇଛନ୍ତି l Umakanta Mohapatra (Rita vision News)

ଯାଜପୁର ଜିଲ୍ଲାପାଳ ଙ୍କ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - ଆଜି ତା ୬-୪-୨୦୨୦ ରିଖ ରାତି ୮ଟାରୁ ଲାଗୁ ହୋଇଥିବା ସଟ ଡାଉନ୍ ଶେଷ ହେବାକୁ ଯାଉଛି l ତେଣୁ ଆସନ୍ତା କାଲି ତା ୭-୪-୨୦୨୦ ରିଖ ଠାରୁ ସକାଳ ୬ ରୁ ୧୦ ଟା ପର୍ଯ୍ଯନ୍ତ ଅତି ଆବଶ୍ୟକ ଦ୍ରବ୍ୟ ପାଇଁ ଦୋକାନ ବଜାର ଖୋଲା ରହିବ, କିନ୍ତୁ ସାମୟିକ ଭାବେ ସମାଜିକ ଦୂରତା ବଜାଇ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ l ଏହି ଅବସରରେ ସମାଜିକ ଦୂରତା ବଜାଇ ରଖିବାକୁ ସମ୍ପୃକ୍ତ ବ୍ୟବସାୟୀ ନିଜ ଦାୟିତ୍ଵ ନିଜେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି l ଏହି ଆଦେଶ କୁ ଅମାନ୍ୟ କଲେ ସମ୍ପୃକ୍ତ ବ୍ୟବସାୟୀ ଙ୍କ ଦୋକାନ ସମ୍ପୂର୍ଣ୍ଣ ସିଲ୍ କରିବା ସହିତ ଦୋକାନର ସମସ୍ତ ସମାଗ୍ରୀ ଜବଦ କରାଯିବ l

୪୮ ଘଣ୍ଟା ପାଇଁ ରାଜ୍ୟରେ ତିନି ପ୍ରମୁଖ ସହର ସଟ ଡାଉନ୍

Image
ଭୁବନେଶ୍ୱର (ବ୍ୟୁରୋ) ୪୮ ଘଣ୍ଟା ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂପର୍କରେ ସୂଚନା ଦେବା ପରେ ଡିଜିପି ଅଭୟ ଏହା ଏକ ପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଏବଂ ଏହା ଭିତରେ ହେବାକୁ ଥିବା କଟକଣା ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମୟରେ ଗ୍ରୋସରୀ, ଫଳ ଓ ପନିପରିବା ଦୋକାନ ବନ୍ଦ ରହିବ। ତା’ସହିତ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ମଧ୍ୟ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲିବ। କିନ୍ତୁ ସେଗୁଡ଼ିକର ସଂଖ୍ୟା କମାଇ ଦିଆଯିବ। କେଉଁ ଔଷଧ ଦୋକାନ ଖୋଲିବ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ। ସେହିଭଳି ଅତି ଜରୁରୀ ନଥିଲେ ହସ୍ପିଟାଲ ନଯିବାକୁ କହିଛନ୍ତି ଡିଜିପି। ସେ କହିଛନ୍ତି, ଜରୁରୀ ପରିସ୍ଥିତିରେ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯିବ।ତେବେ ଜାତୀୟ ରାଜପଥରେ ମାଲ ପରିବହନ ସେବା ଚାଲୁ ରହିବ।

ଜଙ୍ଗଲ ଭିତରେ ଶବ କୁ ଠାବ କଲା ପୋଲିସ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଜଙ୍ଗଲ ଭିତରୁ ଗଳିତ ଶବ ଉଦ୍ଧାର ଯାଜପୁର (ଟମକା) : ଟମକା ପୁଲିସ୍ ଗୁରୁବାର ଟମକା ମହାଗିରୀ ପାହାଡ଼ ପାଖରୁ ଏକ ଯୁବକ ର ଗଳିତ ମୃତ ଦେହ ଉଦ୍ଧାର କରିଛି । ଶବକୁ ବ୍ୟବଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ବେଳେ ସନ୍ଧ୍ୟାରେ ଯୁବକର ପରିଚୟ ମିଳିଛି । ମୃତ ଯୁବକ ଜଣଙ୍କ ଦେଉଳ କଣ ପଞ୍ଚାୟତ ଖଣ୍ଡୁରାଇ ପାଟଣା ଗ୍ରାମର ସ୍ଵର୍ଗତ ରଇବୁ ମହାନ୍ତଙ୍କ ପୁଅ ସନାତନ ବୋଲି ଜଣା ପଡିଛି । ମିଳିଥିବା ଖବର ମୁତାବକ ଜଙ୍ଗଲ ଭିତରେ ଏକ ମୃତଦେହ ପଡିଥିବା କୌଣସି ସୂତ୍ରରୁ ଖବର ପାଇ ଟମକା ପୁଲିସ ଘଟଣାସ୍ଥଳରେ ପଂହଚି ଘଟଣାର ଅନୁସନ୍ଧାନ କରିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଯୁବକର ପରିଚୟ ମିଳିନଥିବା ବେଳେ ପୁଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା । ପରେ ଖବର ପାଇଁ ସନାତନଙ୍କ ପରିବାର ଲୋକ ପୋଲିସ ଉଦ୍ଧାର କରିଥିବା ଶବ ର ଫଟୋ ଦେଖି ସନ୍ଧ୍ୟାରେ ସେ ସନାତନ ବୋଲି ଚିହ୍ନଟ କରିଥିଲେ l ସେତା୨୯-୩-୨୦୨୦ ରବିବାର ରୁ ଘରୁ ନିଖୋଜରହିଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି l

ସମାଜିକ ଦୂରତା ବଜାଇ ରଖିବାକୁ ପୋଲିସ୍ ର ପ୍ରୟାସ ଜାରି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - କରୋନା ର ପ୍ରକୋପ ରେ ସାରା ବିଶ୍ୱ ପ୍ରକମ୍ପିତ l ସେଥିପାଇଁ ସାରାଦେଶରେ ହାଇ ଆଲର୍ଟ ପାଇଁ ସାଙ୍ଗକୁ କର୍ଫ୍ୟୁ, ଲକ୍ ଡାଉନ୍ ନେଇ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଜନସାଧାରଣ ଙ୍କ ସୁରକ୍ଷା କୁ ଦୃଷ୍ଟି ରଖିବା ସହିତ ଲୋକମାନଙ୍କ ଅତି ଆବଶ୍ୟକ ଦ୍ରବ୍ୟ କିପରି ସୁରକ୍ଷିତ ରେ ନେଇ ପାରିବେ ସେଥିଲାଗି କାଳିଆପାଣି ପୋଲିସ ପକ୍ଷରୁ "ସାମାଜିକ ଦୂରତା " ବଜାୟରଖିବା ପାଇଁ ପ୍ରୟାସ ଜାରି ରହିଛି l Umakanta Mohapatra (Rita vision News)

ପୁଣି ଥରେ ଦୂରଦର୍ଶନ ରେ ରାମାୟଣ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
ଖୁସି ଖବର । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୂରଦର୍ଶନ " ରାମାୟଣ " ଧାରାବାହିକ ପୁଣିଥରେ ପ୍ରସାରଣ କରିବାକୁ ଯାଉଛି । ଆସନ୍ତା କାଲି ୨୮ ମାର୍ଚ୍ଚ ସମୟ ସକାଳ ୯ଘଣ୍ଟା ଠାରୁ ୧୦ଘଣ୍ଟା ପର୍ଯ୍ୟନ୍ତ ଓ ରାତ୍ରି ୯ଘଣ୍ଟା ଠାରୁ ୧୦ଘଣ୍ଟା ପର୍ଯ୍ୟନ୍ତ । ଦେଖିବାକୁ ଭୁଲିବେନାହିଁ । ବର୍ତ୍ତମାନ ଲକ ଡାଉନ ସମୟରେ ଘରେ ରହି ସମସ୍ତେ ଏହି ଧାରାବାହିକ ଦେଖି ମଜା ଉଠାନ୍ତୁ ।

ସମାଜିକ ବାର୍ତ୍ତା ଦେଲେ ଯୁବ ସମାଜ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
*ଯୁବ ବିଂଝାଲ ସମାଜ ସଂଘ, ନୂଆପଡ଼ା* ବ୍ୟୁରୋ ରିପୋର୍ଟ (ନୂଆପଡ଼ା) - ଗତ ୨୩ ତାରିଖ ରବିବାର ଦିନ ସକାଳ ୧୦:୦୦ ଘ. ସମୟ ରେ ଗ୍ରାମ ଗୁଣ୍ଡରୁଝର ଠାରେ ଏକ ସାର୍ବଜନିକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ନୂଆପଡ଼ା ଜିଲ୍ଲା ସମସ୍ତ ବ୍ଲକର ଯୁବ ବିଂଝାଲ ଯୁବକ,ଯୁବତୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ଏହି ବୈଠକରେ ଶ୍ରୀ ଯୁକ୍ତ ତୁଳସୀ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜିକ ସୁରକ୍ଷା,ଭେଦଭାବ,ପରମ୍ପରା ରିତି,ଝିଅ ମାନଙ୍କୁ ଅଗ୍ରାଧିକାର, ସାମାଜିକ ସଚେତନତା ଓ ବିଂଝାଲ ସମାଜର ଯୁବକ ଯୁବତୀ ମାନଙ୍କର ସ୍ବାକ୍ଷରତା ହାର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ସଂପାଦକ ବାବୁଲାଲ ବରିହା, କୋଷାଧ୍ୟକ୍ଷ ମୋତିରାମ ବରିହା, ବିବେକ ରଞ୍ଜନ ବରିହା, ବିଜୟ ବରିହା,ସନତରାମ ବରିହା, ନନ୍ଦଲାଲ ବରିହା,ଲଭ ବରିହା,ସକୁର ବରିହା,ସତ୍ଯବତି ବରିହା,ସୁମିତ୍ରା ବରିହା ଉପସ୍ଥିତ ଥିଲେ ।