Posts

ଦୈନିକ '' ପର୍ଯ୍ୟବେକ୍ଷକ '' ର ଚବିଶତମ ପ୍ରତିଷ୍ଠା ଦିବସ ପାଳନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଦୈନିକ ଖବର କାଗଜ '' ପର୍ଯ୍ୟବେକ୍ଷକ '' ର ୨୪ତମ ପ୍ରତିଷ୍ଠା ଦିବସ କୋଭିଡ୍ ନିୟମାନୁସାରେ ଭର୍ଚୁଆଲ ଗୁଗଲ୍ ମିଟ୍ ଜରିଆରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନ ସଭା ର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l  ବାଚସ୍ପତି ତାଙ୍କ ଅଭିଭାଷଣରେ କରୋନା ମହାମରୀ ସମୟରେ ଛାପା ଗଣମାଧ୍ୟମ ଗୁଡିକ କିପରି ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ l ଅନ୍ୟତମ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ, କରୋନା ସମୟରେ ଶିକ୍ଷା କ୍ଷେତ୍ରରେ ଉତ୍ପନ୍ନ ସଙ୍କଟ ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଭୁବନେଶ୍ବର ପୂର୍ବତନ ସାଂସଦ ତଥା କବି ପ୍ରଫେଶର ଡଃ. ପ୍ରସନ୍ନ ପାଟ୍ଟଶାଣୀ ତାଙ୍କର ଚିରାଚରିତ ଢଙ୍ଗରେ ଉପସ୍ଥାପନ କରି ସମସ୍ତଙ୍କ ମନମୁଗ୍ଧ କରିଥିଲେ l  ସମ୍ମାନୀତ ଅତିଥି ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କରୋନା ମହାମରୀ ସମୟରେ ଅନଲାଇନ ଶିକ୍ଷା ର ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ବୈଜ୍ଞାନିକ ଓ ସ୍ୱନାମଧନ୍ୟ

ନୀଳାଚଳ ଇସ୍ପାତ ନିଗମକୁ ଅଧିଗ୍ରହଣ କଲା ଟାଟା ଷ୍ଟିଲ l

Image
  ଯାଜପୁର (କଳିଙ୍ଗନଗର) :- କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦ୍ଵିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ପ୍ରବାଦ ପୁରୁଷ ବିଜୁ ପଟନାୟକ ଯେଉଁ ସ୍ବପ୍ନ ଦେଖିଥିଲେ ତାହାର ଫଳ ସ୍ୱରୂପ ଗଢି ଉଠିଥିଲା ରାଷ୍ଟ୍ରlୟତ୍ତ ଉଦ୍ୟୋଗ ନୀଳାଚଳ ଉସ୍ପାତ ନିଗମ l ସମ୍ପ୍ରତି ଦେଶର ସର୍ବ ବୃହତ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଟାଟା ଏହାକୁ ଅଧିଗ୍ରହଣ କରିଛି ବୋଲି ଜଣାଯାଇଛି l ଏହାର ପରିଚାଳନା ଦାୟିତ୍ୱରେ ଥିବା ଏମଏମଟିସିର ପରିଚାଳନଗତ ତ୍ରୁଟି ପାଇଁ କ୍ଷତିର ସମ୍ମୁଖୀନ ହୋଇ ଏହି ଇସ୍ପାତ କାରଖାନା ପ୍ରାୟ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟଧରି ବନ୍ଦହୋଇ ରହିଥିଲା l ଏହାକୁ ଘରୋଇକରଣ କରାଯିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଘରୋଇକରଣକୁ ବିରୋଧକରି ଶ୍ରମିକ ଓ କର୍ମଚାରୀମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ l କାରଖାନାକୁ ବିକ୍ରି ପାଇଁ ହୋଇଥିବା ନିଲାମ ପ୍ରକ୍ରିୟାରେ ଟାଟା ସର୍ବାଧିକ ୧୨ହଜାର ୧ଶହ କୋଟି ଟଙ୍କା ମୂଲ୍ୟରେ ନିଲାମ ଡାକି ଏହାକୁ ଅଧିଗ୍ରହଣ କରିଛି l  କେନ୍ଦ୍ର କାବିନେଟ କମିଟିର ଅର୍ଥନୈତିକ କମିଟି ଏହି ନିଷ୍ପତ୍ତିରେ ମୋହର ମାରିଛି l ଏଥିପାଇଁ ଟାଟା ଷ୍ଟିଲ ପକ୍ଷରୁ ଏକ ନୂତନ କମ୍ପାନୀ ଟାଟା ଷ୍ଟିଲ ଲଙ୍ଗ ପ୍ରୋଡକ୍ଟସ ଗଠିତ ହୋଇଛି l କଂଗ୍ରେସ ନେତା ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଏହି ଅଧିଗ୍ରହଣକୁ ବିରୋଧ କରି ବିସ୍ଥାପିତ ଓ କର୍ମଚାରୀ, ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଟାଟା ଉ

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନବର୍ଷର ପ୍ରଥମ ସାହିତ୍ୟ ଆସର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-ରବିବାର ଦିନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନ ବର୍ଷର ପ୍ରଥମ ସାହିତ୍ୟ ଆସରଟି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସାହିତ୍ୟ ଆସର ବାଙ୍ଗାଲୋର ସାହିତ୍ୟ ସମାଜର ଉଦ୍ୟୋକ୍ତା ତାପସ ରାଜ୍ ଏବଂ ବିଶ୍ୱଭାରତୀ ଗୋସ୍ୱାମୀଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା । ଏଥିରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା , ଶ୍ରୀମତୀ ଅନୁରୂପା ସିଂ ,ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଓ ମାଲେସିଆରୁ ଯୋଡ଼ି ହୋଇଥିଲେ ଶ୍ରୀମତୀ ବୀଣାପାଣି ପ୍ରଧାନ ।  ଭକ୍ତି ସଂଗୀତ ପରିବେଷଣ ରୁ ଆରମ୍ଭ ହୋଇ ଥିବା ବେଳେ ଆଲୋଚନାର ବିଷୟ ବସ୍ତୁ "ସମୟ"କୁ ନେଇ ଏହି ଆସରଟି ଅନୁଷ୍ଠିତ ହୋଇଥିଲା । ଏହାକୁ ସଭାପତିତ୍ୱ କରିଥିଲେ ବିଶିଷ୍ଟ ବୈଜ୍ଞାନିକ ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପ୍ରାଣକର୍ତ୍ତା ତଥା ସଭାପତି କାର୍ତ୍ତିକ ସ୍ୱାଇଁ ।  ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା "ଚଲାପଥ"ର ପ୍ରମୁଖ ଶ୍ରୀଯୁକ୍ତ ହଳଧର ଧିର ଯୋଗଦେଇଥିବା ବେଳେ ବିଶିଷ୍ଟ ଗାଳ୍ପିକା ପାରମିତା ଷଡଙ୍ଗୀ ସମୀକ୍ଷକ ଭାବେ ଯୋଗ ଦେଇ ପ୍ରତ୍ୟୋକଟି ଗଳ୍ପ ଓ କବିତା ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ବିଶ୍ୱଭାରତୀଙ୍କ ଜଣାଣରୁ ଆସରଟି ଆରମ୍ଭ ହୋଇଥିବା ବେଳେ କବି କାର୍ତ୍ତିକ ସ୍ୱାଇଁ,ପାରମିତା ଷଡଙ୍ଗୀ, ବାଲ୍ମୀକି ନାୟକ ,

କେନ୍ଦୁପତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଡ଼ି.ଏଫ.ଓ ଙ୍କ ସହିତ କର୍ମଚାରୀ ସଂଘ କର୍ମକର୍ତ୍ତା ଙ୍କ ଆଲୋଚନା l

Image
ପାଟଣାଗଡ଼(ବ୍ୟୁରୋ ରିପୋର୍ଟ) : - ପାଟଣାଗଡ କେନ୍ଦୁପତ୍ର ଡିଭିଜନ ରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫଓ ସୁରେଶ ଚନ୍ଦ୍ର ସେଠି ଙ୍କ ସହିତ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ର ସୌଜନ୍ୟ ମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା l ବିଭାଗୀୟ ମୁନସୀ ଚପରାଶି ମାନଙ୍କ ତିନି ମାସର ଦରମା ପ୍ରଦାନ ,ବନ୍ଧେଇ ରଚେଇ କାର୍ଯ୍ୟରେ ନିୟୋଜିତ ଚେକର ମାନଙ୍କୁ ବନ୍ଧେଇ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ସହିତ ଅତିକମରେ ଦଶ ମାସର ଦରମା ପ୍ରଦାନ,ସର୍କଲ ଚେକର ମାନଙ୍କୁ ବାର ମାସର ଦରମା ପ୍ରଦାନ ବ୍ୟବସ୍ଥା, ସଂସ୍ଥା ରେ ଗୁଚ୍ଛା କଟା,ପତ୍ର ତୋଳା,ବନ୍ଧେଇଠୁ ଆରମ୍ଭ କରି କେନ୍ଦୁପତ୍ର ମାର୍କେଟିଙ୍ଗ ପର୍ଯ୍ୟନ୍ତ ବର୍ଷ ତମାମ କାର୍ଯ୍ୟରତ ଥିବା ହେଡ଼ ଚେକର ମାନଙ୍କ ଚାକିରୀ ସ୍ଥାୟୀ କରିବା,କେନ୍ଦୁପତ୍ର ତୋଳାଳୀ,ବନ୍ଧାଳୀ,କର୍ମଚାରୀ ଙ୍କ ବୋନସ ପ୍ରଦାନ, ମୃତ କେନ୍ଦୁ ପତ୍ର ତୋଳାଳୀ ବନ୍ଧାଳୀ ଶ୍ରମିକ ମାନ ଙ୍କ ଉତ୍ତରାଧିକାରୀ ଙ୍କୁ ବିମାରାଶି ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଗ୍ରାଚ୍ୟୁଇଟି,ଦରମା,ଭତ୍ତା ପ୍ରଦାନ, ମୃତ୍ୟୁ ବରଣ କରିଥିବା କର୍ମଚାରୀ ଙ୍କ ଉତ୍ତରାଧିକାରୀ ମାନଙ୍କୁ ନିଯୁକ୍ତି,ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ କରିବା,ସିନିଓରିଟି ଭିତ୍ତିରେ ପଦୋନ୍ନତି କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯା

ଭୁବନେଶ୍ବର ସ୍ମାର୍ଟ ସିଟି ରେ ପୁଣି ହତ୍ୟାକାଣ୍ଡ I

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ ):-କିଛିଦିନ ବ୍ୟବଧାନରେ ସ୍ମାର୍ଟସିଟି ଭୁବନେଶ୍ୱର ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣା ପଡ଼ିଛି।ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ, ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ପରିସରରେ ନିର୍ମାଣଧିନ ଏକ କୋଠାରେ ଦୁଇ ଶ୍ରମିକ ଙ୍କ ମଧ୍ୟରେ ସାମାନ୍ୟ ଉଚ୍ଚବାଚ ରୁ ସୁରେନ୍ଦ୍ର ଦାସ ନାମକ ଜୈନକ ଶ୍ରମିକ ତାର ସାଥି ଶ୍ରମିକ ଅନାଥ ସେଠି କୁ ସେଠାରେ ପଡିଥିବା ଏକ କାଠ ଫାଳିଆ ରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି।ଉଭୟ ଙ୍କ ନିଜ ଗ୍ରାମ ଗଂଜାମ ଜିଲ୍ଲା ତାଳସର ବୋଲି ସୂଚନା ମିଳିଛି।ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳ ରେ ପହଁଚି ମୃତଦେହ କୁ ଜବତ କରିବା ସହ ଅଭିଯୁକ୍ତ ସୁରେନ୍ଦ୍ର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଥାର୍ଡ଼ ଆଇଆରବି ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ l

Image
  ଯାଜପୁର(ସୁକିନ୍ଦା ):- ସୁକିନ୍ଦାଗଡ଼ ନିକଟସ୍ଥ ରଙ୍ଗିଟାଙ୍ଗରଠାରେ ଅବସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିଅନ (ଆଇଆରବି)କଳିଙ୍ଗ ନଗର ପକ୍ଷରୁ କରୋନା ନିୟମ ଅନୁଯାୟୀ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବାଟାଲିଅନ କମାଣ୍ଡାଣ୍ଟ କାନ୍ହୁ ଚରଣ ହାଁସଦା ପରେଡ ପଡିଆଠାରେ ଆୟୋଜିତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ l କୋଭିଡ କଟକଣା ଯୋଗୁଁ ପରେଡରେ ୩ଟି ପ୍ଲାଟୁନ ଓ ଝଣ୍ଡା ବାହିନୀ ଅଂଶ ଗ୍ରହଣ କରିଥିଲେ l  ସୁବେଦାର ଜ୍ଞାନରଞ୍ଜନ ରାଉତରାୟ ପରେଡ ପରିଚାଳନା କରିଥିବାବେଳେ ସୁବେଦାର ଜ୍ଞାନରଞ୍ଜନ ରାଉତ, ସୁବେଦାର ଶ୍ରୀଧର ସାହୁ ଓ ସୁବେଦାର ନହର କେରକେଟା ତାଙ୍କୁ ସହାୟତା କରିଥିଲେ l  ଡେପୁଟି କମାଣ୍ଡାଣ୍ଟ କ୍ଷିତିଶ ଚନ୍ଦ୍ର ଖଟୁଆ ୧ନମ୍ବର ପ୍ଲାଟୁନର, ହାବିଲଦାର ମେଜର ବିବେକାନନ୍ଦ ଦାସ ୨ନମ୍ବର ପ୍ଲାଟୁନର, ଡେପୁଟି ସୁବେଦାର ଉମାକାନ୍ତ ସେଠୀ ୩ନମ୍ବର ପ୍ଲାଟୁନର ଓ ହାବିଲଦାର ମେଜର ବିଦ୍ୟାଧର ଧଳ ଝଣ୍ଡା ବାହିନୀର ନେତୃତ୍ୱ ନେଇଥିଲେ l  ବ୍ୟାଣ୍ଡ ମେଜର ଶ୍ରୀକାନ୍ତ ସାମଲଙ୍କ ନେତୃତ୍ୱରେ ବ୍ୟାଣ୍ଡ ବାହିନୀ ବ୍ୟାଣ୍ଡ ବାଦ୍ୟର ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ, ସୋମନାଥ ସେଠୀ ଓ ମନୋଜ କୁମାର ଦାସ, ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ଓ ଏଲ. ଏକ୍

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀଙ୍କ ଭୋଟ ବର୍ଜ୍ଜନ ନିଷ୍ପତ୍ତି l

Image
   କଳିଙ୍ଗନଗର/ଦାନଗଦୀ(ବ୍ୟୁରୋ ରିପୋର୍ଟ) :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତର ୮ନମ୍ବର ୱାର୍ଡ ବୀଣାପାଟିଆ ଗ୍ରାମର ବାସିନ୍ଦlମାନେ ଦୀର୍ଘ ବର୍ଷଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିବା ପ୍ରତିବାଦରେ ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମୂହ ଭୋଟ ବର୍ଜ୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି l ଏଥିପାଇଁ ସେମାନେ ଗ୍ରାମର ୱାର୍ଡ ସଭ୍ୟ ପାଇଁ କୋୖଣସି ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିନାହାନ୍ତି l ଗ୍ରାମର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ଗ୍ରାମବାସୀମାନେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେହେଁ ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ କୋୖଣସି ପଦକ୍ଷେପ ନିଆନଯିବା ଫଳରେ ସେମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି l ପଞ୍ଚାୟତ ମୁଖ୍ୟାଳୟ ଶାଳୀଜଙ୍ଗା ଠାରୁ ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି l ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆବଶ୍ୟକ ବେଳେ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡି ଆସିପାରୁନାହିଁ l ସୁକିନ୍ଦା ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୬ମାସ ତଳେ ଶୁଭଦାନ କରିଥିଲେହେଁ ରାଜନୈତିକ ଇଛା ଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ ଅଦ୍ୟାବଧି ରାସ୍ତା ନିର୍ମାଣ