Posts

ଇମ୍ଫା ପକ୍ଷରୁ ବିଶ୍ଵ ପରିବେଷ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ସୁକିନ୍ଦା) :- ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗୀରି ଖଣି ରେ ଆଜି ବିଶ୍ଵ ପରିବେଷ ଦିବସ ପାଳିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ସରକାରଙ୍କ କୋଭିଡ୍ ନିୟମାନୁସାରେ ସୁକିନ୍ଦା ଖଣି ପରିସରରେ ଥିବା ଡମ୍ପ ଓ ଇଟିପି ପାର୍ଶ୍ୱରେ ୧୦୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି l ବିଭିନ୍ନ ପ୍ରକାର ଲିମ୍ବ, ଜାମୁ, ବଉଳ, ଅରିକା, କରଞ୍ଜ ଇତ୍ୟାଦି ଅନେକ ପ୍ରକାରର ଚାରା ରୋପଣ କରାଯାଇଥିଲା l ଇମ୍ଫା ଖଣିର ଉପ ସଭାପତି ସୁଧାଂଶୁ ପାଟନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ, ଚଳିତ ବର୍ଷ ର ବାର୍ତ୍ତା '' ପାଳନ କରୁଛି ଏ ବର୍ଷର ପରସ୍ପର ମଧ୍ୟରେ ସଂଶ୍ଲିଷ୍ଟ ଜୈବ ସାମାଜ ଓ ଏହାର ପରିବେଶ ର ପୁନରୁଦ୍ଧାର '' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ଖଣି ପରିଚାଳକ ମନୋଜ କୁମାର ସାମଲ ଓ ମହାଗୀରି ଖଣି ପରିଚାଳକ ଜଳନ୍ଧର ପାତ୍ର, ଯୋଗାଣ - ଶୃଙ୍ଖଳ ବିଭାଗ ମୁଖ୍ୟ ବଦିତ୍ ନନ୍ଦ, ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ମୁଖ୍ୟ ଅଜୟ କୁମାର ବେହୁରିଆ, ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଏହି କର୍ଯ୍ୟକ୍ରମ କୁ ପରିବେଶ ବିଭାଗ ର ମୂଖ୍ଯ ଏମ୍. ମାଣିକନ୍ଦନ ପରିଚାଳନା କରିଥିବା ବେଳେ ସହକାରୀ ପରିଚାଳକ ସମେନ୍ଦ୍ର ସ୍ୱାଇଁ

ଜିଲ୍ଲାରେ ଦିବ୍ୟାଙ୍ଗ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆଶା ଅଭିଳାଷ ସଂଗଠନ ପକ୍ଷରୁ ପ୍ରଶାସନ କୁ ଦାବିପତ୍ର I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଦିବ୍ୟାଙ୍ଗ ମାନଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଟିକା କରଣ କରିବା ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କଲା ଯାଜପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଶା ଅଭିଳାଷା l  କରୋନା ମହାମାରୀ ବିଶ୍ୱ ରେ ଆତଙ୍କ ଖେଳାଇ ଥିବା ବେଳେ ଏଥି ପାଇଁ ସରକାରଙ୍କ ପକ୍ଷରୁ ଟିକା କରଣ କରାଯାଉଛି, କିନ୍ତୁ ଏହାର ସୁଫଳ ଡିବ୍ୟାଙ୍ଗ ମାନେ ପାଇପରୁନଥିବା ପରିଲାଖିତ ହୋଇଛି l ତେଣୁ ଏହି ମର୍ମ ରେ ଆଶା ଅଭିଳାଷା ପକ୍ଷରୁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l  ଯାଜପୁର ଜିଲ୍ଲା ରେ ଥିବା ଦିବ୍ୟାଂଗ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପାଇଁ ଜିଲ୍ଲା ରେ ଥିବା ସମସ୍ତ ଟିକା କରଣ କେନ୍ଦ୍ର ରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ଟିକା କରଣ କରାଯାଉ ବୋଲି ଦାବି କରିଛି ସଂଗଠନ, ତେବେ ଏହାର ପ୍ରତିକ୍ରିୟା ରେ ପ୍ରତିଶ୍ରୁତି ଦେଇ ଶ୍ରୀ ମିଶ୍ର କହିଛନ୍ତି ଏହା ଜିଲ୍ଲାପାଳ ଙ୍କୁ ଅବଗତ କରି ବିହିତ ପଦକ୍ଷେପ ନେବେ ବୋଲି ମତ ପ୍ରକାଶ କରିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ l  ଅନୁଷ୍ଠାନ ର ସଭାପତି ଭଗବାନ ପଣ୍ଡା ଙ୍କ ସମେତ ସଂଘ ର ସମସ୍ତ କର୍ତ୍ତା ଏହା କାର୍ଯ୍ୟ କାରି ହେବା ନେଇ ଆଶା ପ୍ରକାଶ କରିଛନ୍ତି l A letter of demand from the Asha Abhilasha organization to the administration to make special a

କରୋନା ମହାମରୀ ରେ ମୃତ୍ୟୁବରଣ କରିଥିବା ବିଧବା ପରିବାର ଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - କରୋନା ସଂକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ନିର୍ଦ୍ଦେଶ । କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ପିଲାଙ୍କୁ ୧୫ ଦିନ ମଧ୍ୟରେ ଚିହ୍ନଟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁ ପେନସନ ଯୋଜନାରେ ସହାୟତା, ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ବ୍ଲାକ ଫଙ୍ଗସ୍ ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛି ମୁଖ୍ୟମନ୍ତ୍ରୀ । କୋଭିଡ ସ୍ଥିତିର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହରରେ ଶିଶୁଙ୍କୁ ଫୋକସ୍ କରିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତ୍ବପୂର୍ଣ୍ଣ କଥା ହେଲା ମେଡିକାଲରେ ଅକ୍ସିଜେନ ବ୍ୟବହାର ମଧ୍ୟ ହ୍ରାସ ପାଉଛି । Widows' families killed in Karona epidemic to be included in Madhuban pension scheme.  Bhubaneswar(Beuro Report) : - Chief Minister Naveen Patnaik's big order in the Karona crisis. Chief Minister Naveen

କରୋନା ପରିସ୍ଥିତି କୁ ଦେଖି ଲକ୍ ଡାଉନ୍ ସମୟ ବଢ଼ାଇଲେ ସରକାର I

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଲେ। ପୁଣି ୧୬ ଦିନ ଲକ୍‌ଡାଉନ ବଢ଼ାଇଲେ ସରକାର। ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର। ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକ୍‌ଡାଉନ୍‌। ସପ୍ତାହାନ୍ତ ଶଟ୍‌ଡାଉନ କଟକଣା ପୂର୍ବଭଳି ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ମେ ୨୨ ତାରିଖରେ ସର୍ବାଧିକ ୧୨,୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ୟାସ୍‌ ପାଇଁ ଟେଷ୍ଟ କମା ଯାଇଥିଲା। ଯାହାଫଳରେ କରୋନା ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ମଧ୍ୟ ସଂକ୍ରମଣ କମିଛି। ଆଜି ରାଜ୍ୟରେ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଛନ୍ତି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ବୋଲି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେପଟେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିଛି। ଏହା ଆମ ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି। ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ମଧ୍ୟ ବିପଦ ରହିଛି। ସେଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାକୁ ସିଲ୍ କରାଯାଇଛି ବୋଲି ଏସିଏସ୍‌ କହିଛନ୍ତି। ରାଜ୍

କେନ୍ଦ୍ର ସରକାର ଙ୍କ ପକ୍ଷରୁ ଓଡ଼ିଶା କୁ ଆର୍ଥିକ ସହାୟତା ପ୍ରଦାନ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ବାତ୍ୟା ୟାସ୍‌ ପାଇଁ ମୋଟ୍‌ ହଜାରେ କୋଟି ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିରୁ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଘୋଷଣା କରାଯାଇଛି। ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା କରାଯାଇଛି। ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବ। ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି। ବାତ୍ୟା ୟାସ୍‌ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବେଶୀ ପ୍ରଭାବିତ ହୋଇଥିଲା। ଆଜି କ୍ଷୟକ୍ଷତି ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ୍ ଡିଜି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଥିଲେ। ବିଶେଷ କରି ବାତ୍ୟାକୁ ସମ୍ଭାଳି ପା

ମହିଳାଙ୍କ ମୃତଦେହ ଉଦ୍ଧାର l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ମହିଳାଙ୍କ ମୃତ ଦେହ ଉଦ୍ଧାର। ହତ୍ୟା କରିବା ପରେ ପିଙ୍ଗି ଦେଇଥିବା ସନ୍ଦେହ। ଯାଜପୁର ଜିଲ୍ଲା ବୈରୀ ଥାନା ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗେଙ୍ଗୁଟି ନଦୀକୂଳରେ ଥିବା କିଆ ବୁଦାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଶାଣି ନିକଟସ୍ଥ କିଆ ବୁଦାରେ ଜଣେ ମହିଳାଙ୍କ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଖବର ପାଇ ବୈରୀ ଥାନା ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି । ତେବେ ମୃତ ମହିଳାଙ୍କ କୌଣସି ପରିଚୟ ମିଳିପାରି ନ ଥିବାବେଳେ ତାଙ୍କର ବୟସ ପ୍ରାୟ ୨୮ରୁ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ତେବେ ମୃତଦେହ ପଡିଥିବା ଅନତି ଦୂରରେ ଏକ କାଠ ଫାଳିଆ ସହିତ ମହିଳାଙ୍କ ଭ୍ୟାନିଟ, ସୁନାମୁଦି ଓ କିଛି ଗହଣା ପଡିଥିବା ଦେଖିବାକୁ ମିଳିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏପଟେ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। The woman's body was recovered.  Jajpur(Beuro Report) : - Woman's body recovered. He is thought to have survived an earlier attempt to oust him following Mr Jiang's intervention. The body of an unidentified woman was recovered today from K

ସାତକୋଶିଆ ପାଇଁ ଖୁସି ଖବର l

Image
ଅନୁଗୁଳ(ବ୍ୟୁରୋ ରିପୋର୍ଟ) : - ସାତକୋଶିଆ ପାଇଁ ଖୁସି ଖବର। ୩୦ ବର୍ଷ ପରେ ବିରଳ ଘଡିଆଳ କୁମ୍ଭୀର ହେଲା ମାଆ। ମହାନଦୀର ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଟିକରପଡା ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡ଼ିଆଳ ସହ ୨୮ଟିି ନବଜାତକ ଘଡ଼ିଆଳ ଶାବକଙ୍କୁ ବନ ବିଭାଗ ଠାବ କରିଛି ।  ବନବିଭାଗ କହିବା କଥା ସାତକୋଶିଆ ପାଇଁ ଏହା ନିଶ୍ଚିତ ଶୁଭ ଖବର । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଏବେ ଏକାଥରେ ୨୮ ଘଡ଼ିଆଳ ଜନ୍ମ ହେବା କେବଳ ଓଡ଼ିଶା ନୁହେଁ, ସାରା ଭାରତ ପାଇଁ ଗୌରବର ବିଷୟ ବୋଲି ପରିବେଶପ୍ରେମୀ ମାନେ କହିଛନ୍ତି। Good news for Satkoshia.  Anugul(Beuro Report) : - Good news for Satkoshia. Thirty years later, the rare crocodile became a mother. A rare crocodile has been born again in the natural habitat of the Satkoshia Gander of the river. The forest department has identified 24 newborn baby squirrels, including a mother squirrel, near Baldamara in the Tikarpada forest river.  This is defi