Posts

ବେଆଇନ୍ ଗୃହ ନିର୍ମାଣ କୁ ବନ୍ଦ କଲେ ଦାନଗଦୀ ତହସିଲଦାର I

Image
(ଜବର ଦଖଲ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି )  ଯାଜପୁର (କଳିଙ୍ଗନଗର) :- ଶିଳ୍ପାଞ୍ଚଳ ସ୍ଥିତ ରାବଣାଛକଟିକୁ ବେଆଇନ୍ ଭାବେ କବ୍ଜା କରି ରଖିଅଛନ୍ତି ଜବର ଦଖଲ କାରୀ l ସତେ ଯେମିତି ଲାଗୁଥିଲା ପ୍ରଶାସନ ଆଇନ୍ କାନୁନ୍ କିଛି କାମ କରୁ ନାହଁ l ଆଗରୁ ରାବଣା ଛକ ର ସରକାରୀ ଜମିକୁ ବେଆଇନ୍ ଭାବେ ଜବର ଦଖଲ କରି ନିଜ କବ୍ଜାରେ ରଖିଛନ୍ତି କେତେକ ମୁଷ୍ଠିମେୟ ବ୍ୟକ୍ତି l ସୋମବାର ଦିନ ଜବର ଦଖଲ କରି ବେଆଇନ୍ ଭାବେ ଛକ ରେ ଘର ନିର୍ମାଣ କରୁଥିବା ବେଳେ ବିଶେଷ ସୁତ୍ରରୁ ସୂଚନା ପାଇ ଥିଲେ ଦାନଗଦୀ ତହସିଲଦାର ନର୍ମଦା ମୋଦି l ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ମାନତୀରା ଆର.ଆଇ ଗୃହ ନିର୍ମାଣ କାର୍ଯ୍ଯ କୁ ମଙ୍ଗଳବାର ବନ୍ଦ କରି ଥିଲେ l ତେବେ ବେଆଇନ୍ ଭାବେ ନିର୍ମାଣ କାର୍ଯ୍ୟ କରୁଥିବା ଜବର ଦଖଲ କାରି ଙ୍କ ଉପରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣା ପଡିଛି l ଶିଳ୍ପା ଅଞ୍ଚଳର ନିକଟବର୍ତ୍ତୀ ଓ ବ୍ୟସ୍ତ ବହୁଳ ଛକ ଟି ହୋଇ ଥିବା ବେଳେ ଲୋକ ମାନେ ଯାତାୟାତ କରୁଥିବା ସମୟରେ ଦୁର୍ଘଟଣା ମାନ ଘଟି ଧନ ଜୀବନ କ୍ଷୟ କ୍ଷତି ଘଟୁଛି l ରାସ୍ତା ଉପରେ ବେଆଇନ୍ ଦୋକାନ ବଜାର ଗଢି ଉଠିଥିବା ରୁ ଛକ ଦେଇ ଯାତାୟାତ କରୁଥିବା ଲୋକେ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଯଦି ସରକାରଙ୍କ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଭିନ୍ନ ଛକ ଜାଗା ମାନଙ୍କରେ ସରକାରୀ ଜାଗା ଚିହ୍ନଟ କରି ଦୋକାନ ଗୃହ ନିର୍

ନିଲାମ ଧାରୀ ଓ ତହସିଲ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା, ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି l

Image
(ପ୍ୟାକେଟ  ଗରମ୍ ରେ ଚାଲିଛି ଅନ୍ଧାରୀ ଶାସନ,)  ଯାଜପୁର (କଳିଙ୍ଗନଗର) :- ଦାନଗଦୀ ତହସିଲ ର ଚକୁଆ ବାଲିଘାଟ ଚୋରାବାଲି ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି I କଳିଙ୍ଗନଗର ଶିଳ୍ପାଞ୍ଚଳର ପାଖରେ ଅବସ୍ଥିତ ହୋଇଥିବାରୁ ଏଠାରୁ ପ୍ରତ୍ୟେହ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ କରାଯାଉଥିବା ବେଳେ ବାଲି ମାଫିଆ ମାନେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି I ଏହି ବାଲି ଘାଟ ନିଲାମ ହୋଇଛି ସତ କିନ୍ତୁ ସରକାରଙ୍କ ରାଜକୋଷ ବା ଦାନଗଦୀ ତହସିଲକୁ ଟଙ୍କାଟିଏ ରାଜସ୍ୱ ଆସିନଥାଏ I ଏହି ବାଲି ଘାଟ ଉପରେ ଦାନଗଦୀ ତହସିଲଦାର ନାମକୁ ମାତ୍ର ଚଢାଉ କରି ଗୋଟିଏ ଦୁଇଟି ଗାଡ଼ି ଧରି ଅଳ୍ପ କିଛି ଫାଇନ କରି ନିଜର ସରକାରୀ କର୍ତ୍ତବ୍ୟ ସାରି ଦିଅନ୍ତି I ଏହାପରେ ଦାନଗଦୀ ତହସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚକୁଆ ଓ ମାନତିରା ନାମକ ଦୁଇଟି ବାଲି ଘାଟ ସୃଷ୍ଟି କରାଯାଇ ଏହାର ନିଲାମ କରିବା ପାଇଁ ବିଜ୍ଞାପନ ସଂଖ୍ୟା – ୩୩୫୭ ତା ୧୯/୦୯/୨୦୨୦ ରିଖରେ ଚକୁଆ ବାଲି ଘାଟ ମୌଜା ଖାତା ନଂ ୬୮ ପ୍ଳଟ ନଂ ୪୦୭ ଏରିଆ ଏ ୧୦.୦୦ କିସମ ନଦୀ , ମାନତିରା ବାଲି ଘାଟ ମୌଜା ମାନତିରା ଖାତା ନଂ ୨୨୯ ପ୍ଳଟ ନଂ ୧୮୧୧ ଏରିଆ ଏ ୩.୫୦ କିସମ ନଦୀକୁ ନିଲାମ କରିବା ପାଇଁ ବିଜ୍ଞାପନ ପ୍ରକାଶ କରଯାଇଥିଲା ଯାହାର ନିଲାମ ତା ୧୧/୧୦/୨୦୨୦ ରିଖକୁ ରଖାଯାଇଥିଲା I କିନ୍ତୁ ଆବଶ୍ୟକ ସଂଖ୍ୟକ ନିଲାମଧାରୀ ଦରଖାସ୍ତ କରିନଥିବାରୁ ସେହି

ଶିଳ୍ପାଞ୍ଚଳ ରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ, ପ୍ରଶାସନ ର ଦୃଷ୍ଟି ପଡୁ I

Image
ଯାଜପୁର (କଳିଙ୍ଗନଗର) : - ଜିଲ୍ଲା ରେ ମଶାକୁ ନେଇ ଅତିଷ୍ଠ ହୋଇ ପଡିଛନ୍ତି କଳିଙ୍ଗନଗର ବାସୀ l ଆମେ ଏସିଆ ମହାଦେଶର ଶିଳ୍ପ ରାଜଧାନୀ କଳିଙ୍ଗନଗର କଥା କହୁଛୁ । ବିଗତ କିଛି ବର୍ଷ ମଧ୍ୟରେ ବିକଶିତ ହୋଇଥିବା ଏହି ଶିଳ୍ପନଗରରେ ତିନିଲକ୍ଷ ରୁ ଅଧିକ ଲୋକ ବସ ବାସ କରୁଛନ୍ତି । କି ବର୍ଷା କି ଖରା ମଶାଙ୍କ ଉତ୍ପାତ କଳିଙ୍ଗନଗରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । କଳିଙ୍ଗନଗର, ବ୍ୟାସନଗର ପୌରଅଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ଦିନରୁ ରାତି ପର୍ଯ୍ୟନ୍ତ ମଶା ସହର ବାସୀ ଙ୍କୁ ନୟାନ୍ତ କରି ପକାଉଛନ୍ତି । ପୋୖରାଞ୍ଚଳରେ ମଶା ମାରିବାକୁ ବିଭିନ୍ନ ଉପାୟ ପ୍ରଶାସନ ଆପଣାଉଥିଲା ବେଳେ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ମଶା ମାରିବାକୁ କାରଖାନା କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ନ ଥିବା କଳିଙ୍ଗନଗରବାସୀ ବିଶେଷ କରି କାରଖାନା ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ର ଜନସାଧାରଣ ଅଭିଯୋଗ କରୁଛନ୍ତି l ଏହା ଦ୍ଵାରା ଅନେକ ସମୟରେ ଜ୍ଵର, ସହିତ ମ୍ଯାଲେରିଆ, ଡ଼େଙ୍ଗୁ ଅନେକ ମାରାତ୍ମକ ରୋଗ ରେ ଆକ୍ରାନ୍ତ ହୋଇ ହେଉଛନ୍ତି ସ୍ଥାନୀୟ ବାସିନ୍ଦା l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ କହିବାକୁ ଗଲେ ବାସିନ୍ଦା ଧୂଳି, ଧୂଆଁ ଓ ଜଳ ପ୍ରଦୂଷିତ ହେଉଥିବା ବେଳେ ଏବେ ମଶାମାନଙ୍କ ଉତ୍ପାତ କହିଲେ ନ ସରେ l ଏଥିପ୍ରତି ପ୍ରଶାସନ ଆଗରୁ ସଜାଗ ହୋଇ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ସାଧାରଣରେ ଦାବି

ସାଧାରଣତଃ ଜନଜୀବନ ପ୍ରତି ଦୃଷ୍ଟି ଦେଉନାହଁ KEC ଠିକା ସଂସ୍ଥା l

Image
ଯାଜପୁର (କଳିଙ୍ଗନଗର) :- ଭାରତ ସରକାରଙ୍କ ପକ୍ଷରୁ ଜନସାଧାରଣ ଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି l ଏହି ପରିପ୍ରେକ୍ଷୀରେ ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି l KEC ଠିକା ସଂସ୍ଥା ବିଭିନ୍ନ ରାଜ୍ୟରେ ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟାଦେଶ ପାଇ କର୍ଯ୍ୟ କରୁଥିବା ବେଳେ ଯାଜପୁର ଜିଲ୍ଲା ଜିଲ୍ଲା ର ଦାନଗଦୀ ବ୍ଲକ ର ଯଖପୁରା ଗ୍ରାମପଞ୍ଚାୟତର ରେ ଏହି କାର୍ଯ୍ୟ KEC ଠିକା ସଂସ୍ଥା ଦ୍ଵାରା ଚାଲୁ ରହିଛି l ଆଗାମୀ ଦିନରେ ଜନସାଧାରଣଙ୍କ ଉପକାର ପାଇଁ କର୍ଯ୍ୟ କରୁଥିବା ଏହି ଠିକା ସଂସ୍ଥା ବର୍ତ୍ତମାନ ର ସୁରକ୍ଷା ଦାୟିତ୍ୱ କୁ ଭୁଲିବାକୁ ପଛାଉ ନାହିଁ l କଳିଙ୍ଗନଗର ଶିଳ୍ପା ଅଞ୍ଚଳର ବିଜୁପଟ୍ଟନାୟକ ମାର୍ଗ ରାସ୍ତା ଟି ଶିଳାଞ୍ଚଳ ର ବ୍ୟସ୍ତବହୁଳ ରାସ୍ତା ଯାହାକି ଯଖପୁରା ଗ୍ରାମର ମୁଖ୍ୟ ରାସ୍ତା I ସେହି ରାସ୍ତାର ପାର୍ଶ୍ୱରେ ଗାଢ଼ ଖୋଳି KEC ଠିକା ସଂସ୍ଥା ପାଣି ପାଇପଲାଇନ୍ ସ୍ଥାପନ କରୁଅଛି କିନ୍ତୁ ସାମାଜିକ ସୁରକ୍ଷା କଥା କୁ ଖାତିର୍ କରୁନାହଁ l ରାସ୍ତା କଡରେ ବଡ଼ ବଡ଼ ଗାତ ଖୋଳି ଦୀର୍ଘଦିନ ଧରି ପକାଇ ରଖୁଥିବା ଦେଖିବାକୁ ମିଳିଛି l ତାହା ସହିତ କାର୍ଯ୍ୟ ଶେଷ କରିବା ପରେ ପିଚୁ ରାସ୍ତା ଉପରେ ମାଟି ସଫା କରୁନଥିବା ଅଭିଯୋଗ ହେଉଛି l ବିଶେଷ କରି ଏହା ଆଇନ୍ ବିରୋଧ କାରଣ ଉକ୍ତ ଠିକା ସଂସ୍ଥା ଗାଢ଼ ବା ଗାତ ଜାଗାରେ କୌଣସି ନିରାପତ୍ତା ପ

ଦେଭ ଇଣ୍ଟର ନେସନାଲ ସ୍କୁଲର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ l

Image
(କୁନିକୁନି ଛାତ୍ରଛାତ୍ରୀ ଙ୍କ ନୃତ୍ୟ ରେ ଦର୍ଶକ ବିଭୋର)  ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ଦେଭ ଇଣ୍ଟର ନେସନାଲ ସ୍କୁଲର ବାର୍ଷିକ ଉତ୍ସବର ପ୍ରଥମ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ କୁନିକୁନି ପିଲା l ଏଥି ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟର ବାର୍ଷିକ ପତ୍ରିକା "ଉତ୍ସାହନ" ର ଶୁଭ ଉନ୍ମୋଚିତ କରାଯାଇଥିଲା। ଅପରାହ୍ନ ୪ ଘଟିକା ଠାରୁ ଏହି କର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ୟୁନିଭର୍ସିଟି ର ପୂର୍ବତନ ଭାଇସ ଚାନ୍ସେଲର ଡ଼. କୁମରବର ଦାସ , ସମ୍ନାନିତ ଅତିଥି ଭାବେ ସେଂଚୁରିଆନ ୟୁନିଭର୍ସିଟି ର ଭାଇସ ଚାନ୍ସେଲର ଡ଼.ସୁପ୍ରିୟା ପଟ୍ଟନାୟକ, ପ୍ରଫେସର ଡ଼.ପ୍ରସନ୍ନ କୁମାର ସାହୁ,ଆଡଭୋକେଟ ନାରାୟଣ ପ୍ରସାଦ ପତି, ଆଇଆଇଟିଆନ ସତ୍ଵିକ ଦାସ ,ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଶିକ୍ଷା ସହିତ କଳାର ମହତ୍ତ୍ୱ ବି ରହିବା ଦରକାର। ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ହେଲେ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ହେବା ଦରକାର ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ।ଏହି

ଦାନଗଦୀ ବ୍ଲକରେ ଗୁରୁ ହିଁ ସାକ୍ଷାତ ଈଶ୍ୱର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ମନ୍ତ୍ରୀ l

Image
ଯାଜପୁର (କଳିଙ୍ଗନଗର) :- " ଶିକ୍ଷକ ମାନେ ହେଲେ ସମାଜ ସଂସ୍କାରକ । ଶିକ୍ଷକ ମାନେ ଭବିଷ୍ୟତ ପିଢୀ ନିର୍ମାଣର ବିନ୍ଧାଣି । ସମାଜରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସ୍ଥାନ ସ୍ୱତନ୍ତ୍ର । ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସମାଜରେ ସଂସ୍କାର ଆସିପାରୁଛି" ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ସୁକିନ୍ଦାରେ କିଛିଦିନ ତଳେ ଆୟୋଜିତ ହୋଇଥିବା ଗୁରୁ ହିଁ ସାକ୍ଷାତ ଈଶ୍ୱର କାର୍ଯ୍ୟକ୍ରମ ଆଜି ଦାନଗଦି ବ୍ଲକରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଅଞ୍ଚଳର ବିକାଶ ସହିତ ସୁକିନ୍ଦା ଓ ଦାନଗଦି ବ୍ଲକ ରେ ସ୍କୁଲ ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ । ଆଜି ଏହି ନିଆରା କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଦାନଗଦୀ ବ୍ଲକର ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହ ବିଚାର ବିମର୍ଷ କରି ସେମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ସହିତ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଛନ୍ତି । ଶିକ୍ଷକ, ପ୍ରଶାସନ ଏବଂ ଜନ-ପ୍ରତିନିଧିଙ୍କ ସାମୂହିକ ଉଦ୍ୟମରେ ସ୍କୁଲ ଶିକ୍ଷାର ମାନ କିପରି ବୃଦ୍ଧି ପାଇବ, ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷ

ଢେଙ୍କାନାଳ ସିମା ଅଞ୍ଚଳରେ ହାତୀ ପଲ ଦେଖି ସୁକିନ୍ଦା ବନବିଭାଗ ଚଳଚଞ୍ଚଳ।

Image
ଯାଜପୁର(ସୁକିନ୍ଦା) :- ଜିଲ୍ଲାର ସୁକିନ୍ଦା ଖଣିଅଞ୍ଚଳ ସିମାବର୍ତ୍ତୀ ଭୂବନ ବ୍ଲକ ର ଅନଳ , ଓଡିଶ , ଦର୍ଜନି , ମଝିପାଳ, ସୁକିନ୍ଦା ବ୍ଲକ ର କାଙ୍କଡପାଳ, ଭାଲୁକିପାତଳା ଗ୍ରାମ ରେ ଏବେ ହାତୀ ଭୟ । ୧୦ ଟିକିଆ ହାତୀ ପଲ୍ଲ ବର୍ତ୍ତମାନ ଅନଳ ଓ ଦର୍ଜନି ମଝିପାଳ ରେ ଥିବା ସୂଚନା ମିଳିଛି । ଡ୍ରୋନ୍ କ୍ୟାମେରା ରେ ହାତୀ ଗଣତି କରାଯିବା ସହିତ ହାତୀ ପଲଙ୍କ ଗତୀବିଧି ଉପରେ ନଜର ରଖାଯାଇଛି । ସୂଚନା ମୁତାବକ ରେଙ୍ଗାଲି କେନାଲ ଯୋଗଁ ହାତୀପଲ ସୁକିନ୍ଦା କୁ ଆସିପାରି ନାହାନ୍ତି । ଅନଳ ସ୍ମସାନ ରେ ଆଜି ଦିନ ତମାମ୍ ଥିବା ବେଳେ ଭାଲୁକିପାତଳା ରେ ସୁକିନ୍ଦା ରେଞ୍ଜର ବିପିନି ବିହାରୀ ରାଉତରାୟଙ୍କ ନିର୍ଦେଶ କ୍ରମେ ଫରେଷ୍ଟର ନରେଶ କୁମାର ଟୁଡୁ, ଏମ୍ ଡି ସାକିର୍ ହୁସେନ୍, ଇପ୍ସିତ୍ ରାଏ ନାୟକ, ଗୌରାଙ୍ଗ ଜାରିକା, ନବ କୁମାର ବେହେରା,ଙ୍କ ସମେତ ୧୫ ଜଣ ପ୍ରୋଟେକ୍ସନ ସ୍କ୍ୱାର୍ଡ ଉପସ୍ଥାପିତ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସୁକିନ୍ଦା ସୀମା କୁ ଜଗି ରହିଥିବା ସୂଚନା ଦେଇଛନ୍ତି ରେଞ୍ଜର I