Posts

ଧୂଳିଗଡ଼ ପଞ୍ଚାୟତ ରେ ଶିଶୁ କୁ ଶିକ୍ଷା, ବାଲ୍ଯ ବିବାହ ଓ ଶିଶୁ ଶ୍ରମିକ କୁ ବନ୍ଦ ନାରା ଦେଇ ଶିଶୁ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ଶୋଭାଯାତ୍ରା l

Image
ଯାଜପୁର(ଦାନଗଦୀ) - ଜିଲ୍ଲା ର ଦାନଗଦି ବ୍ଲକ ଧୂଳିଗଡ଼ ଗ୍ରାମପଂଚାୟତ ସୁଆଁଲ ଗ୍ରାମ ର ମା କୁଟେଇ ଶୁଣି ଠାକୁରାଣୀ ଙ୍କ ପାଖରୁ ଶିଶୁ ଅଧିକାର ସୁରକ୍ଷା ମଞ୍ଚ ଦାନଗଦି ପକ୍ଷରୁ କୁନି କୁନି ପିଲା ମାନଙ୍କୁ ନେଇ ଏକ ରାଲି ବାହାରି ସୁଆଁଲ ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲେ l ଏହି ରାଲି ର ସ୍ଲୋଗାନ୍ ଥିଲା 'ଶିଶୁ ଶ୍ରମିକ କୁ ନା, ଶିଶୁଙ୍କୁ ଶିକ୍ଷା ଓ ବାଲ୍ଯ ବିବାହ ବନ୍ଦ କରିବା' l ଏହିଭଳି କାର୍ଯ୍ୟକ୍ରମକୁ ସଂପୃକ୍ତ ସ୍ଵେଚ୍ଛାସେବୀ ସଂଗଠନ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ଯାପକ ଜନସଚେତନତା ସୃଷ୍ଟି କରାଇ ପାରିଲେ ଆଗାମୀ ଦିନରେ ଏହା ଏକ ସୁଫଳକୁ ସ୍ଵାଗତ କରିବା ସହ ଶିଶୁମାନଙ୍କ ଉପରେ ପ୍ରଭାବ ପକାଇବ l ଏହି କାର୍ଯ୍ୟକ୍ରମ ରେ ଧୂଳିଗଡ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ମାନସ ରଣା , ଶିଶୁଅଧିକାର ସୁରକ୍ଷା ମଞ୍ଚର ସଦସ୍ୟ ବିଜୟ କୁମାର ଦାସ,ବିଶ୍ୱଜିତ ମାଝୀ, ଅଞ୍ଜଳି ପାତ୍ର , ଲକ୍ଷ୍ମୀ ହାଁସଦା, ସୁଦାମ ପୋଇ, ସଂଗୀତା ଭଞ୍ଜ ଓ ଆସ ପେୟାର ର ସମସ୍ତ ସଭ୍ୟ ଓ ଜୀ ପି ସି ଏମ ମୋନାଲିସା ଭଞ୍ଜ ଙ୍କ ସହଯୋଗ ରେ ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l  

ଜନସମ୍ପର୍କ ପଦଯାତ୍ରା ରେ ଚାରା ବାଣ୍ଟିଲେ ବିଜେଡି କର୍ମୀ l

Image
ଯାଜପୁର (ଦାନଗଦୀ) ୧୯।୧୦: - ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡି ପଦଯାତ୍ରା ଏବେ ଓଡ଼ିଶା ରେ ବିଭିନ୍ନ ପଂଚାୟତରେ ସଫଳତାର ସହିତ ଆୟୋଜିତ ହେଉଛି । ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଏହା ଆୟୋଜିତ ହେଉଥିଲା ବେଳେ, ଆଜି ସୁକିନ୍ଦା   ନିର୍ବାଚନ ମଣ୍ଡଳୀର ଚିତ୍ରି ଗ୍ରାମପଞ୍ଚାୟତରେ ଏହା ଆୟୋଜିତ ହୋଇ ସଫଳତାର ସହ ଶେଷ ହୋଇ ଯାଇଛି । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଓ ୯ ନଂ ଜୋନ୍ ର ଜିଲ୍ଲାପରିଷଦ ସଦସ୍ୟା ଟିନା ହଇବୁରୁ ଚିତ୍ରି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ନବୀନ ସରକାରଙ୍କ ଲୋକପ୍ରିୟତା ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଥିଲେ l ଏହି କର୍ଯ୍ୟକ୍ରମ ଜନସାଧାରଣ ଙ୍କ ନିକଟତର ହେବା ପାଇଁ ଗଛ ଚାରା ଦେଇ ସଚେତନତା ବାର୍ତ୍ତା ଦେଇଥିଲେ l ଏହି ଅବସରରେ ବହୁ ବିଜେଡି କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ l 

ମଙ୍ଗଳପୁର ପଞ୍ଚାୟତ ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା l ପୂର୍ବତନ ମନ୍ତ୍ରୀବାଣ୍ଟିଲେ ବିକାଶ ବାର୍ତ୍ତା,

Image
ଯାଜପୁର (ଦାନଗଦୀ) ୧୧।୧୦: - ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡି ପଦଯାତ୍ରା ଏବେ ଓଡ଼ିଶା ରେ ବିଭିନ୍ନ ପଂଚାୟତରେ ସଫଳତାର ସହିତ ଆୟୋଜିତ ହେଉଛି । ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଏହା ଆୟୋଜିତ ହେଉଥିଲା ବେଳେ, ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ମଙ୍ଗଳପୁର ଗ୍ରାମ ପଞ୍ଚାୟତରେ ଏହା ଆୟୋଜିତ ହୋଇ ସଫଳତାର ସହ ଶେଷ ହୋଇ ଯାଇଛି । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ଅନୁପ୍ଥିତିରେ ସୁକିନ୍ଦା ର ପୂର୍ବତନ ବିଧାୟକ, ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ନେତୃତ୍ୱରେ ଏହି ପଦଯାତ୍ରା ସଫଳତାର ସହ ଆୟୋଜିତ ହୋଇଥିଲା । ବିପୁଳ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଏହି ପଦଯାତ୍ରାରେ ସାମିଲ ହୋଇ ସରକାରଙ୍କ ବିକାଶର ବାର୍ତା ପ୍ରଚାର କରିଥିଲେ । ଦୀର୍ଘ ୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶକୁ ବେଶ ଆଗକୁ ନେଇଥିବା କଥା ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟ କ୍ରମରେ ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସୁଚିତ୍ରା ବିଶ୍ଵାଳ, ସ୍ମୃତି ରାଣୀ ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଚନ୍ଦନ କର, କୈଳାସ ଜେନା, ତ୍ରିଲୋଚନ ଧଳ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ , ଭଗବାନ ସ୍ବାଇଁ, ବିଷ୍ଣୁ ଚନ୍ଦ୍ର ମଲ୍ଲିକ୍ , ଉଦୟ ର

ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଲେ l

Image
ଯାଜପୁର(ବ୍ୟୁରୋ ରିପୋର୍ଟ ) :- ନିର୍ବାଚନ ପାଖେଇ ଆସୁଛି ତେଣୁ ଆଜିଠୁ ଚାଲିଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରଣ ପର୍ବ I ଏହି ପରିପ୍ରେକ୍ଷୀରେ ଜିଲ୍ଲା ର ଯାଜପୁର ବ୍ଲକ ଭୂଇଁପୁର ଗ୍ରାମ ପଞ୍ଚାୟତ ଜଗନ୍ନାଥ ମନ୍ଦିର ରେ ପୂର୍ବତନ ସମିତି ସଭ୍ଯା ଝୁନାରାଣୀ ପଣ୍ଡା ଙ୍କ ନେତୃତ୍ଵରେ ଶତାଧିକ  ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ l ଏହା ବିଜେଡି ପାଇଁ ଶକ୍ତ ଧକ୍କା l ଉପସ୍ଥିତ ବିଜେପି ଜିଲ୍ଳା ସଭାପତି ଗୌତମ ରାୟ, ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା, ଯାଜପୁର ଗ୍ରାମୀଣ ମଣ୍ଡଳ ସଭାପତି ମନ୍ମଥ ବରାଳ ଓ ଭୂଇଁପୁର ମଣ୍ଡଳ ସମ୍ପାଦିକା ଗୀତା ମିତ୍ର ଦାଶ ଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ସମାପନ ହୋଇଥିଲା l ବିଜେଡି ଦଳ ପ୍ରତି ଆତ୍ମବିଶ୍ୱାସ ହରାଇ ଏବଂ ବିଶେଷକରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କର୍ଯ୍ୟ ରେ ଆତ୍ମସନ୍ତୋଷ ମିଳିଥାଏ ବୋଲି ବିଚାରକୁ ନେଇ ସେମାନେ ବିଜେଡି ଦଳ ପରିତ୍ୟାଗ କରିଥିବା କହିଥିଲେ l   

ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ମା 'ଙ୍କ ପୂଜା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) :-ଧରାପୃଷ୍ଠକୁ ଆଗମନ କରିଛନ୍ତି ଧନ ଧାତ୍ରୀ ମା ମହାଲକ୍ଷ୍ମୀ । ମା,ଙ୍କ ଆଗମନକୁ ନେଇ ଗାଁରୁ ସହର ସବୁଠି ଉତ୍ସବ ମୁଖର ସବୁଠି ସର୍ଜିତ ମା,ଙ୍କ ସ୍ବାଗତ ପାଇଁ ସବୁ ଠି ଉତ୍ସାହିତ । ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ନିଡାବର ସହକାରେ ହୋଇ ଆସିଥିବା ଲକ୍ଷ୍ମୀ ପୂଜା ଚଳିବର୍ଷ ମା,ଙ୍କ ଅଶିସରୁ ପୂନର୍ବାର ଉତ୍ସାହର ସହକାରେ ସବୁଠି ଚାଲିଛି ଧନ ଧାତ୍ରୀ ଙ୍କ ପୂଜା । ତେବେ ଏହି ଅବସରରେ ଯାଜପୁର ଜିଲ୍ଲା ର ଦାନଗଦୀ ବ୍ଳକ ଓ ସୁକିନ୍ଦା ବ୍ଲକ ର ବିଭିନ୍ନ ପୂଜାମଣ୍ଡପ ରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ମା ଲକ୍ଷ୍ମୀ ଙ୍କ ପୂଜା l ଦାନଗଦୀ ବ୍ଲକ ର ଦାନଗଦୀ, ସୋଲେଇ, ମାନଗୋବିନ୍ଦ ପୁର, ଜଖପୁରା, ମାଣତୀରା ଏମିତି ପ୍ରତ୍ୟେକ ଗ୍ରାମରେ ବହୁ ଆଡମ୍ବର ସହିତ ପାଳନ କରାଯାଉଥିବା ବେଳେ, ୫୨ ବର୍ଷ ଧରି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଦାମୋଦରପୁର ଗ୍ରାମ ରେ ମା,ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଆସିଛି । ଏ ବର୍ଷ ମଧ୍ୟ ମା,ଙ୍କ ପୂଜା କୁ ନେଇ ଗ୍ରାମର ପ୍ରତେକ ପୂଜା କମିଟି ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ପ୍ରତେକ ପୂଜା କମିଟି ପକ୍ଷରୁ ଅତି ସୁନ୍ଦରଭାବରେ ଗ୍ରାମକୁ ସର୍ଜିତ କରାଯାଇଥିବା ବେଳେ ପ୍ରତେକ ସାହିରେ ଭକ୍ତଙ୍କୁ ଆକୁଷ୍ଟ କରିବା କୁ ଅନେକ ସୁନ୍ଦର ସୁନ୍ଦର ବାରୁଆଳି ମଧ୍ୟ କମିଟି ପକ୍ଷରୁ ନିର୍ମାଣ କରାଯାଇ

ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ।

Image
କୋଣାର୍କ(ବ୍ୟୁରୋ ରିପୋର୍ଟ) :- ୭/୧୦- ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି। ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀ ମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ହବିଷ୍ୟାଳୀ ମାନେ ପ୍ରଭୁ ଙ୍କ ଶରଣରେ ରହି ଏକ ମାସ ଅତି ପବିତ୍ରତାର ସହ ରାଇଦାମୋଦର ବ୍ରତ ପାଳନ ପାଇଁ ଆସୁଛନ୍ତି। ସେମାନଙ୍କର ସେବା ଏକ ମହାନ କାର୍ଯ୍ୟ। ଏହାକୁ ନିଷ୍ଠାର ସହ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଉଛି ଶୃଙ୍ଖଳିତ ଭାବେ ତାକୁ ନିର୍ବାହ କରିବା ଓ ଏଥିରେ ଅବହେଳା ନ କରିବାକୁ ସେ ଚେତାବନୀ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଯେହେତୁ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେଉଛି ଓ ବୟସ୍କା ମା ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରିଛି। ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ। ହବିଷ୍ୟାଳୀ ମାନଙ୍କ ରହଣି ପାଇଁ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶ

ସୁକିନ୍ଦାରୁ ପୁରୁଖା ବିଜେଡି ନେତାଙ୍କ ଦଳ ପରିତ୍ୟାଗ l

Image
  ଯାଜପୁର (ସୁକିନ୍ଦା ): - ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ବ୍ଲକ ର ବିଜେଡି ର ବରିଷ୍ଠ ସଂଗଠକ ମାନେ ଦଳ ପରିତ୍ୟାଗ କରିବା ଘଟଣା ଦେଖିବାକୁ ମିଳିଛି l ଗତକାଲି ବିଜେଡି ଦଳର ସକ୍ରିୟ ସଂଗଠକ ସୁକିନ୍ଦା ବିଜଦର ବିଶିଷ୍ଠ ସଦସ୍ୟ ଅମଳେନ୍ଦୁ ବେହୁରା ବିଜେଡି ଦଳ ପରିତ୍ୟାଗ କରି ଭାଜପାରେ ବିଧିବଦ୍ଧ ଭାବେ ଯୋଗ ଦେଲେ l ସେହିଭଳି ତିନି ଦଶନ୍ଧି ଧରି ବିଜେଡି ରେ କାର୍ଯ୍ୟ କରି ସଂଗଠନ କୁ ମଜଭୁତ କରିବା ରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ସେକ୍ ଜାହାଙ୍ଗୀର ଖାନ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ବିଜେଡି ଦଳ ତାଙ୍କୁ ଅଣ ଦେଖା କରିବାରୁ ଅସନ୍ତୁଷ୍ଟ ହୋଇ ଦଳ ପରିତ୍ୟାଗ କରିଛନ୍ତି l ସେ କହିଥିଲେ ଯେ ତିନି ଦଶନ୍ଧି ଧରି ପୂର୍ଵତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଓ ବର୍ତମାନ ର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ସହିତ ରହି ବିଜେଡି ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ କିନ୍ତୁ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ଦଳ ଛାଡିବାକୁ ବାଧ୍ୟ ହେଲେ l ସେ କହିଛନ୍ତି ଆଗାମୀ ଦିନରେ ସୁକିନ୍ଦା ଅଞ୍ଚଳର ବିକାଶ ଏବଂ ସଂଖ୍ୟାଲଘୁ ମାନଙ୍କର ଉନ୍ନତି ପାଇଁ ବିକଳ୍ପ ଦଳ ହିସାବରେ ଆମ ଆଦମୀ ପାର୍ଟି ରେ ଯୋଗ ଦେବେ l ଆଗାମୀ ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ଗୁଡିକ ସେମାନଙ୍କ ଗୋଟିଚାଳନା ଆଜିଠାରୁ ଆରମ୍ଭ କରିଦେଲେଣି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ