Posts

କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲରେ ବିଶ୍ବ କିଡ୍‌ନୀ ଦିବସ ପାଳିତ l

Image
ଯାଜପୁର (କଳିଙ୍ଗନଗର) : - ବିଶ୍ୱ କିଡ୍‌ନୀ ଦିବସ ଅବସରରେ କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲରେ କିଡନି ଚିକିତ୍ସା ସମ୍ପର୍କରେ ଏକ ସଚେତନତା ଅଧିବେଶନ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । କିଡନୀ ରୋଗ ପ୍ରତିରୋଧ, ବିପଦ ଏବଂ ଉପଲବ୍ଧ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସଚେତନତା ଅଧୂବେଶନରେ ଡାଏଲିସିସ୍ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୬୦ ଜଣ ଅଂଶଗ୍ରହଣ କରିଥିଲେ । କିଡ୍‌ନୀର ସ୍ଵାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ଅଧୂବେଶନରେ ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଗୋପାଳ ଚରଣ ଦାସ, ମେଡିକାଲ ଅଧୀକ୍ଷକ ତଥା ଜେନେରାଲ୍ ଓ ଜିଆଇ ସର୍ଜରୀ ବିଭାଗର ଡାକ୍ତର ସୁଧାଂଶୁ ଶେଖର ସୁତାର, ଜରୁରୀକାଳୀନ ଓ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ସ୍ମୃତିରଞ୍ଜନ ମୁଦୁଲି ଓ ବରିଷ୍ଠ ଚିକିତ୍ସାଧୁକାରୀ ଡାକ୍ତର ଦେବାଶିଷ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହାବ୍ୟତୀତ ଟିଏସ୍ ମେଡିକାର ଫିଜିଓଥେରାପିଷ୍ଟ ପ୍ରୀତିଚନ୍ଦା ଏବଂ ଟିଏସ୍ ମେଡିକାର ଡାଏଟିସିଆନ୍ ରୁୱାନା ମଧ୍ୟ ଅଂଶଗ୍ରହଣକାରୀଙ୍କୁ ବ୍ୟବହାରିକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।

ସଫଳ ଯୁବ ଉଦ୍ୟାୋଗୀ ଙ୍କୁ ସମ୍ବର୍ଦ୍ଧିତ ସହ ଦାୟିତ୍ବ ପ୍ରଦାନ l

Image
ଭୁବନେଶ୍ୱର,୧୪/୦୩(ବ୍ୟୁରୋ ରିପୋର୍ଟ ) : - ଓଡି଼ଶାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପଂଚାୟତ ହୀରାପୁର ଗାଁରେ ପିତା ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାପାତ୍ର ଏବଂ ମାତା ବିଳାସିନୀ ମହାପାତ୍ରଙ୍କ କୋଳମଣ୍ଡନ କରି ଜନ୍ମିତ ସତ୍ୟରଞ୍ଜନ ମହାପାତ୍ର ଜଣେ ସଫଳ ଯୁବ ଉଦ୍ୟୋଗୀ ଓ ସମାଜସେବୀ ଭାବରେ ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ଅଂଚଳ ସମେତ ବିଭିନ୍ନ ସ୍ଥାନରେ ସୁପରିଚିତ । ନୂଆଦିଲ୍ଲୀରେ ଦକ୍ଷତା ଓ ସଫଳତାରର ସହ କାର୍ଯ୍ୟକରି ଓଡ଼ିଶାକୁ ଫେରି ଓଡ଼ିଶାର ବିଭିନ୍ନ ଅଂଚଳ ଓ ଓଡ଼ିଶା ବାହାରେ ନିର୍ମାଣ କ୍ଷେତ୍ରରେ ମଜବୁତ ଓ ସ୍ଥାୟୀତ୍ୱର ଉତ୍କର୍ଷ ମାନଦଣ୍ଡର ବହୁ ପ୍ରତିଷ୍ଠିତ କମ୍ପାନୀ ପିଡିଲାଇଟ୍ କେମିକାଲ ରସାୟନ କମ୍ପାନୀ ସହ ଅନୁବନ୍ଧିତ ହୋଇ ଭୁବନେଶ୍ୱରରେ ଏହାର ଜଣେ ଷ୍ଟକିଷ୍ଟ ଓ ଠିକାଦାର ଭାବେ ନିଜର ପ୍ରତିଷ୍ଠା ଅର୍ଜନ କରିଛନ୍ତି । ନିର୍ମାଣ କ୍ଷେତ୍ରରେ ପେଡିଲାଇଟ୍ ଭଳି ଉତ୍କର୍ଷ ଅଠାଆଦି ବ୍ୟବହାର କରି ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ଗତକାଲି ହୋଟେଲ ‘ଦି ସାଜ୍‌’ରେ ଅନୁଷ୍ଠିତ କମ୍ପାନୀରକର୍ମଶାଳାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ ଓ ଡ଼ିଶାର ସାଧାରଣ ସମ୍ପାଦକ ଦାୟିତ୍ ଦିଆଯାଇଛି । ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କମ୍ପାନୀର ଏହି ଉତ୍ସ୍ୱସିତ ସମ୍ବର୍ଦ୍ଧନାରେ ସେ ବେଶ୍ ଖୁସି ହୋଇଛନ୍ତି ଓ ଆଗାମୀ ଦିନରେ କମ୍ପାନୀ ସହ ବିଶ୍

ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ହୃଦ୍ ରୋଗ ଓ ସ୍ନାୟୁ ବର୍ହିବିଭାଗ ସେବା ଦିବସ ପରିବର୍ତ୍ତନ l

Image
ଯାଜପୁର,୧୩/୦୩ା୨୦୨୪(ବ୍ୟୁରୋ ରିପୋର୍ଟ ):- ଯାଜପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦ୍ ରୋଗ ଓ ସ୍ନାୟୁ ବର୍ହିବିଭାଗ ସେବା ଦିବସ ପରିବର୍ତନ କରାଯାଇଅଚ୍ଥି । ଏହିକ୍ରମେ ହୃଦ୍‌ରୋଗ ବର୍ହିବିଭାଗ ସେବା ସପ୍ତାହର ମଙ୍ଗଳବାର ଏବଂ ଶୁକ୍ରବାରରେ ଯୋଗାଇ ଦିଆଯିବା ବେଳେ ସ୍ନାୟୁ ବର୍ହିବିଭାଗ ସେବା ସପ୍ତାହର ସୋମବାର ଏବଂ ଗୁରୁବାର ଦିବସରେ ରୋଗୀ ମାନଙ୍କୁ ଯୋଗାଇ ଦିଆଯିବ । ପ୍ରକାଶ ଥାଉ କି, ପୂର୍ବରୁ ହୃଦ୍ ରୋଗ ବର୍ହିବିଭାଗ ଓ ସ୍ନାୟୁ ବର୍ହିବିଭାଗ ସପ୍ତାହରେ ଗୋଟିଏ ଦିବସ କେବଳ ସୋମବାର ହେଉଥିଲା । କିନ୍ତୁ ଏବେ ହୃଦ୍‌ରୋଗ ବର୍ହିବିଭାଗ ଓ ସ୍ନାୟୁ ବର୍ହିବିଭାଗ ସେବା ସପ୍ତାହରେ ଦୁଇଦିନ ଲେଖାଏଁ ଯଥାକ୍ରମେ ମଙ୍ଗଳବାର, ଶୁକ୍ରବାର ଏବଂ ସୋମବାର, ଗୁରୁବାର ଦିବସରେ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ପ୍ରକାଶ କରିଚ୍ଥନ୍ତି । ଏହା ସର୍ବସାଧାରଣଙ୍କ ଅବଗତି ନିମିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ, ଯାଜପୁରଙ୍କ ପକ୍ଷରୁ ଜଣାଇ ଦିଆଗଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଦାନଗଦୀ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ l

Image
ଯାଜପୁର(ଦାନଗଦି ) : - ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡିକର ସମାଧାନ କରିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ପ୍ରଧାନ ଲକ୍ଷ୍ୟ ଅଟେ । ଏଣୁ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଉଥିବା ଜିଲ୍ଲାର ସମସ୍ତ ଅଧିକାରୀମାନେ ନିଷ୍ଠା ଓ ସହୃଦୟତାର ସହ କାର୍ଯ୍ୟ ସଂପାଦନ କଲେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଜନସାଧାରଣମାନେ ଅଧିକରୁ ଅଧିକ ଅଭିଯୋଗ ପ୍ରକୋଷ୍ଠରୁ ଲାଭବାନ ହୋଇପାରିବେ ବୋଲି ଆଜି ପୂର୍ବାହ୍ନରେ ଦାନଗଦୀ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ଏହି ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଓ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜନ ଅଭିଯୋଗ ଶୁଣାଣିରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ସହକାରୀ ଜିଲ୍ଲାପାଳ ସ୍ୱାଗତିକା ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଏସ୍‌. ଟପୋ, ଦାନଗଦୀ ବି.ଡି.ଓ. ଶାରଦା ପ୍ରସନ୍ନ ପଣ୍ଡା, ଦାନଗଦୀ ତହସିଲଦାର ଅଶୋକ କୁମାର ତ୍ରିପ

ପାଟଣାଗଡ ର ବିଖ୍ଯାତ ଚେସ୍ ତାରକା ରଞ୍ଜିତ ସିଂହ ବାବୁ l

Image
ପାଟଣାଗଡ (ବ୍ୟୁରୋ ରିପୋର୍ଟ) :- ଅନ୍ତର୍ଜାତିକ ଚେସ ଖେଳାଳି ତଥା ପାଟଣାଗଡ ବାସିନ୍ଦା ରଞ୍ଜିତ ସିଂହ ବାବୁ ଭାରତୀୟ ଚେସ ମହାସଂଘ ଦ୍ବାରା ତଥା ଭାରତୀୟଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ର ସହଯୋଗ ଓ ଅନ୍ତର୍ଜାତିକ ଚେସ ମହାସଂଘ ର ତତ୍ତ୍ବାବଧାନରେ ଭୂବନେଶ୍ବର ଠାରେ ଗତ ୧୫ ଡିସେମ୍ବର ୨୩ ରୁ ଆରମ୍ଭ ହୋଇ ୧୭ ଡିସେମ୍ବର ୨୦୨୩ ପ୍ରର୍ଯନ୍ତ ଆୟୋଜିତ ଚେସ କୋଚ ସେମିନାର ତଥା ପରିକ୍ଷାରେ ଭାରତ ର ବିଭିନ୍ନ ରାଜ୍ଯ ର ଜଣାଶୁଣା ୩୫ଜଣ କୋଚ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପରିକ୍ଷାରେ ପାଟଣାଗଡ ର ରଞ୍ଜିତ ସିଂହ ବାବୁ ସଫଳତା ହୋଇଛନ୍ତି। ଏଥି ପାଇଁ ପାଟଣାଗଡ ଅଞ୍ଚଳ ର ଚେସ ଖେଳାଳୀ ମାନେ ଉତ୍ସାହିତ ଅଛନ୍ତି। ଚେସ ଖେଳର ପ୍ରସସା ତଥା ନୂତନ ଚେସ ଖେଳାଳୀଙ୍କୁ କୋଚିଂ ଦେବେ ବୋଲି ଶ୍ରୀ ବାବୁ କହିଛନ୍ତି।

ଦାଦନ ଗଡରେ ବଢି ଚାଲିଛି ଦାଦନ ମୃତ୍ୟୁ ! ନିଦାବିଷ୍ଣୁ ଶ୍ରମ ବିଭାଗ।

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ପୁଲିସ, ପ୍ରଶାସନ ଓ ଶ୍ରମ ବିଭାଗର ବାରମ୍ବାର ସଚେତନ‌ତା ସତ୍ତ୍ୱେ ଦାଦନ ସମସ୍ୟା ସମାଧାନ ହେଉନାହିଁ । ବିଶେଷ କରି ନିର୍ଯାତନାର ଶିକାର ହେଉଥ‌ିବା ଶ୍ରମିକ ବିନା ପଞ୍ଜୀକରଣରେ ଯାଉଥିବା ଜଣାପଡ଼ିଛି । ଶ୍ରମ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ଅସାଧୁ ଦାଦନ ସର୍ଦ୍ଦାରମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ଅଣ ପଞ୍ଜିକୃତ ଶ୍ରମିକଙ୍କୁ ପ୍ରଲୋଭିତ କରି ରାଜ୍ୟ ବାହାରକୁ ପଠାଉଥିବା ଅଭିଯୋଗ ହେଉଛି । ମାଲିକ ପାଖରେ କିଛି ଦିନ କାମ କଲାପରେ ମାଲିକ ଅତ୍ୟଧିକ କାମ ଆଦାୟ ସହ ନିର୍ଯାତନା ଦେବା ଆରମ୍ଭ କରିଦେଉଛି । ଫଳରେ ଅନେକ ଶ୍ରମିକ ଜୀବନ ହରାଉଥିବା ମଧ୍ୟ ଉଦାହରଣ ରହିଛି । ଶ୍ରମିକ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରୁ ସହଜରେ ଉପଲବ୍ଧ ହେଉ ନଥିବା ବେଳେ କୌଣସି ଖବର ପ୍ରକାଶିତ ହେଲେ ଜିଲା ଶ୍ରମ ଅଧୂକାରୀ ଗରଗର ହେଉଥ‌ିବା ସୂଚନା ମିଳିଛି । ଜିଲ୍ଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ଶ୍ରମ ବିଭାଗ ସୁନିଶ୍ଚିତ କରିବା ଆବଶ୍ୟକ କିନ୍ତୁ ଏବେ ମଧ୍ୟ ତାହା ହେଉନାହିଁ । ଗତ କିଛି ଦିନ ଆଗରୁ ବେଲପଡ଼ା ବ୍ଲକ ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକ ହାଇଦ୍ରାବାଦ ସାତନଗର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ଅତ୍ୟଧିକ କାମ ହେବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ପରେ ଇଟାଭାଟି ମାଲିକ ତାଙ୍କ ଝିଅକୁ ବନ୍ଧକ ରଖି

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ‘ସାଥୁଆ ସମାରୋହ’ ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର ) :- ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଏକ ଦିନିକିଆ ‘ ସାଥୁଆ ସମାରୋହ’ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମିଲିଟାରୀ ଛକ ନିକଟସ୍ଥ ଏମଆଇପିଏଲ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିସିଆର) ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ରେଜୋନା ଜେନା, ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଲଙ୍କେଶ୍ବର ଅମାତ୍, ରିସ୍ତା ପ୍ରକଳ୍ପ ପ୍ରବନ୍ଧକ ରୋହିତ ରଞ୍ଜନ ପଲ୍ ମିଞ୍ଜ ଓ କଳିଙ୍ଗନଗର ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଜୋସେଫ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମରେ ଦାନଗଦୀ ଓ ସୁକିନ୍ଦା ବ୍ଳକର ୭୦ ଜଣ କିଶୋରକିଶୋରୀ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଆୟୋଜିତ ଏକ ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିବା ଏହି ୭୦ ଜଣ ସାଥୁଆ ସହକର୍ମୀ ଶିକ୍ଷାଦାତାଙ୍କୁ ସମ୍ବଦ୍ଧିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଉନ୍ନତ ତାଲିମ ପାଇବା ପରେ, ଏହି ସାଥୁଆ ସହକର୍ମୀ ଶିକ୍ଷାଦାତାମାନେ ଅନ୍ୟ ସାଥୁଆ ମାନଙ୍କୁ ଜ୍ଞାନ ହସ୍ତାନ୍ତର କରୁଛନ୍ତି । ଏହି ଅବସରର