Posts

ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ l

Image
ଯାଜପୁର : - ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ଯାଜପୁରରୁ ୨ଥର ସାଂସଦ ନିର୍ବାଚିତ ହୋଇଥିଲେ। ସୂଚନା ମୁତାବକ, ଅଣ କଂଗ୍ରେସ ନେତା ଭାବେ ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ। ଏକଦା ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସମ୍ପାଦକ ହୋଇଥିଲେ। ୨୦୦୪ରେ ସେ ବିଜେଡିରେ ଯୋଗଦେଇଥିଲେ। ଯାଜପୁର ପାଇଁ ବିଜେଡିରୁ ସାଂସଦ ଟିକେଟ୍ ପାଇ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ। ୨୦୦୯ରେ ମଧ୍ୟ ପୁନଶ୍ଚ ବିଜେଡିରୁ ଏମ୍‌ପି ଟିକେଟ୍ ପାଇ ଲଢ଼ିଥିଲେ ଓ ଯାଜପୁର ସାଂସଦ ହୋଇଥିଲେ। ହେଲେ ୨୦୧୪ରେ ତାଙ୍କୁ ବିଜେଡି ଆଉ ଟିକେଟ୍ ଦେଇ ନ ଥିଲା। ତେଣୁ ସେ ବିଜେଡି ଠାରୁ ଦୂରେଇ ଯାଇଥିଲେ। ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ। ମୋହନ ଜେନାଙ୍କ ବିୟୋଗ ନେଇ ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ହଠାତ୍ ଏହି ଘଟଣା ସମସ୍ତଙ୍କୁ ଦୁଃଖର ସାଗରେ ଭସାଇ ଦେଇଛି। ସେ ସୁସ୍ଥ ହୋଇଯିବେ ବୋଲି ସମସ୍ତଙ୍କର ଆଶା ଥିଲା। ସେ ଜଣେ ସାମାଜିକ କର୍ମୀ ଭାବେ ଅଞ୍ଚଳରେ ପରିଚିତ ଥିଲେ। ୪ ବର୍ଷ ହେବ ସେ କିଡ୍‌ନୀ ରୋଗରେ ପୀଡ଼ିତ ରହିଥିଲେ। ନିୟମିତ ତାଙ୍କର ଡାଇଲିସିସ୍ ଚାଲିଥିଲା। ତେବେ ଗତମାସ ୨୦ ତାରିଖରେ ଯାଜପୁରର ଏକ ସାମାଜିକ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ବ୍ରେନ

କଳିଙ୍ଗ ନଗର ଲୋୟଲା ସ୍କୁଲ ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - କଳିଙ୍ଗ ନଗର ଟାଟା ଷ୍ଟିଲ ଦ୍ବାରା ପରିଚାଳିତ ଲୋୟଲା ସ୍କୁଲ ରେ ଅଭିଭବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଭାବକ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ମାନ୍ୟବର ଦକ୍ଷତା ଓ ଗ୍ରାମିଣ ବିକାଶ , ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ସୁକିନ୍ଦାର ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଈ ଓ ସମ୍ମାନୀତ ଅତିଥି ଭାବେ ବିଜେଡିର ବରିଷ୍ଠ ନେତ୍ରୀ ଯାଜପୁର ମହିଳା ଜନତାଦଳର ସାଧାରଣ ସଂପାଦିକା ଉଷାରାଣି ସାମଲ ଯୋଗ ଦେଇଥିଲେ l ଏହି ଅବସରରେ ଜିନ୍ଦଲ ଷ୍ଟିଲ ର ଏଚଆର ଓ ଆରଆଇ ବିଭାଗ ର ସହକାରୀ ଉପସଭାପତି ଶ୍ରୀ ରାକେଶ ପାଠକ ଏବଂ ଟାଟାଷ୍ଟିଲ କଳିଙ୍ଗ ନଗର ପ୍ରଶାସନ ବିଭାଗ ର ମୁଖ୍ଯ ଶ୍ରୀ ଅମିତାଭ ମୁଖାର୍ଜୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଏଲକେଜି ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଗତ ଶିକ୍ଷା ମାସରେ ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ ସହ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l ପରିବେଷିତ କାର୍ଯ୍ୟକ୍ରମ କୁ ଉପସ୍ଥିତ ଅଭିଭାବକ ଅତିଥୀ ଦର୍ଶକ ମାନେ ଭୁସିତ ପ୍ରଶଂସା କରିଥିଲେ l ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ଲାଗି ଭୁବନେଶ୍ବର ଲୋୟଲା ସ୍କୁଲ,ଯାଜପୁର ରୋଡର ସେଣ୍ଟ ମେରି ସ୍କୁଲ ଓ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା l ଦର୍ଶକ ମାନ

ରୋଗ ଯନ୍ତ୍ରଣାରେ ଛଟପଟ ବିଧବା ମହିଳା ସଞୁଲତା, ସରକାରୀ ସହାୟତା ପାଇଁ ଅପେକ୍ଷା l

Image
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତ ନୂଆସାହି ବାସିନ୍ଦା ସଞୁଲତା ମହାନ୍ତ । ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସଞୁଲତା ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଗରିବ ବିଧବା ମହିଳା ସ୍ୱାମୀ ମଲାପରେ ଦିନ ମଜୁରିଆ ଭାବେ କାମ କରି ପରିବାର ଲୋକଙ୍କ ମୁହଁରେ ଦାନା ମୁଠେ ଦେଉଥିଲେ । ହଠାତ ଅଜଣା ଗୋଗ ସଞୁଲତା ଙ୍କୁ ଗ୍ରାସ କରିଥିଲା l ଗରିବୀ, ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି । ଫଳରେ ଦିର୍ଘ ୮ବର୍ଷରୁ ଉର୍ଦ୍ଧ ସମୟ ହେବ ଖୋଲା ମେଲା ସାଢୀ ଟଙ୍ଗା ଘରେ ଦୀର୍ଘ ଦିନ ହେଲା ପଡ଼ି ରହିଛନ୍ତି। ସେ କୌଣସି କାମ ଧନ୍ଦା କରିପାରୁନାହାନ୍ତି ଖଟିଆରେ ପଡିରହିଛନ୍ତି ଦିନେ ଖାଇଲେ ଦୁଇ ଦିନ ଉପବାସ । ଏଭଳି ଦୁଖଦ ସମୟରେ ପୁଅ ବହୁତ କଷ୍ଟରେ ବାହାରେ ମୂଲ ମଜୁରୀ କରି ପରିବାର ଚଳାଉଛନ୍ତି । ପରିବାର କହିଲେ ସଞୁଲତା ଆଉ ଦୁଇଟି ପୁଅ ଗୋଟିଏ ଝିଅ ସ୍ୱାମୀ ପରିତ୍ୟକତା । ରୋଗରେ ପ୍ରକୋପ କାରଣରୁ ପ୍ରଥମେ ତାଙ୍କର ଗୋଡ ଓ ହାତ ସବୁ ବ୍ୟଥା ହୋଇ ଧିରେ ଧିରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା। ଏବେ ହାତ ଓ ଗୋଡ଼ ମୁଣ୍ଡ ପିଠି ଏକ । ଦେହ ଅସୁସ୍ଥ ହୋଇ ପଡ଼ିବାରୁ ସେ ଆଉ କୌଣସି କାମ କରି ପାରୁନାହାନ୍ତି କି ଠିକ୍ ରେ ଖାଇ ପିଇ ମଧ୍ୟ ପାରୁ ନାହାଁନ୍ତି l ସେହି ବିଞ୍ଚଣାରେ ପଡ଼ି ରହିଥିବା ବେଳେ ପରିବାର ଲୋକ ଖୁଆଇ ଦିଅନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ l ଟଙ୍କା ଅଭା

ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭରତ ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ମଧ୍ୟରେ ସହଭାଗିତା ld

Image
ଯାଜପୁର(କଳିଙ୍ଗନଗର) :- ଟାଟାଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହଭାଗିତା ରେ ଯାଜପୁର ଜିଲ୍ଲା ରେ "ନି - କ୍ଷୟ ମିତ୍ର କାର୍ଯ୍ୟକ୍ରମ" କାର୍ଯ୍ୟକାରୀ କରିବା ପାଇଁ ଶୁଭାରମ୍ଭ ହୋଇଛି l ଚଳିତ ବର୍ଷ ନଭେମ୍ବର ୯ ତାରିଖ ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି ଆସନ୍ତା ୨୦୨୩ ଅକ୍ଟୋବର ମାସରେ ଏହି ଅଭିଯାନ ଶେଷ ହେବ l ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ର ଓଡ଼ିଶା ମୁଖ୍ୟ ଡଃ. ଅମ୍ବିକା ନନ୍ଦ କହିଛନ୍ତି ଯେ, ଟିବି ରେ ପୀଡିତ ଲୋକମାନଙ୍କ ପାଖରେ ପୁଷ୍ଟିକର ଖାଦ୍ୟ ପହଞ୍ଚାଇବା ପାଇଁ( ଟିଏସ୍ଏଫ୍) ଓ ଯାଜପୁର ଜିଲ୍ଲା ପ୍ରଶାସନ କୁ ସହାୟତା କରୁଛି I ପ୍ରାରମ୍ଭିକ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୭୯୭ ଜଣ ଙ୍କୁ ଏହି ସୁବିଧା ଉପଲବ୍ଧ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି I ଏଠରେ ସୂଚନାଯୋଗ୍ଯ ଯେ ଏହି ସହଭାଗିତା ର ଅଂଶବିଶେଷ ଭାବେ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ବ୍ଲକର ଲୋକମାନଙ୍କୁ (ନି - କ୍ଷୟ) ଆପ ମାଧ୍ୟମରେ ପଞ୍ଜୀକରଣ କରାଯାଇଛି l ଏହି ଅବସରରେ ପଞ୍ଜୀକୃତ ହୋଇଥିବା ରୋଗୀଙ୍କୁ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ପୁଷ୍ଟିକର ଖାଦ୍ୟ କିଟ୍ ପ୍ରଦାନ କରାଯିବ l ଉକ୍ତ କିଟ୍ ରେ ୧.୫ କେଜି ଲେଖାଏଁ ହରଡ଼ ଡାଲି, ଚଣା ଡାଲି, ମସୁର ଡାଲି ସହିତ ୫୦୦ ଗ୍ରାମ ବାଦାମ, ସୋୟାବିନ ୩୦୦ ଗ୍ରାମ ଓ ଏକ କେଜି ଗୁଡ଼ ରହିବ l ୨୦୨୫ ସୁଦ୍ଧା ଟିବି ମୁକ୍ତ କରିବା ପାଇ

ସୁରେନ୍ଦ୍ର ଦାଶଙ୍କ ରଚିତ ଉପନ୍ୟାସ 'ସମ୍ପର୍କ'ଉନ୍ନ୍ମୋଚିତ I

Image
 ଯାଜପୁର (ସୁକିନ୍ଦା): - ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ତଥା ସୁକିନ୍ଦା ସାହିତ୍ୟ ସମାଜର ଅନ୍ୟତମ ଉପଦେଷ୍ଟା ପଣ୍ଡିତ ସୁରେନ୍ଦ୍ର କୁମାର ଦାଶଙ୍କ ରଚିତ ପଞ୍ଚମ ପୁସ୍ତକ ତଥା ପ୍ରଥମ ଉପନ୍ୟାସ 'ସମ୍ପର୍କ' ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ଠାରେ ଉନ୍ନ୍ମୋଚିତ ହୋଇଯାଇଛି l ଏହି ଉପଲକ୍ଷରେ ଆୟୋଜିତ ସମାରୋହରେ ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ ଶରତ କୁମାର ନାୟକ ଓ ଭାରତୀ ବିହାର ମହାବିଦ୍ୟାଳୟ, ହରିପୁରର ଅଧ୍ୟକ୍ଷ ଦୀନବନ୍ଧୁ ସେଠୀ ଅତିଥିଭାବେ ଯୋଗଦେଇ ଏହାକୁ ଉନ୍ନ୍ମୋଚନ କରି ଭିନ୍ନ ସ୍ୱାଦର ଏହି ଉପନ୍ୟାସଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ l ସାହିତ୍ୟ ସମାଜର ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସମ୍ପାଦକ ହିମାଂଶୁ ଶେଖର ଦ୍ବିବେଦୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ପୁସ୍ତକର ପ୍ରକାଶକ ଡ. ମୋନିକା ଦାଶ, ଲେଖକଙ୍କ ମାତୁଳ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶ, କବୟିତ୍ରୀ ଲବଙ୍ଗ ଲତା ପରିଡା ଓ ପ୍ରଭାତୀ ରାଉତ ପ୍ରମୁଖ ଶ୍ରୀ ଦାଶଙ୍କ ସାହିତ୍ୟ କୃତୀ ସମ୍ପର୍କରେ ଆଲୋକପାତ କରି ପୂର୍ବରୁ ତାଙ୍କ ରଚିତ ଖଣ୍ଡ କାବ୍ୟ, କବିତା ଗ୍ରନ୍ଥ 'ମାଟି ମା

ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ l ଉତେଜନା ରାସ୍ତା ରୋକ l

Image
ଯାଜପୁର (କଳିଙ୍ଗନଗର ) - ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଥାନା ଅଞ୍ଚଳର ରାବଣା ଛକ ନିକଟରେ ଗାଡ଼ି ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି l ଘଟଣାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ଟା ବେଳେ ପଙ୍କପାଳ ପଞ୍ଚାୟତ , ନୀଳମଣିଦେଇପୂର ଗ୍ରାମର ଆନନ୍ଦ ଚନ୍ଦ୍ର ଜେନା ଙ୍କ ବଡ଼ ପୁଅ ମନମୋହନ ଜେନା (୨୫) ଜିନ୍ଦାଲ ଷ୍ଟିଲ ରେ ଠିକା କର୍ମଚାରୀ ଭାବରେ କାମ କରୁଥିଲେ l କାରଖାନାରେ କାମ ସାରି ନିଜର ମଟର ସାଇକେଲ ଘରକୁ ଫେରିବା ବାଟରେ ରାବଣା ଛକ ନିକଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ଫଳରେ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ଧକ୍କା ଦେଇଥିବା ଆନ୍ଧ୍ରା ଟ୍ରକ୍ ନଂ AP05TB2115 ଟିକୁ ଜଖପୁରା ପୋଲିସ୍ ଜବଦ କରିଛି l ଏହି ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବି କରି ରାସ୍ତାରୋକ କରିଥିଲେ l ପୋଲିସ୍ ଲୋକମାନଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇ ଥିଲାବେଳେ ମରଶରୀର କୁ ପଂଚନାମା ପାଇଁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛି I ଜଖପୁରା ପୋଲିସ୍ ଏକ ମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି I 

ରସୁଲପୁର ବ୍ଲକ ଘେରାଉ କଲା ଓଡ଼ିଶା ଅଙ୍ଗନୱାଡ଼ି ମହିଳା ଆସୋସିଏସନ I

Image
ଯାଜପୁର (ରସୁଲପୁର):- ଜିଲ୍ଲା ର ରସୁଲପୁର ବ୍ଲକ ରେ ୮ ଗୋଟି ଦାବିକୁ ନେଇ ଓଡ଼ିଶା ଅଙ୍ଗନୱାଡ଼ି ମହିଳା ଆସୋସିଏସନ୍ ରସୁଲପୁର ତରଫରୁ ଅଙ୍ଗନବାଡ଼ି ସମସ୍ତ କର୍ମଚାରୀ ମାନେ ଦୀର୍ଘ ଦିନ ଧରି ପୁରଣ ହୋଇନଥିବା ଦାବି କୁ ନେଇ ଆଜି ସକାଳ ୧୦ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ରସୁଲପୁର ବ୍ଲକ ଘେରାଉ କରିଥିଲେ l ଏହି ଅବସରରେ ରସୁଲପୁର ବ୍ଲକ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ମହିଳା କର୍ମଚାରୀ ମାନେ ଯୋଗଦେଇଥିଲେ I ସରକାରଙ୍କୁ ଚେତାବନୀ ଦେଇଛନ୍ତି ସରକାର ତୁରନ୍ତ ମା' କୁ ସମ୍ମାନ ପ୍ରଦାନ କରି ସେମାନଙ୍କର ୮ ଗୋଟି ଦାବି କୁ ତତ୍କ୍ଷଣାତ୍ ବିଚାରକୁ ନେଇ ପୂରଣ କରିବା ପାଇଁ ଜିଲ୍ଲା ସମ୍ପାଦିକା କଲ୍ୟାଣୀ ମହାନ୍ତି ସଂଘ ପକ୍ଷରୁ ଦାବି କରିଛନ୍ତି l ନ୍ୟାର୍ଯ୍ୟ ଦାବି ସରକାର ଯଦି ପୁରଣ ନ କରନ୍ତି ତେବେ ସେ ଆଗକୁ ଏହି ଆନ୍ଦଲୋନ କୁ ଆହୁରି ତିବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ବିଡିଓଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି I ଆନ୍ଦୋଳନରେ ଯୋଗ ଦେଇଥିଲେ ଭାରତୀୟ ମହଦୂର୍ ସଙ୍ଘ ଜିଲ୍ଲା କୋଷାଧ୍ୟକ୍ଷ ରସୁଲପୁର ବ୍ଲକ ସଙ୍ଘର ପ୍ରତିଷ୍ଠାତା ଆଡଭୋକେଟ ସୁରେନ୍ଦ୍ର ସର , ଜିଲ୍ଲା ସଭାନେତ୍ରୀ ଜିଲ୍ଲା ସମ୍ପାଦିକା କଲ୍ୟାଣୀ ମହାନ୍ତି, ରସୁଲପୁର ବ୍ଲକ ସଭାନେତ୍ରୀ ଦିପ୍ତିମୟୀ ସାହୁ, ସମ୍ପାଦିକା ମାନସୀ ଶତପଥୀ ଙ୍କ ସହିତ ଶ୍ରୀମତୀ ନିରୁଲତା ବି