Posts

ସୁକିନ୍ଦା ପ୍ରେସ ଫୋରମ ର ବୈଠକ ଓ ବନ୍ଧୁ ମିଳନ l

Image
ଯାଜପୁର (ସୁକିନ୍ଦା):-ସୁକିନ୍ଦା ପ୍ରେସ ଫୋରମର ଏକ ବୈଠକ ୨୩ତାରିଖ ପୂର୍ବାହ୍ନରେ ଫୋରମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିଜ ଜୟ ନାରାୟଣ ମହାପାତ୍ର ଏଥିରେ ଯୋଗଦେଇ ସାମ୍ବାଦିକ ମାନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ଅବତାରଣା କରିବାସହ ସାମ୍ବାଦିକମାନେ ନିର୍ଭୀକଭାବେ ସତ୍ୟ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର ଏଥିରେ ଅଧ୍ୟକ୍ଷତା କରି ସାମ୍ବାଦିକ ମାନଙ୍କର ସମ୍ବାଦ ପରିବେଷଣର ଶୈଳୀ ଓ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଆରୋପକରି ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ କଲେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି କହିଥଲେ l  ସାମ୍ବାଦିଜ ଦୟାନିଧି ମହାନ୍ତ, ସୁଶାନ୍ତ ମଲ୍ଲିକ, କୃତ୍ତିବାସ ଭଞ୍ଜ ପ୍ରମୁଖ ଉଦବୋଧନ ଦେଇ ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ରକ୍ଷlପାଇଁ କୌଣସି ଚାପ କିମ୍ବା ପ୍ରଲୋଭନର ବଶବର୍ତ୍ତୀ ନହୋଇ ସତ୍ୟ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ l ଆବାହକ ଜିଜ୍ଞାଂଶୁ ସାହୁ ପ୍ରାରମ୍ଭିକ ସୂଚନା ଦେଇ ପ୍ରେସ ଫୋରମ ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ଚକ୍ରଧର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ l ଫୋରମର ସଦସ୍ୟ ଅଂଶୁମାନ ବେହୁରା, କୃତ୍ତିବାସ ଭଞ୍ଜ, ଉମାକାନ୍ତ ମହାପାତ୍ର,...

ଡୁବୁରୀ - ମିଲେଟାରୀ ଛକ ୬ ଥାକିଆ ରାସ୍ତା ନିର୍ମାଣ ର ଅବଧି ୪ମାସ ହେଲା ଶେଷ ହୋଇଛି, କିନ୍ତୁ ଆଜି ହେଉଛି ଦାନଗଦି ବଜାର ଉଚ୍ଛେଦ l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ସଂଲଗ୍ନ ହୋଇ ରହିଥିବା ରାସ୍ତା ଡୁବୁରୀ ଠାରୁ ମିଲିଟାରୀ ଛକ ରାସ୍ତା ନିର୍ମାଣ ହେବାକୁ ଦୀର୍ଘ ଦିନ ହେଲା ପଡିରହିଛି I ଏହାର କାରଣ ହେଉଛି ରାସ୍ତା କଡରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଏବଂ ତା ସହିତ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଦ୍ଵାରା କରାଯାଇଥିବା  ଜବର ଦଖଲ l  ଗତ ତାରିଖ ୭/୩/୨୦୧୯ ଠାରୁ ଆରମ୍ଭ ହୋଇ ତାରିଖ ୬/୮/୨୦୨୦ ରେ ଶେଷ ହେବାକୁ ଥିବା ଏହି ରାସ୍ତା ର ଅବଧି ଆଜକୁ ପ୍ରାୟ ଚାରି ମାସ ହେଲା ଶେଷ ହୋଇଛି କିନ୍ତୁ ରାସ୍ତା କାର୍ଯ୍ୟ ହୋଇପାରୁନାହିଁ I ୧୨ କିଲୋମିଟର ରାସ୍ତା କାମ କରିବାକୁ ଜିଲ୍ଲା ଖଣିଜ ପାଣ୍ଠି ରୁ ୪୧ କୋଟି ୮୮ ଲକ୍ଷ ୭୮ ହଜାର ୨୧୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି l  ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଆଜି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ଯାହାକି ଶିଙ୍ଗାଗଡ଼ିଆ ଠାରୁ ଆରମ୍ଭ କରି ଶୋଲେଇ ଓ ଦାନଗଦି ବଜାର ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି I ଦାନଗଦି ତହସିଲଦାର ଙ୍କ ଉପସ୍ଥିତିରେ ପୋଲିସ୍ ସହାୟତା ରେ ଏହି କାର୍ଯ୍ୟ ହେଉଛି l 

ଦାନଗଦି ବ୍ଲକ ର ୮ଟି ବିଦ୍ୟାଳୟ ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁକିନ୍ଦା ବିଧାୟକ l

Image
ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶିକ୍ଷା ପ୍ରଦାନ ଓ ବିଦ୍ୟଳୟ କୁ ବିକଶିତ କରିବା ପାଇଁ ପ୍ରୟାସ ଜାରି ରହିଛି l ଏହି ପରିପେକ୍ଷିରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ OMBADC ଆବଣ୍ଟିତ ପାଣ୍ଠିରୁ ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶୌଚାଳୟ, ପଢ଼ାଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି  ପାଇଁ ଶିଳାନ୍ୟାସ କରିଥିଲେ l  ଏହି ପରିପ୍ରେକ୍ଷୀରେ ଦାନଗଦି ବ୍ଲକ ର ରାଛିପୁର ଯୁଝୁପଦା ଆପର୍ ପ୍ରାଇମେରୀ ସ୍କୁଲ୍, ଖପୁରିଆପଦା ପ୍ରାଇମେରୀ ସ୍କୁଲ୍, କୁମ୍ଭୀରଗଡ଼ିଆ ନୋଡାଲ ପ୍ରାଇମେରୀ ସ୍କୁଲ୍, ମାର୍ଥାପୁର ନୋଡ଼ାଲ ପ୍ରାଇମେରୀ ସ୍କୁଲ୍, ମାଣତିରା- କେନ୍ଦୁଢିପ କେ. ଏନ୍. ବ୍ରହ୍ମଚାରୀ ପ୍ରାଇମେରୀ ସ୍କୁଲ୍, ଗୋଲା ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍କୁରାପାଳ ପ୍ରାଇମେରୀ ସ୍କୁଲ୍ ଏବଂ ପଙ୍କପାଳ ବିଣାପାଣୀ ବିଦ୍ୟାପୀଠ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଆଗାମୀ ଫେବୃୟାରୀ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ l

ଇମ୍ଫା ପକ୍ଷରୁ ନିର୍ମିତ ସାଧାରଣ ଶୌଚାଳୟ ଲୋକାର୍ପିତ l

Image
ଯାଜପୁର (କାଳିଆପାଣି ): - ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ଗୁରୁଜଙ୍ଗଠାରେ ପୁରୁଷ ଓ ମହିଳା ମାନଙ୍କ ବ୍ୟବହlର ନିମନ୍ତେ ନିର୍ମିତ ପୃଥକ ସାଧାରଣ ଶୌଚାଳୟ ସୋମବାର ଲୋକାର୍ପିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କlର୍ମୀକ ଓ ପ୍ରଶାସନ ବିଭାଗ ଉପ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ ନବନିର୍ମିତ ଶୌଚାଳୟକୁ ଗ୍ରାମବାସୀଙ୍କ ବ୍ୟବହାର ନିମନ୍ତେ ଲୋକାର୍ପିତ କରିଥିଲେ l  ସ୍ଥାନୀୟ ସରପଞ୍ଚ କଳ୍ପନା ଜେନା, ସମିତି ସଭ୍ୟା ସଂଗୀତା ପ୍ରଧାନ, ଇମ୍ଫାର ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ଜଗନ ମୋହନ ମଲ୍ଲିକ,ଯୁବ ସମାଜସେବୀ ଆଶିଷ ଜେନା , ୱାର୍ଡ ସଭ୍ୟ ଶଙ୍କର ହେମ୍ବ୍ରମ, ଶ୍ୟାମ ମହାନ୍ତ ଓ ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଲୋକସମ୍ପର୍କ ବିଭାଗ ବରିଷ୍ଠ ଅଧିକାରୀ ମିଲନ ରଞ୍ଜନ କର, ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି କାର୍ଯ୍ୟକ୍ରମଳୁ ପରିଚାଳନା କରିଥିଲେ l ଫାଉଣ୍ଡେସନର ଏଭଳି ସ୍ୱଚ୍ଛତା ଅଭିମୁଖୀ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଗ୍ରାମବାସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା l (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l

ସରକାରୀ ନିର୍ଦ୍ଦେଶକୁ ନେସକୋର ଫୁ : ସୁକିନ୍ଦାରେ ଦୈନିକ ତିନିଘଣ୍ଟା ବିଦ୍ୟୁତ କାଟ!

Image
ଯାଜପୁର (ସୁକିନ୍ଦା):- ବିତ୍ୟୁତ ବିତରଣକାରି ସଂସ୍ଥା ନେସକୋର ମନମାନୀ ଚରମ ସୀମାରେ ପହଞ୍ଚିଛି l ରାଜ୍ୟରେ ବିଦ୍ୟୁତ କାଟ ହେବନାହିଁ ଓ ଉପଭୋକ୍ତାମାନଙ୍କୁ ଅବାରିତ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ଘୋଷଣା ନେସକୋ କର୍ତ୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ l  ନେସକୋ କର୍ତ୍ତ୍ତୃପକ୍ଷ ଗତ ଅକ୍ଟୋବର ମାସଠାରୁ ମାସିକ ବିଦ୍ୟୁତ ଦେୟ ବୃଦ୍ଧି କରିଥିବାବେଳେ ସତକାରଙ୍କ ନିର୍ଦ୍ଦେଶକୁ ଫୁ କରି ଦୈନିକ ସକାଳେ ଖରାବେଳେ ଓ ସନ୍ଧ୍ୟାରେ ପର୍ଯ୍ୟାୟ କ୍ରମେ ଏକଘଣ୍ଟା କରି ତିନିଘଣ୍ଟା ବିଦ୍ୟୁତ କାଟ କରୁଛନ୍ତି l ଏ ସମ୍ପର୍କରେ ନେସକୋର ଡ଼ୁବୁରି ଉପଖଣ୍ଡ ଏସଡ଼ିଓ ଓ ସୁକିନ୍ଦା ସେକସନ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ନିକଟରେ ବହୁ ଗ୍ରହୀତା ଅଭିଯୋଗ କରୁଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତକରି ବିଦ୍ୟୁତ ଯୋଗାଣରେ ସୁଧାର ଆଣିବାକୁ ପଦକ୍ଷେପ ନେଉନଥିବା ବହୁ ବିଦ୍ୟୁତ ଗ୍ରହୀତା ଅଭିଯୋଗ କରିଛନ୍ତି l  ଏହାକୁନେଇ ଶହ ଶହ ବିଦ୍ୟୁତ ଗ୍ରହୀତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି l ବିଦ୍ୟୁତ ନିୟlମକ ଆୟୋଗ ଓ ରାଜ୍ୟ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ବିଦ୍ୟୁତ କାଟ ନକରିବା ପାଇଁ ନେସକୋଜୁ ନିର୍ଦ୍ଦେଶ ଦେବାପାଇଁ ବିଦ୍ୟୁତ ଗ୍ରାହକ ମାନେ ଦାବି କରିଛନ୍ତି l

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ମଣ୍ଡଳ ବିଜେପି ର ପ୍ରଶିକ୍ଷଣ ଶିବିର l

Image
ଯାଜପୁର - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥି ଡକ୍ଟର ପ୍ରଦୀପ ବଳସାମନ୍ତ (ଟୁଟୁ) ଭାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ ସମସ୍ତ ମଣ୍ଡଳ ପଦାଧିକାରୀ ଓ ଶକ୍ତିକେନ୍ଦ୍ର ପ୍ରମୁଖ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।                 ପ୍ରଶିକ୍ଷକ ଭାବେ ଯାଜପୁର ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ଶାରଦା ପ୍ରସାଦ ଶତପଥି ଏବଂ ତାଙ୍କ ସହ ଯୋଗଦେଇଥିଲେ ରାଜ୍ୟ ବିଜେପି ଆଇଟି ସେଲ ସଂଯୋଜକ ଶ୍ରୀଯୁକ୍ତ ରବୀନ୍ଦ୍ର ବେହେରା,ଦାନଗଦୀ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସଞ୍ଜୟ ମହାନ୍ତି, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରାୟ, ଦାନଗଦୀ ବ୍ଲକ ଉପାଦକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭଞ୍ଜ, ଶ୍ରୀଯୁକ୍ତ ପ୍ରତାପ ଧୀର, ଶ୍ରୀଯୁକ୍ତ ହଳଧର ନାୟକ, ଶ୍ରୀଯୁକ୍ତ ଜଳଧର ଖିଲାର, ଶ୍ରୀଯୁକ୍ତ ବୀରବର ସାହୁ, ଶ୍ରୀଯୁକ୍ତ ବାବୁଲି ନାଟିଆ,ଯୁବନେତା ଶ୍ରୀଯୁକ୍ତ ପପୁନା ମହାପାତ୍ର, ସୁକିନ୍ଦା ବିଜେପି ଆଇଟି ସେଲ ସଂଯୋଜକ ଶ୍ରୀ ଦିପ୍ତୀରଂଜନ ଦାସ, ଶ୍ରୀଯୁକ୍ତ ପ୍ରମୋଦ ସ୍ୱାଇଁ, ଶ୍ରୀଯୁକ୍ତ ଅଭିମନ୍ୟୁ ପ୍ରଧାନ, ଶ୍ରୀଯୁକ୍ତ ତପନ ବାରିକ ମହୋଦୟ ନିର୍ଦ୍ଧାରିତ ବିଷୟ ଉପରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

କବି ଦୁର୍ଯ୍ୟୋଧନ ନାୟକଙ୍କ ସ୍ମୃତିଚାରଣ ସଭା

Image
ଯାଜପୁର (ସୁକିନ୍ଦା): - ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି କବି ଦୁର୍ଯ୍ୟୋଧନ ନାୟକଙ୍କ ଏକାଦଶାହ ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ତାଙ୍କ ହରିପୁରସ୍ଥ ବାସଭବନରେ କୋଭିଡ ନିୟମ ପାଳନ କରାଯାଇ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା l ସୁକିନ୍ଦା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସଭାପତି ବାଉରୀବନ୍ଧୁ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କବି ପ୍ରଫୁଲ୍ଲ କୁମାର ଦାଶ କବୟିତ୍ରୀ ସଂଯୁକ୍ତା ମହାପାତ୍ର, ସାହିତ୍ୟିକ ଶରତ ରାୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଆଇନଜୀବି ସନାତନ ଗୁରୁ, ସାମ୍ବାଦିକ ପୁର୍ଣ ଚନ୍ଦ୍ର ସାହୁ ଅତିଥିଭାବେ ଯୋଗଦେଇ ସାରସ୍ୱତ ସାଧନlରେ ସ୍ୱର୍ଗତ ନାୟକଙ୍କ ଅବଦାନ ଓ ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l  ଅନ୍ୟମାନଙ୍କ ମଧ୍ୟରେ କବି ଗୋକୁଳ ବିହାରୀ ପୃଷ୍ଟି ରବୀନ୍ଦ୍ର ହୋତା ଅଜୟ କୁମାର ଖୁଣ୍ଟିଆ ଭୁବନ ମୋହନ ମହାନ୍ତି ଡ. ଦୟାନିଧି ଦାଶ ସୁଦାମ ଚରଣ ନାୟକ ଅଲେଖ ପ୍ରସାଦ ପାଗଡ଼ କବୟିତ୍ରୀ ଲବଙ୍ଗଲତା ପରିଡ଼ା ସାମ୍ବାଦିଜ ରାଙ୍ଗବଲ୍ଲଭ ସାହୁ ଓ ଦୟାନିଧି ନାୟକ ଶିକ୍ଷାବିତ କୁଳମଣି ଦତ୍ତ ଆର୍ତ୍ତବନ୍ଧୁ ପ୍ରଧାନ ଶଶଧର ମୁଦୁଲି ନାରାୟଣ ଶତପଥି ମନରଞ୍ଜନ ଦାସ ଅଧ୍ୟାପକ...