Posts

ପ୍ରାଶାସନିକ ଅବହେଳା ଯୋଗୁଁ ନିର୍ଭୟରେ ଚାଲିଛି ବାଲି ଚୋରା ଚାଲାଣ l

Image
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ର ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତ ଦିଗାମ୍ବରପୁର ବାଲି ଘାଟରେ ବାଲି ମାଫିଆ ଙ୍କ କବଜାରେ I ବିଗତ କିଛି ଦିନ ହେଲା ବାଲି ମାଫିଆଙ୍କ ଦୌରାତ୍ମ୍ଯ ବଢ଼ି ଚାଲିଛି l ଏହି ବାଲିଘାଟ ଟି କୃଷକ ବାଲିଘାଟ ନାମରେ ନିଲାମ ହୋଇଥିଲା l ଏହାର ଅବଧି କେତେ ଦିନ ତାହା ଜଣାନାହିଁ l କିନ୍ତୁ ବାଲି ଚାଲାଣକାରୀ ସରକାରୀ ତହସିଲ କର୍ମଚାରୀ ଙ୍କୁ ମୋଟ ଅଙ୍କରେ ବଟି ଦେଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ନିର୍ଭୟରେ ଲୁଟୁଥିବା ଦେଖିବାକୁ ମିଳିଛି l ଦାନଗଦୀ ତହସିଲ ଅଧିନରେ ଆସୁଥିବା ଏହି ଦିଗାମ୍ବରପୁର ବାଲି ଘାଟ ଉପରେ ତହସିଲ କାର୍ଯ୍ଯାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l ଏଠାରେ ପ୍ରଶ୍ନ ଉଠେ ତହସିଲ କାର୍ଯ୍ଯାଳୟର ଅଜାଣତରେ ଏହା ହେଉଛି ନା ତହସିଲଦାର ଜାଣିଶୁଣି ଏହାକୁ ଘଣ୍ଟ ଘୋଡାଉଛନ୍ତି l ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କୁ ମିଳି ଭଗତ ରେ ବାଲି ମାଫିଆ ଓ ତହସିଲ କର୍ମଚାରୀ ଲୁଟୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଆଗାମୀ ଦିନରେ କି ପରିସ୍ଥିତିର ସମ୍ମୁଖୀନ ହେବ ତାହା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ମେସିନ୍ ଲଗାଇ ନଦୀ ରୁ ବାଲି ଉତ୍ତୋଳନ କରାଯିବା ଫଳରେ ନଦୀ କୂଳରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡିଛି ଏବଂ ଆଡିବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି l ଯାହାଦ୍ୱାରା ପାଖାପାଖି ଥିବା ପଙ୍କପାଳ, କୁମ୍ଭୀରଗାଡ଼ିଆ, ମାଣତିରା ଓ ଖପୁରିଆପଦା ଆଦି ପଞ୍ଚାୟ

ଉଦୟବଟ’ ତରଫରୁ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର ):- ବ୍ୟାସନଗର ପୌରାଞ୍ଚଳର ‘ଦୁର୍ଲଭ କଳା ପରିଷଦ ମଣ୍ଡପ ଠାରେ ‘ ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ତଥା ‘ ଅଂଜନା’ ର ସଭାନେତ୍ରୀ ବିଦ୍ୟୁତପ୍ରଭା ରାୟଙ୍କ ଅଧ୍ୟକ୍ଷତାରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ, ସୁସାହିତ୍ୟିକ ଅଧ୍ୟାପକ ଡଃ, ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ଭଦ୍ର, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଜିଲ୍ଲା କଳା କ୍ରୀଡା ଶିକ୍ଷକ ସଂଘ ନେତା ଆଶିଷ ଦେବରଂଜନ ମଲ୍ଲିକ, ହିନ୍ଦୁ ସୁରକ୍ଷା ସେନାର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ନାରୀ ନେତ୍ରୀ ତିଳୋତମା ମହାନ୍ତି, ଦମୟନ୍ତୀ ବଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ମହିଳା ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିବା ସଂଗେ ସଂଗେ ମହିଳାମାନଙ୍କର ଉତ୍ତୋରତର ମଂଗଳ କାମନା କରିଥିଲେ । ‘ ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅତିଥି ପରିଚୟ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କବୟତ୍ରୀ ସୁମିତ୍ରା ମିଶ୍ର ମହିଳାମାନଙ୍କ ଉପରେ ଆଧାରିତ ଏକ ସୁନ୍ଦର କବିତା ପାଠ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ବାରିକ, ଶ୍ରମିକ ନେତା ଅରୁଣ ଦାସ, ସନାତନ ମଲ୍ଲିକ, ସୁମନ ରାୟ

ଆନ୍ତର୍ଜାତିକ ବିଶ୍ୱ ମହିଳା ଦିବସ ଉପଲକ୍ଷେ ପ୍ରମେୟ ପକ୍ଷରୁ ଦିବ୍ୟାଙ୍ଗ ମହିଳା ସମାଜସେବୀ ପୁରସ୍କୃତ l

Image
ବ୍ୟୁରୋ ରିପୋର୍ଟ :- କଟକ ଜିଲ୍ଲାର ମାହାଙ୍ଗା ଛତିଆ ସ୍ଥିତ ସୁଶ୍ରୀ ପ୍ରମିଳା ସିଂହ ଦିବ୍ୟାଙ୍ଗ ହୋଇ ନାରୀ ଜାତି ପାଇଁ ଓ ଯୁବ ପିଢ଼ି ମାନଙ୍କ ପାଇଁ ଉଦାହରଣ,ମାତ୍ର ୧୭ ବର୍ଷ ବୟସରେ କଲେଜ ଯିବା ସମୟରେ ଏକ ସଡ଼କ ଦୁର୍ଘଟଣା ସକ୍ଷମରୁ ଅକ୍ଷମ ହେଲା ପରେ ପ୍ରମିଳା ଜୀବନ ଯୁଦ୍ଧରେ ହାରି ନାହାଁନ୍ତି l ଭଲ କାମ କରିବାକୁ ରୋକି ପାରି ନାହାଁନ୍ତି ଶାରୀରିକ ଅକ୍ଷମତା ଚାଲିବା ଶକ୍ତି ହରାଇ ସିନା ସେ ସବୁଦିନ ପାଇଁ ଅକ୍ଷମ ହୋଇଗଲେ ହେଲେ ନିଜର ଇଚ୍ଛା ଶକ୍ତି ବଳରେ ସେ ହୋଇ ପାରିଛନ୍ତି ପ୍ରେରଣା l ନାରୀ ଜାତି ପାଇଁ ଆନ୍ତର୍ଜାତିକ ବିଶ୍ୱ ମହିଳା ଦିବସ-୨୦୨୩ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ସ୍ୱସ୍ତିକ ହୋଟେଲ ଠାରେ,ପ୍ରମିଳାଙ୍କୁ ପ୍ରମେୟ ପକ୍ଷରୁ ମନୋନୀତ କରି ଉତ୍ତରୀୟ ପୁଷ୍ପଗୁଛ ଅର୍ଥ ରାଶି ଦଶ ହଜାର ଟଙ୍କା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଛନ୍ତି l ପ୍ରମିଳାର ଜୀବନ କାହାଣୀ ଓ ସାମଜ ସେବା କାର୍ଯ୍ଯକୁ ଅନୁଧ୍ୟାନ କରି ପ୍ରମିଳାଙ୍କୁ ଉତ୍ସାହିତ କରିବା ନିମନ୍ତେ ସମ୍ମାନ ଦିଆ ଯାଇଛି l ପ୍ରମିଳା ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ଯାହାକି ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ପାଖେ କଷ୍ଟ ସାଧ୍ୟ, ସେ ଏକ ସାମାଜିକ ଅନୁଷ୍ଠାନ ଗଠନ କରିଛନ୍ତି ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ନାମରେ ସମାଜର କଲ୍ୟାଣ ନିମନ୍ତେ ଲୋକଙ୍କର ସେବା ଜାରି ରଖିଛନ୍ତି l ସେ ନିଜକୁ ୧୦୦% ଦିବ୍ୟାଙ୍ଗ କେବେ ଭାବନ୍ତି ନାହିଁ, ତାଙ୍କ ଦ୍ୱାରା ଯା

ସମ୍ଭବ ଟ୍ରଷ୍ଟ ପକ୍ଷରୁ ସ୍ବାବଲମ୍ବୀ ନିମନ୍ତେ ଦିବ୍ୟାଙ୍ଗ ପରିବାରକୁ ସହଯୋଗ ।

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ଗାଆଁର କୁନ ମଲ୍ଲିକ ବୟସ ୭୦ ବର୍ଷ। କୁନ ମଲ୍ଲିକ ଜଣେ ରିକ୍ସା ଚାଳକ ତାଙ୍କର ତିନି ଜଣ ପୁଅକୁ ତେଲ ଲୁଣର ସୁଖର ସଂସାର ଚାଲୁଥିଲା ସୁରୁଖୁରୁରେ । ୨୦୧୩ରେ ହଠାତ ଦିନେ କୁନ ମଲ୍ଲିକ ପରିବାରକୁ ଦୁଃଖର ଲହରୀ ମାଡ଼ି ଆସିଲା। ତିନି ପୁଅଙ୍କର ହାତ ଗୋଡ଼ ଆପେ ଆପେ ବଙ୍କା ହୋଇ ଫୁଲୁଯାଏ ଚାଲିବା କଷ୍ଟକର ହୁଏ l ବିଛଣାରେ ପଡ଼ି ରହିଲେ ସକ୍ଷମରୁ ଦିବ୍ୟାଙ୍ଗ ହୋଇଗଲେ । ହାତ ଉଧାରି ଧାରେ କରି ମେଡ଼ିକାଲ ନେଇ ପୁଅ ମାନଙ୍କର ଚିକିତ୍ସା କରାଇଲେ ବଡ଼ ପୁଅ ବଳରାମ ମଲ୍ଲିକଙ୍କର ଟିକିଏ ପରିବର୍ତ୍ତନ ଆସିଲା ସେ ୨୦୨୧ରେ ବିବାହ କରିଛନ୍ତି ଏକ ଗରିବ ଘର ଝିଅକୁ ଆଉ ଦୁଇ ଭାଇଙ୍କ ଜୀବନେ କିଛି ପରିବର୍ତ୍ତନ ଆସିଲା ନାହିଁ l ଏହି ଦୁଃଖ ଖବର ଶୁଣିଲା ପରେ ଛତିଆ ମାହାଙ୍ଗା ସ୍ଥିତ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରିବାରର ଉନ୍ନତି ନିମନ୍ତେ ବଳରାମ ମଲ୍ଲିକଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଏକ ଛୋଟ ଦୋକାନ ପାଇଁ ରାଶନ ସାମଗ୍ରୀ ଓ ଏକ Commode Toilet ସହଯୋଗ କରା ଯାଇଛି l ସୁଶ୍ରୀ ପ୍ରମିଳା ସିଂହ ସେବା କାର୍ଯ୍ଯରେ ଯୋଗ ଦେଇ କହିଛନ୍ତି "ଏମିତି ସେବା କାର୍ଯ୍ଯ ଆଗକୁ ଜାରି ରହିବ" ଆମ ଦ୍ୱାରା ଯାହା ସେବା ହୋଇ ପାରିବ କୁନ ମଲ୍ଲିକଙ୍କ ପରିବାରକୁ ଆଗାମୀ ଦିନରେ ସେବା ଯୋଗାଇ ଦିଆଯିବ । 

ପୂର୍ବତନ ମନ୍ତ୍ରୀ ଙ୍କୁ ତାତ୍ସଲ୍ୟ କଲା ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଙ୍ଘ l

Image
(ପୁଅ ମନ୍ତ୍ରୀ, ବାପା କରୁଛନ୍ତି ଦଲାଲି : - ଅମଳେନ୍ଦୁ ) ଯାଜପୁର :- ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ସାଜିଥିବା ବେଳେ ଏହି ଦୁର୍ନୀତିକୁ ସମ୍ପୂର୍ଣ ଭାବରେ ଖୋରାକ ଯୋଗାଉଛନ୍ତି ବିଧାୟକ ତଥା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଆଉ ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ନିଜେ ମନ୍ତ୍ରୀ ଥିବା ବେଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକୁ ଏବେ ପୁଅ ମନ୍ତ୍ରୀ ହେବା ପରେ ମଧ୍ୟ ଜାରି ରଖିଛନ୍ତି ପ୍ରଫୁଲ୍ଲ ଘଡାଇ l ଏପରିକି ପୂର୍ବତନ ମନ୍ତ୍ରୀ ବୋଲି ଲେଖାଥିବା ଚିଠି ପ୍ୟାଡରେ ଠିକାଦାର ମାନଙ୍କୁ କାମ ଦେବା ପାଇଁ ବିଭିନ୍ନ ବିଭାଗକୁ ଲେଖି ସେଇ ଠିକାଦାର ଆଉ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କରେ ଅର୍ଥ ଆଦାୟ କରୁଛନ୍ତି l ନିଜେ ଏବେ କୌଣସି ସରକାରୀ ବୈଧାନିକ ପଦ ପଦବୀରେ ନଥିଲେ ବି ପୁଅଙ୍କ ମନ୍ତ୍ରୀତ୍ବର ଫାଇଦା ଉଠାଇ ସେ ଏହି କାର୍ଯ୍ୟ ଜାରି ରଖୁଥିବା ଅଭିଯୋଗ କରିଛନ୍ତି ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଙ୍ଘ ର ସଭାପତି ବେହୁରା । ଏହl ସହ  ଶହ କୋଟି ଟଙ୍କାର ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥକୁ ମନଇଚ୍ଛା ବିଭିନ୍ନ କାର୍ଯ୍ୟକ୍ରମ କରାଇ ଏବଂ ବିନା ଟେଣ୍ଡରରେ କାର୍ଯ୍ୟ ପ୍ରଦାନ କରି ଏଭଳି ଭାବରେ ପୁଅ ପ୍ରତି ରଂଜନ ଘଡାଇ ଲୁଟି ଚାଲିଥିବା ବେଳେ ବାପ ପ୍ରଫୁଲ୍ଲ ଘଡାଇ ବି ଦଲାଲି କରି ଲୁଟିବାର କୌଣସି ସୁଯୋଗକୁ ହାତଛଡା କରୁନାହାନ୍ତି ।ଏହାର ଠୋସ୍ ପ୍ର

ଷ୍ଟେରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ମହାସଂଘ l

Image
ଯାଜପୁର ( ସୁକିନ୍ଦା ): - ରବିବାର ଦିନ କୁହିକା ପଞ୍ଚାୟତରେ ରାଜ୍ୟ ଡ୍ରାଇଭର ମହାସଂଘ ତରଫରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ହେବ ରାଜ୍ୟସରକାରଙ୍କ ନିକଟରେ ଦିଆଯାଇଥିବା ଦାବୀ ପୂରଣ ନହେଲେ ଆସନ୍ତା ୧୫ତାରିଖ ଠାରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯିବ ନେଇ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିବା ମାଇକ ସାହାଯ୍ୟରେ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।।ଦଶ ଦଫା ଦାବି ସମ୍ବଳିତ ଦାବିପତ୍ର ଧରି ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି।ଆସନ୍ତା ୧୫ ତାରିଖ ପୂର୍ବରୁ ଜନସାଧାରଣ ନିଜ ନିଜ କାର୍ଯ୍ୟ ସମାପ୍ତ କରିଦେବାକୁ ଡାକରା ଦେଇଛନ୍ତି । ନଚେତ୍ ଗମନା ଗମନ ରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଉ । ଜନସାଧାରଣ ଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାନ ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ କରାଯାଉ । ୫୫ ବର୍ଷ ରେ ମାସକୁ ପାଞ୍ଚ ହଜାର ଟଙ୍କା ପେନସନ ଦିଆଯାଉ ।ଡ୍ରାଇଭର ଆବାସ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉ । ଗାଡି ଗୁଡିକ ପାର୍କିଙ୍ଗ୍ , ଡ୍ରାଇଭର ବିଶ୍ରାମ ଗୃହ ଓ ଶୌଚାଳୟ ଯାହାକି ପ୍ରତି ୧୦୦ କି ମି ରେ କରାଯାଉ । ସରକାରଙ୍କ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭର ମାନଙ୍କୁ ନଗଦ ୨୦ ଲକ୍ଷ ଟଙ୍କାର ଅର୍ଥ ରାଶି , ୧୦ ଲକ୍ଷ ଟଙ୍କାର ବିମା ରାଶି ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ସ୍ବାସ

ଯାଜପୁରରେ ମୂର୍ତ୍ତି ଚୋରି ନେଇ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟିକରଣ ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ l

Image
RITA VISION NEWS By Umakanta Mohapatra (ଯାଜପୁରରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ଚୋରିର ଚେର: ଏସ୍‌ପି)  ଯାଜପୁର (ପାଣିକୋଇଲି) :- ଯାଜପୁର ଜିଲ୍ଲା ରେ ବାରମ୍ବାର ବିଭିନ୍ନ ଦେବାଳୟ, ମନ୍ଦିରରୁ ମୂଲ୍ୟବାନ ହିନ୍ଦୁ ଦେବାଦେବୀ ଙ୍କ ମୂର୍ତ୍ତୀ ଚୋରୀର ଅଭିଯୋଗ ହୋଇଆସୁଥିଲା l ଏହି ସମ୍ବେଦନଶୀଳ ଘଟଣା ଉପରେ ଜିଲ୍ଲା ପୋଲିସ ତାର ତଦନ୍ତ ଜାରୀ ରଖିଥିଲା l ଏହା ଭିତରେ ଯାଜପୁର ପୋଲିସ କୁ ବହୁ ବଡ ସଫଳତା ମିଳିଛି l ଏହି ମୂଲ୍ୟବାନ ମୂର୍ତ୍ତୀ ଚୋର ଙ୍କ ରାକେଟ ଓଡ଼ଶା ରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଚେର ଥିବା ଯାଜପୁର ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଯାଜପୁରରେ ଅନ୍ତଃରାଜ୍ୟ ମୂର୍ତ୍ତି ଚୋରି ରାକେଟ୍ ଠାବ କରିଛି ଜିଲ୍ଲା ଇଣ୍ଟିଲିଜେନ୍ସ ପୋଲିସ ଏହା ସହିତ ୪ ମୂର୍ତ୍ତି ଚୋର କୁ ଗିରଫ କରିବା ସହ ୩୧ଟି ଧାତବ ମୂର୍ତ୍ତି ଜବତ କରିଛି l କିଛିମାସ ବ୍ୟବଧାନରେ ଯାଜପୁର, ଜେନାପୁର ଓ ଧର୍ମଶାଳା ଅଞ୍ଚଳରୁ ବିଭିନ୍ନ ମନ୍ଦିର ରୁ ଚୋରି ହୋଇଥିଲା ଏହି ମୂଲ୍ୟବାନ ଧାତବ ମୃତ୍ତୀ l ଏହାଦ୍ୱାରା ଅନେକ ହିନ୍ଦୁ ଧର୍ମର ଲୋକମାନଙ୍କ ଧାର୍ମିକ ଭାବନାକୁ କୁ ବହୁ ଆଘାତ ଦେଇଥିଲା l