Posts

ଯାଜପୁର ଜିଲ୍ଲା ର ବହୁ ଚର୍ଚ୍ଚିତ ଧର୍ମଶାଳା ନିର୍ବାଚନ ମଣ୍ଡଳୀ, ଏଠାରେ ଅତ୍ୟଧିକ ଟଙ୍କାରେ ନିଲାମ ହେଉଛି ଗରିବ ଲୋକଙ୍କ ଜୀବନ!

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ସନାତନ ଦଳେଇ(୫୫)। ଜଙ୍ଗଲ ଜମି ଏବଂ ବେଆଇନ ଖାଦାନରେ ଏଭଳି ଘଟଣା ଘଟିଥିବାରୁ ଘଟଣାକୁ ଚପେଇ ଦେବା ପାଇଁ ବିଭିନ୍ନ ଆଳ କରାଯାଉଛି। ସୂଚନା ମୁତାବକ ସନାତନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ଖାଦାନରେ ଶ୍ରମିକ ଭାବେ କାମ କରନ୍ତି। ପ୍ରତିଦିନ ଭଳି ଶନିବାର ସକାଳୁ ସେ କାମ କରିବାକୁ ଖାଦାନକୁ ଯାଇଥିଲେ। କାମ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧ ଟା ୪୫ ମିନିଟ ସମୟରେ ସନାତନ କୌଣସି କାରଣରୁ ପାହାଡ଼ ଉପରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଜେନାପୁର ଥାନାରେ ତାଙ୍କ ସ୍ତ୍ରୀ ଜେମା ଦଳେଇଙ୍କ ଅଭିଯୋଗ ଅନୁସାରେ ସନାତନ ଛେଳି ଚରାଇବାକୁ ପାହାଡ଼କୁ ଯାଇଥିଲେ। କୌଣସି କାରଣରୁ ସେ ପାହାଡ଼ରୁ ଗଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ସନାତନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜେନାପୁର ଥାନାରେ ୨୦/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କ

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ‘ରିସ୍ତା’ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - ସମଗ୍ର ବିଶ୍ଵରେ ଯୁବଗୋଷ୍ଠୀ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରାଜନୈତିକ, ସାଂସ୍କୃତିକ ତଥା ଅର୍ଥନୈତିକ କାର୍ଯ୍ୟକଳାପରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ରିଜିୟନାଲ୍ ଇନିସିଏଟିଭ୍ ଫର୍ ସେଫ୍ ସେବୁଆଲ୍ ହେଲୁ ବାଇ ଟୁଡେସ୍‌ ଆଡୋଲଫେଟ୍ସ୍ (ରିସ୍ତା) ପ୍ରକଳ୍ପ ଦ୍ବାରା ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଡୁବୁରୀର ଗୋବରଘାଟି ଫେଜ୍ ୧ରେ ଶନିବାର ଦିନ 'ଆନ୍ତର୍ଜାତୀୟ ଯୁବ ଦିବସ' ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଏବଂ ଆଖପାଖରେ ଥିବା ୧୨ ଗ୍ରାମ ପଂଚାୟତର ୧୧୦ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ଏହି ଦିବସ ଅବସରରେ ନୂକ୍ସଡ୍ ନାଟକ, ଯୁବ ସଶକ୍ତିକରଣ ଉପରେ ଆଲୋଚନା, ପରିବେଶ ସୁରକ୍ଷା ସମ୍ଭଦୀୟ କୌଶଳ ଓ ଗୋଷ୍ଠୀ ଉପସ୍ଥାପନା ଆଦି ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ସଚେତନତା ଉପରେ ଧ୍ୟାନ ଦେବା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ନେତୃତ୍ବ ଦକ୍ଷତା ପ୍ରତିପୋଷଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା । ଯୁବ-ନେତୃତ୍ଵାଧୀନ ପଦକ୍ଷେପଗୁଡିକ ଏହି ଉତ୍ସବରେ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ସେମାନଙ୍କ ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନର ମାଧ୍ୟମ ହେବାକୁ ପ୍ରେରଣା ଦେଇଥିଲା ।

ଜନହିତକାରୀ କାର୍ଯ୍ୟ କରି ଜିନ୍ଦଲ ଷ୍ଟେନଲେସ ଲିମିଟେଡ୍ ପାଳିଲା ପ୍ରତିଷ୍ଠାତା ଙ୍କ ଜନ୍ମବାର୍ଷିକୀ |

Image
କଳିଙ୍ଗନଗର, ତା ୭/୮/୨୩ ରିଖ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ, ଯାଜପୁର ତରଫରୁ ପରୋପକାର ଭାବନା କୁ ପ୍ରୋତ୍ସାହିତ କରିବାପାଇଁ ଅନେକ ମହାନ କାର୍ଯ୍ୟ ପ୍ରତିପାତିଦ କରି ଦୂରଦର୍ଶୀ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଓ.ପି ଜିନ୍ଦଲଙ୍କ ୯୩ ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା | ରେଡକ୍ରସ ସୋସାଇଟି ଦ୍ୱାରା ସମର୍ଥିତ ଏକ ସଫଳ ରକ୍ତଦାନ ଶିବିର ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା ଯେଉଁଠାରେ ୩୨୦ କର୍ମଚାରୀ ସେମାନଙ୍କର ଉତ୍ସର୍ଗୀକୃତତାକୁ ନିଶ୍ଚିତ କରି ସ୍ବେଚ୍ଛାକୃତ ଭାବରେ ପ୍ରାଣରକ୍ଷ୍ୟା କରିବା ପାଇଁ ରକ୍ତ ଦାନ କରିଥିଲେ | ଏହି ଅବସର ରେ, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଏକ ମେଗା ଚାରା ବିତରଣ ଅଭିଯାନ ଆରମ୍ଭ କରିଥିଲା, ଯେଉଁଠାରେ ସେମାନେ ସାଧାରଣ ଲୋକଙ୍କ ମଧ୍ୟରେ ୨୦୦୦ ରୁ ଅଧିକ ଫଳ ଉତ୍ପାଦନକାରୀ ଚାରା ବଣ୍ଟନ କରିଥିଲେ | ଏହି ବଣ୍ଟନରେ ଆମ୍ବ, ଜାମୁ, ଜାମୁରୋଳ ଏବଂ ପିଜୁଳି ଭଳି ବିଭିନ୍ନ ଚାରା ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ଏହି ଅଞ୍ଚଳର ସବୁଜ ହେବାରେ ସାହାଯ୍ୟ କରିବା ସହିତ ପରିବେଶ ସ୍ଥିରତାକୁ ପ୍ରୋତ୍ସାହିତ କରିବ | କମ୍ପାନୀ ଦାନଗଦିରେ ଥିବା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଯାଜପୁର ରୋଡ୍ ଏରିଆ ହସ୍ପିଟାଲରେ ଭର୍ତି ଥିବା ରୋଗୀ ମାନଙ୍କୁ ଫଳ ପ୍ୟାକେଟ ବଣ୍ଟନ କରି ସ୍ୱାସ୍ଥ୍ୟସେବା ସୁବିଧାକୁ ମଧ୍ୟ ସହାୟତା ପ୍ରଦାନ କରିଛି | ଆହୁରି ମଧ୍ୟ ସେମାନଙ୍କର ପରୋପକାରୀ ଭାବନ

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ l

Image
ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍‌ କଳିଙ୍ଗ ନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ ତମ ଜୟନ୍ତୀକୁ ହର୍ଷୋଲ୍ଲାସର ସହିତ ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗ ନଗର କାରଖାନାରେ ଶନିବାର ପାଳନ କରାଯାଇଛି l ଆଜି ବ୍ରାହ୍ମଣୀପାଳ ହାଉସିଂ କମ୍ପ୍ଲେକ୍ସରୁ ଟାଟା ଷ୍ଟିଲ୍‌ କଳିଙ୍ଗନଗର ରନ୍‌-ଏ-ଅନ୍‌ର ସପ୍ତମ ସଂସ୍କରଣ ସହ ଡେଆର୍‌ଡି ଟାଟାଙ୍କ ଜୟନ୍ତୀ ପାଳନ ଉତ୍ସବ ଆରମ୍ଭ ହୋଇଥିଲା ଯେଉଁଥିରେ ୫ କିମି ଓ ୨ କିମି ଦୌଡ଼ ସାମିଲ ଥିଲା ଓ ସେଥିରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର, ନୀଳାଚଳ ଇସ୍ପାତ ନିଗମ, ସିଆଇଏସ୍ଏଫ, କଳିଙ୍ଗନଗର ଓ ବ୍ରାହ୍ମଣୀପାଳ ଫେରୋ ଆଲଏଜ୍ ପ୍ଲାଣ୍ଟ ର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି ଦୌଡ଼ ଆରମ୍ଭ ହେବା ପୂର୍ବରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଟିଏସ୍‌ କାରଖାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ମହାନ ଦୂରଦ୍ରଷ୍ଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥି ସହିତ ପରିବେଶ ବିଭାଗ ପକ୍ଷରୁ କାରଖାନା ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ ଓ ଠିକା ଶ୍ରମିକମାନେ ୫୦୦ରୁ ଅଧିକ ଚାରାରୋପଣ କରିଥିଲେ । ଜୟନ୍ତୀ ଉତ୍ସବ ପାଳନର ଅଂଶ ସ୍ବରୂପ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳ

ଟାଟା ଷ୍ଟିଲ୍‌ ପକ୍ଷରୁ ଦିଶା ତାଲିମ ମାଧ୍ୟମରେ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ l

Image
ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଦାନଗଦି ବ୍ଲକ ଅନ୍ତର୍ଗତ ଦେଉଳକାଳ ଗ୍ରାମ ପଂଚାୟତର ଖଣ୍ଡୁରାଇ କଲ୍ୟାଣ ମଣ୍ଡପରେ “ହିଂସାକୁ କୁହନ୍ତ ନାଁ’ ବିଷୟ ଉପରେ ଆୟୋଜିତ ଚାରିଦିନିଆ ଦିଶା ତାଲିମ କାର୍ଯ୍ୟକ୍ରମରେ ୧୮ ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି)ର ୬୦ ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଯଥା ଅଳ୍ପ ବୟସରେ ବିବାହ, ମଦ ଉଚ୍ଛେଦ, କମ୍ ବୟସରେ ଗର୍ଭଧାରଣ, ଘରୋଇ ହିଂସା, କର୍ମକ୍ଷେତ୍ରରେ ଉତ୍ପାଚନ, ଅପମାନର ଶିକାର, ବାଳିକାମାନେ ଅଧାରୁ ପାଠପଢ଼ା ଛାଡ଼ିବା ଏବଂ ମହିଳା ଚାଲାଣ ଆଦି ବିଷୟରେ ମହିଳାମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା । ଏହି ତାଲିମ କାର୍ଯ୍ୟକ୍ରମରେ ଲିଙ୍ଗଗତ ହିଂସାର ମୂଳ ବାରଣ ଓ ଲିଙ୍ଗଗତ ନିୟମରେ ଅନ୍ତର ବିଷୟରେ ସଚେତନତା ସୃଷ୍ଟି କରିବା ନେଇ ସାରଗର୍ଭକ ଆଲୋଚନା କରିବା, ଏଥି ସହିତ ରୂପାନ୍ତରଣ ଆଣିବାର ମନୋବୃତି ଜରିଆରେ ସାମାଜିକ ନିୟମକୁ ବଦଳାଇବାରେ ମହିଳାମାନଙ୍କ ଭିତରେ ଥିବା ସମ୍ଭାବନାକୁ ସ୍ୱୀକୃତି ପ୍ରଦାନ କରିବା ଯାହା ଫଳରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଏବଂ ପିତୃତ୍ଵ ମାନସିକତାକୁ ସମ୍ପୂର୍ଣ୍ଣ ଦୂର କରିବା ଦିଗରେ କାର୍ଯ୍ୟ ହୋଇପାରିବ । ତାଲିମ କାର୍ଯ୍ୟକ୍ରମର ୨୫ତମ ବ୍ୟାଚ୍‌ରେ ରାସୋଳ, ଟାଙ୍ଗିରିଆପାଳ, ଦେଉଳକଣ , କିଆଝର ଓ ରାଧିକାଦେଇପୁର ଭଳି ପାଂଚ ଗ୍ରାମପ

ଲଷ୍ମୀନଗର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ କାୟାକଳ୍ପ ପୁରସ୍କାର ପ୍ରଦାନ l

Image
ଯାଜପୁର - ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ କାୟାକଳ୍ପ ୨୦୨୨-୨୩ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଅଛି l ଯାଜପୁର ଜିଲ୍ଲା ପାଳ ଚକ୍ରବତୀ ସିଂ ରଠୋରଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ଏହି ସଭାରେ ଲଷ୍ମୀନଗର ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ୱଚ୍ଛତା ପାଇଁ ପୁରସ୍କୃତ କରାଯାଇଅଛି l ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଶୁଭ ଲକ୍ଷ୍ମୀ ମିଶ୍ର ଓ ଫାର୍ମାସିଷ୍ଟ ସତ୍ୟବ୍ରତ ଗୁରୁ ଜିଲ୍ଲା ପାଳ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ l ଜିଲ୍ଲାରୁ ମୋଟ ୧୨ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର,୪୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨୩ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମେତ ବହୁ ଡାକ୍ତରଖାନା ର ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ l

ଦାନଗଦି ପଞ୍ଚାୟତ ସମିତି ସଭା ଗୃହଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ |

Image
ଯାଜପୁର (କଳିଙ୍ଗନଗର) :- ଚଳିତ ମାସ ୨୪ ତାରିଖ ସୋମବାର ପୂର୍ବାହ୍ନରେ ଦାନଗଦି ବ୍ଲକ ପଞ୍ଚାଯତ ସମିତି ସଭା ଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଉକ୍ତ ଶିବିରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଅଭିଯୋଗ ଏବଂ ସମସ୍ୟାର ସମାଧାନ ପ୍ରଶାସନର ଅଂଶ ବିଶେଷ | ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ବରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଛତା ଏବଂ ନ୍ୟାୟକୁ ଉତ୍ସାହିତ କରିବା | ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇ ପାରିବ | ଶିବିରରେ ଆବାସ ଯୋଜନା , ଚିକିତ୍ସା ସହାୟତା , ଭତ୍ତା ପ୍ରଦାନ , ଜଳ ଯୋଗାଣ, ଜମିଜମା ସମ୍ବନ୍ଧୀୟ ବହୁ ଅଭିଯୋଗ ପଞ୍ଜିକୃତ ହୋଇଥିଲା |ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ,କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଦାନଗଦି ବିଡିଓ ସାରଦା ପ୍ରସନ୍ନ ପଣ୍ଡା ,ଦାନଗଦି ର ତହସିଲଦାର ନାରାୟଣ ଦିକ୍ଷୀତ , ବ୍ଲକସ୍ତରୀୟ ଅଧିକାରୀ ଓ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।