Posts

ଆଗକୁ ପାଦ ଥାପୁଛି ଚାଷୀ ଆନ୍ଦୋଳନ, ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚର ମେଳିରୁ ମିଳୁଛି ସୂଚନା!

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର) :- ୨୯ ମୈାଜା ଭୂମିମୁକ୍ତି କୂଷକ ମଞ୍ଚ ର ଆହୂାନରେ ନାରୀ ନେତ୍ରୀ ଶ୍ରୀମତୀ ସୂର୍ଣଲତା ବାନାରା ଙ୍କ ସଭାପତିତ୍ବରେ ଗୋବରଘାଟୀ ମୈାଜାର ହାତୀମୁଣ୍ଡା ଗ୍ରାମରେ ,ହାତୀମୁଣ୍ଡା, ମଶାଖୀଆ, ବେଲହୁଡି,ମିରିଗିଚରା ର ଶତାଧୀକ ଚାଷୀ ପରିବାର ମାନେ ବିଧିବଦ୍ଧ ଭାବରେ ଅପରାହ୍ନ ୫ଘଟିକା ଠାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ହାତୀମୁଣ୍ଡା ଛକ ରେ ଏକତ୍ର ହୋଇ ଭୂମିମୁକ୍ତି କୂଷକ ମଞ୍ଚ ରେ ସାମିଲ ହୋଇ ଆଲୋଚନା ଆଲୋଚନା କରିଥିଲେ l ସରକାର ଙ୍କ ରାଜସ୍ୱ ବିଭାଗ ଉଦାସୀନତା ଯୋଗୁ ୯୮ ବର୍ଷ ଧରି ଅଂଚଳ ବାସୀ ସେମାନଙ୍କ ବାପ ଗୋସାପ ଅମଳ ର ଜଙ୍ଗଲ ସଫା କରି ଘରବାଡି ଓ ଚାଷଜମିକୁ ସରକାରୀ ଖାତା ରେ ଯୋଗକରି ନଥିବାରୁ ସମସ୍ତେ ଆନ୍ଦୋଳନ କୁ ଓହ୍ଲାଇ ବାକୁ ଶପଥ ନେଇଥିଲେ l ଗାଁଗାଁ ରେ ଜମି ସର୍ଭେ ନ କରି କେବଳ ବନ୍ଦୋବସ୍ତ କୋର୍ଟ କରିଦେଲେ କାହାରି ଜମି ର ପଟ୍ଟା ପାଇବା ସମସ୍ୟା ର ସମାଧାନ ହୋଇ ପାରିବ ନାହିଁ ବୋଲି ସମସ୍ତେ ଏକ ସ୍ୱର ରେ ମତ ଦେଇଥିଲେ l କୂଷକ ମଞ୍ଚ ତରଫରୁ ଆଗାମୀ ଦିନରେ ମୈାଜାୱାରୀ ଜମି ମାଲିକ ମାନେ ନିଜନିଜ ର ଜମି ଘରଢିହ ର ସୂଚନା କୁ ଲିପିବଦ୍ଧ କରି କୋର୍ଟ ରେ ଦାଖଲ କରିବାର ନିଷ୍ପତି ନିଆଯାଇଥିଲା l ଜମି ବନ୍ଦୋବସ୍ତ ବିନା କାହାରିକୁ କୈାଣସୀ ମୂଲ୍ୟ ରେ କେହି ପ୍ରଜା ଜମି ହସ୍ତାନ୍ତର କରିବେନାହିଁ ବୋଲି ସମସ୍ତେ ମିଳିତ ଶପଥ ନେଇ ...

ଧର୍ମଶାଳା ତହସିଲ ଚର୍ଚ୍ଚାରେ ଥିବା ବେଳେ, ପୁଣି ପଥର ମାଫିଆ ମାନେ ଲୁଟ କରିଚାଲିଛନ୍ତି ପଥର l

Image
RITA VISION NEWS By Umakanta Mohapatra      ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଧର୍ମଶାଳା ତହସିଲ ଅନ୍ତର୍ଗତ ବିଚାଖଣ୍ଡି ମୌଜାର ଚାଷ ଜମିକୁ ନଷ୍ଟ କରୁଛନ୍ତି ପଥର ମାଫିଆ l ସାରା ଓଡ଼ିଶାରେ ଧର୍ମଶାଳା ତହସିଲ ଚର୍ଚ୍ଚାରେ ଥିବା ବେଳେ, ପ୍ରଶାସନିକ କଟକଣା ଲାଗୁ ସତ୍ଵେ କିଛି ଫଳ ନାହିଁ l ନିର୍ଭୟରେ ପଥର ମାଫିଆ ମାନେ ଲୁଟ କରିଚାଲିଛନ୍ତି ପଥର l ମାଫିଆ ମାନଙ୍କର ଭୁସ୍ବର୍ଗ ପାଲଟିଛି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଭୂଖଣ୍ଡ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି ସରକାର l ଦୀର୍ଘ ଦିନ ପରେ ଲିଜ ନଥିବl ଖଣି ମାନଙ୍କରୁ ଲୁଟ ହେଉଛି କଳା ପଥର l ନାମକୁ ମାତ୍ର ଧର୍ମଶାଳା ତହସିଲ କେତେ ଗୋଟି ଖାଦାନ ଲିଜ ଦେଇ ରାଜସ୍ବ ବାହା ବାହା ନେଇଛନ୍ତି l ମେସିନ ସାହାଯ୍ୟରେ ଖାଦାନ ମାନକରୁ ପାଣି ବାହାର କରି ଫସଲ ହୋଇଥିବା ଚାଷ ଜମିକୁ ନଷ୍ଟ କରିଚାଲିଛନ୍ତି ପଥର ମାଫିଆ l ତଳ ଅଂଚଳରେ ଚାଷ ହୋଇଥିବା ପନିପରିବା, ବିରି, ମୁଗ ଅନେକ ଚାଷ ଜମିରେ ପାଣି ମାଡି ଫସଲ ନଷ୍ଟ ହେବାକୁ ବସିଲାଣି l ବ୍ଲାଷ୍ଟିଙ୍ଗ କରି ଶହ ଶହ ଟ୍ରିପ କରିଚାଲିଛନ୍ତି ଲୁଟ l ପ୍ରଶାସନ ଓ ମାଫିଆ ଙ୍କ ମଧୁଚନ୍ଦ୍ରିକା ରେ ଦୈନିକ ହଜାର ହଜାର ଟ୍ରିପ ପଥର ଲୁଟି ନିକଟରେ ଥିବା କ୍ରସର ମାନଙ୍କୁ କଞ୍ଚା ମାଲ ଯୋଗାଇ କୋଟି କୋଟି ଟଙ୍କା ରୋଜଗାର କରୁଅଛନ୍ତି l ଏଠାରେ ପ୍ରଶ୍ନ ଉଠିଛି (1)-:ପଥର ମାଫିଆ ମାନଙ୍କୁ ସୁରକ୍ଷା ଦେଉଛି...

ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର l

Image
ଯାଜପୁର (ସୁକିନ୍ଦା) :- ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରାହାଷୋଳ ସେକ୍ସନ ସୁକ୍ରଙ୍ଗି ଗ୍ରାମର ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ଆଜି ଏକ ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟ ଆଜି ଦିନ ସମୟରେ ଏହି ଅହିରାଜ ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ୧୬ ଫୁଟର ଅହିରାଜ ସାପଟିକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।

ଟୁକନ ପାଇଁ ଚାଷୀ ହତାଶ ହୋଇ ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇଲେ l

Image
RITA VISION NEWS By Umakanta Mohapatra ଯାଜପୁର(ଦାନଗଦୀ) :- ରାଜ୍ଯ ସରକାର କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଭିନ୍ନ ଜିଲ୍ଲାରେ ପ୍ରମାଣିତ ହୋଇଛି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ ର କୃଷି ସମବାୟ ସମିତି ଠାରେ l ଜିଲ୍ଲା ର ଦାନଗଦୀ ବ୍ଲକ ରାଣୀପଡ଼ା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ଅଫିସ କୁ ପାଞ୍ଚ ପଞ୍ଚାୟତ ର ଚାଷୀ ମାନେ ତାଲା ପକାଇ ଥିବାର ଦେଖିବାକୁ ମିଳିଥିଲା l ସୂଚନା ମୁତାବକ ଦାନଗଦୀ ଠାରେ ତ୍ରିଜଙ୍ଗା, ଧୂଳିଗଡ଼, ଓଲ୍ଲଳ , ରାଣୀପଡ଼ା ଓ ରାଛୀପୁର ଗ୍ରାମପଞ୍ଚାୟତ କୁ ନେଇ ରାଣୀପଡ଼ା ପ୍ରାଥମିକ କୃଷିସେବା ସମବାୟ ସମିତି ଲିଃ ଖୋଲାଯାଇଛି l ଚଳିତ ବର୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ କାର୍ଯ୍ୟାଳୟ ରୁ ଏକ ଶହ ଟଙ୍କା ଦେଇ ଟୁକନ ନେଇଥିଲେ l କିନ୍ତୁ ଫେବୃଆରୀ ପନ୍ଦର ତାରିଖ ଟିକେଟ ର ଶେଷ ଦିନ ହୋଇଥିବା ହେତୁ ମଣ୍ଡି ଚାଷୀଙ୍କ ଠାରୁ ଧାନ ନେଇ ପାରିନଥିଲା l ଚାଷୀ ଯଦି ଧାନ କୁ ବିକ୍ରି ନ କରିବେ ଋଣ କିଭଳି ପରିଶୋଧ କରିବେ? ସେମାନଙ୍କ ପରିବାର ଚାଲିବ କେମିତି? ଚାଷୀ ବର୍ତ୍ତମାନ ହତାଶ ହୋଇ ଉପାୟ ଶୂନ୍ୟ l ଏହି ପରିସ୍ଥିତି ରେ କୃଷକମାନେ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇ ଥିବାର ଦେଖିବାକୁ ମିଳିଥିଲା l ଏହି ଟୁକନ ବ୍ୟବସ୍ଥା ର ଅନିୟମିତତା ଅଭିଯୋଗ କରି କୃଷି ସମବାୟ ସମିତି କାର୍ଯ୍ୟାଳୟ ର ସମୁଖରେ ଆନ୍ଦୋଳନ ଜାରି ରଖିଥିଲେ l...

ମିଶ୍ରି ଲାଲ କାରଖାନା ବିରୁଦ୍ଧରେ ତେଜୁଛି ଜନ ଆନ୍ଦୋଳନ! ବିଧାନସଭା ପ୍ରଦୂଷଣ କମିଟି ମୁଖ୍ୟଙ୍କୁ ଅଭିଯୋଗ କଲେ ପଙ୍କପାଳ ସରପଞ୍ଚ l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର ): - ଯାଜପୁର ଜିଲ୍ଲା କଲିଙ୍ଗନଗର ଶିଳ୍ପାଞ୍ଚଳ ରେ ବହୁ କାରଖାନା ବିରୁଦ୍ଧରେ ପ୍ରଦୂଷଣ ବିଭାଗର ର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଛନ୍ତି ଜନସାଧାରଣ l ଏହାର କୌଣସି ସୁଫଳ ମିଳିବାର ନଜିର ନାହିଁ l କଲିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ଥିଲେ ମଧ୍ୟ କୌଣସି କାରଖାନା ବିରୋଧରେ କିଛି ପଦକ୍ଷେପ ଗ୍ରହଣ ନ କରିବା ଦ୍ବାରା କାରଖାନା ମାନେ ମନଇଚ୍ଛା ନିୟମ ଉଲଙ୍ଘନ କରିଚାଲିଛିନ୍ତି। ଯାହା କୁ ବିରୋଧ କରି ମିଶ୍ରି ଲାଲ କାରଖାନା ବିରୋଧରେ ପଙ୍କପାଳ ସରପଞ୍ଚ ସ୍ମୃତିରଞ୍ଜନ  ଜେନା ଓଡ଼ିଶା ବିଧାନସଭା ପ୍ରଦୂଷଣ କମିଟିରେ ମୁଖ୍ୟ ତଥା ବିଜେପି ବିଧାୟକ ମୋହନ ମାଝୀ ଙ୍କୁ ସାକ୍ଷାତ କରିବା ସହିତ ସ୍ଥାନୀୟ ଲୋକ ଙ୍କ ସମସ୍ତ ଅସୁବିଧାକୁ ପତ୍ର ଦ୍ବାରା ଲିଖିତ  ଜଣାଇଛନ୍ତି । ସରପଞ୍ଚ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ କମ୍ପାନୀ ସରକାରୀ ନିୟମ ପାଳନ ନକରି ଭୂତଳ ଜଳକୁ କାରଖାନା କାର୍ଯ୍ୟ ରେ ବ୍ୟବହାର କରିବା ସହିତ ପ୍ରଦୂଷିତ ଜଳ ଓ ଧୂଆଁ ନିର୍ଗତ କରି ପରିବେଶ ଦୂଷିତ କରୁଛି । ଏହା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ରେ ସାଧାରଣ ଲୋକଙ୍କ ଜୀବନ ହାନୀ ହେଉଛି । କାରଖାନା ପ୍ରତିଷ୍ଠା କରିବା ଲାଗି ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ବେଳେ ପ୍ରଦୂଷଣ ବୋର୍ଡ ଓ ମିଶ୍ରୀଲାଲ କାରଖାନା କତୃପକ୍ଷ ନୀରବବତା ସ୍ଥାନୀୟ ଲୋକଙ୍କ ମଧ୍...

ରାଜନୈତିକ ଆକ୍ରୋଶ ର ଶିକାର ହୋଇ ଆବାସ ଯୋଜନା ରୁ ଯୋଗ୍ୟ ହିତାଧିକାରୀ ବାଦ୍ l

Image
RITA VISION NEWS By Umakanta Mohapatra (ସରକାରୀ କର୍ମଚାରୀ ଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି)  ଯାଜପୁର (କଳିଙ୍ଗନଗର ) :- ରାଜନୈତିକ ଆକ୍ରୋଶର ଶିକାର ହୋଇ ବାଦ୍ ପଡ଼ିଲେ ଯୋଗ୍ୟ ଆବାସ ହିତାଧିକାରୀ ଆବାସ ଯୋଜନା ରେ ସ୍ୱଚ୍ଛତା ନେଇ ସରକାର ଅନେକ ପଦକ୍ଷେପ ନେଇଥିବା କହୁଛନ୍ତି।ଆବାସ ଯୋଜନାକୁ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟଣା ଓଟରା ହୋଇ ରାଜ୍ୟରେ ଉଷ୍ମତା ଲାଗିରହିଥିବା ବେଳେ ଦାନଗଦୀ ବ୍ଲକ୍ ଅଧୀନସ୍ଥ ମନତୀରା ପଞ୍ଚାୟତ ରାବଣା ଗ୍ରାମରେ ସେମିତି ଜଣେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡିଛନ୍ତି।ଯାହାକୁ ନେଇ ସେ ବାର ଦୁଆର ସୁଣ୍ଢି ପିଣ୍ଢା ହେଉଛନ୍ତି । ରାବଣା ଗ୍ରାମର ଅଭିମନ୍ୟୁ ନାଥ।ସେ ଜଣେ ଦିନ ଦୁଃଖୀ। ରହିବା ପାଇଁ ଘର ଖଣ୍ଡେ ନାହିଁ।ରହୁଥିବା ଘରର ଚାଳ ଛିଡି ପଡୁଛି।ସେ ଜଣେ ମଧ୍ୟ ସାମାନ୍ୟ ମାନସିକ ଭାରାକ୍ରାନ୍ତ ବ୍ୟକ୍ତି।ତିନି ତିନୋଟି ଝିଅ, ସବା ସାନ ଝିଅଟି ଜନ୍ମରୁ ବିକଳାଙ୍ଗ।ଏହା ସତ୍ତ୍ୱେ ତାଙ୍କ ଉପରେ ନିଜକୁ ନେତା ବୋଲାଉଥିବା ରାବଣା ଗ୍ରାମର ତଥାକଥିତ ନେତା ବୋଲାଉଥିବା ମନୋଜ କୁମାର ବେହେରା ରାଜନୀତି ର ଆକ୍ରୋଶ ରେ ତାଙ୍କର ଆବାସ ଯୋଜନା ଟିକୁ କାଟିଦେଇଛନ୍ତି ବୋଲି ଅଭିମନ୍ୟୁ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ପଞ୍ଚାୟତ ନିର୍ବାଚନ ବେଳେ ସେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି ବୋଲି ଆବାସ ଯୋଜନାର ତାଲିକାରୁ ତାଙ୍କ ନାମ ...

କଳିଙ୍ଗନଗର ବିକାଶ ର ମୁକସାକ୍ଷୀ ରାବଣା ଗ୍ରାମର ଆଦିବାସୀ କୁଡୁମୀ ସାହି l

Image
RITA VISION NEWS By Umakanta Mohapatra ( ପ୍ରସାର ପ୍ରଚାର ରେ ସୀମିତ ସରକାରଙ୍କ ବିକାଶ)  ଯାଜପୁର (କଳିଙ୍ଗନଗର) :- ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାରେ କେହିବି ଜଣେ ଲୋକ ଭୋକ ଉପାସରେ ରହିବ ନାହିଁ। ମୋ ଓଡ଼ିଶା ପ୍ରତି କ୍ଷେତ୍ରରେ ବିକାଶ କରୁଛି । କେ ବି କେ ଭଳି ଚିତ୍ର ଆଜି ଦେଖିବାକୁ ମିଳୁନାହିଁ । ସତରେ କଣ ଆମେ ବିକାଶ ପଥରେ ଆଗେଇ ଚାଲିଛନ୍ତି? ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ବିକାଶ ହେଉଛି । ଯଦି ବିକାଶ ହେଉଛି ତେବେ ନଗଡା ପରି ନଗ୍ନ ଚିତ୍ର କାହିଁକି ଦେଖିବାକୁ ମିଳୁଛି ଶିଳ୍ପାଞ୍ଚଳ କଳିଙ୍ଗନଗର ଛାତିରେ? ଏହା ପ୍ରଶାସନର ଉଦାସୀନତା ନା ରାଜନେତା ମାନଙ୍କର ଅଣଦେଖା।ଚଳିତ ମାସ ରେ ଏହି କଳିଙ୍ଗନଗର ଛାତି ଉପରେ ବିକାଶ ର ଡିଣ୍ଡିମ ପିଟୁଥିବା ମନ୍ତ୍ରୀ ଓ ଶିଳ୍ପାନୁଷ୍ଠାନ ର ଅଧିକାରୀ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଳିଙ୍ଗନଗର ମହୋତ୍ସବ ପାଳନ କଲେ l ରାଜ୍ୟରୁ ଓ ରାଜ୍ଯ ବାହାରୁ ବଡ଼ ବଡ଼ କଳାକାର ମାନଙ୍କୁ ଆଣି ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରି ବାଃ ବାଃ ନେଉଥିବା ବେଳେ ଏହିଠାରୁ ମାତ୍ର ଅଳ୍ପ କିଛି ଦୂରରେ ଗୋଟିଏ ନିରାଶ୍ରୟ ଅସହାୟ ଆଦିବାସୀ ପରିବାର ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି l ସରକାର ନିରାଶ୍ରୟ ମାନଙ୍କ ପାଇଁ କେତେ ଯୋଜନା କରିଛନ୍ତି କିନ୍ତୁ ଏବେ ବି ସରକାରୀ ସହାୟତା କୁ ଅପେକ୍ଷା କରି ଭୋକ ଉପାସରେ ଜୀବନ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି ଦ...