Posts

ବିଦ୍ୟୁତ ବିଭାଗର ଠିକା ମିଟର ରିଡର ମାନଙ୍କ ଦରମା ଵୃଦ୍ଧି ଦାବିରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା l

Image
ଯାଜପୁର :- ଜିଲ୍ଲା ର ବ୍ୟାସନଗର ଧବଳଗିରି ସ୍ଥିତ ବିଦ୍ୟୁତ ବିଭାଗର ଠିକାମିଟର ରିଡର ମାନଙ୍କ ଦରମା ଵୃଦ୍ଧି ଦାବିରେ କର୍ମଚାରୀମାନେ ବିଦ୍ୟୁତ ବିଲ ଆଦାୟ ପାଇଁ ଟେଣ୍ଡର ନେଇଥିବା ଠିକାଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଠିକା ମିଟର ରିଡର କର୍ମଚାରୀ ସଙ୍ଘର ବରିଷ୍ଠ କର୍ମଚାରୀ ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଯାଜପୁର ରୋଡ ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ୮୦ ଜଣ କର୍ମଚାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ I  ଦାବି ମୁତାବକ କର୍ମଚାରୀଙ୍କୁ ସମାନ, ଡିୟୁଟି ପାଇଁ ସମାନ ଦରମା , ପ୍ରତ୍ୟୋକ କର୍ମଚାରୀଙ୍କୁ ୧୨ ହଜାର ୫ ଶହ ଟଙ୍କାକୁ ଦରମା ବୃଦ୍ଧି ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ସେପଟେ ବିଦ୍ୟୁତ ବିଲ ଆଦାୟ ପାଇଁ ଟେଣ୍ଡର ନେଇଥିବା ବିରଜା କଣ୍ଟ୍ରକ୍ସନର ଅଧିକାରୀଙ୍କ କହିବାଅନୁଯାୟୀ କର୍ମଚାରୀଙ୍କ ଦେଇଥିବା ଦାବିପାତ୍ର ପ୍ରତି ଆଲୋଚନା ଜାରିରହିଛି ଏବଂ ଖୁବଶୀଘ୍ର ଏହାର ନିଷ୍ପତ୍ତି ନିଆଯିବ। ଏନେଇ ଯଥାଶୀଘ୍ର ଏହାର ନିଷ୍ପତିନେଇ କାର୍ଯ୍ୟକାରୀ କରିବାକୁ ବିଦ୍ୟୁତ କର୍ମଚାରୀମାନେ କହିଛନ୍ତି I 

ତାଲୁକ ଆଇନ୍ ସେବା ପ୍ରାଧୀକରଣ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର - ରବିବାର  ସ୍ଥାନୀୟ ରସଲପୁର ବ୍ଲକ ଲକ୍ଷ୍ମୀ ନଗର ପଂଚାୟତର ଲକ୍ଷ୍ମୀ ନଗର ୟୁପି ସ୍କୁଲ ଠାରେ ୧୭ ତାରିଖ ସକାଳ 10 ଘଟିକା ସମୟରେ ତାଲୁକସେବା ଆଇନ ସଚେତନତା କାର୍ଯ୍ୟ କ୍ରମ ବରିଷ୍ଠ ଆଇନ ଜୀବି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ଅତିରିକ୍ତ ଦୌରାଜଜ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ଙ୍କ ସୂଚନା ଅନୁଯାଇ କାର୍ଯ୍ୟକ୍ରମ ହୋଇଯାଇଅଛି I  ଏଥିରେ ଶ୍ରୀଯୁକ୍ତ ନନ୍ଦ କହିଥିଲେ ବେସାହାରା, ନିଷ୍ପେସିତ,ଅଭାବ ଅନାଟନ ରେ ରହୁଥିବା ବ୍ୟକ୍ତି ବିଶେଷ, ପୁତ୍ର ମାନଙ୍କ ଯନ୍ତ୍ରଣା ର ଶିକାର ଅସହାୟ ପିତାମାତା, ଦଳିତ,ଆଦିବାସୀ, ବୟସ୍କ ବ୍ୟକ୍ତିବିଶେଷ ଆଦି ଶ୍ରେଣୀର ଲୋକମାନ ଙ୍କ ପାଇଁ ମାଗଣାରେ ଆଇନ ସେବା ଯୋଗାଇଦେବା ବ୍ୟବସ୍ଥା ରହିଛି l ଏହି ସବୁ ଶ୍ରେଣୀର ବ୍ୟକ୍ତିବିଶେଷ ଆଇନ ସେବା ପାଇଁ ଆଉ ଅସୁବିଧା ର ସମ୍ମୁଖୀନ ହେବେନାହିଁ l  କାରଣ ବ୍ୟକ୍ତି ନିଜର ହକ କିଭଳି ପାଇପାରିବ ତାର ଏକମାତ୍ର ରାସ୍ତା ତାଲୁକ ଆଇନ ସେବା ବୋଲି ସୂଚନା ଦେଇଥିଲେ l ଏହିକାର୍ଯ୍ୟ କ୍ରମରେ ପାରା ଲିଗାଲ ଉଲେ ଣ୍ଡି ଅସ (PLB)ର ତପନ କୁମାର ସାହୁ ଓ ଉମାକାନ୍ତ ଦାସ ଙ୍କ ସହିତ ଲକ୍ଷ୍ମୀ ନଗର ପଂଚାୟତର ଶିଶିର କୁମାର ରଥ,ସୁବଳ ସାହୁ, ଆନନ୍ଦ ସାହୁୁ,କାଶୀନାଥ ସାହୁ, ନଣ୍ଡା ସାହୁ, କୁନା ସାହୁ, ତପନ ସାହୁ,ସଦନନା ସାହୁୁ,ବାବା ଜଗନାଥ...

ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ସାଇକେଲ ବୋଝେଇ ୫୦ କେଜି ରୁ ଉର୍ଦ୍ଧ ଗୋମାଂସ ଜବଦ I

Image
  ଯାଜପୁର - ଜିଲ୍ଲା ର ଯାଜପୁର ରୋଡ ଥାନା ଅଧିନସ୍ଥ ରୟାଲ କଳିଙ୍ଗ ହୋଟେଲ ସାମ୍ନାରୁ ପ୍ରାୟ ୫୦ କେଜି ରୁ ଉର୍ଦ୍ଧ ଗୋମାଂସ ଜବତ କରିଛି ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ l ଏହି ଗୋମାଂସ କୋରାଇ ଅଞ୍ଚଳରୁ ଆଣି ଯାଜପୁର ରୋଡ ଅହମ୍ମଦ ନଗରରେ ଯୋଗାଇଦେବାକୁ ଆସିଥିବା ଚାଲାଣକାରୀ ଏସ.କେ ଗାନ୍ଧୀ କହିଛନ୍ତି I  ସୂଚନା ମୁତାବକ ଏହି ଗୋମାଂସ ଦୀର୍ଘଦିନରୁ କାର ଦ୍ୱାରା ଚାଲାଣ ହୋଇ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ଧାରାପଡୁଥିଲା I ତେଣୁ ଏଥିରୁ ବଞ୍ଚିବାକୁ ଯାଇ ଆଜି ସାଇକେଲ ଦ୍ୱାରା ଅଭିନୟ ଉପାୟରେ ଏହି ଗୋମାଂସ ଚାଲାଣ କରାଯାଉଥିଲା I ବିଶେଷ ସୁତ୍ରରୁ ଆଜି ସକାଳୁ ଏହି ଖବରପାଇ  ବଜରଙ୍ଗ ଦଳ କର୍ମୀମାନେ ଅଟକ ରଖିଥିଲେ l ଗୋମାଂସ ଚାଲାଣ କାରୀ ଏସ୍ କେ ଗାନ୍ଧୀ କୁ ଯାଜପୁର ରୋଡ ପୋଲିସ କୁ ହସ୍ତାନ୍ତର କରିଥିଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା I  ଏନେଇ ବଜରଙ୍ଗ ଦଳ ସଂଯୋଜକ ସୁଶୀଲ କୁମାର ମଲିକଙ୍କ ସହ ସଂଗଠନର କର୍ମକର୍ତ୍ତାମାନଙ୍କ ପକ୍ଷରୁ ଏକ ଏତଲା ଯାଜପୁର ରୋଡ଼ ଥାନା ରେ ଦିଆଯାଇଛି I ଏହି ଗୋମାଂସ ଚାଲାଣ କାରୀ ବ୍ୟକ୍ତି ଜଣଙ୍କ କୋରାଇ ଅଞ୍ଚଳର କଂସେଇ ସାହିର ଏସ.କେ ଗାନ୍ଧୀ ବୋଲି ଜଣାପଡିଛି l ସେପଟେ ଏତଲା ଆଧାରରେ ଯାଜପୁର ରୋଡ ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଏହି କାର୍ଯ୍ୟକ୍ରମରେ କୋରେଇ ଓ ବ୍ୟାସନଗର ଅଂଚଳର ଶତାଧିକ ବଜରଙ୍ଗ ଦଳର...

୭୬ ବର୍ଷରେ ପାଦ ଥାପିଲେ ନବୀନ : ବିଭିନ୍ନ ମହଲରୁ ଶୁଭେଚ୍ଛା, ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ I

Image
ଭୁବନେଶ୍ଵର : - ୭୬ ବର୍ଷରେ ପାଦ ଥାପିଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଣଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ମନ୍ତ୍ରୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ନବୀନଙ୍କୁ ଶୁଭ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଏହାସହ ମୋଦୀ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଧର୍ମେନ୍ଦ୍ର ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଜନ୍ମ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୪୬ରେ ଜନ୍ମିତ ନବୀନ ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ପୂର୍ବରୁ ନବୀନଙ୍କ ଜନ୍ମଦିନକୁ ବିଜେଡି କର୍ମୀ ମାନେ ବେଶ ଧୂମଧାମରେ ପାଳନ କରୁଥିଲେ । ନବୀ...

ଯାଜପୁର, କୋରାଇ ବ୍ଲକରେ ପାରମ୍ପରିକ ଦଶହରା ପର୍ବ ପାଳିତ ହୋଇଯାଇଛି l

Image
ଯାଜପୁର :- ସାରା ଦେଶରେ ଦଶହରା ପର୍ବ ଫିକା ହୋଇ ଯାଇଛି, ଏବଂ ପରମ୍ପରାର କୁ ବଜାଇ ରଖି ଯଥା ବିଧି ଅନୁସାରେ ସରକାରଙ୍କ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କୋରେଇ ବ୍ଲକ ଅନ୍ତର୍ଗତ କରଦା ସାହୁସାହିର ଦୀର୍ଘ ଶହଶହ ବର୍ଷର ପରମ୍ପରାକୁ ପାଥେୟ କରି ଆଜି ଗ୍ରାମବାସୀ ମାନଙ୍କ ଦ୍ୱାରା ଦଶହରା ବଳଦ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।  ଏହି ପର୍ବରେ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗଦେଇ ବାଦ୍ୟ, କୀର୍ତ୍ତନର ତାଳେ ତାଳେ ବଳଦ ମାନଙ୍କୁ ସୁସଜ୍ଜିତ କରି ସ୍ଥାନୀୟ ରାଧାକୃଷ୍ଣ ମଠ ନିକଟକୁ ଆଣିଥିଲେ। ଏଠାରେ ପୂଜ୍ୟପୂଜାର ପରମ୍ପରା ଅନୁସାରେ ଗୋମତାଙ୍କୁ ପୂଜା କରାଯାଇ ଖାଦ୍ୟ ଅର୍ପଣ କରାଯାଇ ବଳଦ ଦୌଡ଼ର ଆୟୋଜନ କରାଯାଇଥିଲା।  ଏହି ଉତ୍ସବରେ ଗ୍ରାମର ମୁରବୀ ଅଭିରାମ ସାହୁ, ଚନ୍ଦ୍ରମଣି ସାହୁ, କାର୍ତିକ ସାହୁ, ନିରଞ୍ଜନ ସାହୁ, କୀର୍ତିଚନ୍ଦ୍ର ସାହୁ, ସଦାନନ୍ଦ ସାହୁ, କୁନା ସାହୁ, ଅଭିମନ୍ୟୁ ସାହୁ, ଅନନ୍ତ ସାହୁ, ଦୁର୍ୟୋଧନ ସାହୁ, ବିଷ୍ଣୁ ସାହୁ, ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।

ପୁରୀ ବଳିଆପଣ୍ଡା ରୁ ୨୫୦ଗ୍ରାମ ବ୍ରାଉନ ସୁଗର ଜବଦ I

Image
ପୁରୀ(ବ୍ୟୁରୋ ରିପୋର୍ଟ ):- ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡାଙ୍କ ନେତୃତ୍ୱରେ ପୁରୀ ପୋଲିସ ର ଏସ ଟି ଏଫ୍ ସ୍ଥାନୀୟ ବଳିଆପଣ୍ଡା ଅଞ୍ଚଳରେ ଅତର୍କିତ ଚଢ଼ାଉ କରି  ୨୫୦ ଗ୍ରାମ ବ୍ରାଉନ ସୁଗର ଜବଦ କରିବା ସହ ପୁରୀରେ ବେଆଇନ ଭାବେ ବ୍ରାଉନ ସୁଗର ଚୋରା କାରବାର ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି। ଏହି ସମସ୍ତ ପାଞ୍ଚ ଅଭିଯୁକ୍ତ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ହେଲେ ,ଧୀରେନ୍ଦ୍ର ସାହୁ ଓରଫ ଟୁଟୁ(୪୦), ସୁବ୍ରତ ଖୁଣ୍ଟିଆ ଓରଫ ବବୁଲ(୨୩) , ମାଧବ ମଣ୍ଡଳ ଓରଫ ସନା(୨୮) ,ଆଦିତ୍ୟ ନାରାୟଣ ସ୍ୱାଇଁ ଓରଫ ଆଦି(୨୮) ,ଓ ସୁରଜ ପରିଡା ଓରଫ ଗୁଡୁ(୨୧)। ଚଢ଼ାଉ ସମୟରେ ଏମାନଙ୍କ ଠାରୁ ପୋଲିସ ୧୧ ଟି ସେଲ ଫୋନ, ୨ ଟି ଏଟିଏମ କାର୍ଡ ,ଗୋଟିଏ ମୋଟର ସାଇକେଲ ,ଗୋଟିଏ ଚାରି ଚକିଆ ଯାନ ଓ ନଗଦ ୫ହଜାର ଟଙ୍କା ମଧ୍ୟ ଜବତ କରିଥିବା ଜଣାପଡିଛି।

ରାଜଧାନୀରେ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ): - ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। କେତେକ ଯୁବକ ଯୁବ କଂଗ୍ରେସ ଅଫିସ୍‌ ତାଲା ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଛି। ଅଫିସ୍‌ ଭିତରେ ଥିବା ଚେୟାର, ଟେବୁଲ ଓ ଆସବାବପତ୍ର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ଅଛନ୍ତି? କାହିଁକି ଏଭଳି ଭଙ୍ଗାରୁଜା କରିଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, “କଂଗ୍ରେସ ଭବନରେ ଭଙ୍ଗାରୁଜା ହେବା ଏକ ଚିନ୍ତା ଜନକ କଥା। କିଏ କଂଗ୍ରେସ ଭବନ ଭିତରେ ପଶିଲା? ତାହାର ତଦନ୍ତ ହେବା ଦରକାର। ମିଳିଥିବା ସୂଚନା ମୁତାବକ, ମୁହଁ ମୁଖା ଓ ହାତରେ ଗ୍ଲୋବ ପିନ୍ଧି ଅଫିସ୍‌ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆକ୍ରମଣକାରୀମାନେ ତାଙ୍କ ପରିଚୟ ଦେବାକୁ ଭୟ କରୁଛନ୍ତି। କେବଳ ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗା ଯାଇନି। କଂଗ୍ରେସ ଅଫିସ୍‌କୁ ମଧ୍ୟ ଭଙ୍ଗା ଯାଇଛି।” କଂଗ୍ରେସ ନେତା ନିହାର ରଞ୍ଜନ ବେହେରା କହିଛନ୍ତି-“କଂଗ୍ରେସ ଭବନ ହେଉଛି ଆମ ପାଇଁ ମନ୍ଦିର। ଏହା ଭିତରେ ପଶି ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗିଲା କିଏ? ବିଜେପି ଓ ବିଜେଡିର ସା...