Posts

ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) - ଯାଜପୁର ଜିଲ୍ଲାର ଡୁବୁରୀ - ଚଣ୍ଡିଖୋଲ - ପାରାଦୀପ ଜାତୀୟ ରାଜପଥ ର ବ୍ରାହ୍ମଣୀ ନଦୀ ସେତୁ ର ମରାମତି ଓ ଦିତୀୟ ସେତୁ ନିର୍ମାଣ ପାଇଁ ସରକାରୀ ସ୍ତରରେ ଏହି ସେତୁ ଦେଇ ଗମନାଗମନ ବନ୍ଦ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି l ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଶରତ ରାଉତ ଙ୍କ ପରାମର୍ଶ କ୍ରମେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଗ୍ରେସ କମିଟି ପକ୍ଷରୁ ଏକ ଟିମ୍ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l କଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବ୍ରହ୍ମଣୀ ନଦୀ ସେତୁ ବନ୍ଦ ହୋଇଗଲେ ସମସ୍ତ ଭାରିଯାନ ମାନପୁର ଓଭର୍ ବ୍ରିଜ୍ ଦେଇ ଯାତାୟତ କରିବ I ଏମିତିରେ ଦେଖିବାକୁ ଗଲେ ଡ଼ୁବୁରୀ - ଯାଜପୁର ରୋଡ଼ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଛି l କାରଖାନା ଯୋଗୁଁ ଗାଡ଼ି ସଂଖ୍ୟା ବୃଦ୍ଧି ପାଇଛି, ମାନପୁର ଓଭର ବ୍ରିଜ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି l ଯଦି ଏହି ରାସ୍ତା ଦେଇ କାରଖାନାର ଓ ଅନ୍ୟାନ୍ୟ ଭାରିଯାନ ଚଳାଚଳ କରେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ! କାରଖାନା କୁ ଆସୁଥିବା ଗାଡିଗୁଡିକ ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରୁଥିବାରୁ ପ୍ରାୟ ଦୈନିକ କିଛି ନା କିଛି ଦୁର୍ଘଟଣା ଘଟୁଛି l ଏହା ଦ୍ଵାରା ଧନଜୀବନ ନଷ୍ଟ

ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଙ୍କ ଦ୍ୱାରା ରାବଣାଛକ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତି କରଣ ର ଭିତ୍ତିପ୍ରସ୍ତର ସ୍ଥାପନ l

Image
(ସ୍ଥାନୀୟ ଜନସାଧାରଣଙ୍କ ଦାବୀ ପୂରଣ କଲେ ମନ୍ତ୍ରୀ)  ଯାଜପୁର(ଦାନଗଦୀ) :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ ମାଣତିର ଗ୍ରାମ ପଞ୍ଚାୟତ ରାବଣା ଛକ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ସାଢେ଼ ଛଅ କିମି ରାସ୍ତାର ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ସାଧାରଣତଃ ଏହି ରାସ୍ତାଟି ଅଧିକାଂଶ ପଞ୍ଚାୟତର ମୂଖ୍ୟ ରାସ୍ତା ହେବ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ ମନ୍ତ୍ରୀ l ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଲୋକ ଚଳପ୍ରଚଳ କରନ୍ତି, ସବୁ କଳକାରଖାନାକୁ ଯିବା ପାଇଁ ଏହି ରାସ୍ତାଟି ମୂଖ୍ୟ ରାସ୍ତା ତେଣୁ ଅନେକ କାରଣରୁ ଏହି ରାସ୍ତାଟି ଗୁରୁତ୍ବ ବହନ କରୁଛି। ଲୋକମାନଙ୍କର ଅନେକ ଦିନର ଦାବି ଥିଲା ଏହି ରାସ୍ତାର ପ୍ରଶସ୍ତିକରଣ। ତେବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ସୂଚନା ମୁତାବକ ଏହି ରାସ୍ତାର ଲମ୍ବ ସାଢ଼େ ଛଅ‌କିଲୋମିଟର,ପ୍ରସ୍ଥ ଆଠ ମିଟର ହେବ।ତାହା ଏଗାର ମାସ ସମୟ ମଧ୍ୟରେ ଶେଷ ହେବ। ଟେଣ୍ଡର ମୂଲ୍ୟ ସାତ କୋଟି ଚୋଉଦ ଲକ୍ଷ ସତାନବେ ହଜାର ଟଙ୍କା l ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଅନେକ ଯୋଜନା ବିଷୟରେ ସୂଚନା ଦେଲେ। ସ୍କୁଲଠାରୁ ଆରମ୍ଭ କରି ଖେଳପଡ଼ିଆ,ଗ୍ରୀନ୍ ପାର୍କ ସ୍ଥାପନା କରିବା ପାଇଁ ବକ୍ତବ୍ୟ ରଖିଥିଲେ। ଶେଷରେ ରାବଣା ଗ୍ରାମକୁ ଗୌରବନୂତ କରିଥିବା ଶ୍ରୀ କୌଶିକ ସାହୁଙ୍କୁ ମାନ୍ୟବର ମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ସମ

ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ର କାର୍ତ୍ତିକ ବ୍ରତ ପାଳନ l

Image
ଯାଜପୁର (ଦାନଗଦୀ) :- ଦାନଗଦୀ ବ୍ଲକ ଅନ୍ତର୍ଗତ ଚିତ୍ରି ପଞ୍ଚାୟତର ଟୋଲକାନୀ ଗ୍ରାମର ନୂଆସାହି ରେ ଓଡ଼ିଆ ପରମ୍ପରା ଅନୁଯାୟୀ ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ଦ୍ଵାରା ମହା ଆଡମ୍ବର ସହକାରେ ପାଳନ କରାଯାଉଛି ମହା କାର୍ତ୍ତିକ ବ୍ରତ I ଗ୍ରାମର ମହିଳା ଓ ପୁରୁଷ ମାନଙ୍କ ଦ୍ଵାରା ଅଁଳା ନବମୀ ଠାରୁ ଆରମ୍ଭ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ହବିଷ୍ଯାଳୀ ମାନଙ୍କ ଦ୍ୱାରା ପାଳନ କରାଯାଇଥିଲା ଏହି ଉତ୍ସବ l ହରିନାମ ରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ l ଗ୍ରାମର ଶନିଦେବ ଙ୍କ ମନ୍ଦିର ରେ ଭଗବାନ ଙ୍କୁ ଆରଧନା କରି ଏହି ମହା ପୁଣ୍ଯ ବ୍ରତ ପାଳନ କରିବା ସହିତ କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଗ୍ରାମ ପରିକ୍ରମା କରିଥିଲେ l ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା l ଓଡ଼ିଶା ର ଓଡ଼ିଆ ସଂସ୍କୃତି କୁ ସାରା ଅଞ୍ଚଳରେ ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ବିକାଶ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ଗ୍ରାମର ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ର ସମସ୍ତ ସଦସ୍ଯ ସୁଚାରୁରୂପେ ପରିଚାଳନା କରିଥିଲେ l 

ସରକାରୀ ଯୋଜନା କାହାପାଇଁ ? ସହାୟତା ରୁ ବଞ୍ଚିତ ଭିନ୍ନକ୍ଷମ, ଦୁଃଖୀ ପରିବାର I

Image
ଯାଜପୁର (ଦାନଗଦୀ) :- ଜିଲ୍ଲାର ଦାନଗଦୀ ବ୍ଲକ ରଣାଗୁଣ୍ଡୀ ପଞ୍ଚାୟତ ନକୁଳ ସାହି ର ସାଲୁକା ପୂର୍ତ୍ତି, ସେ ଜନ୍ମରୁ ବିକଳାଙ୍ଗ l କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ନଗରୀ ର ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ l କଥାରେ ଅଛି ଦୀପ ତଳ ଅନ୍ଧାର ଭଳି ଏହି ନିଷ୍ପେଷିତ ପରିବାର କୁ ଖାଇବାକୁ ଗଣ୍ଡେ ମିଳିବା କଷ୍ଟ l ପରିବାର କହିଲେ ମୋଟ ୬ ଜଣ, "ସାଲୁକା ପୂର୍ତ୍ତୀ କହିବା ଅନୁସାରେ ମୋର ଏକ ଆଠ ବର୍ଷ ର ଝିଅ ବିକଳାଙ୍ଗ ଓ ମୋ ସ୍ତ୍ରୀ ମୁଲ ଲାଗି ଦିନକୁ ଯାହା ରୋଜଗାର କରେ ଏଥିରେ ପରିବାର ଦୁଃଖ କଷ୍ଟ ରେ ଚଳି ଯାଉ" l ରାସନ ପାଇବା ଛଡା ସରକାର ଙ୍କ ତରଫରୁ ଆସୁଥିବା ଅନ୍ୟ ଯୋଜନା ର କୌଣସି ସୁବିଧା ସୁଯୋଗ ତାଙ୍କୁ ମିଳୁନାହିଁ I ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ ଜରିପାଲ ତଳେ ଜୀବନ ବିତୁଛି l ଦୀର୍ଘ ଏକ ବର୍ଷ ହେବ ରହିଥିବା ଜାଗାର ପଟ୍ଟା ପାଇଁ ଆବେଦନ କରି ଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଜାଗାର ପଟ୍ଟା ଟିଏ ମିଳିନାହିଁ l ପ୍ରଶାସନ କର୍ଣ୍ଣପାତ କରୁନାହିଁ ଫଳରେ ଘର ଖଣ୍ଡିଏ ମିଳିପାରୁ ନାହିଁ l ଦାନଗଦୀ ବ୍ଲକ ତରଫରୁ ମିଳିଥିବା ତିନି ଚକିୟା ସାଇକେଲ ଟି କିଛି ଦିନ ପରେ ଖରାପ ହୋଇ ପଡି ରହିଛି, ଟଙ୍କା ଅଭାବରୁ ଏହାର ମରାମତି କରିପାରୁନାହାନ୍ତି ସାଲୁକା l ଜନସାଧାରଣ ଙ୍କ ଦାବୀ ସରକାରୀ ସ୍ତରରେ ଏହି ଅସହାୟ ଭିନ୍ନକ୍ଷମ ପରିବାରକୁ ଯଥା ସମ୍ଭବ ସହାୟତା ପ୍ରଦା

କଳିଙ୍ଗନଗର ତୃତୀୟ ରିଜର୍ଭ ବାଟାଲିୟନ ର ନବ ନିର୍ମିତ ବାରାକ ଓ ଓଡ୍ରାଫ କାର୍ଯ୍ୟାଳୟ ଉଦଘାଟନ I

Image
 ଯାଜପୁର (ସୁକିନ୍ଦା):- ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଆରପି କୋଚେ ୪ ତାରିଖରେ ସୁକିନ୍ଦା ନିକଟସ୍ଥ ରଙ୍ଗୀଟାଙ୍ଗର ଠାରେ ଅବସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ଗସ୍ତକରି ସେଠାରେ ନବ ନିର୍ମିତ ଚାରି ମହଲା ବିଶିଷ୍ଟ ପୁରୁଷ ବାରାକ ଓ ଓଡିଶା ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଗୃହ ଦ୍ବୟକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବାଟାଲିୟନ କାର୍ଯ୍ୟାଳୟଠାରେ କମାଣ୍ଡାଣ୍ଟ ଲୋଚନ ପଶାୟତ ଶ୍ରୀ କୋଚେଙ୍କୁ ସ୍ୱାଗତ କରିଥିଲେ l ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା l ଡେପୁଟି କାମାଣ୍ଡାଣ୍ଡ ସନ୍ତୋଷ କୁମାର ଦନସେନା, ସହକାରୀ କମାଣ୍ଡାଣ୍ଟ ଜନ ଏକ୍କା, ଇନିସପେକ୍ଟର ଏପି କେରକେଟା, ଜ୍ଞାନ ରଞ୍ଜନ ରାଉତ, ସୁନୀଲ ମଲ୍ଲିକ, ନୃସିଂହ ଚରଣ ଦାସ, ଶ୍ରୀଧର ସାହୁ, ଦେବେନ୍ଦ୍ର କୁମାର କାନୁନଗୋ, ଏସଆଇ କେସିଏଚ ଖଟୁଆ, ଆରକେ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ନାୟକ ଓ ଓଡ୍ରାଫର ସ୍ଥାନୀୟ ମୁଖ୍ୟ ବିବେକାନନ୍ଦ ଦାସ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

ଯାଜପୁର ଜିଲ୍ଳା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଖଣି ଉପନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା l

Image
  ଯାଜପୁର (ବ୍ୟାସନଗର) :- ଜିଲ୍ଳା ର ସୁକିନ୍ଦା ମାଇନ୍ସରେ ଫାଷ୍ଟକମ ଫାଷ୍ଟ ଲୋଡିଂରେ ଅନିୟମିତତାକୁ ନେଇ ଦୀର୍ଘ ବର୍ଷ ଧରି ତୂ ତୂ ମେ ମେ ଚାଲିଥିବାବେଳେ ଏଯାବତ ଏହାର କୌଣସି ସମାଧାନ ହୋଇନପରିନାହିଁ I ଏହି ଅସନ୍ତୋଷକୁ ନେଇ ଆଜି ଯାଜପୁର ରୋଡ଼ ସ୍ଥିତ ଖଣି ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ଟ୍ରକ ମାଲିକମାନେ ଗଣ ଧାରଣାକୁ ଓହ୍ଲାଇଛନ୍ତି I ଅଭିଯୋଗ ଅନୁଯାୟୀ ଏହି ଫାଷ୍ଟ କମ ଫାଷ୍ଟ ଲୋଡିଂକୁ ନେଇ ବାରମ୍ବାର ଅସନ୍ତୋଷ ଦେଖାଯାଉଥିଲା I ଏହାକୁନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ ପ୍ରଥମେ ୨୦୦୫ ମସିହାରେ ୬ ଚକିଆ ଗାଡ଼ି ଗୁଡିକ ଶାନ୍ତି ଶୃଙ୍ଖଳା ଓ ସୁବନ୍ଦୋବସ୍ତ ଭାବେ ଚାଲିଆସୁଥୁବା ବେଳେ ପୁନଃଶ୍ଚ ଓ ୧୩ /୯ /୨୦୧୯ ମସିହାରେ ୧୦ ଚକିଆ, ୧୨ ଚକିଆ ଓ ୧୪ ଚକିଆ ଟ୍ରକ ଗୁଡିକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ ସଠିକ ଭାବେ ଲୋଡିଂ କରିଆସୁଥିଲେ କିନ୍ତୁ ଦୀର୍ଘ ୨ ମାସ ହେବ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକ ଜୋର ଜବରଦସ୍ତ ଉଚ୍ଚ ନ୍ୟାଳୟଙ୍କ ନିର୍ଦେଶକୁ ଅବମାନନା କରି ନିଜ ନିଜର ଗାଡିକୁ ପ୍ରତ୍ୟେକ ଦିନ ଲୋଡି କରୁଛନ୍ତି l ଫଳରେ ଜିଲ୍ଲାର ବିଭିନ୍ନ ଟ୍ରକ ମାଲିକ ସଂଘର ଗାଡିଗୁଡିକ ଲୋଡ଼ିଂ ହେବାରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ଆଣିଛି ଟ୍ରକ ମାଲିକ ସଙ୍ଘ l ଏନେଇ ୫ /୮/୨୦୨୨ ଓ ୧୨/୮/୨୦୨୨ ତାରିଖରେ ପଙ୍କପାଳ ସ୍ଥିତ ବଙ୍ଗଳରେ ଏବଂ ଓ

ସୁକିନ୍ଦା ସାହିତ୍ୟ ସମାଜ ପ୍ରତିଷ୍ଠାତାଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧେlତ୍ସବ ପାଳିତ ହୋଇଯାଇଛି l

Image
ଯାଜପୁର (ସୁକିନ୍ଦା ): - ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ସ୍ବର୍ଗତଃ କବି ଦୁର୍ଯ୍ୟୋଧନ ନାୟକଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗତ 2ତାରିଖ (ଅଁଳା ନବମୀ ତିଥି)ରେ ସୁକିନ୍ଦା ଭାରତୀୟ ବିଦ୍ୟା ନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ରାଜା ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସଭାକୁ ଉଦଘାଟନ କରି ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ସ୍ବର୍ଗତଃ ନାୟକଙ୍କ ଅବଦାନ ସମ୍ପର୍କରେ ଅବତାରଣା କରିଥିଲେ l ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟିରେ ସ୍ବର୍ଗତଃ ନାୟକଙ୍କ ଭୂମିକା ବର୍ଣ୍ଣନାକରି ସେ ଜଣେ ବ୍ୟକ୍ତି ନଥିଲେ ଏକ ଅନୁଷ୍ଠାନ ଥିଲେ ବୋଲି କହିଥିଲେ l ନିର୍ମଳ ଚନ୍ଦ୍ର ରାଉତ, ଗୋଲକ ଚନ୍ଦ୍ର ପଲାଇ, ସୁରେନ୍ଦ୍ର କୁମାର ଦାଶ, ଲବଙ୍ଗଲତା ପରିଡା, ଅଲେଖ ପ୍ରସାଦ ପାଗଡ଼, ନାରାୟଣ ଶତପଥି, ଅଜୟ ଖୁଣ୍ଟିଆ, ପବିତ୍ର ମୋହନ ସାହୁ, ପ୍ରଦୀପ ଓଝା,ଶ୍ରୀନିବାସ ରାଉତ,ପ୍ରମୋଦ କୁମାର ସାହୁ ପ୍ରମୁଖ ସ୍ବର୍ଗତଃ ନାୟକଙ୍କ ସ୍ମୃତିଚାରଣ କରିଥିଲେ l ସାହିତ୍ୟ ସମାଜ ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭା