Posts

ରାମକୀ ପ୍ଲାଣ୍ଟ ସମ୍ମୁଖରେ ଭାଜପାର ବିକ୍ଷୋଭ l

Image
  ଧାରଣ ରେ ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ ଙ୍କ ସହିତ କର୍ମୀ  ଯାଜପୁର(ସୁକିନ୍ଦା) :ସୁକିନ୍ଦା ଭାଜପା ପକ୍ଷରୁ ୭ଦଫା ଦାବିନେଇ ପୂର୍ବ ନିର୍ଦ୍ଧlରିତ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ସୁକିନ୍ଦା ତହସିଲ ଅନ୍ତର୍ଗତ କଞ୍ଚିଚୁଆଠାରେ ଅବସ୍ଥିତ ରାମକୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଭାଜପା ନେତା ପୁଷ୍ପକ ମହାପାତ୍ର, ସରୋଜ ବାରିକ, ସନ୍ତୋଷ ମୁଦୁଲି, ରବୀନ୍ଦ୍ର ପୁହାଣ, ଜିତେନ୍ଦ୍ର ମହାନ୍ତ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ l ଅପରାହ୍ନରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, କଳିଙ୍ଗନଗର ଅତିରିକ୍ତ ଏସପି ଜୟରାମ ଶତପଥୀ ଓ ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରାଙ୍କ ଉପସ୍ଥିତିରେ ଭାଜପା ନେତା ପ୍ରଦୀପ ବଳସlମନ୍ତଙ୍କ ନେତୃତ୍ୱରେ ପୁଷ୍ପକ ମହାପାତ୍ର, ବିଶ୍ୱଜିତ ରାଜ, ସରୋଜ ବାରିକ, ବସନ୍ତ ମୁଦୁଲି, ଶୁଭକାନ୍ତ ମହାନ୍ତି ପ୍ରମୁଖ ଏକ ପ୍ରତିନିଧିଦଳ ରାମକୀ ପ୍ରକଳ୍ପ ମୁଖ୍ୟ ପ୍ରଦୀପ୍ତ କୁମାର ଧଳ ଓ ମାନବସମ୍ବଳ ବିଭାଗର ବିଭୁତି ଭୂଷଣ ସେଠୀଙ୍କ ସହ ସ୍ଥାନୀୟ ନିଯୁକ୍ତି, ପରିପାର୍ଶ୍ଵିକ ଉନ୍ନତି ଓ ଜନମଙ୍ଗଳ କାର୍ଯ୍ୟ ସମ୍ପାଦନ, କାରଖାନାର ସମସ୍ତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଯୋଗାଣ, ସ୍ଥାନୀୟ ଯାନବାହାନ ଗୁଡିକୁ ପରିବହନ ସୁଯୋଗ ଦେବା, କାରଖାନା ସଂଲଗ୍ନ ସୁକିନ୍ଦା ଓ ଦୁଧୁଜୋରି ପଞ୍ଚାୟତର ଦୁଇଟି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣକରି ଗ୍ର

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବିୟୋଗ ରେ ଶୋକସଭା l

Image
ଯାଜପୁର (କଳିଙ୍ଗନଗର) - ଯଖପୁରା ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାରଙ୍ଗଧର ନାୟକ ଙ୍କ ବିୟୋଗରେ ଆଜି ବିଦ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ପୁରାତନ ଛାତ୍ର ସଂଘ ପକ୍ଷରୁ ଅନୁଷ୍ଠିତ ଏହି ଏହି ଶୋକ ସଭାରେ ସ୍ଵର୍ଗତ ନାୟକ ଙ୍କ ପୂର୍ବତନ ଛାତ୍ର ତଥା ସହକର୍ମୀ ଚନ୍ଦ୍ରକାନ୍ତ ଘଡାଇ ସଭାପତିତ୍ଵ କରିଥିଲେ l ଦିବଂଗତ ଆତ୍ମାର ସଦ୍ ଗତି ନିମନ୍ତେ ପ୍ରଥମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l  ସ୍ଵର୍ଗତ ନାୟକଙ୍କ ଛାତ୍ର ବତ୍ସଳ ନୀତି, ଆଦର୍ଶ, ଏବଂ ପ୍ରତିଭା ଗଢିବାର କଳା ଉପରେ ଅନେକ ଛାତ୍ର ଆଲୋକପାତ କରିଥିଲେ l ପୂର୍ବତନ ଛାତ୍ର ମାନଙ୍କ ମଧ୍ୟରେ ତ୍ରିଲୋଚନ ଧଳ, କୁଳମଣି ଧଳ, ଅକ୍ଷୟ କୁମାର ଧଳ, ଅଶୋକ କୁମାର ନାୟକ, ସୁଦାମ ଚରଣ ସାହୁ, ପ୍ରଶାନ୍ତ କୁମାର ନାୟକ, ଆଇନୀଜୀବୀ ରାମଚନ୍ଦ୍ର ପହି, ଅନ୍ତର୍ଯ୍ୟାମୀ ନାୟକ, ସୁକାନ୍ତ କୁମାର ସାମଲ, ଜୟପ୍ରକାଶ ସାହୁ, ଶ୍ରୀକାନ୍ତ ମହାନ୍ତି ଏବଂ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ନାୟକ ଙ୍କ ସ୍ମୃତି ଚାରଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l

ବେଆଇନ୍ ପଥର ଚାଲାଣ ଓ ପଥର ଭାଙ୍ଗିବା ଅଭିଯୋଗ ରେ ଜେନାପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଜେନାପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ୍ ଭାବେ ପାହାଡ଼ ରୁ ପଥର ଭାଙ୍ଗିବା ଓ ଚୋରାଚାଲାଣ କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୩ ଟି କପ୍ରେସର୍ ମେସିନ, ୬ ଟି ଟ୍ରାକଟର ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି l  ଜେନାପୁର ଥାନା ପୋଲିସ ଥାନା କେସ୍ ନଂ US 379/34 IPC 21 MMDR ରେ କେସ୍ ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି l

ସଂଗ୍ରାମୀ ସାଭରକରଙ୍କୁ ଭାରତ ରତ୍ନ ପ୍ରଦାନ ଦାବି, କେଶରିୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ପକ୍ଷରୁ ସ୍ମାରକପତ୍ର ପ୍ରଦାନ l

Image
 (ବ୍ୟୁରୋ ରିପୋର୍ଟ) - ସଂଗ୍ରାମୀ ସାଭରକରଙ୍କୁ ଭାରତ ରତ୍ନ ପ୍ରଦାନ ଦାବି, ବିଶିଷ୍ଟ ସ୍ୱାଧୀନତା ଯାଜପୁରସଂଗ୍ରାମୀ ବୀର ବିନାୟକ ଦାମୋଦର ସାଭରକରଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କେଶରୀୟl ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି l ବାହିନୀର ଜିଲ୍ଲା ଅଧ୍ୟକ୍ଷ ଅଭିମନ୍ୟୁ ଶତପଥୀ , ଜିଲ୍ଲା ମହିଳା ବାହିନୀ ଅଧ୍ୟକ୍ଷା ସାବିତ୍ରୀ ରାଉତ, ଜିଲ୍ଲା ମହାମନ୍ତ୍ରୀ ଉମାକାନ୍ତ ବିଶ୍ୱାଳ, ଜିଲ୍ଲା ସହ ସଂଯୋଜକ ବସନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଗତ 4ତାରିଖରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ l    ଜିଲ୍ଲା ସ୍ୱାସ୍ଥ୍ୟ ପ୍ରମୁଖ ସୁମନ୍ତ ନାୟକ କୋଷାଧ୍ୟକ୍ଷ ଅରୁଣ କୁମାର ମହାରଣା, ବଡ଼ଚଣା ଯୁବବାହିନୀ ଅଧ୍ୟକ୍ଷ ଅଜୟ ଦାସ ଧର୍ମଶାଳା ଯୁବବାହିନୀ ଅଧ୍ୟକ୍ଷ ବଳରାମ ଦାସ, ବଡ଼ଚଣା ବ୍ଲକ ମହିଳା ବାହିନୀ ଅଧ୍ୟକ୍ଷା ନମିତା ଜେନା ସୁକିନ୍ଦା ବ୍ଲକ କାର୍ଯ୍ୟକାରୀ ଅଧ୍ୟକ୍ଷ ବଳଭଦ୍ର ରାଉତ ମହାସଚିବ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ସମେତ ଯାଜପୁର ବରୀ କୋରାଇ ଦାନଗଦୀ ଦଶରଥପୁର ବ୍ଲକ ପ୍ରତିନିଧି ବସନ୍ତ କୁମାର ପାତ୍ର, ବିଶ୍ଵାମିତ୍ର ସୁବୁଦ୍ଧି ଶ୍ର

ସତାର ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ l

Image
ଯାଜପୁର (ସୁକିନ୍ଦା) - ଲାୟନ୍ସ କ୍ଲୁବ କଳିଙ୍ଗନଗର ସହାୟତାରେ ସୁକିନ୍ଦାବ୍ଲକ ଅନ୍ତର୍ଗତ କାରିଟୋଲl(ବାଲିଆ)ର ଜେ. ଏ. ଆଦିବାସୀ କ୍ଲବ ପକ୍ଷରୁ ଆୟୋଜିତ ୧୭ତମ ସତ୍ତାର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୩୧ ତାରିଖରେ ଉଦଯାପିତ ହୋଇଯାଇଛି l କୋଭିଡ ୧୯ଫୁଟବଲ ଟିମ ଢେଙ୍କାନାଳ ଓ ନାକଦେଇ ଫୁଟବଲ ଟିମ ସୁକିନ୍ଦା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ଭାବେ ଶେଷ ହେବା ଫଳରେ ଟାଇ ବ୍ରେକର ଜରିଆରେ କୋଭିଡ ୧୯ ଟିମ ୨-୧ ଗୋଲରେ ନାକଦେଇ ଟିମକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା l  ମ୍ୟାଚ ପରିଚାଳନା କରିଥିଲେ ଧନୁ ଟୁଡୁ l ଦୁଇଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ୪୦ଟି ଗ୍ରାମାଞ୍ଚଳ ଫୁଟବଲ ଟିମ ଅଂଶ ଗ୍ରହଣ କରିଥିଲେ l ଉଦଯାପନୀ ସଭାରେ ସମାଜସେବୀ ଇଂ ବିଶ୍ୱଜିତ ମହାନ୍ତି ମୁଖ୍ୟ ଅତିଥି,ଲାୟନ୍ସ କ୍ଲବ ସଭାପତି ଡ଼ ମଞ୍ଜୁର ଅଲ୍ଲୀ ପୂର୍ବତନ ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଶିକ୍ଷାବିତ ଧନୁ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସ  ଅପ୍  ସମେତ ଟିମ୍  ୩ୟ, ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିବା ଟିମକୁ ପୁରସ୍କାର ପ୍ରଦାନ କରିଥିଲେ l କ୍ଲବ ପକ୍ଷରୁ ଶିବ ମୁର୍ମୁ, କୁଶଲ ବେସରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ l

ଅସଲି ଏବଂ ନକଲି ସାମ୍ବାଦିକ ଙ୍କ ବିଶ୍ଲେଷଣ !!!

Image
ବ୍ୟୁରୋ ରିପୋର୍ଟ - ସମଗ୍ର ବିଶ୍ବ,ରାଷ୍ଟ୍ର,ରାଜ୍ୟ,ଜିଲ୍ଲା ମଧ୍ୟରେ ଥିବା ଭାର ସାମ୍ୟକୁ ସନ୍ତୁଳିତ ଏବଂ ସୁସ୍ଥ,ସବଳ,ଦୀର୍ଘସ୍ଥାୟୀ ରଖିବା ପାଇଁ ଗଣମାଧ୍ୟମ ହିଁ ପ୍ରମୁଖ ଭୂମିକା ଲିଭାଇଥାଏ। ଦେଶ ଦେଶ ମଧ୍ୟରେ ରାଜ୍ୟ ରାଜ୍ୟ ଏବଂ ଜିଲ୍ଲା ଜିଲ୍ଲା ମଧ୍ୟରେ ଥିବା ବାଦ ବିବାଦ,ଅନ୍ୟାୟ ଅନୀତିର ସରଳ ସମାଧାନ କେବଳ ଗଣମାଧ୍ୟମ ଓ ତାର ଅଭିଜ୍ଞ୍ୟ ପ୍ରତିନିଧି ମାନେ ଶୀର୍ଷକ ଭୁମିକା ଲିଭାଇଥିବାର ଅନେକ୍ ନଜିର୍ ମଧ୍ୟ ଅଛି।  ଆଜି ଏକବିଂଶ ଶତାବ୍ଦୀରେ କେତେକ ସାମାଜିକ ଗଣମାଧ୍ୟମ ବିନା କୌଣସି ସରକାରୀ ସୁବିଧା ପାଇ ମଧ୍ୟ ପୁରାତନ ତଥା ଆଗ ଧାଡ଼ିର କିଛି ଖବରକାଗଜ ଏବଂ ବୌଦୁତିକ ଗଣମାଧ୍ୟମ ମାନଙ୍କର ଏକଚାଟିଆ କରବାର କୁ ସମୁଳେ ବିନାଶ କରିବା ପାଇଁ ଆଗେଇ ଆସିବା ଦ୍ବାରା ସାରା ବିଶ୍ବରେ ଏହାର ସୁ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।         ଆମ ଭାରତ ବର୍ଷ ସ୍ୱାଧିନତା ପାଇବାର ପୂର୍ବରୁ ଏବଂ ପରେ ପରେ କିଛି ବର୍ଷ ପର୍ଯ୍ୟନ୍ତ ସାମ୍ବାଦିକତା,ଶିକ୍ଷକତା,ଡାକ୍ତରୀ ଏବଂ ଓକିଲାତି ପେଷା ଯେଉଁମାନେ କରୁଥିଲେ,ସେମାନେ ସେତେ ବେଳେ ଗୋଟିଏ ସେବା ତଥା ନିଶାରେ କାର୍ଯ୍ୟ କରୁଥିଲେ, ସେଥିପାଇଁ କୌଣସି ପାରିଶ୍ରମିକ ଆଶା କରୁନଥିଲେ କାରଣ ସେମାନଙ୍କର ଘର ଦ୍ବାର କିମ୍ବା ଖାଦ୍ୟ ପେୟ ର କୌଣସି ଅସୁବିଧା ନଥିଲା। ବର୍ତ୍ତମାନ ସେ ସବୁ ସେବା ଏବଂ ନିଶାର ଘୋର ପରିବର୍ତ୍ତନ ଘଟିଛି " ଆପେ  ବଞ୍ଚିଲେ

ବିପୁଳ ପରିମାଣର ଆସ୍କା - 40 ଜବଦ, ଜଣେ ଗିରଫ l

Image
.            ପୋଲିସ୍ ଦ୍ଵାରା ଗିରଫ ବ୍ୟକ୍ତି  ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ସଦର ପୋଲିସ ଏମଭି ଯାଞ୍ଚ ସମୟରେ ଏକ ଗାଡି ଚିହ୍ନଟ କରି ଆସ୍କା -40 ର ୨୫୦ କାର୍ଟୁନ, ପ୍ରାୟ ୧୨୫୦ ଲିଟର୍ ଜବଦ କରିଛି।              ଜବଦ ଗାଡି ସହ ଆସ୍କା - 40  ବେଆଇନ ଭାବେ ଏହି ମଦ ପରିବହନ କରାଯାଉଥିଲା | ଏହି ଆଧାରରେ , ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଭିଯୁକ୍ତ  କୁ ଗିରଫ କରାଯାଇଛି।