Posts

ଜିଲ୍ଲା ପ୍ରଶାସନ ପକ୍ଷରୁ ଦାନଗଦୀ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ l

Image
ଯାଜପୁର(ଦାନଗଦି ) : - ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡିକର ସମାଧାନ କରିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ପ୍ରଧାନ ଲକ୍ଷ୍ୟ ଅଟେ । ଏଣୁ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଉଥିବା ଜିଲ୍ଲାର ସମସ୍ତ ଅଧିକାରୀମାନେ ନିଷ୍ଠା ଓ ସହୃଦୟତାର ସହ କାର୍ଯ୍ୟ ସଂପାଦନ କଲେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଜନସାଧାରଣମାନେ ଅଧିକରୁ ଅଧିକ ଅଭିଯୋଗ ପ୍ରକୋଷ୍ଠରୁ ଲାଭବାନ ହୋଇପାରିବେ ବୋଲି ଆଜି ପୂର୍ବାହ୍ନରେ ଦାନଗଦୀ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ଏହି ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଓ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜନ ଅଭିଯୋଗ ଶୁଣାଣିରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ସହକାରୀ ଜିଲ୍ଲାପାଳ ସ୍ୱାଗତିକା ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଏସ୍‌. ଟପୋ, ଦାନଗଦୀ ବି.ଡି.ଓ. ଶାରଦା ପ୍ରସନ୍ନ ପଣ୍ଡା, ଦାନଗଦୀ ତହସିଲଦାର ଅଶୋକ କୁମାର ତ୍ରିପ

ପାଟଣାଗଡ ର ବିଖ୍ଯାତ ଚେସ୍ ତାରକା ରଞ୍ଜିତ ସିଂହ ବାବୁ l

Image
ପାଟଣାଗଡ (ବ୍ୟୁରୋ ରିପୋର୍ଟ) :- ଅନ୍ତର୍ଜାତିକ ଚେସ ଖେଳାଳି ତଥା ପାଟଣାଗଡ ବାସିନ୍ଦା ରଞ୍ଜିତ ସିଂହ ବାବୁ ଭାରତୀୟ ଚେସ ମହାସଂଘ ଦ୍ବାରା ତଥା ଭାରତୀୟଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ର ସହଯୋଗ ଓ ଅନ୍ତର୍ଜାତିକ ଚେସ ମହାସଂଘ ର ତତ୍ତ୍ବାବଧାନରେ ଭୂବନେଶ୍ବର ଠାରେ ଗତ ୧୫ ଡିସେମ୍ବର ୨୩ ରୁ ଆରମ୍ଭ ହୋଇ ୧୭ ଡିସେମ୍ବର ୨୦୨୩ ପ୍ରର୍ଯନ୍ତ ଆୟୋଜିତ ଚେସ କୋଚ ସେମିନାର ତଥା ପରିକ୍ଷାରେ ଭାରତ ର ବିଭିନ୍ନ ରାଜ୍ଯ ର ଜଣାଶୁଣା ୩୫ଜଣ କୋଚ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପରିକ୍ଷାରେ ପାଟଣାଗଡ ର ରଞ୍ଜିତ ସିଂହ ବାବୁ ସଫଳତା ହୋଇଛନ୍ତି। ଏଥି ପାଇଁ ପାଟଣାଗଡ ଅଞ୍ଚଳ ର ଚେସ ଖେଳାଳୀ ମାନେ ଉତ୍ସାହିତ ଅଛନ୍ତି। ଚେସ ଖେଳର ପ୍ରସସା ତଥା ନୂତନ ଚେସ ଖେଳାଳୀଙ୍କୁ କୋଚିଂ ଦେବେ ବୋଲି ଶ୍ରୀ ବାବୁ କହିଛନ୍ତି।

ଦାଦନ ଗଡରେ ବଢି ଚାଲିଛି ଦାଦନ ମୃତ୍ୟୁ ! ନିଦାବିଷ୍ଣୁ ଶ୍ରମ ବିଭାଗ।

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ପୁଲିସ, ପ୍ରଶାସନ ଓ ଶ୍ରମ ବିଭାଗର ବାରମ୍ବାର ସଚେତନ‌ତା ସତ୍ତ୍ୱେ ଦାଦନ ସମସ୍ୟା ସମାଧାନ ହେଉନାହିଁ । ବିଶେଷ କରି ନିର୍ଯାତନାର ଶିକାର ହେଉଥ‌ିବା ଶ୍ରମିକ ବିନା ପଞ୍ଜୀକରଣରେ ଯାଉଥିବା ଜଣାପଡ଼ିଛି । ଶ୍ରମ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ଅସାଧୁ ଦାଦନ ସର୍ଦ୍ଦାରମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ଅଣ ପଞ୍ଜିକୃତ ଶ୍ରମିକଙ୍କୁ ପ୍ରଲୋଭିତ କରି ରାଜ୍ୟ ବାହାରକୁ ପଠାଉଥିବା ଅଭିଯୋଗ ହେଉଛି । ମାଲିକ ପାଖରେ କିଛି ଦିନ କାମ କଲାପରେ ମାଲିକ ଅତ୍ୟଧିକ କାମ ଆଦାୟ ସହ ନିର୍ଯାତନା ଦେବା ଆରମ୍ଭ କରିଦେଉଛି । ଫଳରେ ଅନେକ ଶ୍ରମିକ ଜୀବନ ହରାଉଥିବା ମଧ୍ୟ ଉଦାହରଣ ରହିଛି । ଶ୍ରମିକ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରୁ ସହଜରେ ଉପଲବ୍ଧ ହେଉ ନଥିବା ବେଳେ କୌଣସି ଖବର ପ୍ରକାଶିତ ହେଲେ ଜିଲା ଶ୍ରମ ଅଧୂକାରୀ ଗରଗର ହେଉଥ‌ିବା ସୂଚନା ମିଳିଛି । ଜିଲ୍ଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ଶ୍ରମ ବିଭାଗ ସୁନିଶ୍ଚିତ କରିବା ଆବଶ୍ୟକ କିନ୍ତୁ ଏବେ ମଧ୍ୟ ତାହା ହେଉନାହିଁ । ଗତ କିଛି ଦିନ ଆଗରୁ ବେଲପଡ଼ା ବ୍ଲକ ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକ ହାଇଦ୍ରାବାଦ ସାତନଗର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ଅତ୍ୟଧିକ କାମ ହେବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ପରେ ଇଟାଭାଟି ମାଲିକ ତାଙ୍କ ଝିଅକୁ ବନ୍ଧକ ରଖି

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ‘ସାଥୁଆ ସମାରୋହ’ ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର ) :- ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଏକ ଦିନିକିଆ ‘ ସାଥୁଆ ସମାରୋହ’ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମିଲିଟାରୀ ଛକ ନିକଟସ୍ଥ ଏମଆଇପିଏଲ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିସିଆର) ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ରେଜୋନା ଜେନା, ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଲଙ୍କେଶ୍ବର ଅମାତ୍, ରିସ୍ତା ପ୍ରକଳ୍ପ ପ୍ରବନ୍ଧକ ରୋହିତ ରଞ୍ଜନ ପଲ୍ ମିଞ୍ଜ ଓ କଳିଙ୍ଗନଗର ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଜୋସେଫ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମରେ ଦାନଗଦୀ ଓ ସୁକିନ୍ଦା ବ୍ଳକର ୭୦ ଜଣ କିଶୋରକିଶୋରୀ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଆୟୋଜିତ ଏକ ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିବା ଏହି ୭୦ ଜଣ ସାଥୁଆ ସହକର୍ମୀ ଶିକ୍ଷାଦାତାଙ୍କୁ ସମ୍ବଦ୍ଧିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଉନ୍ନତ ତାଲିମ ପାଇବା ପରେ, ଏହି ସାଥୁଆ ସହକର୍ମୀ ଶିକ୍ଷାଦାତାମାନେ ଅନ୍ୟ ସାଥୁଆ ମାନଙ୍କୁ ଜ୍ଞାନ ହସ୍ତାନ୍ତର କରୁଛନ୍ତି । ଏହି ଅବସରର

ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ର ନୂତନ ପରିଚାଳନା କମିଟି ଗଠନ l

Image
ଯାଜପୁର ରୁ (ବ୍ୟୁରୋ ରିପୋର୍ଟ) :- ଚଳିତ ମାସ ୨୫ ତାରିଖ ରବିବାର ଅପରାହ୍ନ ସମୟରେ କୁଆଖିଆ ସ୍ଥିତ ସୀତାରାମ ମଠ ପ୍ରାଙ୍ଗଣରେ " ବଜରଙ୍ଗ ଦଳ" ର ଦଶ ଜଣିଆ ଜିଲ୍ଲା ପରିଚାଳନା କମିଟି ବିଭାଗ ବଜରଙ୍ଗ ଦଳ ସଂଯୋଜକ ଶ୍ରୀଯୁକ୍ତ ଚନ୍ଦ୍ର କାନ୍ତ କର ଙ୍କ ଉପସ୍ଥିତ ରେ ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇଛି l ଯଥା ବଡ଼ଚଣା ପ୍ରଖଣ୍ଡ ରୁ ସାରଦା ପ୍ରସନ୍ନ ବଳ, ହରିପୁର ପ୍ରଖଣ୍ଡ ରୁ ଶରତ ସାହୁ,ଧର୍ମଶାଳା ପ୍ରଖଣ୍ଡ ରୁ କିଶୋର ସାମଲ, ବ୍ୟାସନଗର ପ୍ରଖଣ୍ଡ ରୁ ବସନ୍ତ କୁମାର ପାତ୍ର,କୋରେଇ ପ୍ରଖଣ୍ଡ ରୁ ରାଜକିଶୋର ମଲ୍ଲିକ, ଦଶରଥପୁର ପ୍ରଖଣ୍ଡ ରୁ ଦିଲୀପ ଦେବତା, ଵରୀ ପ୍ରଖଣ୍ଡ ରୁ ଶ୍ରୀକାନ୍ତ ଦାସ, ଯାଜପୁର ସଦର ପ୍ରଖଣ୍ଡ ରୁ ପାର୍ଥ ସରତୀ,ଯାଜପୁର ପ୍ରଖଣ୍ଡ ରୁ ସନ୍ତୋଷ ପତି ଙ୍କ ସହିତ ବିଶ୍ୱ ହିନ୍ଦୁ ପରିଷଦର ଆଡ଼ଭାଇଜର ଜିଲ୍ଲା କମିଟି ରେ କୋରେଇ ପ୍ରଖଣ୍ଡରୁ ଚିତ୍ତରଞ୍ଜନ ବିନ୍ଧାଣି, ଯାଜପୁର ପ୍ରଖଣ୍ଡ ରୁ ସମୀର ସାମଲ, ଦାନଗଦି ପ୍ରଖଣ୍ଡରୁ ତ୍ରିଲୋଚନ ମହନ୍ତ,ସୁକିନ୍ଦା ପ୍ରଖଣ୍ଡ ରୁ ଦିଲୀପ ଡ୍ରିବେଦୀ, ଶ୍ରୀରାମ ପୁର ପ୍ରଖଣ୍ଡରୁ ଯଶବନ୍ତ ଦାସ ସମେତ ୨୭ ଜଣ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l 

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) :- ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସlମଲଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ଭେଟ କଲେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ l ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାଟିକୁ ଯାଜପୁର ଲୋକସଭା ଓ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାଥୀରୂପେ ସଙ୍ଘ ପରିବାରର କାର୍ଯ୍ୟକର୍ତ୍ତା ଙ୍କୁ ଆଗାମୀ ନିର୍ବାଚନରେ ପ୍ରାଥୀ କରାଗଲେ ଦଳ ବିଜୟ ପ୍ରାପ୍ତ କରିପାରିବ ଓ ଭଲ ପ୍ରଦର୍ଶନ କରିବ ବୋଲି ଦାବି ଜଣାଇଥିଲେ ଶ୍ରୀଯୁକ୍ତ ନନ୍ଦ l ଏକ ସ୍ଵତନ୍ତ୍ର ସାକ୍ଷାତ କରି ବିଜେପି ରାଜ୍ୟ ସଭାପତିଙ୍କ ସହ ଯାଜପୁର ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶୋକ ସାମଲ ଓ ଶ୍ରୀଯୁକ୍ତ ଅଜୟ ବିଶ୍ୱାଳ, ପୂର୍ବତନ ଜିଲ୍ଲା ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ସାହୁ, ଯାଜପୁର ଜିଲ୍ଲାର ମୂଳଦୁଆ ସ୍ଥାପନ ଓ ପୂର୍ବତନ ପାଞ୍ଚ ପାଞ୍ଚ ଥର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟକରୁଥିବା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡା ଙ୍କ ସମେତ ଦୁଇ ଜଣ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନା କରିଥିଲେ l ଏହି ଆଲୋଚନା ସହାୟତା ପୂର୍ଣ୍ଣ ଏବଂ ପ୍ରଗତି ଶିଳ ଥିଲା ଯାହାକି ଯାଜପୁର ଜିଲ୍ଲାରେ ହିନ୍ଦୁତ୍ୱ ବାଦୀ ରାଜନୀତିକୁ ଖୋରାକ ଯୋଗାଇବାର ସୂଚନା ମିଳୁଅଛି l ବରିଷ୍ଠ ଆଇନଜିବି ତଥା ସଙ୍ଘ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ

ଦାନଗଦି ଭବନ ଠାରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି l

Image
ଯାଜପୁର (ଦାନଗଦି) ୨୩/୨: - ସ୍ଥାନୀୟ ‘ଦାନଗଦି ଭବନ’ଠାରେ ଆଜି ତା.୨୩/୦୨/୨୦୨୪ରିଖ ଶୁକ୍ରବାର ପୂର୍ବାହ୍ନରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଓ ଇଏସଆଇ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଣ, ବୈଷୟିକ ଓ ତାଲିମ ବିଭାଗ ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ସହାୟତା ରାଶି ବଂଟନ କରି କହିଥିଲେ ଯେ ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କ ବହୁବିଧ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ କୋଠାବାଡି ଓ ଅନ୍ୟ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ବହୁ ଅଭାବୀ ଶ୍ରମିକ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ୬୦ବର୍ଗର ବ୍ୟକ୍ତିବିଶେଷ ବେଶ ଉପକୃତ ହେଉଛନ୍ତି । ତେଣୁ ଏହି ଯୋଜନା ସଂର୍ପକରେ ସମସ୍ତେ ଭଲ ଭାବେ ସଚେତନ ହେବା ଉଚିତ୍ । ନିର୍ମାଣ ଶ୍ରମିକଙ୍କ ଏହି ସହାୟତା ଶିବିର ଜରିଆରେ ୬.୫୪ କୋଟି ପାଖାପାଖି ଟଙ୍କା ହିତାଧିକାରୀମାନଙ୍କୁ ବଂଟାଯିବା ସମସ୍ତଙ୍କୁ ଖୁସି କରିଛି ବୋଲି ଇଂ. ଘଡ଼ାଇ କହିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ